Categories
ଆଜିର ଖବର ଜାତୀୟ ଖବର

ଭାରତ ରତ୍ନ ପାଇଁ ଆଉ ତିନିଜଣଙ୍କ ନାମ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ତିନିଜଣଙ୍କ ନାମ ଭାରତ ରତ୍ନ ସମ୍ମାନ ପାଇଁ ଘୋଷଣା କରିଛନ୍ତି। ସେମାନେ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହ ରାଓ, ପୂର୍ବତନ ପ୍ରଧାନମନ୍ତ୍ରୀ ଚୈଧୁରୀ ଚରଣ ସିଂ ଏବଂ କୃଷି ବିଜ୍ଞାନୀ ଏମ ଏସ ସ୍ବାମୀନାଥମ। ଏ ନେଇ ପ୍ରଧାନମନ୍ତ୍ରୀ ତାଙ୍କ ସାମାଜିକ ଗଣମାଧ୍ୟମରେ ସୂଚନା ପ୍ରଧାନ କରିଛନ୍ତି।

ଭିନ୍ନ ଭିନ୍ନ ଦୁଇଟି ପୋଷ୍ଟରେ ସେ ଉଭୟ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ବେଶ ପ୍ରଶଂସା ମଧ୍ୟ କରିଛନ୍ତି। ସେ ନରସିଂହ ରାଓଙ୍କୁ ନେଇ କହିଛନ୍ତି ଯେ, ତାଙ୍କ ପ୍ରଧାନମନ୍ତ୍ରୀତ୍ବ ସମୟରେ ଦେଶ ବେଶ ଉନ୍ନତି କରିପାରିିଛି। ତାଙ୍କ ସମୟରେ ବିଶ୍ବ ବଜାରରେ ଭାରତରେ ପ୍ରବେଶ, ଅର୍ଥନୈତିକ ପ୍ରଗତି, ବୈଦେଶିକ ନୀତି, ଶିକ୍ଷା ପ୍ରଭୃତି କ୍ଷେତ୍ରରେ ତାଙ୍କର ଅବଦାନ ସ୍ମରଣୀୟ। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଚୈଧୁରୀ ଚରଣସିଂଙ୍କ କାର୍ଯ୍ୟକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି।

ସେହିପରି ଏମ ଏସ ସ୍ବାମୀନାଥନଙ୍କୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶରେ କୃଷି ଓ କୃଷକଙ୍କର ଉନ୍ନତି କ୍ଷେତ୍ରରେ ସେ ବେଶ ଉଲ୍ଲଖୀନୟ କାର୍ଯ୍ୟ କରିଛନ୍ତି। ଦେଶର ଘଡିସନ୍ଧି ମୂର୍ହୁତରେ ସେ କୃଷି ଆନ୍ଦୋଳନ ସୃଷ୍ଟି କରି ଏକ ଉଲ୍ଲେଖନୀୟ ଅବଦାନ ସୃଷ୍ଟି କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ: ଜାଣନ୍ତୁ ସେ କିଏ?

ନୂଆଦିଲ୍ଲୀ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କରପୂରୀ ଠାକୁରଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବ। କର୍ପୂରୀ ଠାକୁରଙ୍କୁ ମରଣୋତ୍ତର ଭାରତ ରତ୍ନ ପ୍ରଦାନ କରାଯିବ। କେନ୍ଦ୍ରର ମୋଦି ସରକାର ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ଏହି ଘୋଷଣା କରିଛନ୍ତି। ଜାନୁଆରୀ ୨୪ ହେଉଛି କର୍ପୁରୀ ଠାକୁରଙ୍କ ୧୦୦ତମ ଜୟନ୍ତୀ। ତାଙ୍କ ଜନ୍ମବାର୍ଷିକୀର ଗୋଟିଏ ଦିନ ପୂର୍ବରୁ ସରକାର କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ ଦେବାକୁ ଘୋଷଣା କରିଛନ୍ତି। ବିଜେପି ରାଜ୍ୟସଭା ସାଂସଦ ସୁଶୀଲ କୁମାର ମୋଦୀ କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ ମିଳିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ଜାନୁଆରୀ ୨୪ତାରିଖରେ କେନ୍ଦ୍ର ସରକାର କର୍ପୂରୀ ଠାକୁରଙ୍କ ଜନ୍ମଶତବାର୍ଷିକୀ ଅବସରରେ ଏକ ମୁଦ୍ରା ଓ ନୂଆ ଫର୍ମ ଡାକ ଟିକଟ ମଧ୍ୟ ଜାରି କରିବେ।

