ଭୁବନେଶ୍ବର : ଗଞ୍ଜାମ ଜିଲ୍ଲା ପରେ ଏବେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ କରୋନା ମାମଲା ଚିହ୍ନଟ ହେଉଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ରାଜଧାନୀ ଭୁବନେଶ୍ବରର ସ୍ଥିତି ମଧ୍ୟ ସଙ୍ଗୀନ୍ ରହିଛି । ଭୁବନେଶ୍ବର କରୋନା ସ୍ଥିତି ନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ପ୍ରେସ୍ ମିଟ୍ କରିଛନ୍ତି । ଭୁବନେଶ୍ବରରେ ଏବେ 3ହଜାର 683 ଆକ୍ଟିଭ୍ କେସ୍ ରହିଛି । ସହରର 75 ପ୍ରତିଶତ ଆକ୍ରାନ୍ତ ହୋମ୍ ଆଇସୋଲେସନ୍ରେ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ବିଏମ୍ସି କମିଶନର । 10 ହଜାର ଲୋକେ ହୋମ୍ ଆଇସୋଲେଟ୍ରେ ରହି ସାରିଛନ୍ତି । 10 ହଜାର ଲୋକଙ୍କ ମଧ୍ୟରୁ 7 ହଜାର ସୁସ୍ଥ ହୋଇ ସାରିଲେଣି ବୋଲି ସୂଚନା ଦେଇଛନ୍ତି ବିଏମ୍ସି କମିଶନର । ଭୁବନେଶ୍ବରରେ ଆଉ 60 କୋଭିଡ୍ ଆଇସିୟ ବେଡ୍ ବୃଦ୍ଧି କରାଯାଇଛି। ଭୁବନେଶ୍ବରରେ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି ବୋଲି କହିଛନ୍ତି ବିଏମ୍ସି କମିଶନର । ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମଣ ମାମଲା 2 ଲକ୍ଷ ଟପି ସାରିଛି । ସେହିପରି ମୃତ୍ୟୁ ସଂଖ୍ୟା 767ରେ ପହଞ୍ଚିଛି ।
Tag: bmc
ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 325 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 325 ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ୍ରୁ 101 ଜଣ ଥିବାବେଳେ ଲୋକାଲ୍ କେସ୍ 224ଟି ରହିଛି ବୋଲି ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି ।
କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା 101 ଜଣଙ୍କ ମଧ୍ୟରେ ଭିଏସଏସ ନଗରରୁ 7ଜଣ, ଶହୀଦ ନଗରରୁ 3 ଜଣ, ଡମଣାରୁ 6 ଜଣ ହଂସପାଳରୁ 9ଜଣ ରହିଛନ୍ତି ।
224 ଲୋକାଲ କେସ୍ ମଧ୍ୟରୁ ରସୁଲଗଡରୁ 11 ଜଣ, ନୟାପଲ୍ଲୀରୁ 8ଜଣ, ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀରୁ 4ଜଣ, ଜୟଦେବବିହାରରୁ 7ଜଣ, ଝାରପଡାରୁ 6 ଜଣ, ଡମଣାରୁ 5 ଜଣ ରହିଥିବାବେଳେ ଘରୋଇ ହସ୍ପିଟାଲର 8 ଜଣ କର୍ମଚାରୀ ରହିଛନ୍ତି।
ସେହିପରି ଆଜି ରାଜଧାନୀ ଭୁବନେଶ୍ବରରୁ 420 ଜଣ ସୁସ୍ଥ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟ ରାଜଧାନୀରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 17 ହଜାର 620ରେ ପହଞ୍ଚିଥିବାେବଳେ ସୁସ୍ଥଙ୍କ ସଂଖ୍ୟା 13 ହଜାର 114ରେ ପହଞ୍ଚିଛି । ସେହିପରି ରାଜଧାନୀ ଭୁବନେଶ୍ବରରୁ 67 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା ଭୁବନେଶ୍ବରରେ 4 ହଜାର 426ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।
ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 409 ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ 409 ପଜିଟିଭଙ୍କ ମଧ୍ୟରୁ 242 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 167ଜଣ ଲୋକାଲ କଣ୍ଟାକ୍ଟ କେସ୍ ବୋଲି ବିଏମ୍ସି ଟୁଇଟ୍ ଯୋଗେ ସୂଚନାଦେଇଛି ।
କ୍ବାରେଣ୍ଟାଇନ୍ରୁ ଚିହ୍ନଟ 242ଜଣଙ୍କ ମଧ୍ୟରେ ଷ୍ଟେସନ ସ୍କୋୟାରରୁ 7ଜଣ, ଚନ୍ଦ୍ରଶେଖରପୁରରୁ 11ଜଣ, 6ଜଣ ସରକାରୀ କର୍ମଚାରୀ ରହିଥିବାବେଳେ କେଳାବସ୍ତିରୁ 8ଜଣ, ବେହେରାସାହିରୁ 5 ଜଣ, 5ଜଣ ସରକାରୀ ହସ୍ପିଟାଲ କର୍ମଚାରୀ ରହିଛନ୍ତି ।
167ଜଣ ଲୋକାଲ୍ କଣ୍ଟାକ୍ଟ ମଧ୍ୟରୁ ଭିଏସଏସ ନଗରରୁ 10 ଜଣ, ନୟାପଲ୍ଲୀରୁ 6ଜଣ, ଶହୀଦନଗରରୁ 5 ଜଣ, ବାୟାବାବା ମଠ ନିକଟରୁ ଜଣେ, ଖଣ୍ଡଗିରିରୁ ଚାରିଜଣ ରହିଛନ୍ତି ।
ସେହିପରି ଆଜି ରାଜଧାନୀ ଭୁବନେଶ୍ବରରୁ 344ଜଣ ସୁସ୍ଥ ହୋଇଛନ୍ତି । ରାଜଧାନୀରେ ନୂତନ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା 12 ହଜାର 812ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି ସାତ ହଜାର 867ଜଣ । ସେହିପରି ଭୁବନେଶ୍ବରରେ ମୃତ୍ୟୁ ସଂଖ୍ୟା 47ରେ ପହଞ୍ଚିଥିବାବେଳେ ଏବେ ସୁଦ୍ଧା ସକ୍ରିୟ ଆକ୍ରାନ୍ତ ରହିଛନ୍ତି 4 ହଜାର 886 ଜଣ ।
