Categories
ଆଞ୍ଚଳିକ

ବାଲିତୁଠ ପ୍ରାଇମେରୀ ସ୍କୁଲରେ ଶିକ୍ଷୟତ୍ରୀଙ୍କ ମାଡରେ ଛାତ୍ରୀ ଗୁରୁତର : ଆରୋପୀ ଶିକ୍ଷୟିତ୍ରୀ ଗିରଫ

ସମୀକ୍ଷା ବ୍ୟୁରୋ
କୁଜଙ୍ଗ,୨୨/୧୨: ରାଜ୍ୟ ସରକାରଙ୍କ ପକ୍ଷରୁ ଶିକ୍ଷାନୁଷ୍ଠାନ ଗୁଡିକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀଙ୍କୁ ମାଡ ମରା ଘଟଣା ସାମ୍ନାକୁ ଆସୁଅଛି। ଶନିବାର ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର  କୁଜଙ୍ଗ ଥାନା ଅନ୍ତର୍ଗତ ବାଲିତୁଠ ପ୍ରାଇମେରୀ ସ୍କୁଲରେ ଏପରି ଏକ ଘଟଣା ସମ୍ମୁଖକୁ ଆସିଛି। ଶିକ୍ଷୟିତ୍ରୀ ଲିନା ନନ୍ଦଙ୍କ ବର୍ବରତାର ଶିକାର ହୋଇଥିଲା ୯ ବର୍ଷୀୟ କୋମଳମତି ଶିଶୁ ବର୍ଷା ସ୍ବାଇଁ। ଶନିବାର କୌଣସି କାରଣରୁ ଉତ୍‌କ୍ଷିପ୍ତ ହୋଇ ଲିନା ବର୍ଷାଙ୍କୁ ଅମାନୁଷିକ ଭାବରେ ମାଡ ମାରିଥିଲେ। ଗୁରୁତର ଆହତ ବର୍ଷାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳ ୧୦ ଟା ସମୟରେ ବର୍ଷାଙ୍କ ପିତା ଜନ୍‌ ସ୍ବାଇଁ କୁଜଙ୍ଗ ଥାନାରେ ଅଭିଯୋଗ କରିଥିଲେ। କୁଜଙ୍ଗ ଥାନାଧିକାରୀ ଦିଲ୍ଲୀପ କୁମାର ସାହୁ କେସ୍‌ ନଂ ୨୯୧/୧୯ ଦାୟର କରି ମାମଲାର ତଦନ୍ତ କରିଥିଲେ। ଆଇପିସିର ୭୫ ଜେଜେ ଆକ୍ଟ ଅନୁଯାୟୀ ଦଫା ୩୪୧, ୩୨୩ ଏବଂ ୩୦୭ ଲାଗୁ କରି ଶିକ୍ଷୟିତ୍ରୀଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।