ଭୁବନେଶ୍ବର : ଭାରତର ସର୍ବବୃହତ ସମନ୍ୱିତ ୟୁଟିଲିଟି ଟାଟା ପାୱାର ଓଡ଼ିଶାର ପାଂଚଟି ସର୍କଲ୍ ଭୁବନେଶ୍ୱର, କଟକ, ପୁରୀ, ପାରାଦୀପ ଓ ଢେଙ୍କାନାଳରେ ବିଦ୍ୟୁତର ଖୁଚୁରା ଯୋଗାଣ ଓ ବିତରଣ ପାଇଁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍ସି)ଙ୍କ ଠାରୁ ଲେଟର ଅଫ୍ ଇଟେଂଟ୍ (ଏଲଓଆଇ) ହାସଲ କରିଛି । ଏହାସହିତ ସେସୁର ପରିଚାଳନାକୁ ଅଧିଗ୍ରହଣ କରିବା ବିଷୟରେ ଘୋଷଣା କରିଛି ଟାଟଶ । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍ସି) ପକ୍ଷରୁ ଜାରି ନିର୍ଦେଶ ଅନୁଯାୟୀ ଟାଟା ପାୱାର ପରିଚାଳନା ନିୟନ୍ତ୍ରଣ ସହିତ 51 ପ୍ରତିଶତ ଇକ୍ୱିଟି ଟାଟା ନିକଟରେ ଏବଂ ରାଜ୍ୟ ସରକାରଙ୍କ ମାଲିକାନାରେ ଥିବା ଗ୍ରିଡ୍କୋ ପାଖରେ କଂପାନିର ବଳକା 49 ପ୍ରତିଶତ ଇକ୍ୱିଟି ଅଂଶଧନ ରହିବ ।
Tag: cesu
ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଦଶ ଦିନ ପାଇଁ ବିଦ୍ୟୁତ ଦେୟ ଖିଲାପକାରୀଙ୍କୁ ମହଲତ ଦେଲା ସେସୁ । ଆସନ୍ତା 16 ତାରିଖ ପର୍ଯ୍ୟନ୍ତ ଖିଲାପକାରୀଙ୍କ ବିଦ୍ୟୁତ୍ କାଟ ହେବନି । ଏହି ସମୟ ମଧ୍ୟରେ ଦେୟ ପୈଠ ନ କଲେ ପୁଣି ବିଦ୍ୟୁତ କାଟ ହେବ। ବର୍ତ୍ତମାନ ସୁଦ୍ଧା 72 କୋଟି 76 ଲକ୍ଷ ବକେୟା ଆଦାୟ ହୋଇଛି । 21 ହଜାର 339 ଜଣ ଦେୟ ଖିଲାପକାରୀଙ୍କ ବିଦ୍ୟୁତ କଟାଯାଇଛି । ମୋଟ 7 ଲକ୍ଷ ଲୋକଙ୍କ ଉପରେ ବକେୟା ରହିଛି ବୋଲି କହିଛନ୍ତି ଅରୁଣ ବୋଥ୍ରା । ପୂର୍ବରୁ ସେସୁ ତରଫରୁ ଏନେଇ ଘୋଷଣା କରାଯାଇଥିଲା । ବକେୟା ବିଦ୍ୟୁତ୍ ବିଲ୍ ପୈଠ ନକଲେ ସାଧାରଣ ଉପଭୋକ୍ତାଙ୍କୁ ବିଦ୍ୟୁତ୍ ସେବାରୁ ବଞ୍ଚିତ କରାଯିବ ବୋଲି ସେସୁ ତରଫରୁ ଘୋଷଣା କରାଯାଇଥିଲା । ଏନେଇ ଜାନୁଆରୀ 15 ତାରିଖ ପରଠାରୁ ବିଦ୍ୟୁତ୍ କାଟ୍ ମଧ୍ୟ କରାଯାଇଥିଲା । ଏହା ପରେ ବକେୟା ଆଦାୟ କରାଯାଇଥିବାବେଳେ ଅନ୍ୟ ଖିଲାପକାରୀଙ୍କୁ ଆଉ ଥରେ ସୁଯୋଗ ପ୍ରଦାନ କରାଯାଇଛି ।
