Categories
ଆଜିର ଖବର ରାଜ୍ୟ ଖବର

କଣ୍ଟେନମେଣ୍ଟ ଜୋନ୍‌ ପ୍ରତ୍ୟାହାର ଦାବିରେ ପୋଲିସ୍‌ ସହ ଧସ୍ତାଧସ୍ତି

ରାଉରକେଲା : କଣ୍ଟେନେମଣ୍ଟ ଜୋନ୍‌ ପ୍ରତ୍ୟାହାର ଦାବିରେ ରାଉରକେଲାରେ ପୋଲିସ୍‌ ଓ ସାଧାରଣ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ଘଟଣାକୁ ନେଇ ମହତାବ ରୋଡ୍‌ ଓ ଏହାର ଆଖପାଖ ଅଞ୍ଚଳବାସୀ ତାତିଥିବାବେଳେ ମୁଖ୍ୟ ରାସ୍ତାକୁ ଆଜି ସକାଳେ ଓହ୍ଲାଇ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଫଳରେ ରାଉରକେଲା ମୁଖ୍ୟ ରାସ୍ତାରେ ଦୀର୍ଘ ସମୟ ଧରି ଉତ୍ତେଜନା ପ୍ରକାଶ ପାଇଛି । ଏପରିକି ଉତ୍ତ୍ୟକ୍ତ ଲୋକେ ରାସ୍ତା ଉପରେ ଟାୟାର ଜାଳି ପ୍ରତିବାଦ ଜଣାଇଛନ୍ତି । ରାଉରକେଲା ମୁଖ୍ୟ ରାସ୍ତା ଉପରେ ପଥର ମାଡ କରିବା ସହିତ ପୋଲିସ୍‌ ସହିତ ଧସ୍ତାଧସ୍ତି ହୋଇଛନ୍ତି ଜନତା । ପରିସ୍ଥିତିକୁ ଦେଖି ଘଟଣାସ୍ଥଳରେ ପୋଲିସ୍‌ ମୂତୟନ କରାଯାଇଛି । ସ୍ଥିତି ନିୟନ୍ତ୍ରଣ ଲାଗି 8 ପ୍ଲାଟୁନ୍‌ ପୋଲିସ୍‌ ନିୟୋଜିତ କରାଯାଇଛି । ସ୍ଥିତି ସୁଧାରିବା ଲାଗି ରାଉରକେଲା ପ୍ରଶାସନ ଉଦ୍ୟମ ଜାରି ରଖିଛି । ଲୋକପ୍ରତିନିଧିଙ୍କ ସହ ଜିଲ୍ଲାପାଳ ଶାନ୍ତି ଆଲୋଚନା କରୁଛନ୍ତି ।

ମିଳିଥିବା ସୂଚନା ଅନୁସାରେ କିଛି ଅଞ୍ଚଳରୁ ବଫର୍‌ ଜୋନ୍‌ ଉଠିବା ପରେ ଅନ୍ୟ ଅଞ୍ଚଳର ଲୋକେ ତାତିଛନ୍ତି । କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମାସେ ତଳେ ରାଉରକେଲାର କେତେକ ଅଞ୍ଚଳକୁ ବଫର୍‌ ଜୋନ୍‌ ଓ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିଲା । ତେବେ ଗତ ରାତିର ପାଓ୍ବାର ହାସଉ ରୋଡ ସ୍ଥିତ ମଙ୍ଗଳ ଭବନରୁ ଜନତା ନିବାସ ପର୍ଯ୍ୟନ୍ତ ବଫର ଜୋନ୍‌କୁ ପ୍ରତ୍ୟାହାର କରାଯାଇଥିଲା । ତେବେ ମଧୁସୂଦନ ମାର୍ଗରୁ ଆନନ୍ଦ ଭବନ ଲେନ୍‌ ପର୍ଯ୍ୟନ୍ତ ଅଞ୍ଚଳକୁ ବଫର ଜୋନ୍‌ରୁ ବାଦ୍‌ ଦିଆଯାଇଥିଲା । ଏହା ପରେ ନିଜ ଅଞ୍ଚଳରୁ କଣ୍ଟେନମେଣ୍ଟ କଟକଣା ଉଠାଇବାକୁ ଜିଦ୍‌ ଧରିଥିଲେ ସ୍ଥାନୀୟ ବାସୀ ।

Categories
ଆଜିର ଖବର ରାଜ୍ୟ ଖବର

ସତ୍ୟନଗରରୁ ଚାରିଜଣ ପଜିଟିଭି ଚିହ୍ନଟ ହୋଇଛନ୍ତି: ବିଏମ୍‌ସି

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: ଭୁବନେଶ୍ବରରେ ସିଲ୍‌ ହୋଇଥିବା ଅଞ୍ଚଳ ସମ୍ପର୍କରେ ସୂଚନା ଦେଇଛନ୍ତି ବିଏମସି କମିଶନର। ସତ୍ୟନଗରରେ 4 ଜଣ ପଜିଟିଭି ଚିହ୍ନଟ ହୋଇଛନ୍ତି। ଭୁବନେଶ୍ବରରେ ସର୍ବମୋଟ 34 ଜଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବରଗଡରେ ଜଣେ, ଭରତପୁରରେ ଜଣେ, ସହିଦନଗରରେ ଜଣେ, ସୂର୍ଯ୍ୟନଗରରେ 8ଜଣ, ବମିଖାଲରେ 14 ଜଣ, କପିଳପ୍ରସାଦରେ ଜଣେ, ସତ୍ୟନଗରରୁ ଚାରିଜଣ, ୟୁନିଟ୍‌-5ରୁ ଜଣେ, ମହିଷାଖାଲ ବିଜେବିନଗରର ଜଣେ, ମଧୁସୂଦନନଗର ଜଣେ, ଝାରପଡାରୁ ଜଣେ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଦେଇଛନ୍ତି  ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ମ୍ୟାପ ମଧ୍ୟ ଜାରି କରାହୋଇଛି। ଏହି ମ୍ୟାପ୍‌ରେ ସତ୍ୟନଗରରେ ଚାରି ଆକ୍ରାନ୍ତ ଥିବା ଦର୍ଶାଯାଇଥିଲା। ସତ୍ୟନଗରରୁ ଚାରି ଆକ୍ରାନ୍ତରୁ ତିନିଜଣଙ୍କ ବମିଖାଲ ଆକ୍ରାନ୍ତ ପରିବାର ସହ ଲିଙ୍କ ରହିଛି ବୋଲି ଜଣାପଡିଛି। ସତ୍ୟନଗରର ଦୁଇଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି।