Categories
ଆଜିର ଖବର

ଲଗାତର ତୃତୀୟ ବର୍ଷ ପାଇଁ ସ୍ବଚ୍ଛ ସହର ଭାବେ ଇନ୍ଦୋର୍‌ ପୁରସ୍କୃତ

ଇନ୍ଦୋର ପୁଣିଥରେ ଭାରତର ସବୁଠୁ ସ୍ବଚ୍ଛ ସହର ଭାବେ ବିବେଚିତ ହୋଇଛି । କେନ୍ଦ୍ର ସରକାଣଙ୍କ ସ୍ବଚ୍ଛତା ସର୍ବେକ୍ଷଣ ଜରିଆରେ ଏହା ତୃତୀୟଥର ପାଇଁ ଏହି ସହରଟି ରହିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ଦିନ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ‘ଦ ସ୍ବଚ୍ଛ ସର୍ବେକ୍ଷଣ ଆଓ୍ବାର୍ଡ ୨୦୧୯’ ପ୍ରଦାନ କରିଛନ୍ତି । ନୂଆଦିଲ୍ଲୀର ନଗରପାଳିକା ପରିଷଦ କ୍ଷେତ୍ରକୁ ’ସବୁଠୁ ସ୍ବଚ୍ଛ ଛୋଟ ସହର’ର ପୁରସ୍କାର ମିଳିଛି, କେନ୍ଦ୍ର ସରକାର ଉତ୍ତରାଖଣ୍ଡର ଗୌଚରକୁ କେନ୍ଦ୍ର ସରକାର ‘ସର୍ବଶ୍ରେଷ୍ଠ ଗଂଗା ଟାଉନ୍‌’ ଘୋଷଣା କରିଛନ୍ତି । ସ୍ବଚ୍ଛତା ପୁରସ୍କାର କେନ୍ଦ୍ରୀୟ ଆବାସ ଓ ସହର ମନ୍ତ୍ରାଳୟ ତରଫରୁ ପ୍ରଦାନ କରାଯାଇଙଥାଏ । ଇନ୍ଦୋରକୁ ପ୍ରଶଂସା କରି କେନ୍ଦ୍ରୀୟ ଆବାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ଟୁଇଟ୍‌ କରି କହିଛନ୍ତି , ‘ବହୁତ ଭଲ’ ! ଇନ୍ଦୋର ଲଗାତର ତୃତୀୟ ବର୍ଷ ପାଇଁ ମଧ୍ୟ ସ୍ବଚ୍ଛ ସହର ଭାବେ ପୁରସ୍କୃତ ହୋଇଛି ।