Categories
ଜାତୀୟ ଖବର ବିଶେଷ ଖବର

୨୦୨୪ରେ ଭାରତ ଯୋଡୋ ଯାତ୍ରା ଓ ନୂଆ ଚେହେରାରେ କଂଗ୍ରେସ ଲାଭବାନ ହେବ କି ?

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱାଧୀନ ଦଳ ଜାନୁଆରୀ ଦ୍ୱିତୀୟ ସପ୍ତାହରୁ ଭାରତ ଯୋଡ଼ୋ ଯାତ୍ରାର ଦ୍ୱିତୀୟ ଭାଗ ଆରମ୍ଭ କରିବ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଡିସେମ୍ବର ୨୧ ରେ ସିଡବ୍ଲ୍ୟୁସି ବୈଠକରେ ଭାରତ ଯୋଡ଼ୋ ଯାତ୍ରା ଭାଗ ୨ ବିଷୟରେ ଉଲ୍ଲେଖ କରିଥିଲେ। ଦ୍ୱିତୀୟ ଭାଗରେ ଭାରତ ଯୋଡ଼ୋ ଯାତ୍ରା ଅରୁଣାଚଳ ପ୍ରଦେଶରୁ ଗୁଜରାଟ ପର୍ଯ୍ୟନ୍ତ ଚାଲିବ।

ଗତବର୍ଷ ସେପ୍ଟେମ୍ବର ୧୨ ତାରିଖରେ ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ୋ ଯାତ୍ରା ୨୦୨୩ ଜାନୁଆରୀ ୩୦ରେ ଜମ୍ମୁ-କଶ୍ମୀରରେ ଶେଷ ହୋଇଥିଲା ଏବଂ କଂଗ୍ରେସ ଏହାକୁ ସଫଳ ବୋଲି ବର୍ଣ୍ଣନା କରିବା ସହ ଦଳକୁ ଲୋକଙ୍କ ଭଲ ସମର୍ଥନ ମିଳିଛି ବୋଲି ଦାବି କରିଥିଲା। ଏହାପରେ ଭାରତ ଯୋଡ଼ୋ ଯାତ୍ରା ୧୨ଟି ରାଜ୍ୟକୁ ଅତିକ୍ରମ କରି ୧୩୬ ଦିନରେ ୪,୦ କିଲୋମିଟରରୁ ଅଧିକ ଯାତ୍ରା କରିଥିଲା।

କଂଗ୍ରେସ ଦଳ କହିଛି ଯେ ଏହାର ଭାରତ ଯୋଡ଼ୋ ଯାତ୍ରାର ଉଦ୍ଦେଶ୍ୟ ରାଜନୈତିକ ନୁହେଁ, ବରଂ ଲୋକଙ୍କୁ ଯୋଡ଼ିବା। ତେବେ ଏହି ଗସ୍ତ ସମୟରେ ରାହୁଲ ଗାନ୍ଧି କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ଏବେ ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସକୁ ଭାରତ ଯୋଡ଼ୋ ଯାତ୍ରାର ଫାଇଦା ମିଳିବ କି ଏବଂ ଦଳରେ ନୂଆ ଚେହେରାଙ୍କୁ ସାମିଲ କରାଯିବ କି, ଏହା ଏକ ବଡ଼ ପ୍ରଶ୍ନ।

ସି ଭୋଟରର ଓପିନିୟନ ପୋଲରେ ଯେତେବେଳେ ଲୋକଙ୍କୁ ଏହି ପ୍ରଶ୍ନ ପଚରାଯାଇଥିଲା, ସେତେବେଳେ ଆଶ୍ଚର୍ଯ୍ୟଜନକ ଉତ୍ତର ସାମ୍ନାକୁ ଆସିଥିଲା। ୨୦୨୪ରେ ଭାରତ ଯୋଡୋ ଯାତ୍ରାର ଫାଇଦା କଂଗ୍ରେସ ପାଇବ ନାହିଁ ବୋଲି ଜନମତ ସର୍ବେକ୍ଷଣରେ ଅଧିକ ପ୍ରତିଶତ ଲୋକ କହିଛନ୍ତି। ଏଥିସହିତ ନୂଆ ଚେହେରାଙ୍କୁ ସାମ୍ନାକୁ ଆଣିବାର ଫାଇଦା ଦଳକୁ ମିଳିବ ନାହିଁ ବୋଲି ଅନେକ ଲୋକ କହିଛନ୍ତି।