Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

ବିଗତ 24 ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ସ୍ପେନରେ ସର୍ବାଧିକ ମୃତ୍ୟୁ

ନୂଆଦିଲ୍ଲୀ : ବିଶ୍ବରେ କରୋନାର ଆକ୍ରାନ୍ତଙ୍କ ସଂଖ୍ୟା 5ଲକ୍ଷ ଟପିଲାଣି । ଦୁନିଆରେ ମୋଟ୍‌ 5,36,617 ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ସେହିପରି କରୋନା ଯୋଗୁଁ ମୋଟ୍‌ 24,118 ଜଣଙ୍କର ମୃତ୍ୟୁ ଘଟିଲାଣି। ସେହିପରି ସୁସ୍ଥ ହୋଇଛନ୍ତି 1,24,408ଜଣ । ଚୀନ୍‌ ପରେ ୟୁରୋପରେ ଏହା ବେଶ୍‌ ଭୟଙ୍କର ରହିଛି । ସ୍ପେନ୍‌ରେ ଗତ 24 ଘଣ୍ଟାରେ 718ଜଣଙ୍କର ମୃତ୍ୟୁ ହୋଇଛି । ସ୍ପେନ୍‌ରେ ସର୍ବମୋଟ୍‌ ମୃତ୍ୟୁ ସଂଖ୍ୟା 4,365ରେ ପହଞ୍ଚିଛି । ଗୁରୁବାର ଦିନ ସ୍ପେନ୍‌ରେ 718ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆମେରିକାରେ ବିଗତ 24 ଘଣ୍ଟା ମଧ୍ୟରେ 16,000 ଲୋକ କରୋନା କବଳରେ ଆସିଥିବାବେଳେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 85ହଜାରକୁ ଟପିଛି । ସେହିପରି ଇଟାଲୀରେ କରୋନା ଯୋଗୁଁ ମୃତ୍ୟସଂଖ୍ୟା ଆଠ ହଜାର ପାର୍‌ କରିଛି । ଓ୍ବାଲ୍ଡୋମିଟରର ପରିସଂଖ୍ୟାନ ଅନୁସାର ଗତ 24 ଘଣ୍ଟା ଧ୍ୟରେ ଇଟାଲୀରେ 683ଜଣଙ୍କର ମୃତ୍ୟୁ ହୋଇଛି ।

ସମୀକ୍ଷା ତରଫରୁ କରୋନା ଅପଡେଟ୍‌ :

Categories
ଆଜିର ଖବର ଜାତୀୟ ଖବର

ଅଭାବୀ ଲୋକଙ୍କ ପାଇଁ ବିଜେପି ବାଣ୍ଟିବ ମୋଦି କିଟ୍‌

ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁଁ ଭାରତ ସରକାର 21 ଦିନିଆ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି। ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଏହି ସମୟରେ ବିଜେପି ଅଭାବୀ ତଥା ଗରିବ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀର ଏକ କିଟ୍‌ ବାଣ୍ଟିବ ବୋଲି ଘୋଷଣା କରିଛି । ମୋଦି କିଟ୍‌ ନାମରେ ଏହି କିଟ୍‌ରେ ରହିଛି ଦୁଇ ଲିଟର ତେଲ, ଦୁଇ କିଲୋ ଚାଉଳ, ଏକ କିଲୋ ଡାଲି, ଏକ କିଲୋ ଚିନି, ଦୁଇଶହ ଗ୍ରାମ ଲଙ୍କା ଗୁଣ୍ଡ, ହଳଦୀ, ସୋରିଷ, ଧନିଆ ପାଉଡର୍‌, 250 ଗ୍ରାମ ଚା’ ପତି, ଏକ କିଲୋ ଲୁଣ, 500 ଗ୍ରାମ ଚଣା,  4ଟା ଲୁଗାସଫା ସାବୁନ୍‌, ଗୋଟିଏ ଗାଧୋଇବା ପାଇଁ ସାବୁନ୍‌, ପାଞ୍ଚ କିଲୋ ଅଟା, ଚାରୋଟି ପାର୍ଲଜି ବିସ୍କୁଟ ଆଦି ରହିଛି ।

ସୂଚନାଯୋଗ୍ୟ, ଦେଶରେ କରୋନା ଜନିତ ମୃତ୍ୟୁ 17ରେ ପହଞ୍ଚିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା 724ରେ ପହଞ୍ଚିଛି । ଏହି କରୋନା ପଜିଟିଭିଙ୍କ ମଧ୍ୟରେ ସକ୍ରିୟ ରହିଛନ୍ତି 656ଜଣ । ସେହିପରି ଏଥିରୁ ସୁସ୍ଥ ହୋଇଛନ୍ତି 64 ଜଣ । ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମହାରାଷ୍ଟ୍ର ଓ କେରଳରେ ରହିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