କର୍ପୂରୀ ଠାକୁରଙ୍କୁ ‘ଭାରତ ରତ୍ନ’ ମିଳିବା ନେଇ କ’ଣ କହିଲେ ପ୍ରଧାନମନ୍ତ୍ରୀ ମୋଦି?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରପୂରୀ ଠାକୁରଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ମୁଁ ଖୁସି ଯେ ସାମାଜିକ ନ୍ୟାୟର ପ୍ରତୀକ ମହାନ ଜନନାୟକ କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନରେ ସମ୍ମାନିତ କରିବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି, ତାହା ମଧ୍ୟ ଆମେ ତାଙ୍କ ଜନ୍ମ ଶତବାର୍ଷିକୀ ପାଳନ କରୁଛୁ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କର୍ପୂରୀ ଠାକୁର, ଦଳିତଙ୍କ ଉନ୍ନତି ପାଇଁ ତାଙ୍କର ଅତୁଟ ପ୍ରତିବଦ୍ଧତା ଏବଂ ତାଙ୍କ ଦୂରଦର୍ଶୀ ନେତୃତ୍ୱ ଭାରତର ସାମାଜିକ-ରାଜନୈତିକ ଢାଞ୍ଚାରେ ଏକ ଅବିସ୍ମରଣୀୟ ଛାପ ଛାଡ଼ିଛନ୍ତି। ଏହି ପୁରସ୍କାର କେବଳ ତାଙ୍କ ଉଲ୍ଲେଖନୀୟ ଅବଦାନକୁ ସମ୍ମାନିତ କରେ ନାହିଁ, ବରଂ ଏକ ଅଧିକ ନ୍ୟାୟପୂର୍ଣ୍ଣ ଏବଂ ସମାନ ସମାଜ ଗଠନର ତାଙ୍କର ଅଭିଯାନ ଜାରି ରଖିବାକୁ ଆମକୁ ପ୍ରେରଣା ଦେଇଥାଏ।

ତାଙ୍କର ଲୋକପ୍ରିୟତା କାରଣରୁ କର୍ପୂରୀ ଠାକୁରଙ୍କୁ ଜନନାୟକ କୁହାଯାଏ। ସେ ବିହାରର ସମସ୍ତିପୁରରେ ଜନ୍ମଗ୍ରହଣ କରିଥିଲେ। କର୍ପୂରୀ ଠାକୁରଙ୍କୁ କେନ୍ଦ୍ର ସରକାର ଭାରତ ରତ୍ନ (ମରଣୋତ୍ତର) ପ୍ରଦାନ କରୁଛନ୍ତି। ସମାଜର ଅବହେଳିତ ବର୍ଗଙ୍କ ଉନ୍ନତି ପାଇଁ କରପୁରୀ ଠାକୁର ତାଙ୍କର ଅକ୍ଳାନ୍ତ ପ୍ରୟାସ ପାଇଁ ଜଣାଶୁଣା। ସେ ଜଣେ ଦୁର୍ନୀତି ବିରୋଧୀ ନେତା ଭାବରେ ମଧ୍ୟ ପ୍ରସିଦ୍ଧ ଥିଲେ। ତାଙ୍କ ଶାସନ କାଳରେ କାର୍ଯ୍ୟକାରୀ ହୋଇଥିବା ଭୂମି ସଂସ୍କାର ଯୋଜନା ଓ ଶିକ୍ଷା ସଂସ୍କାର ଯୋଜନା ସମଗ୍ର ଦେଶରେ ବ୍ୟାପକ ପ୍ରଭାବ ପକାଇଥିଲା।

କର୍ପୂରୀ ଠାକୁର କିଏ ଥିଲେ?

କର୍ପୂରୀ ଠାକୁର ସମସ୍ତିପୁର ଜିଲ୍ଲାର ପିତାଉଜିଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। କରପୂରୀ ଠାକୁର ୧୯୪୦ ମସିହାରେ ପାଟନାରୁ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହାପରେ ସେ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ। ସେ ସମାଜବାଦର ମାର୍ଗ ବାଛିଥିଲେ। ୧୯୪୨ମସିହାରେ ସେ ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନରେ ମଧ୍ୟ ଯୋଗ ଦେଇଥିଲେ। ଏହି କାରଣରୁ ତାଙ୍କୁ ଜେଲରେ ମଧ୍ୟ ରହିବାକୁ ପଡ଼ିଥିଲା। କର୍ପୂରୀ ଠାକୁର ବିହାରର ଦ୍ୱିତୀୟ ଉପମୁଖ୍ୟମନ୍ତ୍ରୀ ଏବଂ ଦୁଇଥର ମୁଖ୍ୟମନ୍ତ୍ରୀ ହୋଇଥିଲେ।

