Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ବ୍ୟାଙ୍କ ସମୟରେ ହେଲା ପରିବର୍ତ୍ତନ : ପୂର୍ବପରି 10ଟାରୁ 4ଟା ଯାଏଁ ଖୋଲିବ ବ୍ୟାଙ୍କ

ଭୁବନେଶ୍ବର : ଏଣିକି ବ୍ୟାଙ୍କ ଖୋଲିବା ସମୟରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ କଟକ, ପୁରୀ, ଛତ୍ରପୁର, କୋରାପୁଟ, ଭୁବନେଶ୍ବରରେ ବ୍ୟାଙ୍କ ସକାଳ 8ଟାରୁ 2ଟା ପର୍ଯ୍ୟନ୍ତ ବ୍ୟାଙ୍କ ଖୋଲୁଥିବା ବେଳେ ବର୍ତ୍ତମାନ ଏହା ପୂର୍ବପରି 10ଟାରୁ 4ଟା ପର୍ଯ୍ୟନ୍ତ ଖୋଲା ରହିବ । ଏପ୍ରିଲ୍‌ 23 ତାରିଖରେ ସରକାରଙ୍କ ପକ୍ଷରୁ ଏହି ପାଞ୍ଚ ସହରରେ ବ୍ୟାଙ୍କ ଖୋଲିବା ସମୟରେ ପରିବର୍ତ୍ତନ କରାଯାଇଥିଲା । କରୋନା ମହାମାରୀ କାରଣରୁ କଟକଣା ଜାରି କରାଯାଇଥିବା ବେଳେ ବର୍ତ୍ତମାନ ଲକ୍‌ଡାଉନ୍‌କୁ କୋହଳ କରାଯାଇଥିବାରୁ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଏଣିକି ସକାଳ 8ଟାରୁ ଖୋଲିବ ବ୍ୟାଙ୍କ

ଭୁବନେଶ୍ବର : ବ୍ୟାଙ୍କ ଖୋଲିବାର ସମୟରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ଏଣିକି ସକାଳ 8ଟାରୁ 2ଟା ପର୍ଯ୍ୟନ୍ତ ବ୍ୟାଙ୍କ ଖୋଲା ରହିବ । ଗ୍ରାହକଙ୍କ ପାଇଁ ସକାଳ 8ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ବ୍ୟାଙ୍କ ଖୋଲା ରହିବ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଟ୍ବିଟ୍ କରି ଏହି ସୂଚନା ପ୍ରଦାନ କରିଥିବା ବେଳେ 5ଟି ସହରରେ ଏହି ନୂତନ ନିୟମ ଲାଗୁ କରାଯିବ ନାହିଁ । କଟକ, ପୁରୀ, ଛତ୍ରପୁର, କୋରାପୁଟ, ଭୁବନେଶ୍ବରରେ ବ୍ୟାଙ୍କ ପୂର୍ବ ସମୟ ଅନୁଯାୟୀ ପରିଚାଳିତ ହେବ ।