Categories
ଆଜିର ଖବର

ଅର୍ଥନୀତିରେ ସୁଧାର ନଆସିଲେ ବିଜେପି ମୁକ୍ତ ଭାରତ ସମ୍ଭବ : ସ୍ବାମୀ

ନୂଆଦିଲ୍ଲୀ, 24/12 : ଝାରଖଣ୍ଡରେ ବିଜେପିର ପରିଚୟ ନେଇ ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ବାମୀ ମତ ରଖିଛନ୍ତି । ବିଜେପି ସର୍ବଦା କଂଗ୍ରେସ ମୁକ୍ତ ଭାରତ ସମ୍ପର୍କରେ ଆଲୋଚନା କରୁଥିବା ବେଳେ ପ୍ରଥମ ଥର ପାଇଁ କଂଗ୍ରେସ ଏବଂ ଅନ୍ୟ ରାଜନୈତିକ ଦଳ ପକ୍ଷରୁ ବିଜେପି ମୁକ୍ତ ଭାରତର ନାରା ଦିଆଯାଇଛି । ଯଦି କେନ୍ଦ୍ର ସରକାର ଅର୍ଥନୈତିକ ବ୍ୟବସ୍ଥାରେ ସୁଧାର ନ କରନ୍ତି ତେବେ ବିଜେପି ମୁକ୍ତ ଭାରତ ସମ୍ଭବ ବୋଲି ସ୍ବାମୀ ପ୍ରକାଶ କରିଛନ୍ତି । ଅର୍ଥନୀତିକୁ ସୁଧାରିବା ପାଇଁ କେନ୍ଦ୍ର ସରକାରଙ୍କୁ କିଛି କଡା ପଦକ୍ଷେପ ଗ୍ରହଣ କରିବାକୁ ପଡିବ ନଚେତ୍‌ କଂଗ୍ରେସର ନାରା ସଫଳ ହେବାରେ ସମୟ ଲାଗିବ ନାହିଁ ବୋଲି ସ୍ବାମୀ କହିଛନ୍ତି । ମଙ୍ଗଳବାର ଦଳର ବରିଷ୍ଠ ନେତା ମାନଙ୍କୁ ଚେତାବନୀ ଦେଇ ସ୍ବାମୀ କହିଛନ୍ତି ଦେଶର ଅର୍ଥନୀତିକୁ ସୁଧାରିବାକୁ ପଡିବ । ଏହା ସହିତ ନରେନ୍ଦ୍ର ମୋଦୀଙ୍କ ଉପଦେଷ୍ଟାଙ୍କୁ ସ୍ବାମୀ ସମାଲୋଚନା କରିଛନ୍ତି । ଦେଶର ଅର୍ଥନୈତିକ ବିଧିବ୍ୟବସ୍ଥାକୁ ନେଇ ମୋଦିଙ୍କୁ ଉପଦେଷ୍ଟା ମଣ୍ଡଳୀ ଅନ୍ଧାରରେ ରଖୁଛନ୍ତି ବୋଲି ସ୍ବାମୀ ଅଭିଯୋଗ କରିଛନ୍ତି । (ଏଜେନ୍ସୀ)