Categories
ଆଜିର ଖବର

ଇମୋସନାଲ୍‌ ବାର୍ତ୍ତା ସହ ’କଲଙ୍କ୍‌’ର ବରୁଣ ଓ ଆଲିଆଙ୍କ ଫାଷ୍ଟ ଲୁକ୍‌କୁ ସେୟାର୍‌ କଲେ କରନ୍‌

ଅଭିଶେକ ବର୍ମନ୍‌ଙ୍କ ବହୁ ପ୍ରତୀକ୍ଷିତ ପିରିୟଡ୍‌ ଡ୍ରାମା ‘କଲଙ୍କ୍‌’ ପରଦା ଉପରକୁ ଆସିବାର ରହିଛି । ଏହି ଫିଲ୍ମରେ ବରୁଣ ଧାଓ୍ବନ୍, ଆଲିଆ ଭଟ୍ଟ, ସଂଜୟ ଦତ୍ତ, ମାଧୁରୀ ଦୀକ୍ଷିତ, ସୋନାକ୍ଷୀ ସିହ୍ନା, ଆଦିତ୍ୟ ରୟ କପୁର୍‌ ପ୍ରମୁଖ ଅଭିନୟ କରୁଛନ୍ତି । ଏହାର ପ୍ରଯୋଜନା ଭାର ଗ୍ରହଣ କରିଛନ୍ତି କରନ୍‌ ଜୋହର ।  କରନ୍‌ ଜୋହର୍‌ ଏହି ଫିଲ୍ମର ଫାଷ୍ଟ ଲୁକ୍‌କୁ ସେୟାର କରି ଏକ ଇମୋସନାଲ୍‌ ବାର୍ତ୍ତା ଲେଖିଛନ୍ତି । ‘୧୫ ବର୍ଷ ପୂର୍ବେ ଏହି ଫିଲ୍ମର ପରିକଳ୍ପନା ପ୍ରଥମେ ମୋ’ ହୃଦୟ ଓ ମସ୍ତିଷ୍କକୁ ଆସିଥିଲା । …. ଏଇଟା ଏମିତି ଏକ ଫିଲ୍ମ ଯାହାକୁ ମୁଁ ପୂରା ଜୋଶ୍‌ ସହ ବିଶ୍ବାସ କରେ…. ଏହି ଫିଲ୍ମ ପାଇଁ ମୋ’ ପିତା ଯିବା ପୂର୍ବରୁ ପ୍ରଥମେ କାମ କରିଥିଲେ…… ଏହି ଫିଲ୍ମକୁ ଦେଖିବା ମୋ’ ବାପାଙ୍କର ସ୍ବପ୍ନ ଥିଲା…. ମୁଁ ତାଙ୍କ ସ୍ବପ୍ନକୁ ପୂରା କରିପାରିଲି ନାହିଁ….ମୋ’ ଆତ୍ମାକୁ ଆଘାତ ଲାଗିଥିଲା…. କିନ୍ତୁ ଆଜି ସେହି ଇଚ୍ଛା ଏହି ସମ୍ପର୍କ ମଧ୍ୟରେ ଯେପରି କର୍ପୂର ବାସ ପରି ରହିଛି । ଅଶାନ୍ତ ସମ୍ପର୍କ ଓ ଅନନ୍ତ କାହାଣୀ । ପ୍ରେମକୁ ଏକ ଆଓ୍ବାଜ୍‌ ମିଳିଛି.… ଫିଲ୍ମ ଅଭିଷେକ ବର୍ମନ୍‌ଙ୍କ ଦ୍ବାରା ପ୍ରସ୍ତୁତ, ପରିକଳ୍ପିତ ତଥା ପ୍ରସ୍ଫୁଟିତ ହୋଇଛି….. ଫିଲ୍ମ କଲଙ୍କ୍‌ । ୪୦ ଦଶର ସେଟ୍‌ରେ ଅଛି, କିନ୍ତୁ ଏଇଟା ହୃଦୟରେ ରହିଛି.… ଯାତ୍ରା ଆରମ୍ଭ ହୋଇଛି… ଉତ୍ସାହିତ ରହିଛି…. ଏଇ ବିଷୟରେ ଚିନ୍ତା କରି ତଥା ଭାବି….. ମୋତେ ଆଶା ଅଛି ଆପଣମାନେ ଆମର ପ୍ରେମକୁ ଯୋଡ଼ିବା ପାଇଁ ଆମ ମାର୍ଗରେ ସାମିଲ୍‌ ହେବେ ।’ ବରୁଣ୍‌ ଓ ଆଲିୟାଙ୍ ଯୋଡ଼ିଙ୍କ ଏହା ହେଉଛି ଚତୁର୍ଥ ଫିଲ୍ମ । ଦୁଇ ଶତାବ୍ଦୀର ପରେ ପୁଣି ଥରେ ହିଟ୍‌ ଯୋଡ଼ି ମାଧୁରୀ-ସଞ୍ଜୟଙ୍କୁ ପରଦା ଉପରେ କରନ୍‌ ଏହି ଫିଲ୍ମ ଜରିଆରେ ପ୍ରବେଶ କରାଇଛନ୍ତି । ୧୫ ବର୍ଷ ପୂର୍ବେ ଏହି ଫିଲ୍ମ ପାଇଁ ଚିନ୍ତା କରିଥିବା କରନ୍‌ ଏହି ଫିଲ୍ମର ରୂପରେଖକୁ ନେଇ ବେଶ୍‌ ଉତ୍ସାହିତ ରହିଛନ୍ତି । ଫିଲ୍ମଟି ଏପ୍ରିଲ୍‌ ୧୯ରେ ପରଦା ଉପରକୁ ଆସିବ ।