Categories
ଆଜିର ଖବର ଆଞ୍ଚଳିକ

ତିର୍ତ୍ତୋଲ ଥାନାରୁ ପୁଣି ଜଣେ ପଜିଟିଭ୍: ଜଗତସିଂହପୁର ଜିଲ୍ଲାରୁ ଆଜି ୬୭ ପଜିଟିଭ୍ ଚିହ୍ନଟ, ୭୮ ସୁସ୍ଥ

ରମେଶ ମହାନ୍ତି

ଜଗତସିଂହପୁର: ଆଜି ଜଗତସିଂହପୁର ଜିଲ୍ଲାରୁ ୬୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତିର୍ତ୍ତୋଲ ଥାନାରୁ ପୁର୍ବରୁ ଜଣେ ଏସ୍.ଆଇ ଏବଂ ଜଣେ କନଷ୍ଟେବଳ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ଜଣେ କନଷ୍ଟେବଳ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସେହିପରି ବିରିଡ଼ି ବ୍ଲକରୁ ୧୪ଜଣ, ବାଲିକୁଦା ବ୍ଲକରୁ ୭ଜଣ, ଜଗତସିଂହପୁର ବ୍ଲକରୁ ୮ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ୨ଜଣ, କୁଜଙ୍ଗ ବ୍ଲକରୁ ୮ଜଣ, ନାଉଗାଁ ବ୍ଲକରୁ ୩ଜଣ, ତିର୍ତ୍ତୋଲ ବ୍ଲକରୁ ୧୭ଜଣ, ରଘୁନାଥପୁର ବ୍ଲକରୁ ୨ଜଣ ଓ ପାରାଦ୍ବୀପରୁ ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଜିଲ୍ଲାରୁ ୭୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏଥିସହିତ ଜିଲ୍ଲାରୁ ସମୁଦାୟ ଚିହ୍ନଟ ହୋଇଥିବା ୨୨୮୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୯୧ଜଣ ସୁସ୍ଥ ହୋଇଥିବା ବେଳେ ୬ଜଣଙ୍କର ମୃତ୍ୟୁ ହୋଇଛି ଏବଂ ବର୍ତ୍ତମାନ ଜିଲ୍ଲାରେ ୬୮୩ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ

ଗଞ୍ଜାମରେ ଆଜି ନୂତନ ୧୦୨ ସଂକ୍ରମିତ ଚିହ୍ନଟ, ୧ ମୃତ: ସୁସ୍ଥ ହେଲେ ୧୪୮

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତକାଲି ସଂକ୍ରମଣ ସଂଖ୍ୟା ଶହେ ତଳକୁ ଥିବାବେଳେ ଆଜି ଏଥିରେ ସାମାନ୍ୟ ବୃଦ୍ଧି ପାଇ ୧୦୨ ହୋଇଛି। ଆଜି ମଧ୍ୟ ଜଣକର ମୃତ୍ୟୁ ଘଟିଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଗତକାଲି ସମୁଦାୟ ୬୬୪୬ଟି ନମୁନା ପଠାଯାଇଥିବାବେଳେ ଜିଲ୍ଲାରେ ସୁସ୍ଥହାର ୯୪ ପ୍ରତିଶତରେ ପହଞ୍ଚିଛି। ଆଜି ସଂକ୍ରମିତ ମଧ୍ୟରୁ ୧୦ ଜଣ କରୋନା ଯୋଦ୍ଧା, ଜଣଙ୍କର ଟ୍ରାଭେଲ୍ ହିଷ୍ଟ୍ରି ଏବଂ ୯୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।

କବିସୂର୍ଯ୍ୟନଗର, ପାତ୍ରପୁର, ସାନଖେମୁଣ୍ଡି, ସୋରଡ଼ା ବ୍ଲକ୍‌ରୁ କୌଣସି ସଂକ୍ରମିତ ଚିହ୍ନଟ ହୋଇନଥିବାବେଳେ ଆସିକାରୁ ୪, ବେଗୁନିଆପଡ଼ାରୁ ୩, ବେଲଗୁଣ୍ଠାରୁ ୪, ବ୍ରହ୍ମପୁର ମହାନଗର ନିଗମରୁ ୯, ଭଂଜନଗରରୁ ୪, ବୁଗୁଡ଼ାରୁ, ୩, ଛତ୍ରପୁରରୁ ୮, ଚିକିଟିରୁ ୪, ଧରାକୋଟରୁ ୫, ଦିଗପହଣ୍ଡିରୁ ୪, ଗଂଜାମରୁ ୭, ହିଂଜିଳିକାଟୁରୁ ୩, ଜଗନ୍ନାଥପ୍ରସାଦରୁ ୩, ଖଲିକୋଟରୁ ୯, କୁକୁଡ଼ାଖଣ୍ଡିରୁ ୧, ପୋଲସରାରୁ ୩, ପୁରୁଷୋତ୍ତମପୁରରୁ ୧, ରଙ୍ଗେଇଲୁଣ୍ଡାରୁ ୫, ଶେରଗଡ଼ରୁ ୫ ଏବଂ ଅନ୍ୟାନ୍ୟ ସ୍ଥାନରୁ ୬ ରହିଛନ୍ତି।

ଆଜି ମଧ୍ୟ ଗଂଜାମରୁ ୧୪୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସମୁଦାୟ ସଂକ୍ରମିତ ସଂଖ୍ୟା ୧୮୫୪୪ରେ ପହଞ୍ଚିଥିବାବେଳେ ସୁସ୍ଥ ସଂଖ୍ୟା ୧୭୫୨୨ରେ ପହଞ୍ଚିଛି। ବର୍ତ୍ତମାନ ୮୧୪ ଜଣ ଆକ୍ଟିଭ୍ ରୋଗୀ ଥିବାବେଳେ ୨୦୦ ଜଣଙ୍କ ମୁଣ୍ଡ ନେଲାଣି କରୋନା।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଦେଶରେ ଦିନିକିଆ ସୁସ୍ଥତାରେ ସର୍ବକାଳୀନ ରେକର୍ଡ, ଗତ ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହେଲେ ୬୮,୫୮୪ ରୋଗୀ

ନୂଆଦିଲ୍ଲୀ, ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୧୧.୭୦ ଲକ୍ଷ ନମୁନା ପରୀକ୍ଷା କରାଯାଇଛି। ଏହି ସମୟ ମଧ୍ୟରେ ଦିନିକିଆ ରେକର୍ଡ ଭାବେ ୬୮,୫୮୪ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏହାଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨୯,୭୦,୪୯୨ ରେ ବା ପାଖାପାଖି ୩୦ ଲକ୍ଷ ପହଞ୍ଚିଛି।

