Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

କରୋନା ଆକ୍ରାନ୍ତରେ ଇରାନ ସଂସଦର ବାଚସ୍ପତି ଅଲୀ ଲାରିଜାନି

ଇରାନ୍‌ : କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ 9 ଲକ୍ଷ ପାର କରି ସାରିଲାଣି । ସେହିପରି ଏହି ରୋଗରେ ମୃତ୍ୟୁ ସଂଖ୍ୟା ପଚାଶ ହଜାର ଡେଇଁ ସାରିଛି । ଏହି ରୋଗରେ କବଳରେ କେବଳ ସାଧାରଣ ଲୋକେ ନୁହଁନ୍ତି ଦୁନିଆର ବହୁ ରାଜନେତା ମାନେ ମଧ୍ୟ ଏଥିରେ ଆକ୍ରାନ୍ତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଇରାନ ସଂସଦର ବାଚସ୍ପତି ଅଲୀ ଲାରୀଜାନି ଏକେ କରୋନାଗ୍ରସ୍ତ ହୋଇଛନ୍ତି । ତାଙ୍କଠାରେ କରୋନା ପଜିଟିଭି ମିଳିବା ପରେ ତାଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି ।

ଇରାନ୍‌ ସଂସଦ ଗୁରୁବାର ଦିନ ନିଜ ଓ୍ବେବସାଇଟ୍‌ରେ ଏହା ସମ୍ପର୍କରେ ସୂଚନା ଦେଇଛି । କରୋନାରେ ସଂକ୍ରମିତ ହୋଇଥିବା ଲାରୀଜାନି ଇରାନ ସରକାରଙ୍କ ପ୍ରଥମ ସର୍ବୋଚ୍ଚ ଅଧିକାରୀ ରହିଛନ୍ତି ।

ସୂଚନାଯୋଗ୍ୟ, ଏହା ପୂର୍ବରୁ କାନାଡାର ପ୍ରଧାନମନ୍ତ୍ରୀ  ଜଷ୍ଟିନ୍‌ ଟ୍ରୁଡୋ ଓ ତାଙ୍କ ସ୍ତ୍ରୀ ସୋଫି ମଧ୍ୟ କରୋନା ପଜିଟିଭି ରହିଥିଲେ । ତାଙ୍କୁ ଆଇସୋଲେସରେ ରଖାଯାଇଛି । ସେହିପରି ବ୍ରିଟେନ୍‌ ପ୍ରିନ୍ସ ଚାଲର୍ସ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ହଜାର ଟପିଲା

ନୂଆଦିଲ୍ଲୀ : ଗତ 24 ଘଣ୍ଟାରେ ସରକାରୀ ତଥ୍ୟ ଅନୁସାରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ଦେଶରେ କରୋନା ମୃତ୍ୟୁସଂଖ୍ୟା ୫୦ ଛୁଇଁଛି। ସେହିପରି ୨୪ ଘଣ୍ଟାରେ ୩୨୮ ଜଣ ସଂକ୍ରମିତ ହେବାରୁ ଆକ୍ରାନ୍ତଙ୍କ ସଂଖ୍ୟା ୧୯୬୫ରେ ପହଞ୍ଚି ଯାଇଛି। ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୧୫୧ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି।

ଦେଶରେ କରୋନା ପ୍ରକୋପ ଦ୍ରୁତ ଗତିରେ ବଢି ଚାଲିଛି । ଗତ 24 ଘଣ୍ଟା ମଧ୍ୟରେ କରୋନାର ନୂତନ 500ଟି ମାମଲା ସାମ୍ନାକୁ ଆସିଛି । ଗତ 24 ଘଣ୍ଟା ମଧ୍ୟରେ ଦିଲ୍ଲୀରେ 141ଟି ନୂତନ ମାମଲା ସାମ୍ନାକୁ ଆସିଛି । ଏଥିରୁ 129ଟି ମାମଲା ମରକଜରୁ ସମ୍ପର୍କିତ ରହିଥିଲେ। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 2500 ପାର୍‌ କରିଛି। ଦିଲ୍ଲୀର ନିଜାମୁଦ୍ଦିନ ସ୍ଥିତ ତବଲିଗି ଜମାତକୁ ଖାଲି କରାଯାଇଛି । କିନ୍ତୁ ଦେଶରେ କରୋନାଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦିଲ୍ଲୀରେ ଏବେ 4ଜଣଙ୍କର ମୃତ୍ୟୁ ହୋଇଛି ।

କରୋନା ସଂକ୍ରମଣ ଏବେ ଦେଶର ସବୁଠୁ ବଡ ହସ୍ପିଟାଲ୍‌ରେ ଏମସ୍‌ରେ ପହଞ୍ଚିଲାଣି । ଏଠାରେ ଜଣେ ଡାକ୍ତରଙ୍କଠାରେ କରୋନା ପଜିଟିଭି ମିଳିଥିବାବଳେ ଏବେ ତାଙ୍କ ପତ୍ନୀଙ୍କ ଠାରେ ମଧ୍ୟ ଏହି ଲକ୍ଷଣ ଦେଖିବାକୁ ମିଳିଛି । ସେହିପରି ମହାରାଷ୍ଟ୍ରରେ କରୋନା ସଂଖ୍ୟା ଦ୍ରୁତଗତିରେ ବଢିଥିବାର ନଜର ଆସିଛି । ଗତ 24 ଘଣ୍ଟା ମଧ୍ୟରେ ପାଖାପାଖି 100ରୁ ଉର୍ଦ୍ଧ୍ବ ନୂତନ ମାମଲା ସାମ୍ନାକୁ ଆସିଛି । ଏବେ ମହାରାଷ୍ଟ୍ରରେ 400ରୁ ଉର୍ଦ୍ଧ୍ବ ମାମଲା ଆସିଥିବାବେଳେ 17ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଦେଶରେ ଏଯାଏ କରୋନା ଗୋଷ୍ଠୀ ସଂକ୍ରମଣର ରୂପ ନେଇଥିବାର କୌଣସି ପ୍ରମାଣ ମିଳିନଥିବା ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି ।

ଶୁକ୍ରବାର ସକାଳ ସୁଦ୍ଧା ଦେଶରେ କରେନା ଆକ୍ରାନ୍ତଙ୍କ ସଂଖ୍ୟା 2511 ହୋଇଥିବାବେଳେ 53ରୁ ଉର୍ଦ୍ଧ୍ବ ରହିଛି । ସେହିପରି 189ଜଣ ସୁସ୍ଥ ହୋଇଛନ୍ତି । ସେହିପରି ବିଶ୍ବରେ ଏହି ଭୟାନକ କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା 52 ହଜାର ପାର କରିଛି । (ଏଜେନ୍ସି)

କେଉଁ ରାଜ୍ୟରେ କିପରି ରହିଛି କରୋନାର ସ୍ଥିତି :