କରପୂରୀ ଠାକୁରଙ୍କୁ ‘ଭାରତ ରତ୍ନ’ ଦେବାକୁ ଦୀର୍ଘଦିନ ଧରି ଦାବି ହୋଇ ଆସୁଥିଲା

ଦୀର୍ଘଦିନ ଧରି ବିହାରରୁ କରପୁରୀ ଠାକୁରଙ୍କୁ ଭାରତ ରତ୍ନ ଦେବା ପାଇଁ ଦାବି ଜୋର ଧରିଛି। ବିହାରରେ କର୍ପୂରୀ ଠାକୁର କ୍ଷମତାରେ ଥିବାବେଳେ ପଛୁଆ ବର୍ଗଙ୍କ ପାଇଁ ୧୨ ପ୍ରତିଶତ ସଂରକ୍ଷଣ ଲାଗୁ କରିଥିଲେ। ସେତେବେଳେ ଜନସଂଘର ବରିଷ୍ଠ ନେତା କୈଳାସ ପତି ମିଶ୍ର ତାଙ୍କ ସରକାରରେ ଅର୍ଥମନ୍ତ୍ରୀ ଥିଲେ। ସେ କରପୂରୀ ଠାକୁରଙ୍କ ସଂରକ୍ଷଣ ନୀତିକୁ ମଧ୍ୟ ସମର୍ଥନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

Breaking News: ଘୋଷଣା ହେଲା ଦେଶର ସର୍ବୋଚ୍ଚ ସମ୍ମାନ ‘ଭାରତ ରତ୍ନ’ ପୁରସ୍କାର

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପୂର୍ବରୁ ଆଜି କେନ୍ଦ୍ର ସରକାର ଭାରତ ରତ୍ନ ପୁରସ୍କାର ଘୋଷଣା କରିଛନ୍ତି। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁର ଦେଶର ଏହି ସର୍ବୋଚ୍ଚ ସମ୍ମାନ ପାଇବେ। ତାଙ୍କୁ ମରଣୋତ୍ତର ଭାବେ ଏହି ପୁରସ୍କାର ପ୍ରଦାନ କରାଯିବ। ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ସୂଚନା ପ୍ରଦାନ କରିଛନ୍ତି।

ସେ କହିଛନ୍ତି ଯେ, ମୁଁ ଆନନ୍ଦିତ ଯେ ଭାରତ ସରକାର ସାମାଜିକ ନ୍ୟାୟ, ମହାନ ଜନ ନାୟକ କର୍ପୁରୀ ଠାକୁର ଜୀଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆମେ ଯେତେବେଳେ ତାଙ୍କ ଜନ୍ମ ଶତବାର୍ଷିକୀ ପାଳନ କରୁଛୁ ସେତେବେଳେ ଏହି ପୁରସ୍କାର ପାଇଁ ତାଙ୍କୁ ମନୋନିତ କରାଯିବା ଖୁସରି କଥା।  ସେ କହିଛନ୍ତି ଯେ, ଦଳିତ, ସମାନତା ଏବଂ ସଶକ୍ତିକରଣ ପାଇଁ ତାଙ୍କର ଚିରନ୍ତନ ଉଦ୍ୟମ ସ୍ମରଣୀୟ ହୋଇ ରହିଛି।

ସ୍ବର୍ଗତ କର୍ପୁରୀ ଠାକୁର ବିହାର ଥରେ ଉପମୁଖ୍ୟମନ୍ତ୍ରୀ ଏବଂ ଦୁଇଥର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ସେ 1977 ରୁ 1979 ମସିହା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ। ସେତେବେଳେ ସେ ଓବିସି ସଂରକ୍ଷଣକୁ ଲାଗୁ କରିଥିଲେ। ସେ ଜଣେ ଜନନେତା ଭାବେ ବେଶ ପରିଚିତ ଥିଲେ। ନିର୍ବାଚନ ଯୁଦ୍ଧରେ ସେ ଯେବେଠାରୁ ଅବତୀର୍ଣ୍ଣ ହୋଇଥିଲେ ସେବେଠାରୁ ସେ କେବେ ହାରି ନ ଥିଲେ। ତାଙ୍କର ବିୟୋଗ 1988 ମସିହା ଫେବୃୟାରୀ 17 ତାରିଖରେ ହୋଇଥିଲା।