Categories
ଆଜିର ଖବର ରାଜ୍ୟ ଖବର

ମନ୍ତ୍ରୀମାନଙ୍କୁ ପ୍ଲାଜମା ଦାୟିତ୍ବ, ଜାଣନ୍ତୁ କେଉଁ ମନ୍ତ୍ରୀଙ୍କ ଦାୟିତ୍ବରେ କେଉଁ ଜିଲ୍ଲା

ଭୁବନେଶ୍ବର, କରୋନା ମହାମାରୀ ସଂକଟ ସମୟରେ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ପ୍ଲାଜମା ଦାନକୁ କିପରି ଉତ୍ସାହିତ କରାଯାଇ ପାରିବ, ସେଥିପାଇଁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ବ ବାଣ୍ଟିଛନ୍ତି। ମନ୍ତ୍ରୀମାନେ ଜିଲ୍ଲା ବୁଲି କରୋନା ଆରୋଗ୍ୟମାନଙ୍କୁ ପ୍ଲାଜମା ଦାନ ପାଇଁ କହିବେ।

ଆସନ୍ତୁ ନଜର ପକାଇବା କେଉଁ ମନ୍ତ୍ରୀମାନଙ୍କୁ କେଉଁ କେଉଁ ଜିଲ୍ଲାର ଦାୟିତ୍ବ ଦିଆଯାଇଛି।

ନିରଞ୍ଜନ ପୂଜାରୀ-ପୁରୀ

ବିକ୍ରମ କେଶରୀ ଆରୁଖ-କନ୍ଧମାଳ ଓ ଗଂଜାମ

ପ୍ରଫୁଲ ମଲ୍ଲିକ-ବରଗଡ଼

ରଣେନ୍ଦ୍ର ପ୍ରତାପ ସ୍ବାଇଁ-ଭଦ୍ରକ ଓ କେନ୍ଦ୍ରାପଡ଼ା

ପଦ୍ମନାଭ ବେହେରା-ଝାରସୁଗୁଡ଼ା, ବୌଦ୍ଧ

ପ୍ରତାପ ଜେନା-ମୟୂରଭଂଜ, କଟକ

ଅରୁଣ ସାହୁ-ନୟାଗଡ଼, ଖୋର୍ଦ୍ଧା

ସୁଦାମ ମାରାଣ୍ତି-ସୋନପୁର

ସୁଶାନ୍ତ ସିଂହ-ବଲାଙ୍ଗିର, ସମ୍ବଲପୁର

ନବ ଦାସ-କଳାହାଣ୍ଡି ଓ ନୂଆପଡ଼ା

ତୁଷାରକାନ୍ତି ବେହେରା-ମାଲକାନଗିରି

Categories
ଆଜିର ଖବର ରାଜ୍ୟ ଖବର

୫ ମାସ ପାଇଁ ମିଳିବ ମାଗଣା ଚାଉଳ ଓ ଡାଲି, ଜାଣନ୍ତୁ କିଏ ହେବେ ଉପକୃତ

ଭୁବନେଶ୍ବର, କରୋନା ସଂକ୍ରମଣ ଏବଂ ତଦ୍‌ଜନିତ ଲକ୍‌ଡାଉନ ଓ ସଟ୍‌ଡାଉନ ଗରିବ ଲୋକଙ୍କ ଜୀବିକା ଉପରେ ବିଶେଷ ପ୍ରଭାବ ପକାଇଛି। ତେଣୁ ଗରିବ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ମାନଙ୍କୁ ଜୁଲାଇରୁ ନଭେମ୍ବର ପର୍ଯ୍ୟନ୍ତ ୫ ମାସ ମାଗଣାରେ ଡାଲି ଓ ଚାଉଳ ସାଧାରଣ ବଣ୍ଟନ ବ୍ୟବସ୍ଥା ଜରିଆରେ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଏହାଦ୍ବାରା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ମାନଙ୍କୁ ପ୍ରତି ମାସରେ ମୁଣ୍ଡପିଛା ୫ କେଜି ଲେଖାଏ ଚାଉଳ ୫ ମାସ ପାଇଁ ମାଗଣା ଯୋଗାଇ ଦିଆଯିବ। ଏହାସହିତ ପ୍ରତି ମାସରେ ପରିବାର ପିଛା ଏକ କେଜି ଲେଖାଏ ଡାଲି ମଧ୍ୟ ନଭେମ୍ବର ପର୍ଯ୍ୟନ୍ତ ମାଗଣାରେ ଯୋଗାଇ ଦିଆଯିବ।