କେରଳ – 286

ମହାରାଷ୍ଟ୍ର – 423

କର୍ଣ୍ଣାଟକ – 124

ତେଲେଙ୍ଗାନା – 154

ଗୁଜୁରାଟ – 88

ରାଜସ୍ଥାନ – 133

ଉତ୍ତରପ୍ରଦେଶ – 126

ଦିଲ୍ଲୀ – 293

ପଞ୍ଜାବ – 47

ତାମିଲନାଡୁ – 307

ହରିୟାଣା – 49

ମଧ୍ୟପ୍ରଦେଶ – 107

ଜମ୍ମୁ କାଶ୍ମୀର – 70

ପଶ୍ଚିମବଙ୍ଗ – 53

ଆନ୍ଧ୍ରପ୍ରଦେଶ – 149

ଲଦାଖ – 13

ବିହାର – 29

ଚଣ୍ଡୀଗଡ – 18

ଆଣ୍ଡାମାନ ନିକୋବର – 10

ଛତିଶଗଡ – 9

ଉତ୍ତରାଖଣ୍ଡ – 10

ଗୋଆ – 5

ଓଡ଼ିଶା – 4

ହିମାଚଳ ପ୍ରଦେଶ – 6

ମିଜୋରାମ – 1

ପୁଡୁଚେରୀ – 5

ମଣିପୁର -2

ଅରୁଣାଚଳପ୍ରଦେଶ -1

 

 

Categories
ଆଜିର ଖବର ଜାତୀୟ ଖବର

ଦେଶରେ ବଢୁଛି କରୋନା ମାମଲା, ମୃତକଙ୍କ ସଂଖ୍ୟା 50 ଛୁଇଁଲା

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହା ସହିତ ମୃତକଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି । ଦେଶରେ କୋଭିଡ-19ରେ ମୃତକଙ୍କ ସଂଖ୍ୟା 50ରେ ପହଞ୍ଚିଛି । ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା 2100ରେ ପହଞ୍ଚିଛି । ତେବେ 171 ଜଣ ଏହି ମହାମାରୀରୁ ସୁସ୍ଥ ହୋଇ ପାରିଛନ୍ତି ।

ଦେଶରେ ସବୁଠୁ ଅଧିକ କରୋନା ମାମଲା ମହାରାଷ୍ଟ୍ରରୁ ହିଁ ଆସିଛି । ଏଠାରେ 338 ଜଣ ଆକ୍ରାନ୍ତ ହୋଇଥିବାବେଳେ 13 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି 42 ଜଣ ଠିକ୍‌ ହୋଇଛନ୍ତି । ଦେଶରେ ଅନ୍ୟ 29ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ମଧ୍ୟ କରୋନା ପ୍ରଭାବ ଦେଖିବାକୁ ମିଳିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ କେରଳ ଦ୍ବିତୀୟ ସ୍ଥାନରେ ରହିଛି । କେରଳରେ 265ଟି ମାମଲା ରହିଥିବାବେଳେ ଏଠାରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ସ୍ଥଳେ 25 ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଦେଶର ଅନ୍ୟାନ୍ୟ ଅଞ୍ଚଳ ଯେପରିକି ଦିଲ୍ଲୀ, ତାମିଲନାଡୁ, ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜୁରାଟ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟଗୁଡ଼ିକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।

କରୋନାକୁ ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ଦେଶରେ 21 ଦିନିଆ ଲକ୍‌ ଡାଉନ୍‌ର ଘୋଷଣା କରିଛନ୍ତି। ଏହା ଏପ୍ରିଲ୍‌ 14 ତାରିଖ ଯାଏଁ ଜାରି ରହିବ । ରାଜ୍ୟ ସରକାରମାନେ ମଧ୍ୟ ଏହି ମହମାରୀ ସହ ଦୃଢତାର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାରଙ୍କ ସହ ମିଶି କରି କାମ କରୁଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ମାତ୍ର ତିନି ଦିନର ଶିଶୁ କରୋନା ପଜିଟିଭି

ମୁମ୍ବାଇ : ମହାରାଷ୍ଟ୍ରରେ ମାତ୍ର ତିନି ଦିନର ଶିଶୁ ଏବେ କରୋନାଗ୍ରସ୍ତ । ଶିଶୁ ସହିତ ଶିଶୁର 26 ବର୍ଷୀୟା ମା’ଙ୍କ ଠାରେ କରେନା ଲକ୍ଷଣ ମିଳିଛି । ଶିଶୁଟିର ଜନ୍ମ ମାର୍ଚ୍ଚ 26 ତାରିଖରେ ମୁମ୍ବାଇର ଚେମ୍ପୁର୍‌ ହସ୍ପିଟାଲ୍‌ରେ ହୋଇଥିଲା । ତେବେ ଏହି ଘଟଣାକୁ ନେଇ ଶିଶୁଙ୍କ ପରିବାର ଲୋକେ ହସ୍ପିଟାଲର ଦାୟିତ୍ବହୀନତା ପ୍ରତି ଅଙ୍ଗୁଳି ଉଠାଇଛନ୍ତି । ରୋଗୀଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି ଯେ, ଶିଶୁର ମା’କୁ କରୋନୀ ସଂକ୍ରମିତ ରୋଗୀଙ୍କ ବେଡ୍‌ରେ ରଖିଥିଲେ । ଏହା ପରେ ନବଜାତ ଶିଶୁ ଓ ତାଙ୍କ ମା’ଙ୍କୁ କୁର୍ଲା ଭାଭା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଶିଶୁର ପିତାକୁ ମଧ୍ୟ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି ।

ତେବେ ଶିଶୁ ଓ ମା’ଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିବା ପରେ ଚେମ୍ପୁର୍‌ ହସ୍ପିଟାଲକୁ ବନ୍ଦ କରାଯାଇ ସାନିଟାଇଜେସନ୍‌ କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଏସିଆର ସର୍ବବୃହତ୍‌ ବସ୍ତି ‘ଧାରାବୀ’ରେ କରୋନା ଯୋଗୁଁ ପ୍ରଥମ ମୃତ୍ୟୁ : ପ୍ରାୟ 15 ଲକ୍ଷ ଲୋକ ଏଠାରେ କରନ୍ତି ବସବାସ

ମୁମ୍ବାଇ : ଏସିଆର ସର୍ବବୃହତ୍‌ ବସ୍ତି ଭାବେ ପରିଚିତ ମୁମ୍ବାଇର ଧାରାବୀ ବସ୍ତି ଅଞ୍ଚଳରେ କରୋନା ପହଞ୍ଚିଛି । ଏହି ଅଞ୍ଚଳରେ ପ୍ରଥମ କରୋନା ଯୋଗୁଁ ପ୍ରଥମ ମୃତ୍ୟୁ ହୋଇଛି । ଏହି ଅଞ୍ଚଳରେ ପ୍ରାୟ 15 ଲକ୍ଷ ଲୋକ ବାସ କରନ୍ତି । ଏଠାରେ ଉଭୟ ଧନୀ ଓ ଗରିବ ରହିଛନ୍ତି । ଏହି ବସ୍ତିରେ ମୃତ୍ୟୁ ବରଣ କରିଥିବା ମୃତକଙ୍କ ବୟସ 56 ବର୍ଷ । ଚିକିତ୍ସାଧୀନ ଅବସ୍ଥାରେ ବ୍ୟକ୍ତି ଜଣକ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ମୃତ୍ୟୁ ହୋଇଛି । ଏହା ପରେ ସଂକ୍ରମଣକୁ ଦୃଷ୍ଟିରେ ରଖି ପରିବାରର 8ରୁ10 ଜଣଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି । ସମ୍ପୃକ୍ତ ରୋଗୀ ଜଣକ ଯେଉଁଠି ରହୁଥିଲେ, ସେହି ଜାଗାକୁ ସିଲ୍‌ କରିଦିଆଯାଇଛି ।

