Categories
ଆଜିର ଖବର ବ୍ୟବସାୟ

995 ଟଙ୍କାରେ ବିମାନ ଯାତ୍ରାର ସୁଯୋଗ ଦେବ ଭିସ୍ତାରା

ନୂଆଦିଲ୍ଲୀ : ବିମାନସେବା ପ୍ରଦାନକାରୀ କମ୍ପାନୀ ଭିସ୍ତାରା ଶସ୍ତା ବିମାନ ସେବା ପ୍ରଦାନ କରିବାକୁ ଯାଉଛି । କମ୍ପାନୀର ପଞ୍ଚମ ବର୍ଷ ପୂର୍ତ୍ତି ଅବସରରେ କମ୍ପାନୀ ପକ୍ଷରୁ ମାତ୍ର 995 ଟଙ୍କାରେ ବିମାନଯାତ୍ରାର ସୁଯୋଗ ପ୍ରଦାନ କରାଯାଉଛି । ଏହି ଅଫର କେବଳ ଦୁଇ ଦିନ ପାଇଁ ରହିବ । ଆଜି ମଧ୍ୟରାତ୍ରରୁ ଏହି ଅଫର ଲାଗୁ ହେବାକୁ ଯାଉଛି । ଜାନୁୟାରୀ 10ରୁ 12 ପର୍ଯ୍ୟନ୍ତ ଦୁଇ ଦିନ ଏହି ଅଫରର ବୈଧତା ରହିବ । ଘରୋଇ ବିମାନସେବା କ୍ଷେତ୍ରରେ ଇକୋନୋମୀ ଶ୍ରେଣୀରେ ଯାତ୍ରା କରିବା ପାଇଁ 995 ଟଙ୍କା, ପ୍ରିମିୟମ୍‌ ଇକୋନୋମି ପାଇଁ 1955 ଟଙ୍କା ଏବଂ ବିଜିନେସ୍‌ ଶ୍ରେଣୀ ପାଇଁ 5555 ଟଙ୍କା ରଖାଯାଇଛି । ସେହିପରି ବିଦେଶୀ ବିମାନ ଯାତ୍ରା ପାଇଁ ଇକୋନୋମୀ ଶ୍ରେଣୀର ମୂଲ୍ୟ 14555 ଟଙ୍କା ରହିଛି । ପ୍ରିମିୟମ୍‌ ଇକୋନୋମି ର ମୂଲ୍ୟ 19995ଟଙ୍କା ରହିଥିବା ବେଳେ ବିଜିନେସ ଶ୍ରେଣୀରେ ଯାତ୍ରା ପାଇଁ 35555 ଟଙ୍କା ରହିଛି । ଦୁଇଦିନ ମଧ୍ୟରେ ବୁକିଂ କରିବା ଦ୍ବାରା ଜାନୁୟାରୀ 25ରୁ ସେପ୍ଟେମ୍ବର 30 ମଧ୍ୟରେ ଯାତ୍ର କରିହେବ ବୋଲି ଭିସ୍ତାରା ପକ୍ଷରୁ କୁହାଯାଇଛି ।