ଏହାଦ୍ବାରା ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ସୁବିଧାରୁ ବାଦ ପଡିଥିବା ଲକ୍ଷ ଲକ୍ଷ ହିତାଧିକାରୀମାନେ ଉପକାର ପାଇପାରିବେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଗଂଜାମ ଜିଲ୍ଲାରେ କାଲିଠାରୁ ପ୍ଲାଜମା ଥେରାପି, ଜାଣନ୍ତୁ ଆଉ କ’ଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ରାଜ୍ୟରେ ସବୁଠାରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ଏବଂ ମୃତ୍ୟୁମୁଖରେ ପଡିଥିବା ଗଂଜାମ ଜିଲ୍ଲାରେ ଆସନ୍ତାକାଲିଠାରୁ ପ୍ଲାଜମା ଥେରାପି ଆରମ୍ଭ କରାଯିବ। ଗଞ୍ଜାମ ଜିଲ୍ଲାରେ କୋଭିଡ-19 ସ୍ଥିତିର ସମୀକ୍ଷା ପାଇଁ ବସିଥିବା ବୈଠକରେ ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିଛନ୍ତି। ବ୍ରହ୍ମପୁର ନିକଟ ଶୀତଳାପଲ୍ଲୀ କୋଭିଡ ହସ୍ପିଟାଲରେ ଥେରାପି ଚିକିତ୍ସା ଆରମ୍ଭ ହେବ।

ବ୍ରହ୍ମପୁର ଅମିତ ହସ୍ପଟାଲରେ 100 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ରହିଛି। ଏହାବାଦ୍ ଆଜିର ବୈଠକରେ ଗଂଜାମକୁ 3 ଡିଏସପି, 10 ପ୍ଲାଟୁନ ଫୋର୍ସ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି। ଗଞ୍ଜାମ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ 25 କୋଟି ଟଙ୍କା ମଂଜୁର କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଏକାମ୍ର ଯୋଜନାର ବିସ୍ଥାପିତଙ୍କ ପାଇଁ ଥଇଥାନ ଓ ସହାୟତା ପ୍ୟାକେଜ୍‌କୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଏକାମ୍ର ଯୋଜନାରେ ବିସ୍ଥାପିତଙ୍କ ଥଇଥାନ ଓ ସହାୟତା ପ୍ୟାକେଜକୁ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହା ସହିତ ଯୋଜନା ନିମନ୍ତେ ଆବଶ୍ୟକ ଥିବା ବାସଗୃହ, ମଠ ଏବଂ ଦୋକାନ ପାଇଁ ଆର୍ଥିକ ସହାୟତା ମଧ୍ୟ ଘୋଷଣା କରାଯାଇଛି । ଏହି ଯୋଜନାରେ ଅଧିଗ୍ରହଣ ହେବାକୁ ଥିବା ସମସ୍ତ ଜମି ଲିଙ୍ଗରାଜ ମହାପ୍ରଭୁଙ୍କ ନାମରେ ରେକର୍ଡ କରାଯିବ ଏବଂ ଜମି ଦାନ କରିଥିବା ବ୍ୟକ୍ତିଙ୍କ ନାମ ଫଳକରେ ଉଲ୍ଲେଖ କରାଯିବ ବୋଲି ମୁଖ୍ୟମନ୍ତ୍ରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଜମି ଅଧିଗ୍ରହଣ ଏବଂ କ୍ଷତିପୂରଣ ଅଧିନିୟମ 2013 ଅନୁଯାୟୀ ଏହି କ୍ଷତିପୂରଣ ପ୍ରଦାନ କରାଯିବ ।