ଭୁବନେଶ୍ବର : ଆଜି ଭୁବନେଶ୍ବରରୁ 541ଜଣ ପଜିଟିଭ୍ ଚିହ୍ନଟ ହୋଇଛି । ଆଜି ଚିହ୍ନଟ 541ଜଣଙ୍କ ମଧ୍ୟରେ 220 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 321ଜଣ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି । ସେହିପରି ଆଜି ରାଜଧାନୀ ଭୁବନେଶ୍ବରରୁ 300 ଜଣ ସୁସ୍ଥ ହୋଇଛନ୍ତି ।
ଆଜି ଚିହ୍ନଟ ହୋଇଥିବା କ୍ବାରେଣ୍ଟାଇନ୍ରୁ 220 ଜଣଙ୍କ ମଧ୍ୟରେ ଘରୋଇ ହସ୍ପିଟାଲରୁ 23ଜଣ କର୍ମଚାରୀ ଚିହ୍ନଟ ହୋଇଥିବାବେଳେ 16ଜଣ ପୋଲିସ କର୍ମଚାରୀ ରହିଛନ୍ତି, ନିଳାଦ୍ରି ବିହାର, ପଣ୍ଡା ପାର୍କ ନିକଟରୁ 7 ଜଣ, ୟୁନିଟ୍ – 8ରୁ 5 ଜଣ, ୟୁନିଟ୍ -6ରୁ ଚିହ୍ନଟ ହୋଇଛନ୍ତି ।
ସେହିପରି ଚିହ୍ନଟ 321 ଜଣଙ୍କ ମଧ୍ୟରେ ଖଣ୍ଡଗିରିରୁ 6ଜଣ, ଲକ୍ଷ୍ମୀସାଗରର 7ଜଣ, ମାଷ୍ଟରକ୍ୟାଣ୍ଟିନ୍ ଛକରୁ 6 ଜଣ, ଭୀମଟାଙ୍କି ହାଉସିଂବୋର୍ଡ କଲୋନୀରୁ 4 ଜଣ, 11ଜଣ ବ୍ୟାଙ୍କ କର୍ମଚାରୀ ରହିଥିବାବେଳେ ଶୈଳଶ୍ରୀବିହାରରୁ 10ଜଣ, ଭୀମପୁର, କେଳା ବସ୍ତିରୁ 11ଜଣ, ପଟିଆରୁ 11 ଜଣ, ଚିନ୍ତାମଣିଶ୍ବରରୁ 7 ଜଣ, ନିଳାଦ୍ରି ବିହାରରୁ 5ଜଣ, ଭୋଇନଗରରୁ 2 ଜଣ ରହିଛନ୍ତି ।
ନୂତନ 541ଜଣ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 11ହଜାର 273ରେ ପହଞ୍ଚିଛି । ସେହିପରି 6ହଜାର 935ଜଣ ସୁସ୍ଥ ହୋଇଥିବାବେଳେ 44ଜଣଙ୍କ ମୃତ୍ୟୁ ହୋଇଛି । ଏବେ ସୁଦ୍ଧା 4 ହଜାର 282ଜଣ ସକ୍ରିୟ ମାମଲା ରହିଛି ।
ଭୁବନେଶ୍ବର : ଆଜି ଭୁବନେଶ୍ବରରୁ 307 ଜଣ ପଜିଟିଭ୍ ଚିହ୍ନଟ ହୋଇଛି । ମୋଟ୍ 307ପଜିଟିଭ୍ରୁ 135ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 172ଜଣ ଲୋକାଲ୍ କଣ୍ଟାକ୍ଟ କେସ୍ରୁ ଚିହ୍ନଟ ହୋଇଛନ୍ତି ।
ଆଜି କ୍ବାରେଣ୍ଟାଇନ୍ରି ଚିହ୍ନଟ ହୋଇଥିବା 135ଜଣଙ୍କ ମଧ୍ୟରେ ଓୟୁଏଟି କଲେଜରୁ 20ଜଣ ରହିଥିବାବେଳେ ସେଣ୍ଟ୍ରାଲ୍ ସରକାରୀ ହସ୍ପିଟାଲରୁ 9ଜଣ ରହିଥିବାବେଳେ ମହାଦେବ ନଗରରୁ 3 ଜଣ, ପୋଲିସ୍ ସିକ୍ୟୁରିଟି ଓ୍ବିଙ୍ଗ୍ର 3 ଜଣ, ସାଲିଆ ସାହିରୁ 3 ଜଣ ରହିଛନ୍ତି ।
ସେହିପରି ଆଜି
ସେହିପରି ଆଜି ଚିହ୍ନଟ ହୋଇଥିବାବେଳେ 172 ଲୋକାଲ କଣ୍ଟାକ୍ଟ କେସ୍ ଚିହ୍ନଟ ହୋଇଥିବାବେଳେ ଖାରବେଳ ନଗରରୁ 6 ଜଣ ରହିଥିବାବେଳେ ଗଣ୍ଡମୁଣ୍ଡା ବସ୍ତିରୁ 5ଜଣ, ଟଙ୍କପାଣି ରୋଡରୁ 3 ଜଣ, ଶୈଳଶ୍ରୀ ବିହାରରୁ 4 ଜଣ, ନୀଳାଦ୍ରି ବିହାରରୁ 4 ଜଣ, ଓଲ୍ଡ ଟାଉନ୍ରୁ 5 ଜଣ, ଝାରପଡାରୁ 3 ଜଣ , ଜାଗମରାରୁ 4 ଜଣ, ଆଇଆରସି ଭିଲେଜରୁ 4 ଜଣ, ଚକେଇସିଆଣିରୁ 3ଜଣ, ଶିଖରଚଣ୍ଡୀରୁ 3 ଜଣ, ସେଣ୍ଟ୍ରାଲ୍ ସରକାରୀ ହସ୍ପିଟାଲର 2 ଜଣ କର୍ମଚାରୀ ରହିଛନ୍ତି ।
ସେହିପରି ଆଜି ଭୁବନେଶ୍ବରରୁ 301ଜଣ ସୁସ୍ଥ ହୋଇଛନ୍ତି । ଭୁବନେଶ୍ବରର ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 10ହଜାର 732ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି 6 ହଜାର635ଜଣ । ମୃତ୍ୟୁ ସଂଖ୍ୟା 42ରେ ପହଞ୍ଚିଥିବାବେଳେ ଏବେ ଭୁବନେଶ୍ବରରେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 4 ହଜାର 43 ଜଣ ।
ଭୁବନେଶ୍ବର : ଭୁବନେଶ୍ୱରରେ ସଂକ୍ରମଣ ଦିନକୁ ଦିନ ବଢୁଛି । ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଏବେ ଚିନ୍ତାର ବିଷୟ ପାଲଟିଛି। ଯାହା ଏବେ ଚିନ୍ତାର କାରଣ ପାଲଟିଛି । ଆଜି ପୁଣି ରାଜଧାନୀରୁ 386 ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ 183ଜଣ ଚିହ୍ନଟ ହୋଇଥିବାବେଳେ 203 ଜଣ ଲୋକାଲ୍ କେସ୍ ରହିଥିବାର ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି ।
ଚିହ୍ନଟ ହୋଇଥିବା 183 ଆକ୍ରାନ୍ତଙ୍କ ମଧ୍ୟରେ ଗଙ୍ଗନଗର ଏସ୍ୟୁଏଚ୍ରୁ 38 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୟାପଲ୍ଲୀ ଆଇଡି ମାର୍କେଟରୁ 15ଜଣ ଚିହ୍ନଟ ହୋଇଛନ୍ତି । ସପ୍ତମ ବାଟାଲିଅନ୍ରୁ 11ଜଣ ରହିଥିବାବେଳେ ଘରୋଇ ହସ୍ପିଟାଲରୁ 12 ଜଣ, ସିଆରପିଏଫ୍ କ୍ୟାମ୍ପସ୍ରୁ5ଜଣ, ବରଗଡ କେନାଲ୍ ରୋଡରୁ 5ଜଣ ରହିଛନ୍ତି ।
ଆଜି 203 ଲୋକାଲ୍ କେସ୍ ମଧ୍ୟରୁ ସରକାରୀ ସେଣ୍ଟ୍ରାଲ୍ ହସ୍ପିଟାଲରୁ 3 ଜଣ କର୍ମଚାରୀ ଥିବାବେଳେ ବିଶ୍ବେଶ୍ବର ବସ୍ତିରୁ 5 ଜଣ, ଚନ୍ଦ୍ରଶେଖରପୁର ସେଭେନ୍ସ ବାଟାଲିଅନ୍ରୁ 10 ଜଣ, ଶହୀଦ ନଗରରୁ 5 ଜଣ, ଶହୀଦ ନଗର ଶାନ୍ତିପଲ୍ଲୀ ବସ୍ତିରୁ ଜଣେ, ଆଇଆରସି ଭିଲେଜରୁ 8 ଜଣ ରହିଛନ୍ତି ।