ଧାରାବୀ ବସ୍ତି ପ୍ରାୟ 613 ହେକ୍ଟର କ୍ଷେତ୍ରରେ ଅବସ୍ଥିତ । ଏଠାରେ ଅଧିକାଂଶ ଦିନ ମଜୁରିଆ ତଥା ଛୋଟ ମୋଟ କାର୍ଯ୍ୟ କରି ପେଟ ପୋଷୁଥିବା ଲୋକେ ବସବାସ କରିଥାନ୍ତି । ଧାରାବୀକୁ ମୁମ୍ବାଇର ଅପରାଧର କେନ୍ଦ୍ର ବୋଲି  କୁହାଯାଏ । ଏହି ବସ୍ତିରେ ଗ୍ୟାଙ୍ଗଓ୍ବାର, ଭାଇଗିରିର ବିଶାଳକାୟ ଗଳି  ଦେଖିବାକୁ ମିଳେ ।

1862 ମସିହାରେ ବ୍ରିଟିଶ୍‌ ଶାସନ କାଳରେ ନିଜ ଭବନ ନିର୍ମାଣ କରିବା ପାଇଁ ଏଠାରେ ଦିନ ମଜୁରିଆଙ୍କୁ ବସା ଯାଇଥିଲା । ସେବେଠାରୁ ଏହି ଗଳି ଦିନମଜୁରିଆଙ୍କ ପରିଚୟ ସ୍ଥଳୀ ପାଲଟି ଯାଇଛି ।

ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବେଶ୍‌ ଦ୍ରୁତ ଗତିରେ ବଢି ଚାଲିଛି । ବୁଧବାର ଦିନ ରାଜ୍ୟରେ ନୂତନ 18ଟି ମାମଲା ସାମ୍ନାକୁ ଆସିଛି । ମୁମ୍ବାଇର ସିଏସ୍‌ଟି ରେଲଓ୍ବେ ପୋଲିସ୍‌ ଷ୍ଟେସନର ଜଣେ କନଷ୍ଟେବଳ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ମହାରାଷ୍ଟ୍ରରେ କରୋନା ଯୋଗୁଁ 16 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 335ରେ ପହଞ୍ଚିଲାଣି ।

ଦେଶରେ ଏପର୍ଯ୍ୟନ୍ତ 1900ରୁ ଅଧିକ ଲୋକେ କରୋନା ଯୋଗୁଁ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 40 ଟପି ସାରିଛି ।  ସେହିପରି ସାରା ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 9 ଲକ୍ଷରେ ପହଞ୍ଚିଥିବାବେଳେ 42 ହଜାରୁରୁ ଉର୍ଦ୍ଧ୍ବଙ୍କର ମୃତ୍ୟୁ ହୋଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

କରୋନା ଅପଡେଟ୍‌ : ଆମେରିକାରେ ଦିନକରେ ହଜାରରୁ ଉର୍ଦ୍ଧ୍ବ ମୃତ୍ୟୁ

ନୂଆଦିଲ୍ଲୀ : ଚାଇନାର ବୁହାନ ସହରରୁ ସାରା ଦେଶକୁ ବ୍ୟାପିଥିବା ଭୟଙ୍କର କରୋନା ଏବେ ଦେଶର ଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକୁ କବଳିତ କରି ରଖିଛି । ଦୁନିଆର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ମଧ୍ୟ ଏଥିରୁ ନିସ୍ତାର ପାଇପାରିନାହିଁ। ଆମେରିକାରେ  ବିଗତ 24 ଘଣ୍ଟା ମଧ୍ୟରେ ଏକ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଆମେରିକାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ପାଞ୍ଚ ହଜାର ପାର କରିଛି । ଚୀନ୍‌ଠାରୁ ଆମେରିକାରେ ଅଧିକ ମୃତ୍ୟୁ ହୋଇଛି ।  କେବଳ ନ୍ୟୁୟର୍କରେ ଦୁଇହଜାରରୁ ଅଧିକ ଲୋକେ ମୃତ୍ୟୁବରଣ କରିଛନ୍ତି ।  ଆମେରିକାରେ ଛଅ ସପ୍ତାହର ଜଣେ ଶିଶୁର ମଧ୍ୟ କରୋନା ଯୋଗୁଁ ମୃତ୍ୟୁ ହୋଇଛି ।  ଆମେରିକାରେ ସର୍ବମୋଟ୍‌ 2,15,174 ଜଣ ଏହି ଭୟଙ୍କର ରୋଗରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଇଟାଲୀରେ ଏକ ଲକ୍ଷରୁ ଅଧିକ ଉର୍ଦ୍ଧ୍ବ ଲୋକେ ଏହି ରୋଗରେ ଆକ୍ରାନ୍ତ ହୋଇଥିବାବେଳେ 13 ହଜାରରୁ ଉର୍ଦ୍ଧ୍ବ ମୃତ୍ୟୁବରଣ କରିଛନ୍ତି । ଆମେରିକା ଓ ଇଟାଲୀ ପରେ ସ୍ପେନ୍‌ରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ସ୍ପେନ୍‌ରେ ସର୍ବମୋଟ୍‌ ମୃତ୍ୟୁ ସଂଖ୍ୟା 9ହଜାରରୁ ଉର୍ଦ୍ଧ୍ବ ରହିଛି । ସେହିପରି ସ୍ପେନରେ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ଟପିଛି ।

ସେହିପରି ଜର୍ମାନୀ, ଫ୍ରାନ୍ସ, ଇରାନ୍‌, ୟୁକେ, ସ୍ବିଜରଲାଣ୍ଡ, ତର୍କୀ, ନେଦାରଲାଣ୍ଡ, ଅଷ୍ଟ୍ରେଲିଆ, ପାକିସ୍ତାନ, ଭାରତ ପରି ବହୁ ରାଷ୍ଟ୍ରରେ ଏହି କରୋନା ବେଶ୍‌ ଭୟଙ୍କର ଭାବରେ ମାଡ଼ି ଚାଲିଛି ।

ସମୀକ୍ଷା ତରଫରୁ ପ୍ରସ୍ତୁତ କରୋନା ଅପଡେଟ୍‌ :

Categories
ଆଜିର ଖବର ଜାତୀୟ ଖବର

ଆଇସୋଲେସନ୍‌ ପାଇଁ ଘରେ ଜାଗା ନଥିବାରୁ ଗଛ ଉପରେ କ୍ବାରେଣ୍ଟାଇନ୍‌ରେ ରହିଲେ ଯୁବକ

ପଶ୍ଚିମବଙ୍ଗ : କରୋନା ମହାମାରୀ ଏବେ ସାରା ବିଶ୍ବରେ ଜଟିଳ ପରିସ୍ଥିତି ସୃଷ୍ଟି କରିଛି । ସଂକ୍ରମଣକୁ ଏଡାଇବା ପାଇଁ ପୀଡ଼ିତଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି । ଇତି ମଧ୍ୟରେ ପଶ୍ଚିମବଙ୍ଗର ପୁରଲିଆଠାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଶୁଣିବାକୁ ମିଳିଛି

