Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଇରାନ୍‌ରେ 4.9 ତୀବ୍ରତାର ଭୂକମ୍ପ : ଆଣବିକ ପରୀକ୍ଷଣ ସନ୍ଦେହ

ତେହେରାନ୍‌ : ଇରାନ୍‌ରେ ଏକ 4.9 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଇରାନ୍‌ର ବୁଶେହର ଆଣବିକ ରିଆକ୍ଟର ନିକଟରେ ଏହି ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଛି । ପ୍ରାକୃତିକ ପ୍ରକ୍ରିୟାରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ନେଇ କୁହାଯାଉଥିବା ବେଳେ ଇରାନ୍‌ ପକ୍ଷରୁ କିଛି ଆଣବିକ ପରୀକ୍ଷଣ କରାଯାଇଥିବା ଅନୁମାନ ପ୍ରକାଶ କରାଯାଉଛି । ବୁଶେହର ନ୍ୟୁକ୍ଲିୟର୍‌ ରିଆକ୍ଟର ଠାରୁ 70 କିମି ଦୂର ବୋରାଜାଜାନ୍‌ ସହରରେ ଏହି ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଛି । ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ଭୂକମ୍ପର ପ୍ରଭାବ ମାତ୍ର କିଛି ସେକେଣ୍ଡ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲେ । (ଏଜେନ୍ସୀ)