Categories
ଆଜିର ଖବର ଆଞ୍ଚଳିକ

ଚିଲିକା ନିର୍ବାଚନ ମଣ୍ଡଳୀର ଏହି ଗ୍ରାମକୁ ସାତ ଦିନ ପାଇଁ କରାଗଲା ସଟଡ଼ାଉନ

ସୀତାରାମ ଅଗ୍ରୱାଲ 

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ମାନସିଂହପୁର ପଞ୍ଚାୟତର ବରୁଣାପଡା ଗ୍ରାମକୁ ୭ ଦିନ ପାଇଁ ସଟଡ଼ାଉନ ଘୋଷଣା କରାଯାଇଛି। ଗତ ତିନି ଦିନ ମଧ୍ୟରେ ଏହି ଗ୍ରାମରୁ ୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଚିଲିକା ପ୍ରଶାସନ ଏହି ନିଷ୍ପତି ନେଇଛି।

ଏହି ଗ୍ରାମରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବାରୁ ଚିଲିକା ତହସିଲଦାର ପୁନମ ମହାପାତ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଷମା ବାରିକ, ସିଡିପିଓ ପ୍ରିୟଦର୍ଶିନୀ ମହାନ୍ତି,  ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ସୌମ୍ୟକାନ୍ତ ଦାସ ପଟ୍ଟନାୟକ, ସରପଞ୍ଚ ସନାତନ ବେହେରା ପ୍ରମୁଖ ଉକ୍ତ ଗ୍ରାମରେ ପହଞ୍ଚି ଏକ ଉଚ୍ଚ ସ୍ତରୀୟ ବୈଠକ କରିବା ସହ ଲୋକମାନଙ୍କୁ ଘରେ ରହିବା ପାଇଁ ଅନୁରୋଧ କରିଥିଲେ। ଏହା ସହିତ ସଂକ୍ରମଣ ବ୍ୟକ୍ତି ହୋମ ଆଇସୋଲେସନରେ ରହିବା ସହ ଗ୍ରାମର କୌଣସି ବ୍ୟକ୍ତି ଏକତ୍ରିତ ହୋଇପାରିବେ ନାହିଁ କିମ୍ବା ତାସ ନଖେଳିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଆସନ୍ତାକାଲି(ତା-୨୦.୦୮.୨୦୨୦) ଅପରାହ୍ନ ୨ଟାରୁ ତା-୨୭.୦୮.୨୦୨୦ ରିଖ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏହି ଗ୍ରାମକୁ ସଂପୂର୍ଣ୍ଣ ବନ୍ଦ ଘୋଷଣା କରାଯାଇଛି। ଏହି ସମୟ ଭିତରେ ଉକ୍ତ ଗ୍ରାମକୁ କୌଣସି ବ୍ୟକ୍ତି ପ୍ରବେଶ କିମ୍ବା ପ୍ରସ୍ଥାନ କରିବା ଉପରେ କଟକଣା ଲଗାଯାଇଛି।