ବିସ୍ଥାପିତ ହେଉଥିବା ପରିବାର ଏବଂଦୋକାନୀଙ୍କୁ ପରିବହନ ଏବଂ ଅନ୍ୟ ବ୍ୟବସ୍ଥା ନିମନ୍ତେ 1 ଲକ୍ଷ ଟଙ୍କା ପ୍ରଦାନ କରାଯିବ । ସେହିପରି ଜମି ଅଧିଗ୍ରହଣ ଦିନଠାରୁ 12 ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ପରିବାରକୁ ମାସିକ 15 ହଜାର ଟଙ୍କା ଘର ଭଡା ବାବଦରେ ପ୍ରଦାନ କରାଯିବ । 200 ମିଟରରୁ କମ୍‌ ଅଞ୍ଚଳରେ ପରିବ୍ୟାପ୍ତ ଦୋକାନ ପାଇଁ ମାସିକ 15 ହଜାର ଏବଂ 200 ବର୍ଗ ମିଟରରୁ ଅଧିକ ବଡ ଦୋକାନ ପାଇଁ ମାସିକ 20 ହଜାରର ଭଡା ପ୍ରଦାନ କରାଯିବ । ବାସଗୃହ ହରାଉଥିବା ଘର ମାଲିକଙ୍କୁ 20 ଲକ୍ଷଟଙ୍କାର ଥଇଥାନ ଭତ୍ତା ପ୍ରଦାନ କରାଯିବ ବୋଲି ଜଣାପଡିଛି । ସେହିପରି ଜମି ହରାଇଥିବା ମାଲିକଙ୍କୁ ଜମି ବଦଳରେ ଜମି ପ୍ରଦାନ କରାଯିବ । ଯଦି ଜମିର ମୂଲ୍ୟ କମ୍‌ ରୁହେ ତେବେ ଅବଶିଷ୍ଟ ପ୍ରାପ୍ୟ ଅର୍ଥ ଆକାରରେ ପ୍ରଦାନ କରାଯିବ ।
ସ୍ଥିତିବାନ ସ୍ବତ୍ବରେ ନିର୍ମିତ ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡିକୁ ମଧ୍ୟ ସିଧାସଳଖ କ୍ରୟ କରାଯାଇ ଅଧିଗ୍ରହଣ କରାଯିବ ବୋଲି ଜଣାପଡିଛି । ସେହିପରି ଦୋକାନ ହରାଇଥିବା ସମସ୍ତ ଦୋକାନୀଙ୍କୁ ମାର୍କେଟ୍‌ କମ୍ପ୍ଲେକ୍ସରେ 50 ପ୍ରତିଶତ ରିହାତିରେ ଘର ଯୋଗାଇ ଦିଆଯିବ ବୋଲି ଜଣାପଡିଛି । ଅନ୍ୟଥା ଦୋକାନୀ ଚାହିଁଲେ ଏକକାଳୀନ 20 ଲକ୍ଷ ଟଙ୍କାର ସହାୟତା ନେଇପାରିବେ ।

ଉଠାଦୋକାନୀ ମାନଙ୍କ ପାଇଁ ଦୁଇଟି ପର୍ଯ୍ୟାୟରେ ଏକକାଳୀନ 30 ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ସରକାର । ଏହା ସହିତ ନିୟମ ଅନୁଯାୟୀ ଭେଣ୍ଡିଂ ଯୋଜନା କରାଯାଇ ଉଠା ଦୋକାନୀ ମାନଙ୍କୁ ଆବଶ୍ୟକ ସ୍ଥାନ ଆବଣ୍ଟନ କରାଯିବ । ଯୋଜନାରେ ସ୍ଥାନାନ୍ତରିତ ହେବାକୁ ଥିବା ସରକାରୀ କାର୍ଯ୍ୟାଳୟ ଏବଂ ପ୍ରତିଷ୍ଠାନ ପାଇଁ ବିଏମ୍‌ସି କମିଶନରଙ୍କ ଅଧ୍ୟକ୍ଷତାରେ ଏକ କମିଟି ନିଷ୍ପତ୍ତି ନେବ । ସେହିପରି ଉଚ୍ଛେଦ ହୋଇଥିବା ମଠର ପୁନର୍ବିନ୍ୟାସ ବିଏମ୍‌ସି କମିଶନରଙ୍କ ନେତୃତ୍ବରେ କରାଯିବ ।

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ବସ୍ତରୀୟ ହେବ ଏସ୍‌ସିବି : ଆସନ୍ତା କାଲି ସମୀକ୍ଷା କରିବେ ମୁ୍‌ଖ୍ୟମନ୍ତ୍ରୀ