ସେହିପରି ଆଜି 213ଜଣ ସୁସ୍ଥ ହୋଇଥିବାବେଳେ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 8 ହଜାର 647ରେ ପହଞ୍ଚିଛି । ସେହିପରି 5 ହଜାର 124 ଜଣ ସୁସ୍ଥ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 36ରେ ପହଞ୍ଚିଛି । ଏବେ ସୁଦ୍ଧା ଭୁବନେଶ୍ବରରରେ 3478ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।
ଭୁବନେଶ୍ବର, ରାଜଧାନୀରେ ଯେଉଁମାନେ କରୋନା ପଜେଟିଭି ଚିହ୍ନଟ ହେଉଛନ୍ତି ସେମାନେ ଚାହିଁଲେ ହୋଟଲେ ରହି ଚିକିତ୍ସିତ ହୋଇପାରିବେ। ସେହିପରି ବ୍ୟବସ୍ଥା ଗ୍ରହଣ କରିଛି ଭୁବନେଶ୍ବର ମହାନଗର ନିଗମ। ଆଜି ଏକ ବିଜ୍ଞପ୍ତି ପ୍ରକାଶ କରି ବିଏମସି ତରଫରୁ କୁହାଯାଇଛି ଯେ, ରୋଗୀମାନେ ଦିନକୁ 12ଶହ 99 ଟଙ୍କା କିମ୍ବା 18ଶହ 99 ଟଙ୍କା ଦୈନିକ ପଇଠ କରି ଏହି ବ୍ୟବସ୍ଥା ଗ୍ରହଣ କରିପାରିବେ। ତେବେ ଏଥିପାଇଁ ବିଏମସି ତରଫରୁ କେତେକ ନିୟମ ମଧ୍ୟ ଜାରୀ କରାଯାଇଛି। ଭୁବନେଶ୍ବରରେ ଯେଉଁ ତିନୋଟି ହୋଟେଲରେ ଏହି ବ୍ୟବସ୍ଥା କରାଯାଇଛି ସେଗୁଡିକର ନାମ ଏବଂ ଯୋଗାଯୋଗ ଅଧିକାରୀଙ୍କ ନାମ ହେଲା
ଭୁବନେଶ୍ବର : ଆଜି ରାଜ୍ୟ ରାଜଧାନୀ ଭୁବନେଶ୍ବରରୁ ସର୍ବାଧିକ 370 ପଜିଟିଭ୍ ଚିହ୍ନଟ ହୋଇଛନ୍ତି । 370 ପଜିଟିଭ୍ରୁ କ୍ବାରେଣ୍ଟାଇନ୍ ସେଣ୍ଟରରୁ 204 ଜଣ ଓ 166 ଜଣ ଲୋକାଲ କଣ୍ଟାକ୍ଟ କେସ ବୋଲି ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି ।
କ୍ବାରେଣ୍ଟାଇନ୍ରୁ ଚିହ୍ନଟ 204 ପଜିଟିଭ୍ ମଧ୍ୟରୁ ବାଣୀବିହାର ପଥର ବନ୍ଧ ବସ୍ତିରୁ 14ଜଣ, ଡୁମୁଡୁମା ବରାବରି ସାହିରୁ 5 ଜଣ, ଗଜପତି ନଗରରୁ 4 ଜଣ, ନିଳାଦ୍ରୀ ବିହାର,ପଣ୍ଡା ପାର୍କ ନିକଟରୁ 5ଜଣ, ନିଳାଦ୍ରିବିହାର ରିକ୍ସା କଲୋନୀରୁ 6 ଜଣ, ଘରୋଇ ହସ୍ପିଟାଲରୁ 5 ଜଣ, ଆଚାର୍ଯ୍ୟ ବିହାର ବିଶ୍ବେଶ୍ବର ବସ୍ତିରୁ 3 ଜଣ, ଚନ୍ଦ୍ରଶେଖର ପୁର ସେଭେନ୍ଥ ବାଟାଲିୟନ୍ରୁ 4 ଜଣ, ବେହେରା ସାହିରୁ 4ଜଣ ଚିହ୍ନଟ ହୋଇଛନ୍ତି ।
ସେହିପରି ଆଜି ଚିହ୍ନଟ 166ଜଣ ଲୋକାଲ କଣ୍ଟାକ୍ଟ କେସ୍ ମଧ୍ୟରୁ ଶହୀଦ ନଗରରୁ 10 ଜଣ, ପଟିଆରୁ 5 ଜଣ, ୟୁନିଟ୍ -9ରୁ 5ଜଣ, ପଟିଆ, ଶିଖରଚଣ୍ଡୀ ବିହାରରୁ 5ଜଣ, ଜଗନ୍ନାଥ ନଗର, ଝାରପଡାରୁ 3 ଜଣ, ଶୈଳଶ୍ରୀବିହାରରୁ 4 ଜଣ, ସତ୍ୟନଗରରୁ 3 ଜଣ, 3ଜଣ ବ୍ୟାଙ୍କକର୍ମଚାରୀ ରହିଥିବାବେଳେ ବାଲିଆପଟା ବସ୍ତିରୁ 7ଜଣ, ବାଣୀବିହାରର ପଥରବନ୍ଧରୁ 3ଜଣ, ରିଜର୍ଭ ପୋଲିସ୍ କଲୋନୀରୁ 2ଜଣ, ସତ୍ୟନଗରରୁ 3 ଜଣ ରହିଛନ୍ତି ।
ଆଜି 150 ଜଣ ସୁସ୍ଥ ହୋଇଛନ୍ତି । ନୂତନ ପଜିଟିଭ୍ଙ୍କୁ ମିଶାଇ ରାଜଧାନୀରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 6 ହଜାର 77କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥଙ୍କ ସଂଖ୍ୟା 3 ହଜାର 840ରେ ପହଞ୍ଚିଛି । ସେହିପରି ରାଜଧାନୀରେ 30ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା ରାଜଧାନୀରେ 2 ହଜାର 201 ଜଣ ସକ୍ରିୟ ମାମଲା ରହିଛନ୍ତି ।
ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 220 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ବାରେଣ୍ଟାଇନ୍ରୁ 134ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍ରୁ 84 ଜଣ ଚିହ୍ନଟ ହୋଇଛନ୍ତି ବୋଲି ବିଏମ୍ସି ସୂଚନା ଦେଇଛି ।
କ୍ବାରେଣ୍ଟାଇନ୍ରୁ 136ଜଣ ଚିହ୍ନଟଙ୍କ ମଧ୍ୟରୁ ନୟାପଲ୍ଲୀ ଗୋବିନ୍ଦ ନଗର ବସ୍ତିରୁ 15 ଜଣ, ଚନ୍ଦ୍ରଶେଖରପୁର ସପ୍ତମ ବାଟାଲିଅନ୍ରୁ 8ଜଣ, ରିଜର୍ଭ ପୋଲିସ୍ କଲୋନୀରୁ 7ଜଣ, ଲକ୍ଷ୍ମୀସାଗରରୁ 5ଜଣ, ବରମୁଣ୍ଡା ଜଗନ୍ନାଥ ବିହାରରୁ 5 ଜଣ, ଜୟଦେବ ବିହାର ଦୂରଦର୍ଶନ କଲୋନୀରୁ 5ଜଣ, ଝାରପଡା ଜଗନ୍ନାଥ ବିହାରରୁ 3 ଜଣ, 4ଜଣ ପୋଲିସ୍ ଷ୍ଟାଫ୍, 3 ଜଣ ଟ୍ରାଫିକ୍ ଷ୍ଟାଫ୍ ରହିଛନ୍ତି ।
ସେହିପରି 84 ଜଣ ଲୋକାଲ କଣ୍ଟାକ୍ଟ କେସ୍ ମଧ୍ୟରୁ ବରଗଡ ବ୍ରିଟ୍ କଲୋନୀରୁ 6ଜଣ, ଶହୀଦନଗରରୁ 2 ଜଣ,ବାଣୀବିହାରରୁ 3 ଜଣ, ଗଜପତି ନଗରରୁ 4 ଜଣ, ଆଚାର୍ଯ୍ୟବିହାର, ସୁବାସ ନଗର ବସ୍ତି, ସତ୍ୟସାଇ ଏନକ୍ଲେଭ୍, ଶ୍ରୀଖରଚଣ୍ଡୀ ନଗର, ପଟିଆ ଫେଜ୍-1, ବରମୁଣ୍ଡା ଗାୟତ୍ରୀ ବିହାରରୁଜଣେ ଲେଖାଏଁ ରହିଛନ୍ତି ।
ଆଜି 123ଜଣ ସୁସ୍ଥ ହୋଇଥିବାବେଳେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 5 ହଜାର 707ରେ ପହଞ୍ଚିଛି । ସେହିପରି ସୁସ୍ଥଙ୍କ ସଂଖ୍ୟା 3 ହଜାର 690ରେ ପହଞ୍ଚିଛି । 28ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା ରାଜଧାନୀରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 1ହଜାର 983 ରହିଛି ।
