Categories
ଆଜିର ଖବର

ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ନଡ୍ଡାଙ୍କ ରୁଦ୍ଧଦ୍ବାର ବୈଠକ

ନୂଆଦିଲ୍ଲୀ, 26/12 : ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ବିଜେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଏକ ରୁଦ୍ଧଦ୍ବାର ବୈଠକ ଅନୁଷ୍ଠତି ହୋଇଯାଇଛି । ଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଜେପିର ସାଧାରଣ ସମ୍ପାଦକ ବିଏଲ୍‌ ସନ୍ତୋଷ ମଧ୍ୟ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲ, ମୁଖ୍‌ତାର ଆବ୍ବାସ୍‌ ନକ୍‌ଭୀ, କିରେଣ ରିଜ୍‌ଜୁ, ଅର୍ଜୁନ ରାମ ମେଘଓ୍ବାଲ, ଏବଂ ଗଜେନ୍ଦ୍ର ସିଂ ଶେଖାଓ୍ବାତ ଉପସ୍ଥିତ ଥିଲେ । ସାଂସଦ ମାନଙ୍କ ମଧ୍ୟରେ ଲଦାଖ ସାଂସଦ ଜାମ୍ୟାଙ୍ଗ ସେରିଙ୍ଗ ନାମଗ୍ୟାଲ, ରାଜୀବ ଚନ୍ଦ୍ରଶେଖର ଏବଂ ଜିବିଏଲ୍‌ ନରସିଂହ ରାଓ ଉପସ୍ଥିତ ଥିଲେ । ଗୁରୁବାର ଅନୁ୍ଷ୍ଠିତ ଏହି ରୁଦ୍ଧଦ୍ବାର ବୈଠକରେ ସିଏଏକୁ ନେଇ ଜନସାଧାରଣଙ୍କ ନିକଟରେ ପହଞ୍ଚିବା ସମ୍ପର୍କରେ ଆଲୋଚନା ହୋଇଥିଲା । (ଏଜେନ୍ସୀ)