ସମୀକ୍ଷା ବ୍ୟୁରୋ
ଓଡିଶା ସରକାର ତରବରିଆ ଭାବରେ ରାଜ୍ୟ ବିଦ୍ୟୁତ ବିତରଣ କମ୍ପାନୀ “ସେସୁ” କୁ ଟାଟା ପାୱାରକୁ ୨୫ ବର୍ଷ ପାଇଁ ଦେଇ ଦେବା ପରେ ସେସୁ ୧୫ ଦିନ ମଧ୍ୟରେ ଖାଉଟି ମାନଙ୍କଠାରୁ ବକେୟା ବିଲ ପଇଠ କରିବାକୁ ନୋଟିସ ଜାରି କରିଥିଲା । ୧୫ ଦିନିଆ କଣ୍ଟ ପୁରିଯିବା ପରେ ସେସୁ ଅଧୀନରେ ଆସୁଥିବା ଅଞ୍ଚଳରୁ ବିଦ୍ୟୁତ କାଟ ଆରମ୍ଭ କରିଛି । ସେସୁର ଏହି ପଦକ୍ଷେପକୁ ବିଭିନ୍ନ ସଂଗଠନ ଏବଂ ରାଜନୈତିକ ଦଳ ବିରୋଧ କରିବାରୁ ସେସୁ ବିଲ ଆଦାୟ କରିବାର ତରିକା ବଦଳାଇବାକୁ ବାଧ୍ୟ ହୋଇଥିଲା । ଏବେ ସେସୁ ନେଇଥିବା ନିଷ୍ପତ୍ତି ଅନୁସାରେ ପ୍ରଥମେ କମ୍ପାନୀ ଏବଂ ବ୍ୟବସାୟିକ ସଂସ୍ଥା ଗୁଡିକରୁ ବିଲ ଆଦାୟ କରିବାକୁ ପ୍ରାଥମିକତା ଦେଇଛି ।
ସୂଚନା ଅଧିକାର ଆଇନ ବଳରେ ସେସୁଠାରୁ ମିଳିଥିବା ତଥ୍ୟ ଅନୁଯାୟୀ ତିନିବର୍ଷ ତଳେ ଏକ ପ୍ରମୁଖ ଘରୋଇ ବିଶ୍ଵ ବିଦ୍ୟାଳୟ “କିଟ” କୋଟି କୋଟି ଟଙ୍କାର ବିଦ୍ୟୁତ ଦେୟ ବକେୟା ରଖିଥିଲା ସୂଚନା ଅଧିକାର ସଂଗଠନର ତଥ୍ୟ ଅନୁଯାୟୀ “କିଟ ବିଶ୍ଵ ବିଦ୍ୟାଳୟ” ପ୍ରାୟ ୨ କୋଟି ୬୦ ଲକ୍ଷ ଟଙ୍କାର ବିଦ୍ୟୁତ ବିଲ ପଇଠ କରି ନଥିଲେ। ତେବେ ଏହି ତଥ୍ୟ ତିନି ବର୍ଷ ତଳର ଓ ବର୍ତ୍ତମାନ କିଟର ବକେୟା ବିଲ କେତେ ରହିଛି ସେକଥା ସୂଚନା ଅଧିକାର ଅଭିଯାନ ସ୍ପଷ୍ଟ କରିନାହିଁ। ହେଲେ ଏଠି ପ୍ରଶ୍ନ ଉଠୁଛି ଏକ ଘରୋଇ ବିଶ୍ଵ ବିଦ୍ୟାଳୟ ୨ କୋଟି ୬୦ ଲକ୍ଷ ଟଙ୍କା ବକେୟା ରଖିଥିବା ବେଳେ ସେମାନଙ୍କ ଲାଇନ କାଟିବାକୁ ସେସୁର ସାହସ ହେଉନଥିଲା କେମିତି?