ଏଥିସହିତ ସୁସ୍ଥତା ହାର ୭୭ ପ୍ରତିଶତ (୭୭.୦୯)କୁ ଅତିକ୍ରମ କରିଛି। ଫଳସ୍ଵରୂପ ସକ୍ରିୟ ରୋଗୀ ୮,୧୫,୫୩୮ ତୁଳନାରେ ଅଧିକ ୨୧.୫୦ ଲକ୍ଷ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ସଂକ୍ରମିତଙ୍କ ତୁଳନାରେ ୩.୬ଗୁଣ ଅଧିକ ହୋଇଛି । ରେକର୍ଡ ସଂଖ୍ୟକ ସୁସ୍ଥ ହେବା ଫଳରେ ଦେଶରେ ସକ୍ରିୟ ମାମଲା ହ୍ରାସ ପାଇ ମୋଟ ସଂକ୍ରମଣ ସଂଖ୍ୟା ମାତ୍ର ୨୧.୧୬ରେ ରହିଛି।

ହସ୍ପିଟାଲର ଚିକିତ୍ସା ସୁବିଧାରେ ଉନ୍ନତି, ଘରୋଇ ଏକାନ୍ତବାସରେ ଥିବା ରୋଗୀମାନଙ୍କ ତଦାରଖ, ଆମ୍ବୁଲାନ୍ସ ବ୍ୟବସ୍ଥାର ସୁପରିଚାଳନା, ନୂଆଦିଲ୍ଲୀସ୍ଥିତ ଏମ୍ସ ବିଶେଷାଜ୍ଞଙ୍କ ଦ୍ଵାରା ସ୍ଵତନ୍ତ୍ର ପରାମର୍ଶ ଯୋଗୁଁ ଏହି ସୁସ୍ଥତା ହାରର ବୃଦ୍ଧି ସମ୍ଭବ ହୋଇଛି । ଏହିସବୁ ସୁଚିନ୍ତିତ ପଦକ୍ଷେପ ବଳରେ ବିଶ୍ଵରେ ସଂକ୍ରମଣ ତୁଳନାରେ ମୃତ୍ୟୁ ହାର ୩.୩ ଥିବା ବେଳେ ଆମ ଦେଶରେ ଆଜି ଏହା ୧.୭୫ ପ୍ରତିଶତରେ ରହିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଗଂଜାମ ଜିଲ୍ଲାରେ ୧୦୭ ନୂତନ ସଂକ୍ରମିତ ଚିହ୍ନଟ, ୩ ମୃତ: ସୁସ୍ଥ ହେଲେ ୩୬୮ ଆକ୍ରାନ୍ତ

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଗଂଜାମ ଜିଲ୍ଲାର ସଂକ୍ରମଣର ମାତ୍ରା ଧିରେ ଧିରେ କମିବାରେ ଲାଗିଛି। ପୂର୍ବରୁ ପାଖାପାଖି ଦୁଇଶହ ଚିହ୍ନଟ ହେଉଥିବାବେଳେ ଆଜି କେବଳ ୧୦୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେପଟେ କିଛି ମାସ ହେଲା ରାଜ୍ୟରେ କରୋନା ସଂକ୍ରମିତ ତାଲିକାରେ ଗଂଜାମ ଏକ ନମ୍ବର ଥିବାବେଳେ ଆଜି ଗଂଜାମକୁ ଟପି ଖୋର୍ଦ୍ଧା ୧ ନମ୍ବର ହୋଇଥିବା ଦେଖାଯାଇଛି। ତେବେ ବର୍ତ୍ତମାନ ଗଂଜାମରେ ସବୁ ଖୋଲିଯିବା ପରେ ଏବଂ କରୋନା ନିୟମ ନ ମାନିଲେ ଆଗକୁ ସଂକ୍ରମଣର ଦ୍ୱିତୀୟ ୱେଭ୍ ଆସିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। ତେଣୁ ଜନସାଧାରଣ କୋଭିଡ଼୍ ନିୟମ ଏବଂ ଦୋକାନୀମାନେ ପଞ୍ଚସୂତ୍ରୀ ନିୟମ ପାଳନ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

ତେବେ ସଂକ୍ରମଣ କମୁଥିବାରୁ କିଛି ସ୍ଥାନରେ ଲୋକେ ନିୟମ ପାଳନ କରୁନଥିବା ଦେଖିବାକୁ ମିଳିଛି। ତେବେ ସଂକ୍ରମଣ ସଂଖ୍ୟା କମିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା କାହିଁକି କମୁନି ସେ ବିଷୟ ନେଇ ପ୍ରଶାସନ ପାଖରେ କୌଣସି ଉତ୍ତର ନାହିଁ। ବର୍ତ୍ତମାନ ମେଡ଼ିକାଲ୍ ସୁବିଧା ରହିଛି, ପ୍ଲାଜମା ଚିକିତ୍ସା ଚାଲିଛି, ରୋଗୀ ତୁଳନାରେ ଡାକ୍ତର ସଂଖ୍ୟା ଠିକ୍ ଅଛି। କିନ୍ତୁ ମୃତ୍ୟୁସଂଖ୍ୟା କମୁନାହିଁ। ଆଜି ମଧ୍ୟ ୩ ଜଣଙ୍କ ମୃତ୍ୟୁ ଘଟିଛି। ଜଣେ ୭୮ ବର୍ଷୀୟ ବୃଦ୍ଧା ଯେକି ଡ଼ାଇବେଟିସ୍‌ରେ ପୀଡ଼ିତ ଥିଲେ, ଜଣେ ୫୬ ବର୍ଷୀୟ ବ୍ୟକ୍ତି ଯେକି ଡ଼ାଇବେଟିସ୍‌ରେ ପୀଡ଼ିତ ଥିଲେ ଏବଂ ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ତେବେ ଆଜି ଜିଲ୍ଲାରୁ ୩୬୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଗତକାଲି ୮୭୩୯ ଟି ନମୁନା ପରୀକ୍ଷା କରାଯାଇଥିବାବେଳେ କାଲି ୧୦୭ ସଂକ୍ରମିତ ବାହାରିଥିବା ଜଣାପଡ଼ିଛି। ସେଥିମଧ୍ୟରୁ ସ୍ଥାନୀୟ ସଂକ୍ରମଣ ୯୯ ଏବଂ ଯୋଦ୍ଧା ୮ ଜଣ ଅଛନ୍ତି। ଆସିକା ବ୍ଲକ୍‌ରୁ ୫, ବେଗୁନିଆପଡ଼ାରୁ ୮, ବେଲଗୁଣ୍ଠାରୁ ୧, ବ୍ରହ୍ମପୁର ମହାନଗର ନିଗମରୁ ୧୬, ଭଂଜନଗରରୁ ୩, ଛତ୍ରପୁରରୁ ୭, ଚିକିଟିରୁ ୫, ଧରାକୋଟରୁ ୨, ଗଂଜାମରୁ ୨, ହିଂଜିଳିକାଟୁରୁ ୫, ଜଗନ୍ନାଥପ୍ରସାଦରୁ ୬, ଖଲିକୋଟରୁ ୧୨, କୁକୁଡ଼ାଖଣ୍ଡିରୁ ୨, ପାତ୍ରପୁରରୁ ୧, ପୋଲସରାରୁ ୩, ପୁରୁଷୋତ୍ତମପୁର ୧, ରଙ୍ଗେଇଲୁଣ୍ଡାରୁ ୫, ସାନଖେମୁଣ୍ଡିରୁ ୨, ଶେରଗଡ଼ରୁ ୩, ସୋରଡ଼ାରୁ ୪ ଏବଂ ଅନ୍ୟାନ୍ୟ ୩ ଅଛନ୍ତି। ଗଂଜାମରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୩୪୫ରେ ପହଞ୍ଚିଥିବାବେଳେ ଆଜି ୩୬୮ ଜଣ ସୁସ୍ଥ ହେବା ପରେ ସୁସ୍ଥ ସଂଖ୍ୟା ୧୭୧୬୨ରେ ପହଞ୍ଚିଛି। ବର୍ତ୍ତମାନ ୯୭୮ ଜଣ ଆକ୍ଟିଭ୍ କେସ ଥିବାବେଳେ ୧୯୭ ଜଣଙ୍କ ମୃତ୍ୟୁ ହୋଇଛି।

