Categories
ଆଜିର ଖବର ରାଜ୍ୟ ଖବର

ସ୍କୁଲ ଭିତରୁ ମିଳିଲା ଶବ

କନ୍ଦର୍ପ ବେହେରା

ରେଢାଖୋଲ: ରେଢାଖୋଲ ସବଡିଭିଜନ ଚାରମାଳଥାନା ଚାଟୁଣ ପ୍ରାଥମିକ ବିଦ୍ୟାଳୟରୁ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଉଛନ୍ତି ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା କଣ୍ଢଳ ଗ୍ରାମର ରାଜୁ ଜାନି। ୩୫ ବର୍ଷୀୟ ରାଜୁ ଗାଁ ଗାଁ ବୁଲି ଚଟୁ ପାତିଆ ଆଦି ଲୁହା, ଟିଣ ସାମଗ୍ରୀ ବିକ୍ରି କରୁଥିବାର ସୂଚନା ରହିଛି। ପୋଲିସ୍‌ ଘଟଣାସ୍ଥଳରୁ ମୃତଦେହକୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି। ଏହି ଘଟଣାର ତଦନ୍ତ ଭାର ଗ୍ରହଣ କରିଛନ୍ତି ଚାରମାଳ ଥାନାଧିକାରୀ ବସନ୍ତ ଦଳେଇ। ତେବେ ବିଦ୍ୟାଳୟ ଭିତରେ ତାଙ୍କର ମୃତଦେହକୁ କିପରି ଆସିଲା, ସେନେଇ ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଚର୍ଚ୍ଚା ସୃଷ୍ଟି ହୋଇଛି।