Categories
ଆଜିର ଖବର ଖେଳ

ଆଜି ଅନ୍ତିମ ଟି 20 : ହ୍ବାଇଟ୍‌ ଓ୍ବାସ୍‌ ଲକ୍ଷ୍ୟରେ ଭାରତ

ବେ ଓଭାଲ୍‌ : ଆଜି ବେ ଓଭାଲ୍‌ରେ ଅନୁଷ୍ଠିତ ହେବାକୁ ଯାଉଛି ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ଟି 20 ଶୃଙ୍ଖଳାର ଅନ୍ତିମ ମ୍ୟାଚ୍‌ । ଏହି ମ୍ୟାଚ୍‌ରେ ବିଜୟୀ ହୋଇ ଭାରତ ଶୃଙ୍ଖଳା ହ୍ବାଇଟ୍‌ଓ୍ବାସ୍‌ର ଲକ୍ଷ୍ୟ ରଖିଥିବା ନ୍ୟୁଜିଲ୍ୟାଣ୍ଡ ନିଜର ସମ୍ମାନ ବଞ୍ଚାଇବାର ଚେଷ୍ଟା କରିବ । ଅନ୍ତିମ ଦୁଇ ମ୍ୟାଚ୍‌ ସୁପର ଓଭରକୁ ଯାଇଥିବାରୁ ଏହି ମ୍ୟାଚ୍‌ ମଧ୍ୟ ରୋମାଞ୍ଚକର ରହିବା ନେଇ ଆଶା କରାଯାଉଛି । ଏହି ମ୍ୟାଚ୍‌ ପାଇଁ ଭାରତ କୋହଲି ଏବଂ ରାହୁଲଙ୍କୁ ବିଶ୍ରାମ ଦେଇ ପାରେ । ସେହିପରି ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମ୍‌ସନ୍‌ ଏହି ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରୁଥିବାରୁ ଡାରିଲ୍‌ ମିଚେଲ୍‌ଙ୍କୁ ବାହାରେ ବସିବାକୁ ପଡିବ ।