ଭୁବନେଶ୍ବର : ଆଜି ଭୁବନେଶ୍ବର ମହାନଗର ନିଗମରୁ 277 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ 181 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 96 ଜଣ ଲୋକାଲ୍ କଣ୍ଟାକ୍ଟ କେସ୍ ଚିହ୍ନଟ ହୋଇଥିବାର ସୂଚନା ଦେଇଛି ବିଏମ୍ସି ।
କ୍ବାରେଣ୍ଟାଇନ୍ରୁ ଚିହ୍ନଟ 181 ଜଣ ଆକ୍ରାନ୍ତଙ୍କ ମଧ୍ୟରେ ବରଗଡ ବ୍ରିଟ୍ କଲୋନୀରୁ 4 ଜଣ, ଆଇଆରସି ଭିଲେଜରୁ 8 ଜଣ, ସାଲିଆ ସାହିରୁ 6ଜଣ, ନୟାପଲ୍ଲୀର ଏକ ହୋଟେଲରୁ 5ଜଣ ଚିହ୍ନଟ ହୋଇଛନ୍ତି । ୟୁନିଟ୍ 3 – ଟେଲିଫୋନ୍ ଭବନରୁ 3 ଜଣ, ସାମନ୍ତରାପୁରରୁ 8ଜଣ, ନୟାପଲ୍ଲୀର ଏକ ହୋଟେଲ୍ରୁ 5 ଜଣ ଚିହ୍ନଟ ହୋଇଛନ୍ତି।
ସେହିପରି ଚିହ୍ନଟ ଲୋକାଲ୍ କେସ୍ 96ଜଣଙ୍କ ମଧ୍ୟରେ ବରମୁଣ୍ଡା ଫାୟାର ଷ୍ଟେସନ ବସ୍ତିରୁ 3ଜଣ, ଆଇଜି ପାର୍କ ନିକଟରୁ 3 ଜଣ ସରକାରୀ କର୍ମଚାରୀ, ନୟାପଲ୍ଲୀ ନୂଆସାହିରୁ 3 ଜଣ, ରସୁଲଗଡ ଶବର ସାହିରୁ 2 ଜଣ, ନୂଆଗାଁ ଉପରସାହିରୁ 2 ଜଣ, ଭିଏସଏସନଗର ତାରିଣୀ ବସ୍ତିରୁ 6ଜଣ ଚିହ୍ନଟ ହୋଇଛନ୍ତି ।
ସେହିପରି ଆଜି ଭୁବନେଶ୍ବରରୁ 133 ଜଣ ସୁସ୍ଥ ହୋଇଛନ୍ତି। ଆଜି ଚିହ୍ନଟ ନୂତନ 277 ଆକ୍ରାନ୍ତଙ୍କ ପରେ ଭୁବନେଶ୍ବରରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 5 ହଜାର 119ରେ ପହଞ୍ଚିଛି । ସେହିପରି 3251 ଜଣ ସୁସ୍ଥ ହୋଇଥିବାବେଳେ ମୃତ୍ୟୁବରଣ କରିଛନ୍ତି 23 ଜଣ । ସେହିପରି 1839ଜଣ ଏବେ ସୁଦ୍ଧା ଚିକିତ୍ସାଧୀନ ରହିଛନ୍ତି ।
ଭୁବନେଶ୍ବର : ଭୁବନେଶ୍ବର ମହାନଗର ଅଞ୍ଚଳରୁ ଆଉ 247 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 247 ମଧ୍ୟରୁ 148 ଜଣ କ୍ବାରେଣ୍ଟିନ୍ରୁ ଚିହ୍ନଟ ହୋଇଥିବାବେଳେ 99ଟି ଲୋକାଲ୍ କେସ୍ ରହିଥିବାର ସୂଚନା ଦେଇଛି ବିଏମ୍ସି ।
କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା 148ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଭୋଇ ନଗର ଶୁକ ବିହାରରୁ 11ଜଣ ଚିହ୍ନଟ ହୋଇଥିବାବେଳେ ଛଅ ନମ୍ବରରୁ 11 ଜଣ, ବମିଖାଲରୁ 8ଜଣ, ରିଜର୍ଭ ପୋଲିସ୍ କଲୋନୀରୁ 6 ଜଣ, ନୟାପଲ୍ଲୀ ଏକ ହୋଟେଲରୁ 6 ଜଣ, ଆଚାର୍ଯ୍ୟ ବିହାର, ସାଇନ୍ସ ପାର୍କ ବସ୍ତିରୁ 5 ଜଣ, ଡୁମୁଡୁମା ଫେଜ୍ 2ରୁ 4 ଜଣ, ସିଆରପିଏଫ୍ କ୍ୟାମ୍ପସ୍ରୁ 3 ଜଣ ଚିହ୍ନଟ ହୋଇଛନ୍ତି ।
ସେହପରି ଆଜି 99 ଲୋକାଲ୍ କେସ୍ ମଧ୍ୟରୁ ରିଜର୍ଭପୋଲିସ୍ କଲୋନୀରୁ ତିନି ଜଣ, ୟୁନିଟ୍ -9 ଏସଏ୍ସ୍ବି ଅଫିସ୍ରୁ ଜଣେ, ଶୈଳଶ୍ରୀ ବିହାର ଅନନ୍ତ ବସ୍ତିରୁ ଜଣେ, ଚକେଇସିଆଣିରୁ 2 ଜଣ, ନିଳାଦ୍ରି ବିହାରରୁ 2 ଜଣ, ଶହିଦ୍ ନଗର ଇପିଏଫ୍ କଲୋନୀରୁଜଣେ, ପୋଖରୀଫୁଟ ବସ୍ତିରୁ 2 ଜଣ, ଭୋଇନଗରରୁ ଜଣେ, ଖାରବେଳ ନଗରରୁ ଜଣେ, ଭିପୁଲ୍ ଗାର୍ଡେନ୍ରୁ ଜଣେ, ହରିଜନ ବସ୍ତିର ଜଣେ ରହିଛନ୍ତି ।
ସେହିପରି ଆଜି ଭୁବନେଶ୍ବରରେ 103 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । 247ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜଧାନୀ ଭୁବନେଶ୍ବରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 4 ହଜାର 842ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି 3 ହଜାର 118 ଜଣ । ସେହିପରି 23 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା 1 ହଜାର 695 ଜଣ ଚିକିତ୍ସାଧୀନ ରହିଛନ୍ତି ।
ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 109 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୋଟ୍ 109 ସଂକ୍ରମିତଙ୍କ ମଧ୍ୟରୁ 60 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 49ଜଣ ଲୋକାଲ୍ କଣ୍ଟାକ୍ଟ କେସ୍ ବୋଲି ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି ।
ଆଜି କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା 60ଜଣଙ୍କ ମଧ୍ୟରେ ଏକ ପ୍ରାଭଭେଟ୍ ହସ୍ପିଟାଲର 3 ଜଣ କର୍ମଚାରୀ ଥିବବେଳେ ୟୁନିଟ୍-6 ଗଙ୍ଗନଗରରୁ 3 ଜଣ ରହିଛନ୍ତି। ସେହିପରି ଅନ୍ୟ ଏକ ଘରୋଇ ହସ୍ପିଟାଲରୁ 3 ଜଣ କର୍ମଚାରୀ ରହିଛନ୍ତି । ରାମେଶ୍ବର ପାଟଣାରୁ 4 ଜଣ ରହିଥିବାବେଳେ ସ୍ବାସ୍ଥ୍ୟ ବିଭାଗର 3 ଜଣ କର୍ମଚାରୀ ରହିଛନ୍ତି । ସୁନ୍ଦରପଦାରୁ 2 ଜଣ ରହିଥିବାବେଳେ ଚନ୍ଦ୍ରଶେଖରପୁରରୁ 3 ଜଣ ରହିଛନ୍ତି । ନ୍ୟୁ ଫରେଷ୍ଟ ପାର୍କ ଅଞ୍ଚଳରୁ 4 ଜଣ ରହିଥିବାବେଳେ ଡେଲ୍ଟା ସ୍କୋୟାରରୁ 2 ଜଣ ରହିଛନ୍ତି ।