କିଟ ବିରୋଧରେ ରେ ସେସୁ ମୁହଁ ସେତେବେଳେ ଖୋଲି ନ ଥିଲା । ଶାସକ ଦଳ ବିଜେଡି ଏବଂ କିଟ ମଧ୍ୟରେ ଭିତିରିଆ ସମ୍ପର୍କ ଥିବା ନେଇ ଲୋକେ ସନ୍ଦେହ ପ୍ରକାଶ କରିଥିଲେ । ସେହିପରି ଆଗରୁ ବିଦ୍ୟୁତ ସେବା ଯୋଗାଉଥିବା ଘରୋଇ କମ୍ପାନୀ ରିଲାଏନ୍ସ ପାୱାର ରାଜ୍ୟରୁ ପ୍ରାୟ ୨୪୦୦ କୋଟି ଟଙ୍କାର ଠକି ପଳାଇଯିବା ଏବଂ ସେମାନଙ୍କ ବିରୋଧରେ ସରକାର କୌଣସି ଠୋସ ପଦକ୍ଷେପ ଗ୍ରହଣ ନ କରିବା ଅନେକ ସନ୍ଦେହ ସୃଷ୍ଟି କରୁଛି । କିଟକୁ ଛାଡିଦେଲେ ଅନେକ ଘରୋଇ କମ୍ପାନୀ ଓ ଅନୁଷ୍ଠାନ ମାନେ ମଧ୍ୟ କୋଟି କୋଟି ତାଙ୍କର ବିଲ୍ ବାକି ରଖିଛନ୍ତି । ବିଦ୍ୟୁତ ଦେୟ ବକେୟା ରଖିଥିବା ବଡ କମ୍ପାନୀ ଗୁଡିକ ହେଲେ ଶ୍ରୀ ମାରୁତି ଷ୍ଟିଲ ଏଣ୍ଡ କାଷ୍ଟିଙ୍ଗ(୬ କୋଟି ୪୦ ଲକ୍ଷ), ଏମ ସି ଏଲ ତାଳଚେର,(୮ କୋଟି ୩୬ ଲକ୍ଷ) , ନବଭାରତ ଭେଞ୍ଚାର୍ସ ( ୮ କୋଟି ୨୯ ଲକ୍ଷ) ଜି ଏମ ଆର ଏନର୍ଜି, (୧୦ କୋଟି ୪୪ ଲାକ୍ଷା) ଟି କେ ମେରାଇନ,(୬୨ ଲକ୍ଷ) ଭାରତୀ ଏୟାର୍ଟେଲ,(୪୫ ଲକ୍ଷ) ଇନ୍ଫୋସିସ,(୩୧ ଲକ୍ଷ) ଭୋଡାଫୋନ ଏସାର ସ୍ପେସ ଲିମିଟେଡ,(୨୧ ଲକ୍ଷ) ଫାଲକନ ମେରାଇନ ଏକସ୍ପୋର୍ଟ୍ସ,(୩୩ ଲକ୍ଷ) ରିଲାଏନ୍ସ ଇନ୍ଫ୍ରାତେଲ,(୪୩ ଲକ୍ଷ) ମିଲ୍କ ମନ୍ତ୍ରା,(୩୪ ଲକ୍ଷ) ନ୍ୟୁ ଲକ୍ଷ୍ମୀ ଷ୍ଟିଲ ଏଣ୍ଡ ପାୱାର(୫ କୋଟି ୩୮ ଲକ୍ଷ) , ଟାଟା ଷ୍ଟିଲ(୯୨ ଲକ୍ଷ), ଜିନ୍ଦଲ ଷ୍ଟିଲ (୧୨ କୋଟି ୧୦ ଲକ୍ଷ) , ଭୂଷଣ ଷ୍ଟିଲ(୬ କୋଟି) ଓ ଆହୁରି ଅନେକ। ଏମିତି ଓଡିଶାରେ ଅନେକ ବଡ ବଡ ପ୍ରାୟ ୩୦ ଟି କମ୍ପାନୀ ରହିଛନ୍ତି । ଏମାନଙ୍କ ବିରୋଧରେ ସେସୁ କି ପଦକ୍ଷେପ ନେଉଛି?
ସାଧାରଣ ବ୍ୟବସାୟୀ ବା ଗରିବ ଖାଉଟି ବିଦ୍ୟୁତ ଦେୟ ନ ଦେଲେ ତାର ବିଜୁଳି ଲାଇନ କଟାଯିବ। ହେଲେ ବଡ ବଡ କମ୍ପାନୀ ପାଇଁ ସେଶୁ ପାଖରେ କଇଁଚି ଅଛି ତ? ସାଧାରଣ ଲୋକେ ହୁଅନ୍ତୁ ବା ବଡ କମ୍ପାନୀ, ସମସ୍ତେ ବିଦ୍ୟୁତ ଦେୟ ପଇଠ କରିବା ଉଚିତ। ହେଲେ ବଡବଡିଆଙ୍କୁ ଛାଡି ସାଧାରଣ ଲୋକଙ୍କୁ ଧରିଲେ ଅସନ୍ତୋଷ ବଢିବା ସ୍ଵାଭାବିକ। ବଡ କମ୍ପାନୀ ଓ କର୍ପୋରେଟଙ୍କ ଠାରୁ ବକେୟା ବିଲ ଆଦାଯ କରିବାକୁ ସରକାର ବର୍ଷ ବର୍ଷ ଧରି କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି । ଏବେ ଗରିବ ଓ ଛୋଟ ବ୍ୟବସାୟୀଙ୍କ ମୁଣ୍ଡ ଉପରେ ସେସୁର ଖଣ୍ଡା ଝୁଳୁଛି। ଏ ପ୍ରକାର ପାଟର ଅନ୍ତର ନୀତି ଯୋଗୁଁ ଲୋକଙ୍କ ମନରେ ଅସନ୍ତୋଷ ରହୁଛି। ଜନସାଧାରଣ ଦାବି କରିଛନ୍ତି ଯେ ପ୍ରଥମେ କୋଟି କୋଟି ଟଙ୍କା ବାକି ରଖିଥିବା ଅନୁଷ୍ଠାନ ଗୁଡିକୁ ଅନୁକମ୍ପା ନ ଦେଖାଇ ସଂପୂର୍ଣ୍ଣ ସେସୁ ସେମ,ଆନଙ୍କଠାରୁ ବକେୟା ଅର୍ଥ ଆଦାୟ କରନ୍ତୁ ଏବଂ ଜନତାଙ୍କ ଉପରେ ଦାଉ ସାଧିବା ବନ୍ଦ କରନ୍ତୁ ।