ପୁରଲିଆ ବଳରାମପୁର ଅଞ୍ଚଳରେ ଏକ ଗ୍ରାମବାସୀ ଗଛ ଉପରେ 14 ଦିନ ପାଇଁ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି । ତାଙ୍କ ପାଖରେ ଆଇସୋଲେସନ୍‌ ପାଇଁ ଅଲଗା ରୁମ୍‌ର ବ୍ୟବସ୍ଥା ନଥିବାରୁ ତାଙ୍କୁ ବିକଳ୍ପ ଭାବରେ 14 ଦିନ ପାଇଁ ଗଛ ଉପରେ କ୍ବାରେଣ୍ଟାଇନରେ ରହିବାକୁ ପଡିଲା । ଏହି ବ୍ୟକ୍ତି ଜଣକ ନିକଟରେ ଚେନ୍ନାଇରୁ ପ୍ରତ୍ୟାବରତ୍ତନ କରିଥିଲେ ।  ଗ୍ରାମବାସୀମାନେ ତାଙ୍କର ଗଛ ଉପରେ କ୍ବାରେଣ୍ଟାଇନର ରହିବାର ଭିଡିଓକୁ ଭାଇରାଲ୍‌ କରିଛନ୍ତି । ଏହି ଭିଡିଓ ଭାଇରାଲ୍‌ ହେବା ପରେ ସୋସିଆଲ ମିଡିଆରେ ବେଶ୍‌ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

Categories
ଆଜିର ଖବର ଜାତୀୟ ଖବର

ମୁମ୍ବାଇର ପାଞ୍ଚୋଟି ଅଞ୍ଚଳକୁ ସିଲ୍‌ କଲା ପ୍ରଶାସନ

ମୁମ୍ବାଇ : କରୋନା ଭାଇରସ୍‌ର ବ୍ୟାପକ ପ୍ରସାର ଦେଖି ମୁମ୍ବାଇର ପାଞ୍ଚଟି ଅଞ୍ଚଳକୁ ସମ୍ପୂର୍ଣ୍ଣ ରୂପେ ସିଲ୍‌ କରାଯାଇଛି । ଏହି ଅଞ୍ଚଳଗୁଡିକ ମଧ୍ୟରେ ରହିଛି ରାଜାଜୀ ପଥ, ବାଲାଜୀ ଗାର୍ଡେନ୍‌, ଅରେ ଭିଲେଜ୍‌, ମହାତ୍ରେ ନଗର, ସହକାର ନଗର ପ୍ରମୁଖ ସାମିଳ୍‌ ରହିଛି । କରୋନାକୁ ଦୃଷ୍ଟିରେ ରଖି ମଧ୍ୟ କିଛି ବସ୍ତି ଅଞ୍ଚଳରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି ।

କେଡିଏମ୍‌ସି ନଗର ନିଗମର ଆୟୁକ୍ତ ବିଜୟ ସୂର୍ଯ୍ୟବଂଶୀ ବୁଧବାର ଦିନ ଫେସ୍‌ବୁକ୍‌ ପେଜ୍‌ରେ ଏକ ଭିଡିସ ଅପଲୋଡ୍‌ କରି ଏହା ସମ୍ପର୍କରେ ଘୋଷଣା କରିଛନ୍ତି । ଡୋମ୍ବିମ୍ବଲୀର ପୂର୍ବ ଅଞ୍ଚଳରେ ପାଞ୍ଚ ଜଣ କରୋନା ପଜିଟିଭିଙ୍କ ସୂଚନା ମିଳିବା ପରେ ଏହି ଅଞ୍ଚଳକୁ ସିଲ୍‌ କରିବାର ନିଷ୍ପତ୍ତି ନିଆଯାଇଛି । ସେହିପରି ଯିଏ ଏହି ନିୟମକୁ ଉଲ୍ଲଂଘନ କରିବା ତା’ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ରହିଛି । ସୂର୍ଯ୍ୟବଂଶୀ ସେଠାକାର ସାଧାରଣ ଜନତାଙ୍କୁ ଘରେ ରହିବାକୁ ଅପିଲ୍‌ କରିଛନ୍ତି । ସେହିପରି କିଛି ଅତ୍ୟାବଶ୍ୟକ ସାମଗ୍ରୀର ଦରକାର ହେଲେ, ପ୍ରଶାସନ ତାଙ୍କ ଘରେ ନିକଟରେ ପହଞ୍ଚାଇବାର ବ୍ୟବସ୍ଥା କରିବ ବୋଲି କହିଛନ୍ତି ସୂ୍ର୍ଯ୍ୟବଂଶୀ ।

ସୂଚନାଯୋଗ୍ୟ, କରୋନା ଭାଇରସ୍‌ରେ ବିଶେଷ ଭାବରେ ପ୍ରଭାବିତ ହୋଇଛି ମହାରାଷ୍ଟ୍ର । ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା 300 ଡେଇଁଥିବାବେଳେ ସର୍ବାଧିକ 10 ଜଣଙ୍କର ଏଠାରେ ମୃତ୍ୟୁ ହୋଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଚିନ୍ତା ବଢାଇଲା ଦିଲ୍ଲୀ ନିଜାମୁଦ୍ଦିନ୍‌  ସଂକ୍ରମଣ, ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 1300 ଟପିଲା

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବାବେଳେ ଏବେ ଚିନ୍ତା ବଢାଇଛି ଦକ୍ଷିଣ ଦିଲ୍ଲୀ ନିଜାମୁଦ୍ଦିନ ଅଞ୍ଚଳର ସଂକ୍ରମଣ ଘଟଣା। ଲକ୍‌ ଡାଉନ୍‌ ଘୋଷଣା ପୂର୍ବରୁ ନିଜାମୁଦ୍ଦିନରେ ଧାର୍ମିକ ଉତ୍ସବ ହୋଇଥିଲା। ଏହି ଧାର୍ମିକ କାର୍ଯ୍ୟକ୍ରମରେ ପ୍ରାୟ 15ଶହ ଲୋକ ସାମିଲ୍‌ ହୋଇଥିଲେ। ଏହି  ଉତ୍ସବରେ ସାଉଦିଆରବ, ଇଣ୍ଡୋନେସିଆ, ମାଲେସିଆର କିଛି ଧର୍ମଯାଜକ ଆସିଥିଲେ। ସେହିପରି ଭାରତର ଅନ୍ୟାନ୍ୟ ଭାଗରୁ ମଧ୍ୟ ବହୁ ଲୋକେ ଏଥିରେ ସାମିଲ୍‌ ହୋଇଥିଲେ। ତାମିଲନାଡୁ, ପଶ୍ଚିମବଙ୍ଗ, କେରଳ, ତେଲେଙ୍ଗାନାରୁ ବହୁ ଲୋକେ ଏଥିରେ ସାମିଲ୍‌ ହୋଇଥିଲେ । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ 24 ଜଣ ଏହି ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ୍‌ ରହିଥିଲେ। ସେହିପରି ତେଲେଙ୍ଗାନାର ମୃତ୍ୟୁବରଣ କରିଥିବା 6 ଜଣ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ୍‌ ରହିଥିଲେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିବା 334 ଜଣଙ୍କୁ ଏବେ ହସ୍ପିଟାଲକୁ ପଠାଯାଇଛି। ସେହିପରି 700 ଲୋକଙ୍କୁ କ୍ବାରେଣ୍ଟାଇନ୍‌ ସେଣ୍ଟରକୁ ପଠାଯାଇଛି । ସେହିପରି ଏହାର ଆଖପାଖ ଅଞ୍ଚଳକୁ ସାନିଟାଇଜ୍‌ କରାଯାଇଛି।