Categories
ଆଜିର ଖବର ଆଞ୍ଚଳିକ

ତିର୍ତ୍ତୋଲ ଥାନାରେ ପହଞ୍ଚିଲା କରୋନା: ଆଜି ଜିଲ୍ଲାରୁ ଚିହ୍ନଟ ହେଲେ ୭୯ ସୁସ୍ଥ ହେଲେ ୭୭ ଆକ୍ରାନ୍ତ

ରମେଶ ମହାନ୍ତି

ଜଗତସିଂହପୁର: ତିର୍ତ୍ତୋଲ ବ୍ଲକରୁ ଆଜି ଚିହ୍ନଟ ହୋଇଥିବା ୧୦ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ତିର୍ତ୍ତୋଲ ଥାନାର ଦୁଇଜଣ ପୋଲିସ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ତିର୍ତ୍ତୋଲ ଥାନା ପରିସରରେ ଥାନାରେ କାର୍ଯ୍ୟରତ ପୋଲିସ୍ ମାନଙ୍କର କରୋନା ଟେଷ୍ଟ ନିମନ୍ତେ ସ୍ୱାବ୍ ସଂଗ୍ରହ କରାଯାଇଥିବା ବେଳେ ଆଜି ସେମାନଙ୍କ ମଧ୍ୟରୁ ଜଣେ ସବ୍-ଇନିସପେକ୍ଟର ଓ ଜଣେ କନଷ୍ଟେବଳ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ଜଗତସିଂହପୁର ଜିଲ୍ଲାରୁ ୭୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ସେମାନଙ୍କ ମଧ୍ୟରୁ ପାରାଦ୍ବୀପ ମ୍ୟୁନିସିପାଲିଟିରୁ ୨୪ଜଣ, କୁଜଙ୍ଗ ବ୍ଲକରୁ ୧୦ଜଣ, ରଘୁନାଥପୁର ବ୍ଲକରୁ ୧୧ଜଣ, ତିର୍ତ୍ତୋଲ ବ୍ଲକରୁ ୧୦ଜଣ, ଏରସମା ବ୍ଲକରୁ ୬ଜଣ, ଜଗତସିଂହପୁର ବ୍ଲକରୁ ୭ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ୭ଜଣ ସହିତ ବାଲିକୁଦା ଓ ବିରିଡ଼ି ବ୍ଲକରୁ ୨ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହିତ ଜିଲ୍ଲାରୁ ସମୁଦାୟ ଚିହ୍ନଟ ହୋଇଥିବା ୨୦୬୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୭୯ ଜଣ ସୁସ୍ଥ ହୋଇଥିବା ବେଳେ ୬ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ୬୭୭ ଜଣ କରୋନା ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ସାରା ବିଶ୍ବରେ ୨ କୋଟି ୬୧ ଲକ୍ଷରେ ପହଞ୍ଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁ ୮ ଲକ୍ଷ ୬୧ ହଜାର

ୱାଶିଂଟନ୍,  ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ସାରା ବିଶ୍ବ କରୋନା ଭାଇରସ୍ ରୋଗର ମୋଟ ସଂଖ୍ୟା ୨୬ ନିୟୁତ ମାର୍କରେ ପହଞ୍ଚିଛି। ଗୁରୁବାର ସକାଳ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୬୧ ଲକ୍ଷ ୭୭ ହଜାର ୬୦୩ ରେ ହୋଇଛି । ସେହିପରି ମୃତ୍ୟୁ ସଂଖ୍ୟା ୮ଲକ୍ଷ ୬ ହଜାର ୫୧୨ କୁ ବୃଦ୍ଧି ପାଇଛି ବୋଲି ବିଶ୍ୱବିଦ୍ୟାଳୟର ସେଣ୍ଟର ଫର ସିଷ୍ଟମ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ଏହାର ସଦ୍ୟତମ ରିପୋର୍ଟରେ ପ୍ରକାଶ କରିଛି।

ରିପୋର୍ଟ ଅନୁଯାୟୀ ବିଶ୍ବର ଋଷିଆରେ ସର୍ବାଧିକ ସଂଖ୍ୟକ ମାମଲା ଏବଂ ମୃତ୍ୟୁ ଯଥାକ୍ରମେ ୬୧ ଲକ୍ଷ ୧୩ ହଜାର ୧୬୦ ଏବଂ ୧ ଲକ୍ଷ ୮୫ ହଜାର ୭୦୪ ଥିଲା। ଏହାପରେ ବ୍ରାଜିଲ ୩୯ ଲକ୍ଷ ୯୭ ହଜାର ୮୬୫ ସଂକ୍ରମଣ ଏବଂ ୧ ଲକ୍ଷ ୨୩ ହଜାର ୭୮୦ ମୃତ୍ୟୁ ସହିତ ଦ୍ୱିତୀୟ ସ୍ଥାନରେ ଅଛି ।