ବଡ ମାଛଙ୍କୁ ଛାଡ କରି ସାଧାରଣ ଲୋକଙ୍କ ଉପରେ ଜୁଲମ କରିବା ବେଳେ ସେସୁ ଏ କଥାର ସ୍ପଷ୍ଟୀକରଣ ରଖିବା ଉଚିତ ହେବ।
ଭୁବନେଶ୍ବର : ଭୁବନେଶ୍ବର ଓ ଖୋର୍ଦ୍ଧାରୁ ବିଦ୍ୟୁତ୍ କାଟ୍ ଆରମ୍ଭ କରିଛି ସେସୁ। ବକେୟା ଥିବା ବିଦ୍ୟୁତ୍ ଗ୍ରାହକମାନଙ୍କ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିବା ପାଇଁ ଖୋର୍ଦ୍ଧା ଡିଭିଜନ ପକ୍ଷରୁ ୩୯ଟି ଟିମ୍ ଗଠନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ନଜର ରଖାଯାଇଛି। ଭୁବନେଶ୍ବରର 70ଟି ସ୍ଥାନରେ ବିଦ୍ୟୁତ୍ କାଟ କରାଯାଇଛି। ଖୋର୍ଦ୍ଧା ସବ୍ଡିଭିଜନରେ ୯ଟି ସ୍କ୍ବାଡ୍ ସାମିଲ ହୋଇଛନ୍ତି। ୫୧୦୦୦ ଗ୍ରାହକଙ୍କ ଉପରେ ୮୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବିଦ୍ୟୁତ୍ ବିଲ୍ ବାକି ରହିଛି। ଚଳିତ ଜାନୁଆରୀ 15 ତାରିଖ ସୁଦ୍ଧା ବକେୟା ବିଦ୍ୟୁତ୍ ବିଲ୍ ପୈଠ ନକଲେ ସାଧାରଣ ଉପଭୋକ୍ତାଙ୍କୁ ବିଦ୍ୟୁତ ସେବାରୁ ବଞ୍ଚିତ କରାଯିବ ବୋଲି ସେସୁ ତରଫରୁ ନିର୍ଦ୍ଦେଶ ରହିଥିଲା।
ସମୀକ୍ଷା ବ୍ୟୁରୋ
ବାଲୁଗାଁ : ବାଲୁଗାଁ ବିଜେପି ତରଫରୁ ସେସୁକୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଗତ କିଛିଦିନତଳେ ସେସୁ ତରଫରୁ ବକୈୟା ବିଲକୁ ନେଇ ଏକ ବିଜ୍ଞାପନ ଉଭୟ ପ୍ରିଣ୍ଟ ଓ ଇଲୋକୋଟ୍ରୋନିକ୍ସ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହି ବିଜ୍ଞାପନ ଅନୁସାରେ ଆସନ୍ତା 15 ତାରିଖ ସୁଦ୍ଧା ବକେୟା ବିଦ୍ୟୁତ୍ ବିଲ୍ ପୈଠ ନକଲେ ସାଧାରଣ ଉପଭୋକ୍ତାଙ୍କୁ ବିଦ୍ୟୁତ ସେବାରୁ ବଞ୍ଚିତ କରାଯିବ ବୋଲି ନିର୍ଦ୍ଦେଶ ରହିଥିଲା।
ସେସୁର ଏପରି ନିଷ୍ପତ୍ତିକୁ ବାଲୁଗାଁର ଭାରତୀୟ ଜନତା ପାର୍ଟି ତୀବ୍ର ନିନ୍ଦା କରିଛି। ବାଲୁଗାଁ ବିଜେପି ନଗର ମଣ୍ଡଳ ସଭାପତି ସତ୍ୟ ନାରାୟଣ ସେନାପତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଏଭଳି ଏକ ଜନବିରୋଧୀ ଘୋଷଣାକୁ ବିରୋଧ କରିବା ସହିତ ସେସୁର କନିଷ୍ଠ ଯନ୍ତ୍ରୀଙ୍କ ନିକଟକୁ ଏକ ସ୍ମାରକ ପତ୍ର ପଠାଇଛି। ଆଗାମୀ ସମୟରେ ଛାତ୍ର ଛାତ୍ରୀମାନଙ୍କର ପରୀକ୍ଷା ଆସୁଥିବାରୁ ସେସୁ ତରଫରୁ ଏପରି ନିଷ୍ପତ୍ତି ଦୁର୍ଭାଗ୍ୟଜନକ ଓ ଅନସ୍ବୀକାର୍ଯ୍ୟ ବୋଲି କହିଛି ବାଲୁଗାଁ ନଗରମଣ୍ଡଳ। ଏହି ନିଷ୍ପତ୍ତିକୁ ପ୍ରତ୍ୟାଖାନ କରିବା ସହିତ କିସ୍ତି ଜରିଆରେ ବକେୟା ବିଦ୍ୟୁତ ବିଲ୍ ପୈଠ କରାଯିବାକୁ ଦାବି କରିଛି ବିଜେପି। ଗଣତାନ୍ତ୍ରିକ ରାଷ୍ଟ୍ରରେ ଏଭଳି ଧମକପୂର୍ଣ୍ଣ ଘୋଷଣା ଦୁର୍ଭାଗ୍ୟଜନକ ବୋଲି କହିବା ସହିତ ଏହି ନିଷ୍ପତ୍ତିରେ ପୁନଃବିଚାର କରିବାକୁ ବିଜେପି ଦାବି କରିଛି। ଯଦି ଏହା ଉପରେ କିଛି ପଦକ୍ଷେପ ନିଆନଯାଏ, ତେବେ ଆଗାମୀ ସମୟରେ ଭୟଙ୍କର ଜନ ଆନ୍ଦୋଳନ କରାଯିବ ବୋଲି ବିଜେପି ଏହି ସ୍ମାରକ ପତ୍ରରେ ଉଲ୍ଲେଖ କରିଛି।
ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ
ଭୁବନେଶ୍ବର, ଓଡିଶାର ବରିଷ୍ଠ ଆଇପିଏସ ଅଫିସର ଅରୁଣ ବୋଥ୍ରା ତାଙ୍କ ପିଲା ବେଳର କଥା ଖୋଲାସା କରି ଦେଇଛନ୍ତି। ବୋଥ୍ରା କହିଛନ୍ତି ଯେ, ତାଙ୍କୁ ଯେତେବେଳେ 11 ବର୍ଷ ବୟସ ହୋଇଥିଲା ସେତେବେଳେ ତାଙ୍କୁ ଗୋଟିଏ ଇଂରାଜୀ ମାଧ୍ୟମ ବୋଡିଂ ସ୍କୁଲରେ ଭର୍ତ୍ତି କରାଯାଇଥିଲା। ହେଲେ ଦୁଇ ସପ୍ତାହ ପରେ ସେ ସେଠାରୁ ଲୁଚି ପଳାଇ ଯାଇଥିଲେ। ଏହାପରେ ସେ ଏକ ବସ୍ ରେ ପ୍ରାୟ 5ରୁ 6 ଘଣ୍ଟା ଯାତ୍ରା କରି ଘରେ ପହଁଚିଥିଲି ବୋଲି ନିଜ ଟ୍ବଇଟ୍ ରେ ବୋଥ୍ରା ଉଲ୍ଲେଖ କରିଛନ୍ତି। ପରବର୍ତ୍ତି ସମୟରେ ସେ ଏକ ସରକାରୀ ହିନ୍ଦି ମିଡିୟମ ସ୍କୁଲରେ ପାଠ ପଢିଥିଲେ। ସେତେବେଳେ ସେହି ଇଂରାଜୀ ବୋର୍ଡିଂ ସ୍କୁଲର ପ୍ରିନସପାଲ ବୋଥ୍ରାଙ୍କ ଉପରେ ଏକ ଟିପ୍ପଣୀ ଦେଇଥିଲେ। ସେ କହିଥିଲେ ଯେ, ବୋଥ୍ରା ତା ଜୀବନରେ କିଛି କରିପାରିବ ନାହିଁ। ଟ୍ବଇଟରେ ବୋଥ୍ରା ଯାହା ଲେଖିଛନ୍ତି ତାହା ହେଲା “Principal of English school announced that I was a gone case & wouldn’t do anything in life.” ବୋଥ୍ରାଙ୍କ ଏପରି ସ୍ପଷ୍ଟବାଦିତା ନେଇ ବିଭିନ୍ନ ମହଲରେ ବେଶ୍ ଚର୍ଚ୍ଚା ଚାଲିଛି। ଅରୁଣ ବୋଥ୍ରା ବର୍ତ୍ତମାନ ସେସୁର ସିଇଓ ଅଛନ୍ତି।
ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଆସନ୍ତା ଶୁକ୍ରବାର ଓ ଶନିବାର କଟକ, ଭୁବନେଶ୍ବର, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ, ନିମାପଡା ଜିଲ୍ଲାର କିଛି ସ୍ଥାନରେ ବିଦ୍ୟୁତ ସରବରାହ ବନ୍ଦ ରହିବ ନେଇ ଗୁରୁବାର ଦିନ ସେସୁ ପକ୍ଷରୁ ଘୋଷଣା କରାଯାଇଛି।