ସେହିପରି ଚିହ୍ନଯ 49 ଜଣ ଲୋକାଲ୍ କଣ୍ଟାକ୍ଟ କେସ୍ ମଧ୍ୟରୁ ନୟାପଲ୍ଲୀ, ଛଅ ପମ୍ବର, ଲକ୍ଷ୍ମୀସାଗର, ଆଇଆରସି ଭିଲେଜ, ବାଣୀବିହାର ପଥରମୁଣ୍ଡି ବସ୍ତି, ଏକ ନମ୍ବର ମାର୍କେଟ୍, ନୟାପଲ୍ଲ, ସିଆରଏଫ୍ କ୍ୟାମ୍ପସ୍, ବରମକୁଣ୍ଡା ହାଉସିଂ ବୋର୍ଡ କଲଷାନୀ, ଖାରବେଳ ନଗର ପ୍ରେସ୍ କଲୋନୀ, ଓଲ୍ଡ ଟାଉନ୍, ଭରତପୁର, ସମେଇଗାଡିଆ, ଝାରପଡା, ମୈତ୍ରୀ ବିହାର, ଜୟେଦବ ବିହାର, ସହିଦନଗର ନୂଆ ଗାଁ ଉପରସାହି, ଭୀମଟାଙ୍କି ଆଦି ଅଞ୍ଚଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ବୁଦ୍ଧେଶ୍ବରୀ କଲୋନୀରୁ ଦୁଇଜଣ, ବରମୁଣ୍ଡାରୁ ଦୁଇଜଣ, ବିବେକାନନ୍ଦ ମାର୍ଗରୁ ତିନିଜଣ, ବରଗଡରୁ 4ଜଣ, ବିଡିଏ କଲୋନୀରୁ 2 ଜଣ ଚିହ୍ନଟ ହୋଇଛନ୍ତି ।
ଆଜି ଭୁବନେଶ୍ବରରୁ 134 ଜଣ ସୁସ୍ଥ ହୋଇଥିବାବେଳେ ନୂତନ 109 ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବର ମହାନଗରର ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 4 ହଜାର 171କୁ ବୃଦ୍ଧି ହୋଇଛି । ସେହିପରି 2807ଜଣ ସୁସ୍ଥ ହୋଇଥିବାବେଳେ 22 ଜଣଙ୍କର ମୃତ୍ୟୁ ଘଟିଛି । ଏବେ ସୁଦ୍ଧା 1 ହଜାର 339ଜଣ ସକ୍ରିୟ ମାମଲା ରହିଛି ।
ଆଜି ରାଜଧାନୀ ଭୁବନେଶ୍ବରରୁ 190ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି କ୍ବାରେଣ୍ଟାଇନ୍ରୁ 138ଜଣ ଚିହ୍ନଟ ହୋଇଥିବାବେଳେ 52 ଜଣ ଲୋକାଲ୍ କଣ୍ଟାକ୍ଟ କେସ୍ ଚିହ୍ନଟ ହୋଇଛନ୍ତି ବୋଲି ବିଏମ୍ସି ସୂଚନା ଦେଇଛି ।
କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା 138ଜଣଙ୍କ ମଧ୍ୟରୁ କପିଳେଶ୍ବରରୁ 21 ଜଣ, ବମିଖାଲ ଗାୟତ୍ରୀ ଏନ୍କ୍ଲେଭ୍ରୁ 6 ଜଣ, ବରମୁଣ୍ଡା ବେହେରା ସାହିରୁ 7ଜଣ ରହିଛନ୍ତି। ସେହିପରି ସମାନ୍ତରାପୁରରୁ 3 ଜଣ, ୟୁନିଟ୍-1 ରୁ5 ଜଣ, ସହିଦ ନଗରରୁ 4ଜଣ, ୟୁନିଟ୍ 3ରୁ ଚାରି ଜଣ, ନୟାପଲ୍ଲୀରୁ ଚାରିଜଣ, ଲକ୍ଷ୍ମୀସାଗରରୁ ଚାରିଜଣ ରହିଛନ୍ତି ।
ଆଜି ଚିହ୍ନଟ ହୋଇଥିବା 52 ଜଣ ଲୋକାଲ୍ କେସ୍ ମଧ୍ୟରୁ ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ 3 ଜଣ ଥିବାବେଳେ କଟକ ରୋଡ୍ ଷ୍ଟେସନ ସ୍କୋୟାର୍ଣୁ 3 ଜଣ ରହିଛନ୍ତି । ସେହିପରି କପିଳେଶ୍ବରରୁ 3 ଜଣ ରହିଛନ୍ତି । ସେହିପରି ସୁନ୍ଦରପଦାରୁ ଜଣେ, ବରମୁଣ୍ଡାରୁ 3 ଜଣ, ୟୁନିଟ୍-9 ରୁ 2ଜଣ, ଚକେଇସିଆଣିରୁ ଜଣେ, ଚିନ୍ତାମଣିଶ୍ବରରୁ ଜଣେ, ପୁରୁଣା ଭୁବନେଶ୍ବରରୁ ଜଣେ, ଓୟୁଏଟି କଲୋନୀରୁ ଜଣେ, ସମେଇଗାଡିଆରୁ ଜଣେ, ସମ୍ପୁରରୁ ଜଣେ, ବରମୁଣ୍ଡା ଜଗନ୍ନାଥ ବିହାରରୁ ଜଣେ, ସତ୍ୟନଗରରୁ ଜଣେ, ଜାଗମରା ଜଣେ, ଲକ୍ଷ୍ମୀସାଗରରୁ ଜଣ, ସିଜୁଆରୁ ଜଣେ, ପଟିଆରୁ ଜଣେ, ଆଠ ନମ୍ବରରୁ ଜଣେ, ରସୁଲଗଡରୁ ଜଣେ, ନ୍ୟୁ ଫରେଷ୍ଟ ପାର୍କରୁ ଜଣେ, ଆଚାର୍ଯ୍ୟ ବିହାର, ସାଇନ୍ସ ପାର୍କ ବସ୍ତିରୁ ଜଣେ, ଭିଏସଏସ୍ ନଗରରୁ ଜଣେ, ସତ୍ୟନଗର କାଳୀ ମନ୍ଦିର ନିକଟରୁ ଜଣେ, ଜୟଦେବ ବିହାରରୁ ଜଣେ, ପୋଖରୀପୁଟରୁ ଜଣେ, ପ୍ରାଚୀ ବିହାରରୁ ଜଣେ, ବରମୁଣ୍ଡା ରୁଚିକା ମାର୍କେଟରୁ ଜଣେ, ଶାସ୍ତ୍ରୀନଗରରୁ ଜଣେ, ଟଙ୍କପାଣି ରୋଡରୁଜଣେ, ଗ୍ୟାରେଜ ଛକରୁ ଜଣେ, ତମାଣ୍ଡୋରୁ ଜଣେ, ଗଙ୍ଗନଗରରୁ ଜଣେ, ପାତ୍ରପଡା କଳିଙ୍ଗ ବିହାରରୁଜଣେ, ନୟାପଲ୍ଲୀରୁ ଜଣେ, ଝାରପଡାରୁ ଜଣେ, ଅଶୋକ ନଗରରୁ ଜଣେ, ଶୈଳୀଶ୍ରୀବିହାର ଓ ବମିଖାଲ କେନାଲ ରୋଡରୁ ଜଣେ ଲେଖାଏଁ ରହିଛନ୍ତି ।
ସେହିପରି ଆଜି ରାଜଧାନୀ ଭୁବନେଶ୍ବରରୁ 103 ଜଣ ସୁସ୍ଥ ହୋଇଛନ୍ତି । ଆଜି ନୂତନ 190 ଆକ୍ରାନ୍ତଙ୍କ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 3 ହଜାର 763ରେ ପହଞ୍ଚିଥିବାବେଳେ 2 ହଜାର 360ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଭୁବନେଶ୍ବରରୁ 18 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା 1 ହଜାର 383 ଜଣ ଚିକିତ୍ସାଧୀନ ରହିଛନ୍ତି ।
Door-to-door surveillance continues by the survey team in the slum areas daily & in the non-slum area the surveillance of the home quarantine.