ସମୀକ୍ଷା ବ୍ୟୁରୋ
କଟକ : ଓଡିଶାର ସର୍ବପୁରାତନ ଶ୍ରୀରମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜକୁ ବିଶ୍ବସ୍ତରୀୟ କରିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ସମୀକ୍ଷା ବୈଠକ ଆସନ୍ତାକାଲି ଅନୁଷ୍ଠିତ ହେବ । 5ଟି ସଚିବ ଭିକେ ପାଣ୍ଡିଆନଙ୍କ ଏସ୍‌ସିବି ଗସ୍ତ ପରେ ଓଡିଶା ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । ଫେବୃୟାରୀ 28 ସୁଦ୍ଧା ଜମି ଅଧିଗ୍ରହଣ ପ୍ରକ୍ରିୟା ସମାପ୍ତ କରାଯିବ ଏବଂ ମାର୍ଚ୍ଚ 1 ତାରିଖରୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ । ପାଣ୍ଡିଆନଙ୍କ ପ୍ରସ୍ତାବ ପରେ ସରକାର ଜମି ଅଧିଗ୍ରହଣ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଚିକିତ୍ସାଳୟକୁ ବିଶ୍ବସ୍ତରୀୟ କରିବା ପାଇଁ ଆବଶ୍ୟକ ଜମି ନିମନ୍ତେ ଜଳସମ୍ପଦ, ଉଚ୍ଚଶିକ୍ଷା, ବୈଷୟିକ ଶିକ୍ଷା, ଦକ୍ଷତା ବିକାଶର କିଛି ସ୍ଥାନ ସମେତ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ କ୍ବାର୍ଟର୍ସ ଉଚ୍ଛେଦ କରାଯିବ । ଏହି ପ୍ରକ୍ରିୟାରେ 13 ଜଣ ଡାକ୍ତରଙ୍କ ଘର ମଧ୍ୟ ଉଚ୍ଛେଦ ହେବ । କ୍ଷତିଗ୍ରସ୍ତଙ୍କ ଥଇଥାନ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍‌ ମଧ୍ୟ ଘୋଷଣା କରାଯିବ ବୋଲି ଜଣାପଡିଛି ।

ଏହା ସହିତ ତାଳଦଣ୍ଡା କେନାଲ ବନ୍ଧରୁ ଡାକ୍ତରଖାନାକୁ ସଞ୍ଜୋଗ କରୁଥିବା ରାସ୍ତାକୁ ତିନି ଲେନ୍‌ ବିଶିଷ୍ଟ କରାଯିବା ସହିତ ଯାତାୟତ ସୁବିଧା ପାଇଁ ଦୁଇଟି ଓଭରବ୍ରିଜ୍‌ ନିର୍ମାଣ କରିବାର ଯୋଜନା ରହିଛି । ଏହି ଗସ୍ତରେ ପୂର୍ତ୍ତବିଭାଗ ସଚିବ ଡ. କ୍ରିଷନ୍‌ କୁମାର, ଜଳସମ୍ପଦ ସଚିବ ସୁରେନ୍ଦ୍ର କୁମାର ଏବଂ ଗୃହ ଓ ନଗର ଉନ୍ନୟନ ସଚିବ ଜି ମାଥୁଭାଥନନ ପ୍ରମୁଖ 5ଟି ସଚିବଙ୍କ ସହିତ ରହିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ ପରେ ଶ୍ରୀଲଙ୍କାରୁ ଫେରିଲେ 11 ଓଡିଆ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ ପରେ ଶ୍ରୀଲଙ୍କାରେ ଅଟକ ରହିଥିବା 11 ଓଡିଆଙ୍କୁ ଉଦ୍ଧାର କରାଯାଇଛି । ଠିକାଦାରଙ୍କ ଦ୍ବାରା ଏହି 11 ଜଣ ଶ୍ରମିକଙ୍କୁ ବେଆଇନ ଭାବରେ ଅଟକ ରଖାଯାଇଥିଲା । ବିଜେଡି ସାଂସଦ ସସ୍ମିତ ପାତ୍ର ବୈଦେଶିକ ମନ୍ତ୍ରାଳୟ ସହିତ ସମ୍ପର୍କ ସ୍ଥାପନ କରିବା ପରେ ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଇ ଆଜି ଓଡିଶା ଅଣାଯାଇଛି । ସମସ୍ତ 11 ଜଣ ଶ୍ରମିକ ସୁରକ୍ଷିତ ଭାବରେ ଓଡିଶାରେ ପହଞ୍ଚିଛନ୍ତି ।