ରିପୋର୍ଟ ଅନୁଯାୟୀ, ଭାରତ ତୃତୀୟ ସ୍ଥାନରେ ରହିଛି (୩,୭୬୯,୫୨୩), ଏବଂ ପରେ ରୁଷିଆ (୧,୦୦୧,୯୬୫), ପେରୁ (୬୫୭,୧୨୯), ଦକ୍ଷିଣ ଆଫ୍ରିକା (୬୩୦,୫୯୫), କଲମ୍ବିଆ (୬୨୪,୦୬୯), ମେକ୍ସିକୋ (୬୧୦,୯୫୭), ସ୍ପେନ୍ (୪୭୯,୫୫୪), ଆର୍ଜେଣ୍ଟିନା (୪୩୯,୧୭୨) ), ଚିଲି (୪୧୪,୭୩୯), ଇରାନ (୩୭୮,୭୫୨), ବ୍ରିଟେନ (୩୪୦,୯୨୯), ଫ୍ରାନ୍ସ (୩୩୧,୦୩୪), ବାଂଲାଦେଶ (୩୧୭,୫୨୮), ସାଉଦି ଆରବ (୩୧୭,୪୮୬), ପାକିସ୍ଥାନ (୨୯୬,୫୯୦), ତୁର୍କୀ (୨୭୩,୩୦୧), ଇଟାଲୀ (୨୭୧,୫୧୫), ଜର୍ମାନୀ । (୧୦୫,୯୪୪) ବୋଲି ଜଣାପଡିଛି।

Categories
ଆଞ୍ଚଳିକ

ଆଜି ଜଗତସିଂହପୁର ଜିଲ୍ଲାରୁ ୬୦ ପଜିଟିଭ୍, ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ: ସୁସ୍ଥ ହେଲେ ୪୯

ରମେଶ ମହାନ୍ତି

ଜଗତସିଂହପୁର: ଆଜି ଜଗତସିଂହପୁର ଜିଲ୍ଲାରୁ ପୁଣି ୬୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଗତସିଂହପୁର ମ୍ୟୁନିସିପାଲିଟିରୁ ୧୩ଜଣ, ବାଲିକୁଦା ବ୍ଲକରୁ ୩ଜଣ, ପାରାଦ୍ଵୀପ ମ୍ୟୁନିସିପାଲିଟିରୁ ୩୬ଜଣ, ତିର୍ତ୍ତୋଲ ବ୍ଲକରୁ ୪ଜଣ, ରଘୁନାଥପୁର ବ୍ଲକରୁ ୨ଜଣ ସହିତ ବିରିଡ଼ି ଓ କୁଜଙ୍ଗ ବ୍ଲକରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଏଥିସହିତ କୁଜଙ୍ଗ ବ୍ଲକ ଅଞ୍ଚଳରୁ ଆଜି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା  ବେଳେ ୪୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଜିଲ୍ଲାରୁ ସମୁଦାୟ ଚିହ୍ନଟ ହୋଇଥିବା ୧୯୮୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୦୩ ଜଣ ସୁସ୍ଥ ହୋଇଥିବା ବେଳେ ୬ଜଣଙ୍କର ମୃତ୍ୟୁ ହୋଇଛି ଏବଂ ବର୍ତ୍ତମାନ ୬୭୪ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ

ଆଜି ଗଞ୍ଜାମ ଜିଲ୍ଲାରେ ୧୯୦ ନୂତନ ସଂକ୍ରମିତ ଚିହ୍ନଟ, ୧ ମୃତ: ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ହେମାଙ୍ଗ ପ୍ରସାଦ ରାଉଳ 
ବ୍ରହ୍ମପୁର: ଗଂଜାମରେ ସଂକ୍ରମଣ କମିଗଲା ବୋଲି ଭାବି ନିୟମଗୁଡ଼ିକ ପାଳନ ନକରିଲେ ଆଗକୁ ପୁଣିଥରେ ସଂକ୍ରମଣ ବଢ଼ିପାରେ। ତେଣୁ ସେପ୍ଟେମ୍ବର ମାସରେ ମଧ୍ୟ ଜନସାଧାରଣ କରୋନା କଟକଣାଗୁଡ଼ିକୁ ପାଳନ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।

ଆଜି ନୂତନ ଭାବେ ୧୯୦ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଜଣର ମୃତ୍ୟୁ ଘଟିଛି। ୯ ଜଣ କରୋନା ଯୋଦ୍ଧା ରହିଥିବାବେଳେ ଜଣକର ଟ୍ରାଭେଲ୍ ହିଷ୍ଟି ଏବଂ ୧୮୦ ଜଣ ସ୍ଥାନୀୟ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଆସିକା ବ୍ଳକ୍‌ରୁ ୬, ବେଗୁନିଆପଡ଼ାରୁ ୧୦, ବେଲଗୁଣ୍ଠାରୁ ୩, ବିଏମ୍‌ସିରୁ ୨୧, ଭଂଜନଗରରୁ ୧, ବୁଗୁଡ଼ାରୁ ୬, ଛତ୍ରପୁରରୁ ୧୦, ଚିକିଟିରୁ ୩, ଧରାକୋଟରୁ ୮, ଦିଗପହଣ୍ଡିରୁ ୬, ଗଂଜାମରୁ ୭, ହିଂଜିଳିକାଟୁରୁ ୯, ଜଗନ୍ନାଥପ୍ରସାଦରୁ ୭, କବିସୂର୍ଯ୍ୟନଗରରୁ ୪, ଖଲିକୋଟରୁ ୯, କୁକୁଡ଼ାଖଣ୍ଡିରୁ ୮, ପାତ୍ରପୁରରୁ ୨୮, ପୋଲସରାରୁ ୬, ପୁରୁଷୋତ୍ତମପୁରରୁ ୮, ରଙ୍ଗେଇଲୁଣ୍ଡାରୁ ୧୬ ଅନ୍ୟାନ୍ୟ ୪ ରହିଛନ୍ତି।

