ସମୀକ୍ଷା ବ୍ୟୁରୋ
ଲୋକସଭାରେ ୨୦୧୯-୨୦ ବର୍ଷ ଲାଗି ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଆଗତ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ । ଏହି ବଜେଟର ମୁଖ୍ୟାଂଶଗୁଡିକ ହେଲା..
- ୨୭,୮୪,୨୦୦ କୋଟି ଟଙ୍କାର ମୋଟ ବ୍ୟୟବରାଦ
- ମୂଳଧନୀ ବ୍ୟୟ ପରିମାଣ ୩,୩୬.୨୯ କୋଟି ଟଙ୍କା
- କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ପାଇଁ ୩,୨୭,୬୭୯ କୋଟି ଟଙ୍କା
- ରାଷ୍ଟ୍ରୀୟ ଶିକ୍ଷା ମିଶନ ପାଇଁ ୩୮,୫୭୨ କୋଟି ଟଙ୍କା
- ତଫସିଲଭୁକ୍ତ ଜାତିର କଲ୍ୟାଣ ପାଇଁ ୭୬,୮୦୧ କୋଟି ଟଙ୍କା
- ତଫସିଲଭୁକ୍ତ ଉପଜାତିଙ୍କ କଲ୍ୟାଣ ପାଇଁ ୫୦,୦୮୬ କୋଟି ଟଙ୍କା ବ୍ୟୟ ପ୍ରସ୍ତାବ
- ୨ ହେକ୍ଟର ପର୍ଯ୍ୟନ୍ତ ଜମି ଥିବା ଛୋଟ ଓ ନାମମାତ୍ର ଚାଷୀଙ୍କ ପାଇଁ ଐତିହାସିକ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନବିଧି ଯୋଜନା ଘୋଷଣା
- ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବ ୩ଟି କିସ୍ତିରେ ବାର୍ଷିକ ୬ ହଜାର ଟଙ୍କା
- ଏଥିଲାଗି ସମସ୍ତ ଖର୍ଚ୍ଚ ବହନ କରିବେ କେନ୍ଦ୍ର ସରକାର
- ଡିସେମ୍ବର ୨୦୧୮ରୁ ପିଛିଲା ଭାବେ ଲାଗୁ ହେବ ପ୍ରଧାନମନ୍ତ୍ରୀ କିଶାନ ଯୋଜନା
- ଦେଶର ୧୨ କୋଟି ଗରିବ କୃଷକଙ୍କୁ ମିଳିବ ସିଧାସଳଖ ଲାଭ
- ମତ୍ସ୍ୟଚାଷକୁ ପ୍ରୋତ୍ସାହନ ପାଇଁ ଗଠନ ହେବ ସ୍ବତନ୍ତ୍ର କେନ୍ଦ୍ରୀୟ ବିଭାଗ
- ଦେଶୀୟ ପ୍ରଜାତିର ଗାଈ ସଂରକ୍ଷଣ ପାଇଁ ଗଠନ ହେବ ରାଷ୍ଟ୍ରୀୟ କାମଧେନୁ ଆୟୋଗ
- ଅଙ୍ଗନଓ୍ବାଡ଼ି, ଆଶାକର୍ମୀମାନଙ୍କ ପାରିଶ୍ରମିକ ବୃଦ୍ଧି ଲାଗି ଘୋଷଣା
- ଶ୍ରମିକମାନଙ୍କ ପାଇଁ ଆରମ୍ଭ ହେବ ବିଶ୍ବର ସର୍ବୃହତ୍ ପେନ୍ସନ୍ ଯୋଜନା
- ୬୦ ବର୍ଷ ପରେ ପ୍ରତି ଶ୍ରମିକଙ୍କୁ ମିଳିବ ୩ ହଜାର ଟଙ୍କା ପର୍ଯ୍ୟନ୍ତ ପେନ୍ସନ୍
- ବ୍ୟକ୍ତିଗତ ଆୟକା ଛାଡ଼ ସୀମା ଅଢେଇ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି
- ଷ୍ଟାଣ୍ଡାର୍ଡ ଡିଡକ୍ସନ୍ ପରିମାଣ ୪୦ ହଜାରରୁ ୫୦ ହଜାର ଟଙ୍କାକୁ ବୃଦ୍ଧି
- ଡାକଘର ଓ ବ୍ୟାଙ୍କ ସଂଚୟ ଜମାରୁ ସୁଧ ଉପରେ ଟିଡିଏସ୍ ସୀମା ୧୦ ହଜାରରୁ ୪୦ ହଜାର ଟଙ୍କାକୁ ବୃଦ୍ଧି
- ରେଳବାଇ ପାଇଁ ୧.୫୮ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ
- ରେଳବାଇକୁ ମିଳିବ ୬୪,୫୮୭ କୋଟି ଟଙ୍କାର ବଜେଟ୍ ସହାୟତା
- ଦିଲ୍ଲୀରୁ ବନାରସ ମଧ୍ୟରେ ଚାଲିବ ’ବନ୍ଦେ ଭାରତ ହାଇସ୍ପିଡ୍ ଏକ୍ସପ୍ରେସ୍’
- ଯାଯାବର ଉପଜାତିଙ୍କ ପାଇଁ ଗଠନ ହେବ କଲ୍ୟାଣ ବୋର୍ଡ
- ନୂଆ ଭାରତ ନିର୍ମାଣ ପାଇଁ ବଜେଟ୍ରେ ଦଶସୂତ୍ରୀ ଆଭିମୁଖ୍ୟ ଘୋଷଣା
- ୮୦ ହଜାର କୋଟି ଟଙ୍କାର ପୁଞ୍ଜି ବିନିବେଶ ଲକ୍ଷ୍ୟ
- ବିମୁଦ୍ରୀକରଣ ପରେ ୩.୩୮ ଲକ୍ଷ ନକଲି/ ଜାଲ୍ କମ୍ପାନୀର ପଞ୍ଜୀକରଣ ରଦ୍ଦ
- ଜିଏସ୍ଟି ଯୋଗୁ ବୃଦ୍ଧି ପାଉଛି ରାଜସ୍ଵ ଆୟର ପ୍ଲବତା
- ଟିକସ ପରିସର ୮୦ ପ୍ରତିଶତ ବୃଦ୍ଧି
- ମୁଦ୍ରା ଯୋଜନାରେ ୭୦ ପ୍ରତିଶତ ମହିଳାଙ୍କୁ ମିଳିଛି ଋଣ ସହାୟତା
- 36ଟି ମହତ୍ ପୂର୍ଣ୍ଣ ସାମଗ୍ରୀ ଉପରୁ ସୀମା ଶୁଳ୍କ ସଂପୂର୍ଣ୍ଣ ରୂପେ ପ୍ରତ୍ୟାହାର