ନିଜାମୁଦ୍ଦିନ ସ୍ଥିତ ତବଲିଗ୍‌ ଜମାତ୍‌ର ମରକଜରେ ଯୋଗ ଦେଇଥିବା ଦିଲ୍ଲୀର 64 ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ଏଠାରେ ଉପସ୍ଥିତ ଥିବା ଅନ୍ୟ 33 ଜଣ ଲୋକଙ୍କ ମଧ୍ୟରେ କରୋନା ପଜିଟିଭି ଚିହ୍ନଟ ହୋଇଥିଲା। ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ସେହି ସେଣ୍ଟରକୁ ପୂରା ଖାଲି କରିବା ସହିତ ଏହି ସେଣ୍ଟର ସହିତ ସମ୍ପର୍କରେ ଆସିଥିବା ସମସ୍ତଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି। ନିଜାମୁଦ୍ଦିନ୍‌ସ୍ଥିତ ଜମାତରେ 15ଟି ଦେଶର ଲୋକମାନେ ଅଂଶଗ୍ରହଣ କରିଥିଲେ । ସୂଚନାଯୋଗ୍ୟ ଦେଶରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 1300 ଟପିଥିବାବେଳେ ମୃତ୍ୟୁ ସଂଖ୍ୟା 32 ଡେଇଁସାରିଛି। ସେହିପରି 140 ଜଣ ସୁସ୍ଥ ହୋଇଛନ୍ତି । ଦିଲ୍ଲୀରେ ଆକାନ୍ତଙ୍କ ସଂଖ୍ୟା 97ରେ ପହଞ୍ଚିଛି।  (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

କେରଳରୁ ଦ୍ବିତୀୟ ମୁଣ୍ଡ ନେଲା କରୋନା

କରୋନା ଯୋଗୁଁ କେରଳରେ ଦ୍ବିତୀୟ ଜଣକ ମୃତ୍ୟୁ ହୋଇଛି । ତିରୁଅନନ୍ତପୁରମ୍‌ର ମେଡ଼ିକାଲ୍‌ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ଥିବା 68 ବର୍ଷୀୟ ବ୍ୟକ୍ତିଙ୍କର ଆଜି ମୃତ୍ୟୁ ଘଟିଛି । ଭାରତରେ ଏବେ ମୃତ୍ୟୁ ସଂଖ୍ୟା 32ରୁ ଉର୍ଦ୍ଧ୍ବ ରହିଛି । ଭାରତର 27ଟି ରାଜ୍ୟରେ ଏହି ମହାମାରୀ ବ୍ୟାପିଥିବାବେଳେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ତେରହଜାରକୁ ଡେଇଁଛି । ଦେଶରେ ସର୍ବାଧିକ ମୃତ୍ୟୁ ମହାରାଷ୍ଟ୍ରରେ ହୋଇଥିବାବେଳେ ଏହା ପରକୁ ରହିଛି ଗୁଜୁରାଟ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଦିଲ୍ଲୀ ପ୍ରମୁଖ । ମହାରାଷ୍ଟ୍ର ଓ କେରଳରେ ସଂକ୍ରମିତଙ୍କ ସଂଖ୍ୟା 200 ପାର କରିଥିବାବେଳେ ଦେଶରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1,347ରେ ପହଞ୍ଚିଛି । ସେହିପରି ସୁସ୍ଥ ହୋଇଛନ୍ତି 138ଜଣ ।

ରାଜ୍ୟ            ଆକ୍ରାନ୍ତଙ୍କ ସଂଖ୍ୟା

ମହାରାଷ୍ଟ୍ର        238

କେରଳ          234

ଦିଲ୍ଲୀ             97

ଉତ୍ତରପ୍ରଦେଶ   96

କର୍ଣ୍ଣାଟକ         91

ରାଜସ୍ଥାନ        79

ତେଲେଙ୍ଗାନା    77

ଗୁଜୁରାଟ         70

ତାମିଲନାଡୁ     67

ଜମ୍ମୁ କାଶ୍ମୀର    49

ମଧ୍ୟପ୍ରଦେଶ     47

ପଞ୍ଜାବ           41

ହରିୟାଣା        36

ଆନ୍ଧ୍ରପ୍ରଦେଶ     23

ପଶ୍ଚିମବଙ୍ଗ      22

ବିହାର           15

ଚଣ୍ଡୀଗଡ        13

ଲଦାଖ           13

ଆଣ୍ଡାମାନ ନିକୋବର 10

ଗୋଆ           5

ହିମାଚଳ ପ୍ରଦେଶ 3

ଓଡ଼ିଶା            3

ମଣିପୁର         1

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ମହାମାରୀ କରୋନା: ଇଟାଲୀ ଓ ଆମେରିକା ପରେ ଏବେ ଚୀନ୍‌କୁ ଟପିଲା ସ୍ପେନ୍‌

ଚୀନ୍ ସହରରୁ ଆରମ୍ଭ ହୋଇଥିବା ମହମାରୀ କରୋନା ଯୋଗୁଁ ସ୍ପେନର ସ୍ଥିତି ଏବେ ବେଶ୍‌ ଜଟିଳ ହୋଇପଡିଛି। ଏହାପୂର୍ବରୁ ଆମେରିକା ଓ ଇଟାଲୀ ସ୍ଥିତି ମଧ୍ୟ ଚୀନ୍ ଠାରୁ ବଳି ଯାଇଥିଲା। ଏବେ ସ୍ପେନ ମଧ୍ୟ ଚାଇନାକୁ ଅତିକ୍ରମ କରିଯାଇଛି। ବର୍ତ୍ତମାନ ବିଶ୍ୱର ତୃତୀୟ ସର୍ବାଧିକ କରୋନା ଆକ୍ରାନ୍ତ ସ୍ପେନରେ ଚିହ୍ନଟ ହୋଇଛନ୍ତି। ସ୍ପେନରେ ଗତ 24ଘଣ୍ଟାରେ 800 ଜଣ ପ୍ରାଣ ହରାଇଛି। ଏଯାଏ ସ୍ପେନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 87,956 ଜଣ ରୋଗୀ ରହିଥିବା ବେଳେ ମୃତକଙ୍କ ସଂଖ୍ୟା 7,716 ଛୁଇଁଛି। ସେହିପରି ଇଟାଲୀରେ ଆକ୍ରାନ୍ତଙ୍କ ସଂଖ୍ୟା 101,739 ରହିଥିବାବେଳେ ମୃତ୍ୟୁ ସଂଖ୍ୟା ଏଗାର ହଜାର ଟପି ସାରିଛି। ସେହିପରି ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଢ ଲକ୍ଷ ଟପିଥିବାବେଳେ ମୃତ୍ୟୁ ସଂଖ୍ୟା ତିନି ହଜାର ଟପି ସାରିଛି। ସେହିପରି ବିଶ୍ବରେ ଏହି ରୋଗରେ ସର୍ବମୋଟ ମୃତ୍ୟୁ ସଂଖ୍ୟା 37,814ରେ ପହଞ୍ଚିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 785, 712 ରହିଛି। ସେହିପରି ଏହି ରୋଗରୁ ସୁସ୍ଥ ହୋଇଛନ୍ତି 165,606 ଜଣ।

ସମୀକ୍ଷା ତରଫରୁ ପ୍ରସ୍ତୁତ କରୋନା ଅପଡେଟ୍‌:

 

Categories
ଆଜିର ଖବର ଜାତୀୟ ଖବର

ତେଲେଙ୍ଗାନା : କରୋନାରେ ଛଅଜଣଙ୍କର ମୃତ୍ୟୁ,  ଦିଲ୍ଲୀର ଜମାତ କାର୍ଯ୍ୟକ୍ରମରେ ହୋଇଥିଲେ ସାମିଲ୍‌

ତେଲେଙ୍ଗାନା: ତେଲେଙ୍ଗାନା ସରକାରଙ୍କ ମତରେ ଦିଲ୍ଲୀର ନିଜାମୁଦ୍ଦିନ୍‌ର ଜମାତ୍‌ କାର୍ଯ୍ୟକ୍ରମରେ ସାମିଲ୍‌ ହୋଇଥିବା ଛଅ ଜଣଙ୍କର ମୃତ୍ୟୁ ହୋଇଛି । ଏହି ମୃତକଙ୍କ ମଧ୍ୟରେ ଦୁଇ ଜଣଙ୍କର ଗାନ୍ଧି ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ଅନ୍ୟ ଦୁଇଜଣ ଯଥାକ୍ରମେ ଆପୋଲ ହସ୍ପିଟାଲ୍‌, ଗ୍ଲୋବାଲ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେହିପରି ଅନ୍ୟ ଦୁଇ ମୃତକ ନିଜାମାବାଦ ଓ ଗଡଓ୍ବାଲ ଜିଲ୍ଲାର ବୋଲି ଜଣାପଡିଛି । ସେହିପରି ତେଲେଙ୍ଗାନା ସରକାର ଦିଲ୍ଲୀ ଗସ୍ତକରିଥିବା ସମସ୍ତ ଲୋକଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ଅପିଲ୍‌ କରିଛନ୍ତି ।

ଜିଲ୍ଲାର ଜିଲ୍ଲାପାଳଙ୍କ ନେତୃତ୍ବରେ ଏକ ବିଶେଷ ଟିମ୍‌ କରୋନା ସନ୍ଦିଗ୍ଧଙ୍କ ଚିହ୍ନଟ କରିବା ସହ ତାଙ୍କୁ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଉଛନ୍ତି ।

ଅପରପକ୍ଷରେ ଦିଲ୍ଲୀର ନିଜାମୁଦ୍ଦିନ ସ୍ଥିତ ତବଲିଗ୍‌ ଜମାତ୍‌ ସେଣ୍ଟରର ମୌଲାନଙ୍କ ବିରୋଧରେ କେଜରୀଓ୍ବାଲ ସରକାର ମାମଲା ରୁଜୁ କରିବେ । ଏହି ସେଣ୍ଟରରୁ 34 ଜଣଙ୍କୁ ଦିଲ୍ଲୀର ଏଲ୍‌ଏନ୍‌ଜେପି ହସ୍ପିଟାଲ୍‌ରେ ଯାଞ୍ଚ କରାଯାଇଥିବାବେଳେ ପ୍ରାୟ ସମେସ୍ତ କରୋନା ସଂକ୍ରମିତ ବା ସନ୍ଦିଗ୍ଧ ବୋଲି ଜଣାପଡିଛନ୍ତି । ଏଥିରେ ଜଣେ 64 ବର୍ଷୀୟଙ୍କ ମୃତ୍ୟୁ ମଧ୍ୟ ହୋଇଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦେଶରେ ବଢୁଛି କରୋନା କାୟା : ମହାରାଷ୍ଟ୍ର ଓ କେରଳରେ ଦୁଇଶହ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ : ସାରା ବିଶ୍ବରେ ମୃତ୍ୟୁର ତାଣ୍ଡବ ରଚୁଥିବା କରୋନା ଭାରତରେ ମଧ୍ୟ ବ୍ୟାପିବାରେ ଲାଗିଛି । ଦେଶରେ କରୋନା ସଂକ୍ରମିତଙ୍କ  ସଂଖ୍ୟା 1000 ଟପିଥିବାବେଳେ ମୃତ୍ୟୁ ସଂଖ୍ୟା 27ରେ ପହଞ୍ଚିଛି । ଦେଶର 27ଟି ରାଜ୍ୟରେ ଏହି କରୋନା ବ୍ୟାପିସାରିଥିବାବେଳେ ସର୍ବାଧିକ ମହାରାଷ୍ଟ୍ର ଓ କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ରହିଛନ୍ତି । ଏହି ରୋଗରୁ 90 ଜଣ ସୁସ୍ଥ ହୋଇଥିବାବେଳେ ମହାରାଷ୍ଟ୍ରର ଓ କେରଳରେ ସଂକ୍ରମିତଙ୍କ ସଂଖ୍ୟା ଦୁଇଶହ ଟପି ସାରିଛି ।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ସାତ ଜଣ ମୃତ୍ୟୁବରଣ କରିଥିବାବେଳେ ଗୁଜୁରାଟରେ ପାଞ୍ଚ, କର୍ଣ୍ଣାଟକରେ ତିନି, ମଧ୍ୟପ୍ରଦେଶ ଓ ଦିଲ୍ଲୀରେ ଦୁଇ ଦୁଇ ଜଣ, କେରଳ, ତେଲେଙ୍ଗାନା, ତାମିଲନାଡୁ, ଜମ୍ମୁ-କାଶ୍ମୀର, ପଞ୍ଜାବ, ପଶ୍ଚିମବଙ୍ଗ, ବିହାର ଓ ହିମାଚଳ ପ୍ରଦେଶରେ ଜଣେ ଜଣେ ମୃତ୍ୟୁବରଣ କରିଛନ୍ତି । ସେହିପରି ମହାରାଷ୍ଟ୍ରରେ 25 ଜଣ ରୋଗୀ ସୁସ୍ଥ ହୋଇଥିବାବେଳେ କେରଳେ 16, ଉତ୍ତରପ୍ରଦେଶରେ 11, ହରିୟାଣାରେ 17, କର୍ଣ୍ଣାଟକରେ 5, ଦିଲ୍ଲୀରେ 6, ତାମିଲନାଡୁରେ 4, ଲଦାଖରେ ତିନି, ରାଜସ୍ଥାନରେ ତିନି, ହିମାଚଳ ପ୍ରଦେଶରେ ଦୁଇ, ଉତ୍ତରାଖଣ୍ଡରେ ଦୁଇ, ତେଲେଙ୍ଗାନା, ଗୁଜୁରାଟ, ଜମ୍ମୁକାଶ୍ମୀର, ପଞ୍ଜାବ ଓ ଆନ୍ଧ୍ରପ୍ରଦେଶରେ ମଧ୍ୟ ଜଣେ ଜଣେ ରୋଗୀ ସୁସ୍ଥ ହୋଇଛନ୍ତି ।

