Categories
ବିଶେଷ ଖବର ବ୍ୟବସାୟ

ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲଙ୍କ 27ଲକ୍ଷ 84 ହଜାର 200 କୋଟି ଟଙ୍କା ବଜେଟର 30ଟି ମୁଖ୍ୟ ପ୍ରସଂଗ

ସମୀକ୍ଷା ବ୍ୟୁରୋ

ଲୋକସଭାରେ ୨୦୧୯-୨୦ ବର୍ଷ ଲାଗି ମଧ୍ୟବର୍ତ୍ତୀକାଳୀନ ବଜେଟ୍‌ ଆଗତ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ । ଏହି ବଜେଟର ମୁଖ୍ୟାଂଶଗୁଡିକ ହେଲା..

  1. ୨୭,୮୪,୨୦୦ କୋଟି ଟଙ୍କାର ମୋଟ ବ୍ୟୟବରାଦ
  2. ମୂଳଧନୀ ବ୍ୟୟ ପରିମାଣ ୩,୩୬.୨୯ କୋଟି ଟଙ୍କା
  3. କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ପାଇଁ ୩,୨୭,୬୭୯ କୋଟି ଟଙ୍କା
  4. ରାଷ୍ଟ୍ରୀୟ ଶିକ୍ଷା ମିଶନ ପାଇଁ ୩୮,୫୭୨ କୋଟି ଟଙ୍କା
  5. ତଫସିଲଭୁକ୍ତ ଜାତିର କଲ୍ୟାଣ ପାଇଁ ୭୬,୮୦୧ କୋଟି ଟଙ୍କା
  6. ତଫସିଲଭୁକ୍ତ ଉପଜାତିଙ୍କ କଲ୍ୟାଣ ପାଇଁ ୫୦,୦୮୬ କୋଟି ଟଙ୍କା ବ୍ୟୟ ପ୍ରସ୍ତାବ
  7. ୨ ହେକ୍ଟର ପର୍ଯ୍ୟନ୍ତ ଜମି ଥିବା ଛୋଟ ଓ ନାମମାତ୍ର ଚାଷୀଙ୍କ ପାଇଁ ଐତିହାସିକ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନବିଧି ଯୋଜନା ଘୋଷଣା
  8. ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବ ୩ଟି କିସ୍ତିରେ ବାର୍ଷିକ ୬ ହଜାର ଟଙ୍କା
  9. ଏଥିଲାଗି ସମସ୍ତ ଖର୍ଚ୍ଚ ବହନ କରିବେ କେନ୍ଦ୍ର ସରକାର
  10. ଡିସେମ୍ବର ୨୦୧୮ରୁ ପିଛିଲା ଭାବେ ଲାଗୁ ହେବ ପ୍ରଧାନମନ୍ତ୍ରୀ କିଶାନ ଯୋଜନା
  11. ଦେଶର ୧୨ କୋଟି ଗରିବ କୃଷକଙ୍କୁ ମିଳିବ ସିଧାସଳଖ ଲାଭ
  12. ମତ୍ସ୍ୟଚାଷକୁ ପ୍ରୋତ୍ସାହନ ପାଇଁ ଗଠନ ହେବ ସ୍ବତନ୍ତ୍ର କେନ୍ଦ୍ରୀୟ ବିଭାଗ
  13. ଦେଶୀୟ ପ୍ରଜାତିର ଗାଈ ସଂରକ୍ଷଣ ପାଇଁ ଗଠନ ହେବ ରାଷ୍ଟ୍ରୀୟ କାମଧେନୁ ଆୟୋଗ
  14. ଅଙ୍ଗନଓ୍ବାଡ଼ି, ଆଶାକର୍ମୀମାନଙ୍କ ପାରିଶ୍ରମିକ ବୃଦ୍ଧି ଲାଗି ଘୋଷଣା
  15. ଶ୍ରମିକମାନଙ୍କ ପାଇଁ ଆରମ୍ଭ ହେବ ବିଶ୍ବର ସର୍ବୃହତ୍‌ ପେନ୍‌ସନ୍‌ ଯୋଜନା
  16. ୬୦ ବର୍ଷ ପରେ ପ୍ରତି ଶ୍ରମିକଙ୍କୁ ମିଳିବ ୩ ହଜାର ଟଙ୍କା ପର୍ଯ୍ୟନ୍ତ ପେନ୍‌ସନ୍‌
  17. ବ୍ୟକ୍ତିଗତ ଆୟକା ଛାଡ଼ ସୀମା ଅଢେଇ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି
  18. ଷ୍ଟାଣ୍ଡାର୍ଡ ଡିଡକ୍ସନ୍‌ ପରିମାଣ ୪୦ ହଜାରରୁ ୫୦ ହଜାର ଟଙ୍କାକୁ ବୃଦ୍ଧି
  19. ଡାକଘର ଓ ବ୍ୟାଙ୍କ ସଂଚୟ ଜମାରୁ ସୁଧ ଉପରେ ଟିଡିଏସ୍‌ ସୀମା ୧୦ ହଜାରରୁ ୪୦ ହଜାର ଟଙ୍କାକୁ ବୃଦ୍ଧି
  20. ରେଳବାଇ ପାଇଁ ୧.୫୮ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ
  21. ରେଳବାଇକୁ ମିଳିବ ୬୪,୫୮୭ କୋଟି ଟଙ୍କାର ବଜେଟ୍‌ ସହାୟତା
  22. ଦିଲ୍ଲୀରୁ ବନାରସ ମଧ୍ୟରେ ଚାଲିବ ’ବନ୍ଦେ ଭାରତ ହାଇସ୍ପିଡ୍‌ ଏକ୍ସପ୍ରେସ୍‌’
  23. ଯାଯାବର ଉପଜାତିଙ୍କ ପାଇଁ ଗଠନ ହେବ କଲ୍ୟାଣ ବୋର୍ଡ
  24. ନୂଆ ଭାରତ ନିର୍ମାଣ ପାଇଁ ବଜେଟ୍‌ରେ ଦଶସୂତ୍ରୀ ଆଭିମୁଖ୍ୟ ଘୋଷଣା
  25. ୮୦ ହଜାର କୋଟି ଟଙ୍କାର ପୁଞ୍ଜି ବିନିବେଶ ଲକ୍ଷ୍ୟ
  26. ବିମୁଦ୍ରୀକରଣ ପରେ ୩.୩୮ ଲକ୍ଷ ନକଲି/ ଜାଲ୍‌ କମ୍ପାନୀର ପଞ୍ଜୀକରଣ ରଦ୍ଦ
  27. ଜିଏସ୍‌ଟି ଯୋଗୁ ବୃଦ୍ଧି ପାଉଛି ରାଜସ୍ଵ ଆୟର ପ୍ଲବତା
  28. ଟିକସ ପରିସର ୮୦ ପ୍ରତିଶତ ବୃଦ୍ଧି
  29. ମୁଦ୍ରା ଯୋଜନାରେ ୭୦ ପ୍ରତିଶତ ମହିଳାଙ୍କୁ ମିଳିଛି ଋଣ ସହାୟତା
  30. 36ଟି ମହତ୍ ପୂର୍ଣ୍ଣ ସାମଗ୍ରୀ ଉପରୁ ସୀମା ଶୁଳ୍କ ସଂପୂର୍ଣ୍ଣ ରୂପେ ପ୍ରତ୍ୟାହାର