ଗତକାଲି ସମୁଦାୟ ୧୧୮୭୫ ସାମ୍ପଲ ଟେଷ୍ଟ ପାଇଁ ସଂଗ୍ରହ କରାଯାଇଥିବା ବେଳେ ବର୍ତ୍ତମାନ ସୁସ୍ଥ ସଂଖ୍ୟା ୯୦ ପ୍ରତିଶତରୁ ଅଧିକ ରହିଛି। ବର୍ତ୍ତମାନ ଗଂଜାମରେ ୧୭୮୨୬ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜିର ୨୩୩ ସୁସ୍ଥକୁ ମିଶାଇଲେ ସମୁଦାୟ ସୁସ୍ଥ ସଂଖ୍ୟା ୧୬୩୩୨ରେ ପହଞ୍ଚିଛି। ବର୍ତ୍ତମାନ ୧୩୩୨ ଜଣ ଆକ୍ଟିଭ୍ କେସ ରହିଥିବାବେଳେ ୧୯୦ ଜଣଙ୍କ ମୁଣ୍ଡ ନେଇଛି କରୋନା।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦୁଇଦିନ ଧରି ଦୈନିକ ୯ ଲକ୍ଷରୁ ଅଧିକ ନମୁନା ପରୀକ୍ଷା, ମୋଟ ପରୀକ୍ଷା ସଂଖ୍ୟା ୪ କୋଟି ପାଖାପାଖି

ନୂଆଦିଲ୍ଲୀ, କେନ୍ଦ୍ର ସରକାରଙ୍କ ପରୀକ୍ଷା, ଚିହ୍ନଟ ଓ ଉପଚାର ରଣନୀତିକୁ ପାଥେୟ କରି ଦେଶରେ ଗତ ୨ ଦିନ ଧରି ଲଗାତାର ୯ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୯,୦୧,୩୩୮ ନମୁନା ପରୀକ୍ଷା କରାଯାଇଥିବା ବେଳେ ଦେଶ ଦିନକୁ ୧୦ ଲକ୍ଷ ପରୀକ୍ଷା ପାଇ କ୍ଷେତ୍ର ପ୍ରସ୍ତୁତ କରିପାରିଛି ।

ନମୁନା ପରୀକ୍ଷା କ୍ରମାଗତ ବୃଦ୍ଧି ଯୋଗୁଁ ମୋଟ ପରୀକ୍ଷା ସଂଖ୍ୟା ପାଖାପାଖି ୪ କୋଟିରେ ପହଞ୍ଚିଛି । ଆଜିସୁଦ୍ଧା ଏହି ସଂଖ୍ୟା ୩,୯୪,୭୭,୮୪୮ରେ ପହଞ୍ଚିଛି । କେବଳ ଗତ ୨ ସପ୍ତାହ ମଧ୍ୟରେ ୧ କୋଟିରୁ ଊର୍ଦ୍ଦ୍ଵ ପରୀକ୍ଷା ହୋଇଛି । ଏଥିସହ ପ୍ରତି ନିୟୁତ ପିଛା କରୋନା ପରୀକ୍ଷଣ ୨୮,୬୦୭ ଛୁଇଁଛି। ବ୍ୟାପକ ନମୁନା ପରୀକ୍ଷା ଦ୍ଵାରା ହିଁ ପ୍ରାଥମିକ ଅବସ୍ଥାରୁ ସଂକ୍ରମିତଙ୍କୁ ଚିହ୍ନଟ କରି ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଠାବ କରି ଚିକିତ୍ସା ବ୍ୟବସ୍ଥା ସୁନିଶ୍ଚିତ କରାଯାଉଛି।

ସୁଚିନ୍ତିତ କୋଭିଡ ପରିଚାଳନା ଯୋଗୁଁ ଦେଶରେ ହସ୍ପିଟାଲ ଭିତ୍ତିଭୂମି ସୁଦୃଢ଼ ହେବା ସହ ରୋଗ ନିରୂପଣ ପରୀକ୍ଷାଗାର ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ୯୯୮ ସରକାରୀ ଓ ୫୬୬ଟି ଘରୋଇ ଏହିପରି ମୋଟ ୧୫୬୪ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ସାରା ବିଶ୍ବରେ କରୋନା ଆକ୍ରାନ୍ତ ସଂଖ୍ୟା ୨ କୋଟି ୩୫ ଲକ୍ଷ ୮୩ ହଜାର ୬୧୬ରେ ପହଁଚିଲା, ମୃତ୍ୟୁ ୮ ଲକ୍ଷ

ନୂଆଦିଲ୍ଲୀ, ବର୍ତ୍ତମାନ ସାରା ବିଶ୍ବରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ସାରା ବିଶ୍ବରେ ଏହି ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ଅଢେଇ କୋଟି ପାଖରେ ପହଁଞ୍ଚିଲାଣି। ହିସାବ ଅନୁସାରେ ବର୍ତ୍ତମାନ ସାରା ବିଶ୍ବରେ ୨ କୋଟି ୩୫ ଲକ୍ଷ ୮୩ ହଜାର ୬୧୬ ଆକ୍ରାନ୍ତ ରହିଛନ୍ତି। ସେମାନଙ୍କ ମଧ୍ୟରୁ ମୃତ୍ୟୁ ସଂଖ୍ୟା ହେଉଛି ୮ ଲକ୍ଷ ୧୨ହଜାର ୫୧୩ ଜଣ। ତେବେ ବିଶ୍ବରେ ସୁସ୍ଥତା ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ହିସାବ ଅନୁସାରେ ବର୍ତ୍ତମାନ ୧ କୋଟି ୬୦ ଲକ୍ଷ ୮ ହଜାର ୫୭୩ ଜଣ ରୋଗୀ ସୁସ୍ଥ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଆମେରିକାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହିସାବ ଅନୁସାରେ