ଜରୁରୀକାଳୀନ ମରାମତି କାର୍ଯ୍ୟପାଇଁ ଶୁକ୍ରବାର ଓ ଶନିବାର ଦିନ ଏହିସବୁ ସ୍ଥାନର ବିଦ୍ୟୁତ ସରବରାହ ବନ୍ଦ ରହିବ।
ଶୁକ୍ରବାର ଦିନ ନିମ୍ନ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ ସରବରାହ
୧. ଭୁବନେଶ୍ବର (ସହରାଞ୍ଚଳ) – ଦାରୁଠେଙ୍ଗ, କୃଷ୍ଣନଗର, ଚନ୍ଦକା, ପଥରଗାଡିଆ, ସୁନ୍ଦରପଦା, କୁଜିମହଲ, ବାରିକ୍ ସାହି, ମାଉସୀମାଛକ ବିଶୋଇସାହି, ସାମନ୍ତରାପୁର, ଦିବ୍ୟବିହାର, ସୂର୍ଯ୍ୟବିହାର ଆଦି ଅଞ୍ଚଳରେ ସକାଳ 9 ଘଟିକାରୁ ଅପରାହ୍ନ 1 ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିବ ।
୨. କଟକ (ସହରାଞ୍ଚଳ) – ମତଗଜପୁର, ଚାଉଳିଆଗଞ୍ଜ, ମାଲଗୋଦାମ ଓ ଓମ୍ପି ଅଞ୍ଚଳରେ ଦିନ 10ଘଟିକାଠାରୁ ଅପରାହ୍ନ 2 ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ ସରାବରାହ ବନ୍ଦ ରହିବ ।
୩. କଟକ (ଗ୍ରାମାଞ୍ଚଳ) – ଆଠଗଡ ଓ ନିଆଳି ଅଞ୍ଚଳରେ ସକାଳ 8 ଘଟିକାଠାରୁ 12 ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିବ ।
୪. ଖୋର୍ଦ୍ଧା – କଥାଖୁଣ୍ଟିଆ, ପାଟଣୀବାଡ, କୁମ୍ଭିଲା, ଗଉଡପୁଟ୍ ଆଦି ଅଞ୍ଚଳରେ ସକାଳ 9 ଘଟିକାଠାରୁ ଅପରାହ୍ନ 3 ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିବ ।
୫. ନୟାଗଡ – ନୟାଗଡର ସିମେଇ ସାହି ଅଞ୍ଚଳରେ ସକାଳ 8 ଘଟିକାଠାରୁ ଅପରାହ୍ନ 5 ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିବ ।
୬. ଢେଙ୍କାନାଳ – କାମାକ୍ଷାନଗର, ହିନ୍ଦୋଳ ରୋଡ୍ ଓ ମଠକୋରାଗୋଲା ଅଞ୍ଚଳରେ ସକାଳ 8 ଘଟିକାଠାରୁ ଅପରାହ୍ନ 1 ଘଟିକା ଯାଏଁ ବିଦ୍ୟୁତ ସେବା ବନ୍ଦ ରହିବାକୁ ଥିବାବେଳେ ଢେଙ୍କାନାଳ ଟାଉନ୍, ଜୋରନ୍ଦା, ସପ୍ତଶର୍ଯ୍ୟା, ଗୋବିନ୍ଦପୁର, ଦେଉଳସାହି ଅଞ୍ଚଳରେ ସକାଳ 9ଘଟିକାଠାରୁ ଅପରାହ୍ନ 4 ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିବ ।
୭. ନିମାପଡା – କୁରୁଜଙ୍ଗ, ସାମକୁଲା, କାନ୍ଦାଲ୍, ମୂଷାପଡା, ତଣ୍ଡାଘର ପ୍ରଭୃତି ଅଞ୍ଚଳରେ ଦିନ 10 ଘଟିକାଠାରୁ ଅପରାହ୍ନ 2 ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ୍ ସେବା ବନ୍ଦ ରହିବ ।
ସେହିପରି ଶନିବାର ଦିନ ନିମ୍ନ ସ୍ଥାନ ଗୁଡ଼ିକରେ ବିଦ୍ୟୁତ ସେବା ବନ୍ଦ ରହିବ
୧. ଭୁବନେଶ୍ବର (ସହରାଞ୍ଚଳ) – ବିଜେବି ନଗର, ଗୌରୀନଗର, ରବି ଟକିଜ୍ ଆଦି ଅଞ୍ଚଳରେ ଦିନ 10 ଘଟିକାଠାରୁ ଅପରାହ୍ନ 1 ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ୍ ସେବା ବନ୍ଦ ରହିବ ।
୨.କଟକ (ସହରାଞ୍ଚଳ) – କଲ୍ୟାଣୀନଗର, ରାଜେନ୍ଦ୍ରନଗର ଆଦି ଅଞ୍ଚଳରେ ଦିନ 10 ଘଟିକାଠାରୁ ଅପରାହ୍ନ 4 ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିବ ।
୩.କଟକ (ଗ୍ରାମୀଣ) – ଗୋଡିଝରିଆଠାରେ ସକାଳ 9 ଘଟିକାଠାରୁ ଅପରାହ୍ନ 12 ଘଟିକା ଯାଏଁ ବିଦ୍ୟୁତ୍ ସେବା ବନ୍ଦ ରହିବାକୁ ଥିବାବେଳେ ଚାରବାଟିଆଠାରେ ସକାଳ 9 ଘଟିକାଠାରୁ ଅପରାହ୍ନ 5 ଘଟିକା ଯାଏଁ ବିଦ୍ୟୁତ ସେବା ବନ୍ଦ ରହିବ ।
୪. ଖୋର୍ଦ୍ଧା – କଥାଖୁଣ୍ଟିଆ, ପାଟଣୀବାଡ, କୁମ୍ଭିଲା, ଗଉଡପୁଟ ଆଦି ଅଞ୍ଚଳରେ ସକାଳ 9 ଘଟିକାଠାରୁ ଅପରାହ୍ନ 3 ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ୍ ସେବା ବନ୍ଦ ରହିବ ।
୫. ଢେଙ୍କାନାଳ – ଦେଉଳସାହି ଅଞ୍ଚଳରେ ସକାଳ 9 ଘଟିକାଠାରୁ ଅପରାହ୍ନ 4 ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ୍ ସେବା ବନ୍ଦ ରହିବ ।
୬. ନିମାପଡ଼ା – କୁରୁଜଙ୍ଗ, ସାମକୁଲା, କାନ୍ଦାଲ୍, ମୂଷାପଡା, ତାଣ୍ଡହାର୍ ଆଦି ଅଞ୍ଚଳରେ ସକାଳ 9 ଘଟିକାଠାରୁ ଅପରାହ୍ନ 2 ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ୍ ସେବା ବନ୍ଦ ରହିବ ।
ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର, ୫/ ୧୨: ଶୁକ୍ରବାର ଓ ଶନିବାର କଟକ, ପୁରୀ, ଖୋର୍ଦ୍ଧା ଓ ଅନୁଗୁଳର କିଛି ସ୍ଥାନରେ ବିଦ୍ୟୁତ ସରବରାହ ବନ୍ଦ ରହିବ ନେଇ ବୁଧବାର ଦିନ ସେସୁ ପକ୍ଷରୁ ଘୋଷଣା କରାଯାଇଛି।
ଜରୁରୀକାଳୀନ ମରାମତି କାର୍ଯ୍ୟପାଇଁ ଶୁକ୍ରବାର ଓ ଶନିବାର ଦିନ ଏହିସବୁ ସ୍ଥାନର ବିଦ୍ୟୁତ ସରବରାହ ବନ୍ଦ ରହିବ।
ଶୁକ୍ରବାର ଦିନ ନିମ୍ନ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ
୧. ଭୁବନେଶ୍ବର (ସହରାଞ୍ଚଳ) – ସତ୍ୟନଗର, ଡାଲ୍ମା ସାଇଟ୍, ଚାରିନମ୍ବର, ଓୟୁୟିଟି, ପିଡବ୍ଲ୍ୟୁଡି କଲୋନୀ, ୬ ନମ୍ବର, ଏଜି ଅଫିସ୍ ଆଦି ଅଞ୍ଚଳରେ ସକାଳ ୮ ଘଟିକାରୁ ୧୧ ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ୍ ସେବା ବନ୍ଦ ରହିବ।