ଭୁବନେଶ୍ବର : ଆଜି ଭୁବନେଶ୍ବରରୁ ଆଉ 118 ଜଣ ପଜିଟିଭ୍ ଚିହ୍ନଟ ହୋଇଛି । ନୂତନ 118 ଆକ୍ରାନ୍ତଙ୍କ ମଧ୍ୟରେ 71 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 47ଜଣ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛନ୍ତି ବୋଲି ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି ।
କ୍ବାରେଣ୍ଟାଇନ୍ରୁ ଚିହ୍ନଟ 71 ଜଣଙ୍କ ମଧ୍ୟରୁ ସ୍ବାସ୍ଥ୍ୟ ବିଭାଗରୁ 10 ଜଣ ରହିଥିବାବେଳ ରିଜର୍ଭ ପୋଲିସ୍ କଲୋନୀ, କଳିଙ୍ଗ ଷ୍ଟାଡିୟମ୍ନିକଟରୁ 7 ଜଣ, ନୟାପଲ୍ଲୀ ନୂଆ ସାହିରୁ 6 ଜଣ,ସୂର୍ଯ୍ୟ ନରଗରରୁ 4 ଜଣ, ୟୁନିଟ୍ -1ରୁ 3ଜଣ, ଗଜପତି ନଗରରୁ 2 ଜଣ ରହିଛନ୍ତି । ଆଜି ଆକ୍ରାନ୍ତଙ୍କ ମଧ୍ୟରେ ତିନିଜଣ ପୋଲିସ୍ କର୍ମଚାରୀ ରହିଛନ୍ତି ।
ସେହିପରି ଲୋକାଲ୍ କଣ୍ଟାକ୍ଟ 47ଜଣଙ୍କ ମଧ୍ୟରୁ ନୟାପଲ୍ଲୀରୁ ଜଣେ,ବରଗଡ ବ୍ରିଟ୍ କଲୋନୀରୁ ଜଣେ, ଭୀମଟାଙ୍କିରୁ ଜଣେ, କଳିଙ୍ଗନଗରରୁ 2 ଜଣ, ଚାରିନମ୍ବର ମସ୍ଜିଦ୍ କଲୋନୀରୁ ଜଣେ, ପୁରୁଣା ଭୁବନେଶ୍ବରରୁ 2 ଜଣ, ଭିଏସ୍ଏସ ନରରୁ ଜଣେ, ପଟିଆରୁ ଜଣେ, ନୟାପଲ୍ଲୀ ବ୍ରିଟ୍ କଲୋନୀରୁ2 ଜଣ, ଜୟଦେବ ବିହାର ବାଜପେୟୀ ନଗରରୁ ଜଣେ, ବମିଖାଲରୁ ତିନିଜଣ, ଭରତପୁରରୁ ତିନିଜଣ, ଘାଟିକିଆରୁ 2ଜଣ, ଝାରପଡାରୁ ଜଣେ, ବମିଖାଲରୁ 2 ଜଣ, ରସୁଲଗଡ ଜିଜିପି କଲୋନୀରୁ ଜଣେ, ସହିଦ ନଗରରୁ ଜଣେ, ରେଲ୍ଓ୍ବେ କଲୋନୀରୁ ଜଣେ, ନୟାପଲ୍ଲୀ ସିଆରପି ସ୍କୋୟାରରୁ 2 ଜଣ, ସହିଦନଗର ତେଲୁଗୁ ବସ୍ତିର ଜଣେ, କପିଳ ପ୍ରସାଦରୁ ଜଣେ, ନାଗେଶ୍ବରଟାଙ୍ଗିରୁ 2 ଜଣ, କୋଳଥିଆରୁ ଜଣେ, ମୈତ୍ରୀ ବିହାରରୁଜଣେ, ଲକ୍ଷ୍ମୀସାଗରରୁ ଜଣେ, ବାଣୀବିହାର କ୍ୟାମ୍ପସ୍ରୁ ଜଣେ ରହିଛନ୍ତି ।
ଆଜି ଭୁବନେଶ୍ବରରୁ 90 ଜଣ ସୁସ୍ଥ ହୋଇଥିବାବେଳେ ନୂତନ 118 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 3 ହଜାର 472କୁ ବୃଦ୍ଧି ହୋଇଛି। ସେହିପରି 18 ଜଣ ମୃତ୍ୟୁବରଣ କରିଥିବାବେଳେ ସୁସ୍ଥ ହୋଇଛନ୍ତି ମୋଟ୍ 2ହଜାର151ଜଣ । ଏବେ ସୁଦ୍ଧା ରାଜଧାନୀରେ 1ହଜାର 301ଟି ସକ୍ରିୟ ମାମଲା ରହିଛି ।
ଭୁବନେଶ୍ବର : ଆଜି ଭୁବନେଶ୍ବରରୁ 137 ପଜିଟିଭ୍ ଚିହ୍ନଟ ହୋଇଥିବାର ସୂଚନା ରହିଛି । ଏହି ନୂତନ 137ଜଣଙ୍କ ମଧ୍ୟରୁ 113 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 24ଟି ଲୋକାଲ୍ କେସ୍ ରହିଛି ବୋଲି ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି ।
ଆଜି ଚିହ୍ନଟ 113 କ୍ବାରେଣ୍ଟାଇନ୍ରୁ ଏକ ଘରୋଇ ହସ୍ପିଟାଲର 4ଜଣ କର୍ମଚାରୀ ରହିଥିବାବେଳେ ସାଲିଆ ସାହିରୁ 10 ଜଣ, ଭୀମପୁରରୁ 9 ଜଣ, ଗଙ୍ଗନଗର ବସ୍ତିରୁ 8 ଜଣ, ଓସିସି ବସ୍ତିରୁ 7 ଜଣ ରହିଛନ୍ତି । ବଡଗଡରୁ 6 ଜଣ, ଚନ୍ଦ୍ରଶେଖର ପୁର ବିଡିଏ କଲୋନୀରୁ 5 ଜଣ, ୟୁନିଟ୍ -9ରୁ 5 ଜଣ, ସତ୍ୟନଗରରୁ 4 ଜଣ ରହିଛନ୍ତି ।
ସେହିପରି ଆଜି ଲୋକାଲ୍ 24 ଜଣଙ୍କ ମଧ୍ୟରୁ ଆଇଆରସି ଭିଲେଜରୁ 2 ଜଣ,ଚିନ୍ତାମଣିଶ୍ବରରୁ ଜଣେ, ଟଙ୍କପାଣି ରୋଡ୍ରୁ ଜଣେ, ନୟାପଲ୍ଲୀରୁ ଜଣେ, ଓଲ୍ଡ ଟାଉନ୍ ବ୍ରହ୍ମେଶ୍ବର ପାଟଣାରୁ ଜଣେ, ଝାରପଡାରୁ ଜଣେ, ସତ୍ୟ ନଗରରୁ ଜଣେ, ଗଙ୍ଗନଗରରୁ ଜଣେ, ସାମନ୍ତରାପୁରରୁ 2 ଜଣ, ରସୁଲଗଡରୁ ଜଣେ ବାପୁଜୀ ନଗରରୁ ଜଣେ, ଜୟଦେବ ବିହାରରୁ ଜଣେ, ବରମୁଣ୍ଡାରୁ 2 ଜଣ, ବମିଖାଲରୁ ଜଣେ, ରେଣ୍ଟାଲ କଲୋନୀରୁ ଜଣେ, ସତ୍ୟନଗର ପଞ୍ଜାବୀ କଲୋନୀରୁ ଜଣେ, ଝାରପଡା ଓ ଭଗବାନପୁରରୁ ଜଣେ ଲେଖାଏଁ ରହିଛନ୍ତି ।
ଆଜି ରାଜଧାନୀ ଭୁବନେଶ୍ବରରୁ 118 ଜଣ ସୁସ୍ଥ ହୋଇଛନ୍ତି । ନୂତନ 137 ଜଣ ଆକ୍ରାନ୍ତ ଚିହ୍ନଟ ପରେ ଭୁବନେଶ୍ବରରେ ମୋଟ୍ ସଂକ୍ରମିତଙ୍କସଂଖ୍ୟା 3 ହଜାର 354କୁ ବୃଦ୍ଧି ହୋଇଛି । ସେହିପରି ସୁସ୍ଥଙ୍କ ସଂଖ୍ୟା 2 ହଜାର 61ରେ ପହଞ୍ଚିଛି । 18 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା ରାଜଧାନୀରେ 1 ହଜାର 273 ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।