ରାଜ୍ୟ                       ଆକ୍ରାନ୍ତଙ୍କ ସଂଖ୍ୟା

ମହାରାଷ୍ଟ୍ର                   203

କେରଳ                     202

କର୍ଣ୍ଣାଟକ                  83

ଦିଲ୍ଲୀ                       72

ଉତ୍ତରପ୍ରଦେଶ            72

ତେଲେଙ୍ଗନା              70

ଗୁଜୁରାଟ                  63

ରାଜସ୍ଥାନ                  59

ତାମିଲନାଡୁ               50

ମଧ୍ୟପ୍ରଦେଶ               39

ଜମ୍ମୁ କାଶ୍ମୀର              38

ପଞ୍ଜାବ                    38

ହରିୟାଣା                  35

ଆନ୍ଧ୍ରପ୍ରଦେଶ              21

ପଶ୍ଚିମବଙ୍ଗ               21

ବିହାର                     15

ଲଦାଖ                    13

ଆଣ୍ଡମାନ ନିକୋବର    9

ଚଣ୍ଡୀଗଡ                  8

ଛତିଶଗଡ                 7

ଉତ୍ତରାଖଣ୍ଡ                7

ଗୋଆ                    5

ହିମାଚଳ ପ୍ରଦେଶ        3

ଓଡ଼ିଶା                     3

ମଣିପୁର                   1

ପୁଡୁଚେରୀ                 1

 

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସିନେମା ସ୍ବାସ୍ଥ୍ୟ

କରୋନାରେ ମୃତ୍ୟୁବରଣ କଲେ ଜାପାନର ଲୋକପ୍ରିୟ ହାସ୍ୟକଳାକାର କେନ ଶିମୁରା

ଜାପାନ : ଜାପାନର ଲୋକପ୍ରିୟ ହାସ୍ୟକଳାକାର କେନ ଶିମୁରାଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଛି । 70 ଦଶକରୁ କ୍ୟାରିଅର୍‌ ଆରମ୍ଭ କରିଥିବା ଶିମୁରା 70 ବର୍ଷ ବୟସରେ କରୋନା ଯୋଗୁଁ ପ୍ରାଣ ହରାଇଛନ୍ତି । ଶିମୁରା ଦେଶର ଜଣେ ଲୋକପ୍ରିୟ ହାସ୍ୟକଳାକାର ଭାବେ ପରିଚିତ ହାସଲ କରିଥିଲେ । ପ୍ରଥମ ଜାପାନୀ ସେଲିବ୍ରିଟି ଭାବରେ ଶିମୁରାଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି । ଶିମୁରାଙ୍କ ଅସଲ ନାମ ନାମାସୁନୋରୀ ଶିମୁରା ଥିବାବେଳେ ସେ ଶିମୁରା ନାମରେ ବେଶ୍‌ ପରିଚିତ । ସେ ବହୁ ଲୋକପ୍ରିୟ ଟିଭି ଶୋ’ରେ ମଧ୍ୟ ନଜର ଆସିଛନ୍ତି ।

କରୋନା ଭାଇରସ୍‌ ଏବେ ସାରା ବିଶ୍ବରେ ତାଣ୍ଡବ ରଚୁଥିବାବଳେ ଏହି ରୋଗରେ ସାତ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ସେହିପରି ଏହି ରୋଗରେ ତିରିଶ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

ଦୁନିଆରେ କରୋନା ଜନିତ ପ୍ରଥମ ରୟାଲ୍‌ ମୃତ୍ୟୁ: 86 ବର୍ଷ ବୟସରେ କରୋନାରେ ମୃତ୍ୟୁବରଣ କଲେ ସ୍ପେନ୍‌ ରାଜକୁମାରୀ

ସ୍ପେନ୍‌ : କରୋନା ଭାଇରସ୍‌ ଯୋଗୁଁ ସ୍ପେନ୍‌ର ରାଜକୁମାରୀ ମାରିଆ ଟେରେସାଙ୍କ ମୃତ୍ୟୁ ହୋଇଛି । 86 ବର୍ଷୀୟା ରାଜକୁମାରୀଙ୍କ ମୃତ୍ୟୁ ନେଇ ତାଙ୍କ ଭାଇ ରାଜକୁମାର ସିସ୍କୋଟ୍‌ ଏନରେିକ୍‌ ଡି ବରବୀନ୍‌ ଏକ ଫେସବୁକ୍‌ ପୋଷ୍ଟରେ ସୂଚନା ଦେଇଛନ୍ତି । ରାଜକୁମାରୀଙ୍କ ମୃତ୍ୟୁ 26 ତାରିଖରେ ହୋଇଥିବାର ଜଣାପଡିଛି । ନୋବେଲ୍‌ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ଯୋଗୁଁ ରାଜକୁମାରୀଙ୍କର ଚିକିତ୍ସ ଚାଲିଥିଲା । କିନ୍ତୁ ପରିଶେଷରେ ତାଙ୍କର ମୃତ୍ୟୁ ହୋଇଛି । ଦୁନିଆରେ କରୋନା ଜନିତ ପ୍ରଥମ ରୟାଲ୍‌ ମୃତ୍ୟୁ ଭାବେ ସ୍ପେନ୍‌ର ରାଜକୁମାରୀଙ୍କର ମୃତ୍ୟୁ ହୋଇଛି ।

ଚୀନ୍‌ରୁ ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି ଭୟାନକ କରୋନା ୟୁରୋପରେ ବେଶ୍‌ ତାଣ୍ଡବ ସୃଷ୍ଟି କରିଛି । ଇଟାଲୀ ଓ ସ୍ପେନ୍‌ରେ ଏହା ପ୍ରବଳ ମାତ୍ରାରେ କାୟା ବିସ୍ତାର କରିଛି । ସ୍ପେନ୍‌ରେ 5000 ରୁ ଅଧିକ ଲୋକଙ୍କର ମୃତ୍ରୁ ହୋଇଥିବାବେଳେ ସତୁରୀ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ରହିଛନ୍ତି । କରୋନା ଭାଇରସ ଯୋଗୁଁ ସ୍ପେନ୍‌ର ପାର୍ଲିଆମେଣ୍ଟରେ ଇମରଜେନ୍ସି ଘୋଷଣା କରାଯାଇଛି । ଏବେ ଏହାକୁ ଆହୁରି ବଢାଯିବ ବୋଲି ସମ୍ଭାବନା ରହିଛି ।(ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁକାଶ୍ମୀରରୁ ଦ୍ବିତୀୟ ମୁଣ୍ଡ ନେଲା କରୋନା

