Categories
ଆଜିର ଖବର ଖେଳ

ଅନ୍ତିମ ଦିନିକିଆ ସହିତ ନ୍ୟୁଜିଲ୍ୟାଣ୍ଡର ସିରିଜ୍‌ କ୍ଲିନ୍‌ ସୁଇପ୍‌

ମାଉଣ୍ଟ ମନ୍‌ଗାଉନି : ମାଉଣ୍ଟ ମନ୍‌ଗାଉନିର ବେ ଓଭାଲରେ ସିରିଜ୍‌ କ୍ଲିନ୍‌ ସୁଇପ୍‌ କରିଛି ନ୍ୟୁଜିଲ୍ୟାଣ୍ଡ । ଏହା ସହିତ ଟି 20 ଶୃଙ୍ଖଳାର ପ୍ରତିଶୋଧ ଘରୋଇ ଦଳ ଦିନିକିଆ ସିରିଜ୍‌ରେ ନେଇଛି । ପ୍ରଥମେ ବ୍ୟାଟିଂ କରି କେ ଏଲ୍‌ ରାହୁଲ୍‌ (112)ଙ୍କ ଶତକ ଏବଂ ଶ୍ରେୟସ୍‌ ଆୟାର(62)ଙ୍କ ବ୍ୟାଟିଂ ବଳରେ ଭାରତ 296 ରନ୍‌ ସଂଗ୍ରହ କରିଥିଲା । ଜବାବରେ ହେନ୍‌ରୀ ନିକୋଲ୍‌ସ(80) ଏବଂ ଡି ଗ୍ରାଣ୍ଡହୋମ୍‌(58) ରନ୍‌ ସହାୟତାରେ ନ୍ୟୁଜିଲ୍ୟାଣ୍ଡ 5 ଓ୍ବିକେଟ୍‌ରେ ବିଜୟୀ ହୋଇଥିଲା । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ହାମିଶ ବେନେଟ୍‌ ସର୍ବାଧିକ 4ଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ 47 ରନ୍‌ରେ 3ଟି ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ଅନ୍ୟ ବୋଲରଙ୍କ ବିଫଳତା କାରଣରୁ ନ୍ୟୁଜିଲ୍ୟାଣ୍ଡ ବିଜୟୀ ହୋଇଥିଲା । ହେନ୍‌ରୀ ନିକୋଲ୍‌ସଙ୍କୁ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ଏବଂ ରସ୍‌ ଟେଲରଙ୍କୁ ପ୍ଲେୟର ଅଫ୍‌ ଦ ସିରିଜ୍‌ ଘୋଷଣା କରାଯାଇଥିଲା ।(ଏଜେନ୍ସି)