ଭୁବନେଶ୍ବର : ଖାଦ୍ୟ ବିକ୍ରୟକାରୀଙ୍କ ପାଇଁ ଭୁବନେଶ୍ବର ମହାନଗର ନିଗମ ଗାଇଡଲାଇନ୍ ଜାରି କରିଛି । ରେଷ୍ଟୁରାଣ୍ଟ, ଢାବା, ରାସ୍ତାକଡ ଠେଲା ଦୋକାନୀଙ୍କ ପାଇଁ ଗାଇଡଲାଇନ୍ ଜାରି କରିଛି ବିଏମ୍ସି । ହୋଟେଲ୍ରେ ଥିବା ଅତିଥିମାନଙ୍କ ପାଇଁ ରେଷ୍ଟୁରାଣ୍ଟ ଖୋଲିପାରିବ । ତେବେ ହୋଟେଲ୍ କିମ୍ବା ରେଷ୍ଟୁରାଣ୍ଟଗୁଡିକ ଗ୍ରାହକଙ୍କୁ ବସାଇ ଖୁଆଇପାରିବେନି । ପାର୍ସଲ ଦେଇପାରିବେ ବୋଲି ସୂଚନା ରହିଛି । ସେହିପରି ରାସ୍ତାକଡରେ ଥିବା ଢାବା ମଧ୍ୟ କେବଳ ଖାଦ୍ୟ ପାର୍ସଲ ଦେଇପାରିବେ । ରାସ୍ତାକଡରେ ଥିବା ଜଳଖିଆ ଦୋକାନୀ, ଗୁପ୍ଚୁପ୍, ଚାଟ୍ କେବଳ ପାର୍ସଲ ଦେଇପାରିବେ । ଚା, ଲସି, ଜୁସ୍ ଦୋକାନ ମଧ୍ୟ କେବଳ ପାର୍ସଲ ଦେଇପାରିବେ ବୋଲି ବିଏମ୍ସି ସୂଚନା ଦେଇଛି ।
ଅନଲକ୍ 3.0ରେ ରେଷ୍ଟୁରାଣ୍ଟ ଖୋଲିବାକୁ ସର୍ତ୍ତ ମୂଳକ ଅନୁମତି ମିଳିଛି । ସେହିପରି ରାସ୍ତାକଡରେ ବିକ୍ରି ହେଉଥିବା ଦୋକାନରେ ଗହଳି ହେଉଥିବାରୁ ବିଏମ୍ସି ଗାଇଡ୍ ଲାଇନ୍ ଜାରି କରିଛି । ଅନଲକ୍ 3.0ରେ ମଧ୍ୟ ମୁଖ୍ୟ ଶାସନ ସଚିବ ରାସ୍ତା କଡ ଜଳଖିଆ ଦୋକାନରେ ନ ଖାଇ ପାର୍ସଲ ଆଣିବାକୁ କହିଥିଲେ । ରାସ୍ତାକଡ ଦୋକାନରେ ଖାଇବା ଦ୍ବାରା ସାମାଜିକ ଦୂରତ୍ବ ବାଧାପ୍ରାପ୍ତ ହେଉଛି । ସାମାଜିକ ଦୂରତ୍ବ ରଖିବା ସହିତ ବ୍ୟବସାୟ କରିବାକୁ ବିଏମ୍ସି ଗାଇଡଲାଇନ୍ ଜାରି କରିଛି ।
ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 149 ପଜିଟିଭ୍ ଚିହ୍ନଟ ହୋଇଛି । ଏହି ନୂତନ 149ଙ୍କ ମଧ୍ୟରୁ 98ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 51ଜଣ ଲୋକାଲ୍ କଣ୍ଟାକ୍ଟ କେସ୍ ବୋଲି ସୂଚନା ଦେଇଛି ବିଏମ୍ସି ।
କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା 98ଜଣଙ୍କ ମଧ୍ୟରେ ସାଲିଆ ସାହିରୁ 11 ଜଣ ଥିବାବେଳେ ଶିରିପୁରର କନ୍ଧ ସାହିରୁ 14ଜଣ ରହିଛନ୍ତି । ନୟାପଲ୍ଲୀ ବ୍ରିଟ୍ କଲୋନୀରୁ 7ଜଣ ରହିଛନ୍ତି । ସେହିପରି ଖଣ୍ଡଗିରି ତପୋବନ ବସ୍ତିରୁ 3 ଜଣ, ଡୁମୁଡୁମା ରଘୁନାଥ ନଗରରୁ 6 ଜଣ, ବରଗଡ ବ୍ରିଟ୍ କଲୋନୀରୁ 3 ଜଣ, ୟୁନିଟ୍-1ରୁ 3ଜଣ, ୟୁନିଟ୍ 6ରୁ ଚାରିଜଣ ରହିଛନ୍ତି ।
ଚିହ୍ନଟ 51 ଲୋକାଲ୍ କଣ୍ଟାକ୍ଟ କେସ୍ ମଧ୍ୟରେ ସେଣ୍ଟ୍ରାଲ୍ ସରକାରୀ ଚିକିତ୍ସାଳୟରୁ ଜଣେ, ଓଲ୍ଡ ଟାଉନ୍ରୁ 4 ଜଣ, ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀରୁ 2 ଜଣ, ଡୁମୁଡୁମାରୁ ଜଣେ, ଝାରପଡାରୁ ଜଣେ, ଛଅ ନମ୍ବର ଏଲ୍ଆଇସି କଲୋନୀରୁ ଜଣେ, ଲକ୍ଷ୍ମୀସାଗରରୁ 2 ଜଣ, ଆଇଆରସି ଭିଲେଜରୁ ଜଣେ, ତମାଣ୍ଡୋରୁ ଜଣେ, ବିଜେବି ନଗରରୁ ଜଣେ, ବାଣୀ ବିହାର କ୍ୟାମ୍ପସ୍ରୁ ଜଣେ, ରସୁଲଗଡରୁ ଜଣେ, ଜାଗମରାରୁ ଜଣେ, କଳିଙ୍ଗ ନଗରରୁ ଜଣେ, ୟୁନିଟ୍-1ରୁ ଜଣେ, ମଞ୍ଚେଶ୍ବରରୁ ଜଣେ, ଶୈଳଶ୍ରୀ ବିହାରରୁ 2ଜଣ, ଆଠ ନମ୍ବରରୁ ଜଣେ, ପ୍ରଶାନ୍ତି ବିହାରରୁ ଜଣେ, ଜୟଦେବବିହାରରୁ 2 ଜଣ, ନୟାପଲ୍ଲୀରୁ 2 ଜଣ, ସାଲିଆ ସାହିରୁ 3 ଜଣ, ବରମୁଣ୍ଡା ଗାଁରୁ ଜଣେ ରହିଛନ୍ତି ।
ସେହିପରି ଆଜି ରାଜଧାନୀ ଭୁବନେଶ୍ବରରୁ 145 ଜଣ ସୁସ୍ଥ ହୋଇଥିବାବେଳେ ନୂତନ ଆକ୍ରାନ୍ତଙ୍କ ମିଶାଇ ରାଜଧାନୀରେ ମୋଟ୍ ସଂକ୍ରମିତଙ୍କସଂଖ୍ୟା 3 ହଜାର 217ରେ ପହଞ୍ଚିଥିବାବେଳେ ମୃତ୍ୟୁ ବରଣ କରିଛନ୍ତି 18 ଜଣ । 1ହଜାର943ଜଣ ସୁସ୍ଥ ହୋଇଥିବାବେଳେ ଏବେ ସୁଦ୍ଧା 1 ହଜାର 254ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।
ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 89 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂତନ 89 ଜଣ ସଂକ୍ରମିତଙ୍କ ମଧ୍ୟରୁ 65ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା ସ୍ଥଳେ 24 ଜଣ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଥିବାର ସୂଚନା ଦେଇଛି ବିଏମ୍ସି ।
ଆଜି ଚିହ୍ନଟ ହୋଇଥିବା କ୍ବାରେଣ୍ଟାଇନ୍ରୁ 65 ଜଣ ମଧ୍ୟରେ ଗୌତମ ନମର ବସ୍ତିରୁ 5 ଜଣ ଥିବାବେଳେ ରିଜର୍ଭ ପୋଲିସ୍ କଲୋନୀରୁ ଅଛନ୍ତି 7 ଜଣ । ସେହିପରି ଆଇଗିଣିଆରୁ ଅଛନ୍ତି 17ଜଣ ପଜିଟିଭ୍ ।