ଆମେରିକା-  ୫,୮୭୪,୧୪୬ ଜଣ

ବ୍ରାଜିଲ-୩,୬୦୫,୭୮୩

ଭାରତ-୩,୧୦୫,୧୮୫

ରୁଷିଆ-୯୫୬,୭୪୯

Categories
ଆଜିର ଖବର ଜାତୀୟ ଖବର

ଆଜି ୧୫ ଲକ୍ଷ ଟପିଲା ଭାରତରେ କରୋନା ସଂକ୍ରମଣ ସଂଖ୍ୟା

ନୂଆଦିଲ୍ଲୀ: ଗତ ସପ୍ତାହ ସାରା ଦେଶରେ ୪୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ବିଭିନ୍ନ ରାଜ୍ୟ ସରକାର ପ୍ରକାଶ କରିଥିବା ତଥ୍ୟ ଅନୁଯାୟୀ ଆଜି ଦେଶରେ ସଂକ୍ରମଣ ସଂଖ୍ୟା ୧୫ ଲକ୍ଷ ଟପିଛି। ମହାରାଷ୍ଟ୍ର ପରେ ଏବେ ଆନ୍ଧ୍ର ପ୍ରଦେଶରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଆଜି ଆନ୍ଧ୍ର ପ୍ରଦେଶ  ସରକାରଙ୍କ ତଥ୍ୟ ଅନୁଯାୟୀ ରାଜ୍ୟରେ ୭୯୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାତି ୮.୩୦ ସୁଦ୍ଧା ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ ଆଜି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ଟପିଛି।ସେହିପରି କରୋନାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୩୪ ହଜାର ବୋଲି ସୂଚନା ମିଳୁଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭୁବନେଶ୍ବରରେ ଆଜି 159 ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଭୁବନେଶ୍ବର, ଭୁବନେଶ୍ବର ସହରରେ ଆଜି ଆଉ 159 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଚିନରୁ 118 ଏବଂ 41 ଜଣ ଲୋକାଲ କଣ୍ଟାକ୍ଟ କେସ୍ ଚିହ୍ନଟ ହୋଇଛନ୍ତି। ନୟାପଲ୍ଲୀ ତ୍ରିନାଥ ବସ୍ତିରୁ 44 ଜଣ, ଆଇଗଣିଆ ଆଳୁଗଦିରୁ ପୁଣି 20, ୟୁନିଟ-3 ଖାରବେଳ ନଗରରୁ 13, ସହିଦନଗରରୁ 5 ଏବଂ ସାଲିଆସାହିରୁ 7 ଲୋକାଲ କଣ୍ଟାକ୍ଟ କେସ୍, ସଂଗରୋଧରୁ 5 ଜଣ ଚିହ୍ନଟ ହୋଇଛନ୍ତି।

Image

ସହିଦନଗରରୁ 5, ପଳାଶୁଣି ପ୍ରାଚୀ ବିହାରରୁ 4, ଗଙ୍ଗନଗରରୁ 3, ଶୈଳଶ୍ରୀବିହାରରୁ 3, ବାଜପେୟୀ ନଗରରୁ 3 ଚିହ୍ନଟ ହୋଇଛନ୍ତି।

Image

ଭୁବନେଶ୍ବରରେ ଆଜି 102 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କଟକ ସହରରୁ ଆଜି 35 କରୋନା ଆକ୍ରାନ୍ତ ଚିହ୍ନଟ

କଟକ, କଟକ ସହରରୁ ଆଜି 35 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ 26 ଜଣ ହୋମ୍ କ୍ବାରେଣ୍ଟିନ ହୋଇଥିବା ବେଳେ 6 ଜଣ ସରକାରୀ କ୍ବାରେଣ୍ଟିନ ଚିହ୍ନଟ ହୋଇଛନ୍ତି। ଲୋକାଲ କଣ୍ଚାକ୍ଚରୁ 3 ଜଣ ପଜିଟିଭ ବାହାରିଛନ୍ତି। ରାଉସପାଟଣାରୁ ସର୍ବାଧିକ 21 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏସସିବି ଆଇସୋସେଲସନ ୱାର୍ଡରୁ 3 ମହିଳା କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି।କାଳୀଗଳିରୁ 3, ବାଲୁବଜାରରୁ 2 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଆଉ 111 କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ବର, ଆଜି ଭୁବନେଶ୍ବରରୁ ଆଉ 111 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ବାରେଣ୍ଚିନରୁ 62 ଏବଂ ଲୋକାଲ କଣ୍ଟାକ୍ଟ କେସ୍ 49 ଚିହ୍ନଟ ହୋଇଛନ୍ତି। ଆଇଗଣିଆ ଆଳୁଗଦିରୁ 9 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଡୁମୁଡୁମା ନୂଆସାହିରୁ 5, ନୀଳାଦ୍ରି ବିହାରରୁ 4 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Image

ରସୁଲଗଡ଼ ଜିଜିପି କଲୋନୀରୁ 3, ଡୁମୁଡୁମା ଫେଜ୍-3ରୁ 3, ଆଇଆରସି ଭିଲେଜରୁ 6, ନୂଆପଲ୍ଲୀରୁ 2, ମୈତ୍ରୀବିହାରରୁ 2 ଚିହ୍ନଟ ହୋଇଛନ୍ତି। ଆଜି ଭୁବନେଶ୍ବରରୁ ଆଉ 29 ଜଣ ଆରୋଗ୍ୟ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

Image

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି 808 କରୋନା ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ବର, ରାଜ୍ୟରେ ଆଉ 808 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 530 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାୟଗଡ଼ାରୁ 61, କଟକରୁ 35, ମାଲକାନଗିରିରୁ 30, ଗଜପତିରୁ 22, ବାଲେଶ୍ବର ଓ ଖୋର୍ଦ୍ଧାରୁ 19 ଜଣ ଲେଖାଏଁ, ବରଗଡ଼ ଓ ଭଦ୍ରକରୁ 18 ଲେଖାଏଁ, ବୌଦ୍ଧରୁ 8 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଝାରସୁଗୁଡା, ଜଗତସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝରରୁ 7 ଲେଖାଏଁ ସୁସ୍ଥ ହୋଇଛନ୍ତି। ସମ୍ବଲପୁରରୁ 5,ନବରଙ୍ଗପୁରରୁ 4,ସୁନ୍ଦରଗଡ଼ରୁ 3 ଜଣ ସୁସ୍ଥ ହୋଇଛନ୍ତି। ଅନୁଗୁଳ, ଯାଜପୁର ଓ ପୁରୀରୁ 2 ଜଣ ଲେଖାଏଁ ଏବଂ କୋରାପୁଟ, ନୟାଗଡ଼ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା 15 ହଜାର 200କୁ ବୃଦ୍ଧି ପାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭୁବନେଶ୍ବରରେ ବସ୍ତି ଅଞ୍ଚଳକୁ ବ୍ୟାପିଲା କରୋନା, ଦିନକରେ 248, ଜାଣନ୍ତୁ କେଉଁ ସ୍ଥାନରୁ କେତେ

