ଭାରତ ରତ୍ନ ପାଇଁ ଆଉ ତିନିଜଣଙ୍କ ନାମ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Published: Feb 9, 2024, 12:55 pm IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ତିନିଜଣଙ୍କ ନାମ ଭାରତ ରତ୍ନ ସମ୍ମାନ ପାଇଁ ଘୋଷଣା କରିଛନ୍ତି। ସେମାନେ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହ ରାଓ, ପୂର୍ବତନ ପ୍ରଧାନମନ୍ତ୍ରୀ ଚୈଧୁରୀ ଚରଣ ସିଂ ଏବଂ କୃଷି ବିଜ୍ଞାନୀ ଏମ ଏସ ସ୍ବାମୀନାଥମ। ଏ ନେଇ ପ୍ରଧାନମନ୍ତ୍ରୀ ତାଙ୍କ ସାମାଜିକ ଗଣମାଧ୍ୟମରେ ସୂଚନା ପ୍ରଧାନ କରିଛନ୍ତି।

ଭିନ୍ନ ଭିନ୍ନ ଦୁଇଟି ପୋଷ୍ଟରେ ସେ ଉଭୟ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ବେଶ ପ୍ରଶଂସା ମଧ୍ୟ କରିଛନ୍ତି। ସେ ନରସିଂହ ରାଓଙ୍କୁ ନେଇ କହିଛନ୍ତି ଯେ, ତାଙ୍କ ପ୍ରଧାନମନ୍ତ୍ରୀତ୍ବ ସମୟରେ ଦେଶ ବେଶ ଉନ୍ନତି କରିପାରିିଛି। ତାଙ୍କ ସମୟରେ ବିଶ୍ବ ବଜାରରେ ଭାରତରେ ପ୍ରବେଶ, ଅର୍ଥନୈତିକ ପ୍ରଗତି, ବୈଦେଶିକ ନୀତି, ଶିକ୍ଷା ପ୍ରଭୃତି କ୍ଷେତ୍ରରେ ତାଙ୍କର ଅବଦାନ ସ୍ମରଣୀୟ। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଚୈଧୁରୀ ଚରଣସିଂଙ୍କ କାର୍ଯ୍ୟକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି।

ସେହିପରି ଏମ ଏସ ସ୍ବାମୀନାଥନଙ୍କୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶରେ କୃଷି ଓ କୃଷକଙ୍କର ଉନ୍ନତି କ୍ଷେତ୍ରରେ ସେ ବେଶ ଉଲ୍ଲଖୀନୟ କାର୍ଯ୍ୟ କରିଛନ୍ତି। ଦେଶର ଘଡିସନ୍ଧି ମୂର୍ହୁତରେ ସେ କୃଷି ଆନ୍ଦୋଳନ ସୃଷ୍ଟି କରି ଏକ ଉଲ୍ଲେଖନୀୟ ଅବଦାନ ସୃଷ୍ଟି କରିଛନ୍ତି।

Related posts