ସେହିପରି ଲୋକାଲ୍ 24 କେସ୍ ମଧ୍ୟରୁ ପୋଖରୀପୁଟରୁ 34 ବର୍ଷୀୟ ପୁରୁଷ ଥିବାବେଳେ ଗଙ୍ଗନଗରରୁ ଦୁଇଜଣ, ଡୁମୁଡୁମା ଫେଜ୍ 2ରୁ ଜଣେ 26 ବର୍ଷୀୟା ମହିଳା ରହିଛନ୍ତି । ରାମେଶ୍ବର ପାଟଣାରୁ ଜଣେ 48 ବର୍ଷୀୟ ପୁରୁଷ ଥିବାବେଳେ ବରଗଡ ବ୍ରିଟ୍ କଲୋନୀରୁ 72 ବର୍ଷୀୟ ବ୍ୟକ୍ତି ରହିଛନ୍ତି । ବିଜେବି ନଗରରୁ 2 ଜଣ ରହିଥିବାବେଳେ ସିଆରପି ସ୍କୋୟାରରରୁ ଜଣେ 57 ବର୍ଷୀୟ ପୁରୁଷ ରହିଛନ୍ତି । କୋଳଥିଆରୁ ଜଣେ 41 ବର୍ଷୀୟ ପୁରୁଷ ରହିଛନ୍ତି । ସେହିପରି ତମାଣ୍ଡୋରୁ ଜଣେ 73 ବର୍ଷୀୟ ପୁରୁଷ ଥିବାବେଳେ ଭରତପୁର ଲେବର୍ ବସ୍ତିରୁ ଜଣେ 80 ବର୍ଷୀୟ ପୁରୁଷ ରହିଛନ୍ତି । ସତ୍ୟନଗର ବିଗ୍ବଜାର ନିକଟରେ ଜଣେ 25 ବର୍ଷୀୟ ମହିଳା ରହିଛନ୍ତି । ୟୁନିଟ୍ 6, ରାଧାକୃଷ୍ଣ ବସ୍ତିରୁ 2 ଜଣ ରହିଛନ୍ତି । ସେହିପରି ଛ ନମ୍ବର ନ୍ୟୁ ଫରେଷ୍ଟ ପାର୍କରୁ ଜଣେ , ଖାରବେଳ ନଗର ପ୍ରେସ୍ କଲୋନୀରୁ ଜଣେ, ଛଅ ନମ୍ବର ଭୀମପୁରର ଜଣେ ସତ୍ୟନଗର ହାଉସିଂ ବୋର୍ଡ କଲୋନୀରୁ ଜଣେ, ମଞ୍ଚେଶ୍ବର ବ୍ଲୁ ହୁଇଲ୍ ହସ୍ପିଟାଲ ନିକଟରୁ ଜଣେ, ମହତାବ ରେଡ୍, ଅନନ୍ତ ନଗରରୁ ଜଣେ, ନିଳାଦ୍ରି ବିହାରରୁ ଜଣେ ରହିଛନ୍ତି ।
ଆଜି ଭୁବନେଶ୍ବରରୁ 107 ଜଣ ସୁସ୍ଥ ହୋଇଥିବାବେଳେ ନୂତନ 89ଜଣ ସଂକ୍ରମିତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରର ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 3 ହଜାରୁ 68ରେ ପହଞ୍ଚିଛି । ସେହିପରି ସୁସ୍ଥ ହୋଇଛନ୍ତି 1 ହଜାର 798ଜଣ । 18ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା 1 ହଜାର 250ଟି ସକ୍ରିୟ ମାମଲା ରହିଛି ।
ଭୁବନେଶ୍ବର, ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ପାଇଁ ଆଉ 15 ଶହ କୋଭିଡ ବେଡ୍ ବ୍ୟବସ୍ଥା କରାଯିବ। ଏବେ ଟେଷ୍ଟିଂ ଉପରେ ଗୁରୁତ୍ବ ଦେଉଛୁ, ଦିନକୁ 14 ଶହ ଟେଷ୍ଟ କରାଯିବ। ସମସ୍ତ 67 ୱାର୍ଡରେ ସଚେତକ ଟିମ୍ ଅଛନ୍ତି ଏବଂ ସେମାନେ ନିରନ୍ତର କାମ କରୁଛନ୍ତି ବୋଲି ରାଜଧାନୀର କରୋନା ସ୍ଥିତି ନେଇ ଗଣମାଧ୍ୟମକୁ ସୂଚନା ଦେବା ବେଳେ ପର୍ଯ୍ୟବେକ୍ଷକ ଅନୁ ଗର୍ଗ ଏହା କହିଛନ୍ତି।
ବସ୍ତି ପାଇଁ ଆମର ନିର୍ଦ୍ଦିଷ୍ଟ ରଣନୀତି ଅଛି, ପ୍ରତି ବସ୍ତିରେ କମିଟି ରହିଛି। ଆକ୍ଟିଭ ସର୍ଭେଲାନ୍ସ ଚିମ୍ ଯାଞ୍ଚ କରିବା ସହ ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରୁଛନ୍ତି। ସଚେତକ ଆପ୍ କରିବା ଦ୍ବାରା ପ୍ରତି ୱାର୍ଡରେ କେତେ ଆକ୍ରାନ୍ତ ତାହା ଜଣାପଡୁଛି। 6ଟି ଜାଗାରେ 870 ଶଯ୍ୟା ବିଶିଷ୍ଟ କୋଭିଡ କେୟାର ହୋମ୍ କରାଯାଇଛି। 554 ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର କରାଯାଇଛି। 1025 ଶଯ୍ୟାର କୋଭିଡ ହସ୍ପିଟାଲ, 60 ଶଯ୍ୟାର ହେଲଥ ସେଣ୍ଟର ରହିଛି।
ଏବେ ଭୁବନେଶ୍ବରରେ 167 ଜଣ ହୋମ୍ ଆଇସୋଲେସନରେ ଅଛନ୍ତି। ବସ୍ତି ଅପେକ୍ଷା ଅଣବସ୍ତି ଅଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ବୋଲି ଗର୍ଗ କହିଛନ୍ତି। ବସ୍ତି ଅଞ୍ଚଳରୁ ଏବେ ମୋଟ 201 ଜଣ ସଂକ୍ରମିତ ଠାବ ହୋଇଛନ୍ତି। ଅଣବସ୍ତି ଅଞ୍ଚଳରୁ ଏବେ 657 ସଂକ୍ରମିତଙ୍କୁ ଠାବ କରାଯାଇଛି। ବିଏମସି ଅଞ୍ଚଳରେ 80 ପ୍ରତିଶତରୁ ଅଧିକ ଆକ୍ରାନ୍ତ ଲକ୍ଷଣହୀନ ହୋଇଥିବା ଜଣାପଡ଼ିଛି।
ଭୁବନେଶ୍ବର : ରାଜଧାନୀର ବସ୍ତି ଅଞ୍ଚଳରେ କରୋନା ମାମଲା ବଢିବା ପରେ ବିଏମ୍ସି ପକ୍ଷରୁ ପଦକ୍ଷେପ ନିଆଯାଇଛି । ଗତକାଲି ଭୁବନେଶ୍ବରର ବିଜେବି ନଗର, ହରିନଗର ବସ୍ତି ଅଞ୍ଚଳକୁ କଣ୍ଟେନେମେଣ୍ଟ ଜୋନ୍ ଭାବେ ଘୋଷଣଶ କରାଯାଇଛି । ସମ୍ପୃକ୍ତ ଅଞ୍ଚଳକୁ ସାନିଟାଇଜ୍ କରାଯିବା କଣ୍ଟାକ୍ଟ ଟ୍ରେସିଂ ମଧ୍ୟ କରାଯାଉଛି ।
ବଡଗଡ କେନାଲ୍ ଠାରୁ ଗାୟତ୍ରୀ ମନ୍ଦିର, ଗାୟତ୍ରୀ ମନ୍ଦିରଠାରୁ ସ୍କଲାର ବଏଜ୍ ହଷ୍ଟେଲ୍ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା ହୋଇଛି । ସେହିପରି ସ୍କଲାର ବଏଜ୍ ହଷ୍ଟେଲ୍ଠାରୁ ହରିନଗର ବସ୍ତି ପ୍ରବେଶ ପଥ, ହରିନଗର ବସ୍ତି ପ୍ରବେଶ ପଥରୁ ବଡଗଡ କେନାଲ୍ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି ।
ସୂଚନାଯୋଗ୍ୟ, ଗତକାଲି ଭୁବନେଶ୍ବରରୁ 248 ପଜିଟିଭ୍ ଚିହ୍ନଟ ହୋଇଥିଲା । ଏହି 248 ପଜିଟିଭ୍ଙ୍କ ମଧ୍ୟରୁ 41ଟି ଲୋକାଲ୍ କେସ୍ ଥିବାବେଳେ 207ଟି ହୋମ୍ କ୍ବାରେଣ୍ଟାଇନ୍ କେସ୍ ରହିଥିଲା । ଲୋକାଲ୍ କେସ୍ ଚିହ୍ନଟ ପରେ ବିଏମ୍ସି ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗତକାଲି ବିଏମ୍ସି କମିଶନର କରୋନା ସମୀକ୍ଷା ବୈଠକ କରିଥିଲେ ।