୨. ଭୁବନେଶ୍ବର (ଗ୍ରାମୀଣ) – ଫୁଲନଖରା, ଭିଙ୍ଗାରପୁର, ବେଣୁପୁର ଆଦି ଅଞ୍ଚଳରେ ସକାଳ ୯ ଘଟିକାରୁ ୧ ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିବ।
୩. କଟକ (ସହରାଞ୍ଚଳ) – ମେଡ଼ିକାଲ, ସିଡିଏ ଆଦି ଅଞ୍ଚଳରେ ସକାଳ ୯ ଘଟିକାରୁ ଦିନ ୧୨ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ୍ ସେବା ବନ୍ଦ ରହିବାକୁ ଥିବାବେଳେ ଜୋବ୍ରା, ଗଣେଶ ଘାଟ ଓ ନୟାବଜାର ଆଦି ଅଞ୍ଚଳରେ ସକାଳ ୯ ଘଟିକାରୁ ଦିନ ୨ ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ୍ ସରବରାହ ବନ୍ଦ ରହିବ।
୪. ପୁରୀ – କୋଣାର୍କ, ରାମଚଣ୍ଡୀ, ପାଓ୍ବାରହାଉସ୍, ଗୋଡା ବଜାର, ତାଳବଣିଆ, ଚାରିନାଲ, ଚନ୍ଦନପୁର, ସାତଶଙ୍କ, ସତ୍ୟବାଦୀ ଆଦି ଅଞ୍ଚଳରେ ସକାଳ ୮ ଘଟିକାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ୍ ସେବା ବନ୍ଦ ରହିବ।
୫. ଅନୁଗୁଳ – ବୋଏଣ୍ଡା, ବାମପୁର, ଆଠମଲ୍ଲିକ, ଛେଣ୍ଡିପଦା, କୋଶଲା ଆଦି ସ୍ଥାନରେ ସକାଳ ୭ ଘଟିକାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ୍ ସେବା ବନ୍ଦ ରହିବ।
ଶନିବାର ଦିନ ନିମ୍ନ ସ୍ଥାନ ଗୁଡ଼ିକରେ ବିଦ୍ୟୁତ ସେବା ବନ୍ଦ ରହିବ
୧. ଭୁବନେଶ୍ବର (ସହରାଞ୍ଚଳ) – ବାଣୀବିହାର ଷ୍ଟେସନ, ମହର୍ଷି କଲେଜ ରୋଡ୍, ମାଷ୍ଟର କାଣ୍ଟିନ୍, ଖାରବେଳ ନଗର, ଏନ୍୪, ଏନ୍୧/ଏନ୍୨ ପାର୍ଟ, ଆରବିଆଇ କାର୍ଟର୍ସ, ଇସ୍କନ ବସ୍ତି ଆଦି ଅଞ୍ଚଳରେ ସକାଳ ୮.୩୦ ମିନିଟରୁ ସକାଳ ୧୧ ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ ଯୋଗାଣ ବନ୍ଦ ରହିବ। ସେହିପରି ରଘୁନାଥପୁର, ତାରେଣି ବିହାର, ହାଉସିଂ ବୋର୍ଡ, ଡମଣା, ଡୁମଡୁମା ଫେଜ୍-୨ ଆଦି ଅଞ୍ଚଳରେ ସକାଳ ୯ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିବ।
୨.କଟକ (ସହରାଞ୍ଚଳ) – ରାଣୀଘାଟ, କାଜିବଜାର, ଶିଖରପୁର, ରାଜାବଗିଚା ଆଦି ଅଞ୍ଚଳରେ ସକାଳ ୯ ଘଟିକାଠାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିବ।
୩.କଟକ (ଗ୍ରାମୀଣ) – ଆଦଶପୁର ଅଞ୍ଚଳରେ ସକାଳ ୯ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିବ।
୪.ପୁରୀ – କୋଣାର୍କ ଓ ରାମଚଣ୍ଡୀ ଅଞ୍ଚଳରେ ସକାଳ ୧୧ ଘଟିକାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିବ।