Categories
ଆଜିର ଖବର

ଉତ୍ତର ପ୍ରଦେଶ ବାର୍‌ କାଉନ୍‌ସିଲ୍‌ ମୁଖ୍ୟଙ୍କୁ ଗୁଳି କରି ହତ୍ୟା

ଉତ୍ତର ପ୍ରଦେଶ ବାର୍‌ କାଉନ୍‌ସିଲ୍‌ ସଭାପତି ଦର୍ବେଶ ଯାଦବଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଜନୈକ ସହଯୋଗୀ ଓକିଲଙ୍କ ଗୁଳିମାଡରେ ଆଗ୍ରା ଜିଲ୍ଳା କୋର୍ଟ ପରିସରରେ ପ୍ରାଣ ହରାଇଛନ୍ତି ଦର୍ବେଶ। ମନୀଷ ଶର୍ମା ନାମକ ଏହି ଓକିଲ ଜଣକ ପ୍ରଥମେ ଦର୍ବେଶଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଗକୁ ଗୁଳି କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଉଭୟଙ୍କୁ ପୁଷ୍ପାଞ୍ଜଳି ହସ୍ପିଟାଲକୁ ତୁରନ୍ତ ନିଆଯାଇଥିଲା। ହସ୍ପିଟାଲରେ ଦର୍ବେଶଙ୍କୁ ମୃତ ଘୋଷିତ କରାଯାଇଥିବା ବେଳେ ମନୀଷଙ୍କ ଅବସ୍ଥା ଗୁରୁତର ରହିଛି। ଦୁଇ ଦିନ ପୂର୍ବରୁ ସଭାପତି ନିର୍ବାଚିତ ହୋଇଥିବା ଶ୍ରୀମତି ଦର୍ବେଶ ଯାଦବଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ପାଇଁ ବୁଧବାର ଅନୁଷ୍ଠିତ ଏହି ଉତ୍ସବରେ ମନୀଷ ତାଙ୍କୁ ତିନି ଥର ଗୁଳି ମାଡ କରିଥିଲେ। ଗୁଳିମାଡର କାରଣ ଜଣା ପଡିନଥିଲେ ମଧ୍ୟ ଏହା ପଛରେ ବାର୍‌ କାଉନ୍‌ସିଲ୍ ନିର୍ବାଚନ ରହିଥିବା ନେଇ ଆଶଙ୍କା ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ, ଦୁଇ ଦିନ ପୂର୍ବରୁ ପ୍ରଥମ ମହିଳା ଭାବରେ ଉତ୍ତରପ୍ରଦେଶ ବାର୍‌ କାଉନ୍‌ସିଲର ମୁଖ୍ୟ ଭାବରେ ନିର୍ବାଚିତ ହୋଇଥିଲେ।