ଭୁବନେଶ୍ବର, କରୋନା ଏବେ ରାଜଧାନୀ ଭୁବନେଶ୍ବରର ବସ୍ତି ଅଞ୍ଚଳରେ ହୁ ହୁ ହୋଇ ବଢିବାରେ ଲାଗିଠି। ଆଜି ସର୍ବାଧିକ କରୋନା ଆକ୍ରାନ୍ତ ବସ୍ତି ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଆଜି ଭୁବନେଶ୍ବରରେ ଆଉ 248 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ସଂଗରୋଧରୁ 207 ଏବଂ ଲୋକାଲ କଣ୍ଟାକ୍ଟ କେସ୍ 41 ଜଣ ରହିଛନ୍ତି।

ବିଜେବି ନଗର ମହିଷାଖାଲ ବସ୍ତିରୁ 45 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୟାପଲ୍ଲୀ ସୀତାପୁର ବସ୍ତିରୁ ଆଉ 20 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ବ୍ୟତୀତ ଏକ ଘରୋଇ ହସ୍ପିଟାଲର 27 ଜଣ କର୍ମଚାରୀ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି।

Image

ଲକ୍ଷ୍ମୀ ବିହାରରୁ 6, ନୟାପଲ୍ଲୀ ତ୍ରିନାଥ ବସ୍ତିରୁ 6 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୟାପଲ୍ଲୀ ଗାନ୍ଧୀ ବସ୍ତିରୁ 6, ୟୁନିଟ 3 ମାଳି ସାହି କଲୋନିରୁ 5 ଜଣ ଚିହ୍ନଟ ହୋଇଛନ୍ତି। ପାଣ୍ଡରା ଜିଜିପି କଲୋନୀରୁ5, ଲକ୍ଷ୍ମୀସାଗରରୁ 5 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆପଲ୍ଲୀ କ୍ରିଷ୍ଣାବଳରାମ ବିହାରରୁ 4, ୟୁନିଟ-1 ଅଞ୍ଚଳରୁ 4 ଚିହ୍ନଟ ହୋଇଛନ୍ତି।

ରାଜମହଲ ଛକ ନିକଟ ନିର୍ମାଣ ସଂସ୍ଥାର ଆଉ 4 କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଆଇଆରସି ଭିଲେଜର 2ଟି ସ୍ଥାନରୁ 6, ସାଲିଆସାହିରୁ 3, ନୟାପଲ୍ଲୀରୁ 3, ଶୈଳଶ୍ରୀ ବିହାରରୁ 3, ଚିନ୍ତାଣିଶ୍ବରରୁ 3, ନୟାପଲ୍ଲି ବେହେରା ସାହିରୁ 3, ଆଇଆରସି ଭିଲେଜ ଏନ6 ଅଞ୍ଚଳରୁ 3, ଖଣ୍ଡଗିରିରୁ 4, ଲକ୍ଷ୍ମୀସାଗରରୁ 2, କେନ୍ଦ୍ରୀୟ ହସ୍ପିଟାଲରୁ 2 ଜଣ ଲେଖାଏଁ ଲୋକାଲ କଣ୍ଟାକ୍ଟ କେସ ଚିହ୍ନଟ ହୋଇଛନ୍ତି।

Image

ଆଜି ଭୁବନେଶ୍ବର ସହରରେ 29 ଜଣ ସୁସ୍ଥ ହୋଇଥିବା ସୂଚନା ରହିଛି।

Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ଜଗତସିଂହପୁର ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା 614କୁ ବୃଦ୍ଧି

ରମେଶ ମହାନ୍ତି

ଜଗତସିଂହପୁର, ଆଜି ଜଗତସିଂହପୁର ଜିଲ୍ଲାରୁ 2 ଜଣ କରୋନା ପଜିଟିଭ କେସ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାର ମୋଟ ପଜିଟିଭ ସଂଖ୍ୟା 614ରେ ପହଞ୍ଚିଛି। ଏଯାବତ ଜିଲ୍ଲାରେ 425 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ମାମଲା ସଂଖ୍ୟା 187 ରହିଛି। ଜିଲ୍ଲାରେ କରୋନାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ଚିହ୍ନଟଙ୍କ ମଧ୍ୟରୁ ଜଣେ ଜଗତସିଂହପୁର ଏବଂ ଅନ୍ୟ ଜଣେ ପାରାଦୀପ ମ୍ୟୁନିସିପାଲିଟି ଅଞ୍ଚଳର ବୋଲି ଜଗତସିଂହପୁର ଜିଲ୍ଲାପାଳ ଟୁଇଟ କରି ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ 643 କରୋନା ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ବର, ଆଜି ରାଜ୍ୟରେ ଆଉ 643 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଂଜାମ ଜିଲ୍ଲାରୁ ସର୍ବାଧିକ 407 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖୋର୍ଦ୍ଧାରୁ 44, ବାଲେଶ୍ବରରୁ 31, ମୟୂରଭଂଜରୁ 28, କଟକରୁ 27, ଜଗତସିଂହପୁରରୁ 15, ବରଗଡ଼ ଓ କନ୍ଧମାଳରୁ 14 ଲେଖାଏଁ ସୁସ୍ଥ ହୋଇଛନ୍ତି।

ଢେଙ୍କାନାଳ ଓ କେନ୍ଦୁଝରରୁ 11 ଲେଖାଏଁ, ଭଦ୍ରକରୁ 8 ସୁସ୍ଥ, ଗଜପତିରୁ 6, ବଲାଙ୍ଗିର ଓ ଝାରସୁଗୁଡ଼ାରୁ 5 ଲେଖାଏଁ ସୁସ୍ଥ ହୋଇଛନ୍ତି। ଯାଜପୁର ଓ ସୁନ୍ଦରଗଡରୁ 4, କେନ୍ଦ୍ରାପଡ଼ା ଓ କୋରାପୁଟରୁ 3 ଲେଖାଏଁ, ସମ୍ବଲପୁରରୁ 2 ଏବଂ ଅନୁଗୁଳରୁ ଜଣେ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏଯାବତ ମୋଟ ଆରୋଗ୍ୟ ସଂଖ୍ୟା 14 ହଜାର 392ରେ ପହଞ୍ଚିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭୁବନେଶ୍ବରରୁ ଦିନକରେ 126 ଆକ୍ରାନ୍ତ, ଅଟାକଳରୁ ଆଜି ଆଉ 35

ଭୁବନେଶ୍ବର, ରାଜଧାନୀ ଭୁବନେଶ୍ବରରେ କରୋନା କମିବା ନାଁ ନେଉନାହିଁ। ଆଜି ପୁଣି ଥରେ ଭୁବନେଶ୍ବର ସହରରୁ ଆଉ 126 ପଜିଟିଭ ଚିହ୍ନଟ ହୋଇଛନ୍ତି। ଲକଡାଉନ ସତ୍ତ୍ବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବ୍ୟାପିବାରେ ଲାଗିଛି।