କର କ୍ଲିନିକ ଯିବାକୁ ବାରଣ, କୋଭିଡ19 ଗାଇଡ ଲାଇନ ଉଲ୍ଲଂଘନକାରୀ ହସପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର:  ଗତକାଲି ରାଜ୍ୟରେ ତୃତୀୟ କରୋନା ପଜିଟିଭି ଚିହ୍ନଟ ହେବା ପରେ ଘରୋଇ କ୍ଲିନିକ୍‌ଗୁଡିକ କୋଭିଡି -19ର ଗାଇଡଲାଇନ୍‌ ଉଲ୍ଲଂଘନ କରୁଥିବା ନେଇ କ୍ଷୁବ୍ଧ ହୋଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଏଣିକି ଘରୋଇ କ୍ଲିନିକଗୁଡିକ ଗାଇଡ୍‌ଲାଇନ୍‌ ନ ମାନିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି । ସାଧାରଣ ଥଣ୍ଡା, କାଶ ଯାଞ୍ଚ ବେଳେ ମଧ୍ୟ କୋଭିଡ୍‌-19 ଗାଇଡଲାଇନ୍‌ ମାନିବାକୁ ପରାମର୍ଶ ଦିଆଯାଇଛି ।

ସୂଚନାଯୋଗ୍ୟ ଗତକାଲି ରାଜ୍ୟରେ ତୃତୀୟ ରୋଗୀ ଚିହ୍ନଟ ହେବା ପରେ ଭୁବନେଶ୍ବର ଭୌମନଗରସ୍ଥିତ କର କ୍ଲିନିକ୍‌କୁ ନ ଯିବା ପାଇଁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ମିଳିଥିବା ସୂଚନା ଅନୁସାରେ ଆକ୍ରାନ୍ତଙ୍କ ବୟସ 60 ବର୍ଷ । ସେ ଗତ 10 ତାରିଖରେ ଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ବର ଫେରିଥିଲେ । ଗତ 21 ତାରିଖରେ ସମ୍ପୃକ୍ତ ରୋଗୀ ଜଣକ କର କ୍ଲିନିକ୍‌ ଆସିଥିଲେ । ପୁନର୍ବାର ମାର୍ଚ୍ଚ 24ରେ କର କ୍ଲିନିକ୍‌ରେ ଆଡମିଟ୍‌ ହୋଇ ଗୋଟିଏ ଆଇସିୟୁରେ ମଧ୍ୟ ରହିଥିଲେ । ସମ୍ପୃକ୍ତ ବ୍ୟକ୍ତିଙ୍କ ଚିକିତ୍ସା କରିଥିବା ଡାକ୍ତର, ନର୍ସ ଏବଂ ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଆଇସୋଲେସନରେ ରଖିବା ପାଇଁ ବ୍ୟବସ୍ଥା କରନ୍ତୁ ବୋଲି ବିଭାଗ ନିର୍ଦ୍ଦେଶ ଦେଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ମୁକାବିଲା ପାଇଁ ତିରୁପତିରେ ଅଭିନବ ଉଦ୍ୟମ, ବଜାରରେ ମଧ୍ୟ ବୁଲିଲେ ରଖିବାକୁ ପଡିବ ଦୂରତ୍ବ

ତିରୁପତି, ଭାରତର ପ୍ରସିଦ୍ଧ ଧର୍ମକ୍ଷେତ୍ର ତିରୁପତିରେ କରୋନା ଭାଇରସ କବଳରୁ ମୁକୁଳିବା ପାଇଁ ସେଠାକାର ପ୍ରଶାସନ ଏକ ଅଭିନବ ଉଦ୍ୟମ କରିଛନ୍ତି। ତାହା ହେଉଛି ବଜାରରେ ବୁଲିବା ବେଳେ ମଧ୍ୟ ସାମାଜିକ ଦୂରତା ବଜାଇ ରଖିବା। ମୁଖ୍ୟତଃ ଦୋକାନ ଆଗରେ ଜିନଷ କିଣିବା ପାଇଁ ଗୋଲାକାର ଗାର ଟାଣି ଦୂରତ୍ବ ରଖାଗଲା। ହେଲେ ବଜାରରେ ଚାଲିଲେ କିପରି ଦୂରତ୍ବ ରଖାଯିବ।

ଏହି ସମସ୍ୟାକୁ ଦୂର କରିବା ପାଇଁ ତିରୂପତି ପ୍ରଶାସନ ନେଇଛି ଏକ ଭିନ୍ନ ପଦକ୍ଷେପ। ବଜାର ଭିତରେ ବୁଲିଲା ବେଳେ ମଧ୍ୟ ସେହି ଗୋଲାକାର ଗାର ଭିତରେ ନିଜକୁ ସୀମିତ ରଖିବା ପାଇଁ ପଡିବ। ସେଥିପାଇଁ ବଜାରରେ ଥିବା ଲମ୍ବା ରୋଡକୁ ପ୍ରଶାସନ ତରଫରୁ ଚାରିକୋଣିଆ ଖଡି ଘର ଛାଡି ଛାଡି କରାଯାଇଛି। ସମସ୍ତଙ୍କୁ କୁହାଯାଇଛି ଯେ, ଆଗ ଘରର ଲୋକ ନ ଯିବା ପର୍ଯ୍ୟନ୍ତ ପଛ ଘର ଲୋକ ଆଗକୁ ଯାଇପାରିବ ନାହିଁ। ଫଳରେ ବଜାର ଭିତରେ ଲୋକେ ଏଣେତେଣେ ନ ବୁଲି ବର୍ତ୍ତମାନ ଶୃଙ୍ଖଳିତ ଭାବେ ଦୂରତ୍ବ ବଜାଇ ରଖି ଯିବା ଆସିବା କରୁଛନ୍ତି।

ଏହାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ତରଫରୁ ସମସ୍ତ ବଜାର ରାସ୍ତାରେ ପୋଲିସ ମୁତୟନ କରାଯାଇଛି। ଯେଉଁମାନେ ନିୟମ ଉଲଂଘନ କରୁଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।

Categories
ଆଜିର ଖବର ଜାତୀୟ ଖବର

କୋଭିଡ-୧୯ ସହ ଜଡ଼ିତ ରପ୍ତାନି ଓ ଆମଦାନୀ ମାମଲା ପାଇଁ ହେଲ୍ପଡେସ୍କ ସୁବିଧା ଆରମ୍ଭ କଲା ଡିଜିଏଫଟି

ନୂଆଦିଲ୍ଲୀ,ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନ ବାଣିଜ୍ୟ ବିଭାଗର ବୈଦେଶିକ ବ୍ୟାପାର ମହାନିର୍ଦ୍ଦେଶାଳୟ (ଡିଜିଏଫଟି) ପକ୍ଷରୁ କୋଭିଡ-୧୯ ସଂକ୍ରାନ୍ତ ଯେକୌଣସି ପ୍ରକାର ଆମଦାନୀ କିମ୍ବା ରପ୍ତାନି ସଂକ୍ରାନ୍ତ ମାମଲାରେ ସହାୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ ହେଲ୍ପଡେସ୍କ କାର‌୍ୟ୍ୟକ୍ଷମ କରାଯାଇଛି । ରପ୍ତାନି କିମ୍ବା ଆମଦାନୀକାରୀମାନେ ନିମ୍ନୋକ୍ତ ଯେକୌଣସି ଚ୍ୟାନେଲ ଜରିଆରେ ସିଧାସଳଖ ନିଜ ମାମଲା ସହ ଜଡ଼ିତ ସୂଚନା ପାଇପାରିବେ:-:

website-http://rla.dgft.gov.in:8100/CRS_NEW/

Toll Free Number-1800-111-550

ଟୋଲ ଫ୍ରି ନଂ : ୧୮୦୦-୧୧୧-୫୫୦

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଚୀନ୍‌ରେ କୋରୋନା ଭାଇରସ୍‌ ଆତଙ୍କ : ମୃତ୍ୟୁ ସଂଖ୍ୟା 490କୁ ବୃଦ୍ଧି

ବେଜିଂ : ଚୀନ୍‌ରେ କୋରୋନା ଭାଇରସ୍‌ ଏହାର ଆତଙ୍କ ମଚାଇଛି । ଏହି ଭାଇରସ୍‌ ପ୍ରଭାବରେ ମୃତ୍ୟୁ ସଂଖ୍ୟା 490କୁ ବୃଦ୍ଧି ପାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା 24324ରେ ପହଞ୍ଚିଛି । ମଙ୍ଗଳବାର ଏହି ଭାଇରସ୍‌ ପ୍ରଭାବରେ ନୂତନ ଭାବରେ 65 ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏହି ସମସ୍ତ ମୃତ୍ୟୁ ଚୀନ୍‌ର ଉହାନ୍‌ ଏବଂ ହୁବେଇ ପ୍ରଦେଶରେ ଘଟିଥିବା ଜଣାପଡିଛି । ସଂକ୍ରମିତଙ୍କ ମଧ୍ୟରୁ 262 ଜଣଙ୍କ ଅବସ୍ଥା ଗୁରୁତର ରହିଛି । 1.85 ଲକ୍ଷ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଥିବା ନେଇ ସୂଚନା ଦେଇଛି । ଚଳିତ ବର୍ଷର ମୃତ୍ୟୁ ସଂଖ୍ୟକା 2003-04 ବର୍ଷର ମୃତ୍ୟୁ ସଂଖ୍ୟାଠାରୁ ଅଧିକ ରହିଛି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଭାଇରସ୍ ବର୍ତ୍ତମାନ 20ଟି ରାଷ୍ଟ୍ରକୁ ବ୍ୟାପିବାରେ ଲାଗିଛି । ଏହା ମଧ୍ୟରେ ମଙ୍ଗଳବାର ହଂକଂରେ ପ୍ରଥମ କୋରୋନା ଭାଇରସ୍‌ ମୃତ୍ୟୁ ଘଟିଛି । (ଏଜେନ୍ସି)