Categories
ଆଜିର ଖବର ଜାତୀୟ ଖବର

ଟ୍ରମ୍ପ-ମୋଦି ଦ୍ବିପାକ୍ଷିକ ବୈଠକ : 3 ବିଲିୟନ୍‌ ଡଲାରର ପ୍ରତିରକ୍ଷା ଚୁକ୍ତି

ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଏକ ଦ୍ବିପାକ୍ଷିକ ଅନୁଷ୍ଠିତ ହୋଇଛି । ଏହି ବୈଠକ ପରେ ଉଭୟ ନେତାଙ୍କ ପକ୍ଷରୁ ଏକ ମିଳିତ ବକ୍ତବ୍ୟ ଜାରି କରାଯାଇଛି । ଏହି ଦ୍ବିପାକ୍ଷିକ ଆଲୋଚନାରେ 3 ବିଲିୟନ୍‌ ଡଲାରର ଚୁକ୍ତି ହୋଇଥିବା ଜଣାପଡିଛି । ମିଳିତ ବକ୍ତବ୍ୟରେ ଟ୍ରମ୍ପ ଭାରତ ଏବଂ ମୋଦିଙ୍କୁ ପ୍ରଶଂସା କରିଛନ୍ତି । ଭାରତକୁ ଆସିବା ପରେ ମୋଦି ଏବଂ ସାଧାରଣ ଜନତାଙ୍କ ପକ୍ଷରୁ ମିଳିଥିବା ଉଚ୍ଛ୍ବସିତ ସମ୍ବର୍ଦ୍ଧନାକୁ ଟ୍ରମ୍ପ ପ୍ରଶଂସା କରିଛନ୍ତି । ସେହିପରି ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନିଜ ବ୍ୟସ୍ତ ସୂଚୀ ମଧ୍ୟରୁ ସମୟ ବାହାର କରି ଟ୍ରମ୍ପ ଭାରତ ଗସ୍ତରେ ଆସିଥିବାରୁ ମୋଦି ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଭିନ୍ନ ପ୍ରତିରକ୍ଷା ଉପକରଣ ଯେପରିକି ଆପାଚେ ହେଲିକପ୍ଟର ଏବଂ ଏମ୍‌ଏଚ୍‌ 60 ରୋମିଓ ହେଲିକପ୍ଟର ଆମେରିକା ଠାରୁ କିଣିବ ବୋଲି ଜଣାପଡିଛି । ଏହି ଦ୍ବିପାକ୍ଷିକ ଆଲୋଚନାର ଅନ୍ୟ ଚୁକ୍ତି ଗୁଡିକ ସମ୍ପର୍କରେ ସୂଚନା ମିଳିନଥିଲେ ମଧ୍ୟ ମହିଳା ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ନିଯୁକ୍ତିକୁ ନେଇ ବିଭିନ୍ନ ଚୁକ୍ତି ସ୍ବାକ୍ଷରିତ ହୋଇଛି । (ଏଜେନ୍ସି)