ଆକ୍ରାନ୍ତ 126 ଜଣଙ୍କ ମଧ୍ୟରୁ 93 ଜଣ କ୍ବାରେଣ୍ଟିନ ଏବଂ 33 ଲୋକାଲ କଣ୍ଟାକ୍ଟ କେସ୍ ରହିଛନ୍ତି। ମଞ୍ଚେଶ୍ବରରେ ଥିବା ଏକ ଅଟାକଳର ଆଉ 35 କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି। ଗତକାଲି ଏହି ଅଟାକଳରୁ 26 କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିଲେ। ଦୁଇଦିନରେ ଏହି ନିର୍ଦ୍ଦିଷ୍ଟ ଅଟାକଳରୁ 61 ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସମ୍ପୃକ୍ତ ଅଟାକଳକୁ ସିଲ୍ କି ଦିଆଯାଇଛି।Imageଚନ୍ଦ୍ରଶେଖରପୁରରୁ 9, ୟୁନିଟ-2 ଅଞ୍ଚଳରୁ 7 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରସୁଲଗଡରୁ 4, ଏକ ଘରୋଇ ହସ୍ପିଟାଲର 4 କର୍ମଚାରୀ, ରିଜର୍ଭ ପୋଲିସ କଲୋନିରୁ 3, ନୟାପଲ୍ଲୀ ଅଞ୍ଚଳରୁ 2 ଚିହ୍ନଟ ହୋଇଛନ୍ତି। ନୟାପଲ୍ଲୀ ନୂଆସାହିରୁ ଜଣେ ୫୦ ବର୍ଷୀୟ ମହିଳା, ଲକ୍ଷ୍ମୀବିହାରରୁ ଜରେ ୨୦ ବର୍ଷୀୟ ମହିଳା, ୟୁନିଟ-୮ସ୍ଥିତ ଡିଏଭି ସ୍କୁଲ ନିକଟରୁ ଜଣେ ୩୯ ବର୍ଷିଅ ପୁରୁଷ, ପାତ୍ରପଡ଼ାରୁ ଜଣେ ୩୦ ବର୍ଷିଅ ଯୁବକ, ଗଜପତି ନଗରରୁ ଜଣେ ୨୬ ବର୍ଷିଅ ଯୁବକ, ରାଜମହଲ ଛକ ନିକଟରୁ ନିର୍ମାଣାଧୀନ ଏକ କମ୍ପାନିରୁ ୨୮ ବର୍ଷିଅ ଜଣେ ପୁରୁଷ, ରିଜର୍ଭ ପୁଲିସ କଲୋନିରୁ ୩ ଜଣ ପୁରୁଷ (୨୫, ୩୮ ଓ ୩୦ ବର୍ଷ), ଏକ ଘରୋଇ ହସ୍‌ପିଟାଲରୁ ୪ ଜଣ ପୁରୁଷ (୨୦, ୩୨ ବର୍ଷିଅ ୨ଜଣ ଓ ୨୯ ବର୍ଷ) କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ପୂର୍ବରୁ ଚିହ୍ନଟ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ।

Imageଭୁବନେଶ୍ବରରୁ ଆଜି ମୋଟ 81 ଜଣ ସୁସ୍ଥ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ଏପର୍ଯ୍ୟନ୍ତ ଭୁବନେଶ୍ୱରରେ ୧୪୬୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୮୦୫ ଜଣ ସୁସ୍ଥ ହୋଇଥିବା ବେଳେ ୬୫୧ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ 440 ସୁସ୍ଥ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ

ଭୁବନେଶ୍ବର, ଆଜି ରାଜ୍ୟରେ ଆଉ 440 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଖୋର୍ଦ୍ଧାରୁ 83, ଗଂଜାମରୁ 68, ବାଲେଶ୍ବରରୁ 49, ମାଲକାନଗିରିରୁ 40, ଜଗତସିଂହପୁରରୁ 23, ଭଦ୍ରକରୁ 21, ମୟୂରଭଂଜରୁ 20, କୋରାପୁଟରୁ 18, ପୁରୀରୁ 17, କଟକରୁ 11, ବରଗଡ଼ରୁ 10 ଜଣ ସୁସ୍ଥ ହୋଇଛନ୍ତି।

ଝାରସୁଗୁଡା, କେନ୍ଦୁଝର ଓ ନବରଙ୍ଗପୁରରୁ 12 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ଯାଜପୁର ଓ ଅନୁଗୁଳରୁ 9 ଲେଖାଏଁ, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ରୁ 6 ଲେଖାଏଁ ସୁସ୍ଥ ହୋଇଛନ୍ତି। ବଲାଙ୍ଗିର ଓ ସମ୍ବଲପୁରରୁ 5 ଜଣ ଲେଖାଏଁ ଏବଂ ନୟାଗଡ଼ରୁ 4 ଜଣ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା 13 ହଜାର 749ରେ ପହଞ୍ଚିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭୁବନେଶ୍ବର ସହ କଟକରେ ବି ବଢୁଛି କରୋନା, କେବଳ ଗୋଟିଏ ସାହିରୁ 32

କଟକ, ଭୁବନେଶ୍ବର ପରେ କଟକ ସହରରେ ବି କରୋନା କାୟା ବିସ୍ତାର କରିବା ଆରମ୍ଭ କରିଛି। ଆଜି ଦିନକରେ କଟକ ସହରରୁ ଆଉ 54 କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ 11 ସରକାରୀ କ୍ବାରେଣ୍ଟିନ, 41 ହୋମ୍ କ୍ବାରେଣ୍ଟିନ ଏବଂ 2 ଲୋକାଲ କଣ୍ଟାକ୍ଟ କେସ୍ ରହିଛନ୍ତି।

ସହରର କେବଳ ଖଟବିନ ସାହିରୁ 32 ଜଣ ପଜିଟିଭ ବାହାରିଥିବା ବେଳେ ଶଙ୍କରପୁର ପରିଡା ସାହିରୁ 8 ଜଣ ବାହାରିଛନ୍ତି। ମଣିସାହୁ ଛକ, ଥୋରିଆ ସାହି, ସୂତାହାଟରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସହରର 32 ଜଣ ବାହାରିଥିବା ଖଟବିନ ସାହି ଜିଲ୍ଲା ପ୍ରଶାସନର ଚିନ୍ତା ବଢାଇ ଦେଇଛି।