Categories
ଆଜିର ଖବର ମନୋରଂଜନ ସିନେମା

‘ଭୂତ’ର ଟ୍ରେଲର ରିଲିଜ୍‌ : ମିଳିଲା ମିଶ୍ର ପ୍ରତିକ୍ରିୟା

ମୁମ୍ବାଇ : ବିକି କୌଶଲ୍‌ ଓ ଭୂମି ପେଡେନ୍‌କରଙ୍କ ଅଭିନୀତ ଫିଲ୍ମ ‘ଭୂତ୍‌’ର ଆଜି ଟ୍ରେଲର୍‌ ରିଲିଜ୍‌ ହୋଇଛି । ଏହି ଫିଲ୍ମଟି ବହୁ ସମୟ ଧରି ଚର୍ଚ୍ଚାରେ ରହିଛି । ତେବେ ଏହାର ଟ୍ରେଲରକୁ ଦର୍ଶକଙ୍କ ମିଶ୍ର ପ୍ରତିକ୍ରିୟା ମିଳିଛି । କେହି କେହି ଏହାକୁ ବେକାର କହିଥିବାବେଳେ କେହି କେହି ଏହାର କାହାଣୀକୁ ପସନ୍ଦ କରିଛନ୍ତି । ଏହି ଟ୍ରେଲର୍‌ରେ ଆମାଜନ୍‌ ସମୁଦ୍ରରେ ରହିଥିବା ଏକ ଜାହାଜର କାହାଣୀକୁ ଦର୍ଶାଯାଇଛି । ଯାହାର ଯାଞ୍ଚ ପାଇଁ ବିକିଙ୍କୁ ଦାୟିତ୍ବ ଦିଆଯାଇଛି । ଜାହାଜକୁ ଯାଞ୍ଚ କରିବା ସମୟରେ କିଛି ଅଜବ ଘଟଣା ଦେଖିଛନ୍ତି ବିକି ।  ଫିଲ୍ମରେ ବିକିଙ୍କ ଚରିତ୍ରଙ୍କ ନାମ ପୃଥ୍ବୀ ରହିଛି । କରନ୍‌ ଜୋହରଙ୍କ ପ୍ରଯୋଜିତ ଏହି ଫିଲ୍ମଟିକୁ ଭାନୁ ପ୍ରତାପ ସିଂ ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମଟି ଆସନ୍ତା ଫେବୃଆରୀ 21 ତାରିଖରେ ପରଦା ଉପରକୁ ଆସିବ । ଏହି ଫିଲ୍ମ ସହିତ ଆୟୁଷ୍ମାନ ଖୁରାନାଙ୍କ ‘ଶୁଭ ମଙ୍ଗଲ୍‌ ଜ୍ୟାଦା ସାବଧାନ୍‌’ ମଧ୍ୟ ରିଲିଜ୍‌ ହେଉଛି ।