ଜମ୍ମୁକାଶ୍ମୀର : ଜମ୍ମୁକାଶ୍ମୀରରୁ କରୋନା ଭାଇରସ୍‌ ଯୋଗୁଁ ଆଉ ଜଣକର ମୃତ୍ୟୁ ହୋଇଛି । ଏହି ପୀଡ଼ିତଙ୍କ ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି। କାଶ୍ମୀରର ବାରମୂଲା ଜିଲ୍ଲାର ଏହି ବ୍ୟକ୍ତି ଜଣଙ୍କ ବୟସ 62 ବର୍ଷ। ସେ ହୃଦରୋଗରେ ପୀଡ଼ିତ ଥିବାବେଳେ ଆଜି ସକାଳ 4ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ଗୁରୁବାର ଦିନ ଜମ୍ମୁକାଶ୍ମୀରର ହୈଦରପୁରଠାରେ ମଧ୍ୟ 65 ବର୍ଷୀୟ ବ୍ୟକ୍ତିଙ୍କର କରୋନା ଜନିତ ମୃତ୍ୟୁ ହୋଇଥିଲା। ଭାରତରେ କରୋନା ଜନିତ ମୃତ୍ୟୁ ଏବେ 21ରେ ପହଞ୍ଚିଥିବାବେଳେ ସର୍ବାଧିକ କରୋନା ଆକ୍ରାନ୍ତ ମହାରାଷ୍ଟ୍ରରୁ ହିଁ ଚିହ୍ନଟ ହୋଇଛନ୍ତି। ଏହା ପଛକୁ କେରଳ ରହିଛି। ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ପାଞ୍ଚ ଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌ : ଇଟାଲୀରେ ଦଶହଜାର ଟପିଲା ମୃତକଙ୍କ ସଂଖ୍ୟା

ନୂଆଦିଲ୍ଲୀ : ଭୟାନକ କରୋନା ସାରା ବିଶ୍ବରେ ତା’ର ପ୍ରକୋପ ଜାରି ରଖିଥିବାବେଳେ ଦୁନିଆର 199ଟି ଦେଶ ଏବେ ତା’ର କବଳରେ। ବିଶ୍ବରେ ସାଢେ ଛଅ ଲକ୍ଷରୁ ଅଧିକ ସଂକ୍ରମିତ ମାମଲା ସାମ୍ନାକୁ ଆସିଥିବାବେଳେ 31 ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂନା ରହିଛି। ସେହିପରି 42 ହଜାର ଲୋକ ସୁସ୍ଥ ହୋଇଛନ୍ତି। ଚୀନର ବୁହାନ ସହରରୁ ଆରମ୍ଭ ହୋଇଥିବା କରୋନା ବିଶ୍ବରେ କରୋନା ଜନିତ ସର୍ବାଧିକ ମୃତ୍ୟୁ ଇଟାଲୀରେ ହୋଇଛି। ଏଠାରେ ମୃତକଙ୍କ ସଂଖ୍ୟା ଦଶହଜାର ପାର୍‌ କରିଥିବାବେଳେ ସଂକ୍ରମିତ ମାମଲା 92ହଜାର 472ରେ ପହଞ୍ଚିଛି। ଇଟାଲୀ ପରକୁ ରହିଛି ସ୍ପେନ୍‌। ଏଠାରେ ଏପର୍ଯ୍ୟନ୍ତ ପାଞ୍ଚ ହଜାର 992 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା 73 ହଜାର 235ରେ ପହଞ୍ଚିଛି। ସେହିପରି ଆମେରିକାରେ ମଧ୍ୟ ଚୀନଠାରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। ଆମେରିକାରେ ଏକ ଲକ୍ଷ 23 ହଜାର 750ଟି ସଂକ୍ରମିତ ମାମଲା ସାମ୍ନାକୁ ଆସିଥିବାବେଳେ 2,227ଜଣଙ୍କର ମୃତ୍ୟୁ ହୋଇଛି।

ସମୀକ୍ଷା ତରଫରୁ ପ୍ରସ୍ତୁତ କରୋନା ଅପଡେଟ୍‌ :

Categories
ବିଶେଷ ଖବର

ଆପଣ ଜାଣନ୍ତି କି ? କରୋନା ସଂକ୍ରମଣ ରୋକିବାକୁ ଭାରତ କେତେବେଳେ କି ପ୍ରକାରର ପଦକ୍ଷେପ ନେଇଛି

ନୂଆଦିଲ୍ଲୀ, କୋଭିଡ-୧୯ ବା କରୋନା ସଂକ୍ରମଣ ରୋକିବାକୁ ଭାରତର ପ୍ରୟାସ, ଆରମ୍ଭରୁ ସକ୍ରିୟ ଭାବେ ଚାଲୁରହିଛି। ଜାନୁଆରୀ ୩୦ରେ କରୋନାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମଗ୍ର ବିଶ୍ୱବାସୀଙ୍କ ପାଇଁ ଏକ ସ୍ୱାସ୍ଥ୍ୟଗତ ଜରୁରୀ ଅବସ୍ଥା ଘୋଷଣା କରିବା ପୂର୍ବରୁ ଭାରତ ଏହି ରୋଗର ମୁକାବିଲା ପାଇଁ ଏକ ପୂର୍ଣ୍ଣାଙ୍ଗ ପ୍ରତିରୋଧ ବ୍ୟବସ୍ଥା ଗ୍ରହଣ କରି ପ୍ରଥମେ ନିଜର ସୀମାନ୍ତରେ ତାହାକୁ କାର୍ଯ୍ୟକାରୀ କରିଥିଲା। ତଦନୁସାରେ ସୀମାନ୍ତ ପଥଗୁଡ଼ିକର ଗମନାଗମନ ବ୍ୟବସ୍ଥାକୁ ବନ୍ଦ କରି ଦିଆଯାଇଥିଲା।

ଏହାପରେ ବିମାନ ଯୋଗେ ଭାରତକୁ ଆସୁଥିବା ବିଦେଶୀ ଯାତ୍ରୀମାନଙ୍କର ପରୀକ୍ଷା (ସ୍କ୍ରିନିଂ) ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଏଥି ସହିତ ଭାରତ ସରକାର ଭିସା ବ୍ୟବସ୍ଥାକୁ ଅସ୍ଥାୟୀଭାବେ ବନ୍ଦ କରିବା ସହ ଆନ୍ତର୍ଜାତିକ ବିମାନ ଚଳାଚଳକୁ ଦେଶରେ ନିଷିଦ୍ଧ କରିଥିଲେ। ଅନ୍ୟ କୌଣସି ଦେଶ ଏହା କରିବା ପୂର୍ବରୁ ଭାରତ ତାହା ପ୍ରଥମେ କରିଥିଲା।
ଜାନୁଆରୀ ୧୮ରୁ ଚୀନ ଓ ହଂକଂରୁ ଭାରତ ଆସୁଥିବା ଆନ୍ତର୍ଜାତିକ ଯାତ୍ରୀମାନଙ୍କର ଥର୍ମାଲ ସ୍କ୍ରିନିଂ ଭାରତରେ ଆରମ୍ଭ ହେଲା। ଭାରତରେ ୨୦୨୦ ଜାନୁଆରୀ ୩୦ରେ ପ୍ରଥମ କରୋନା ସଂକ୍ରମଣ ଘଟଣା ଜଣାପଡ଼ିବାର ଯଥେଷ୍ଟ ଆଗରୁ ଥର୍ମାଲ ସ୍କ୍ରିିନିଂ ବ୍ୟବସ୍ଥ୍‌ା ଆରମ୍ଭ ହୋଇଥିଲା।

ଏ କ୍ଷେତ୍ରରେ ବିଶ୍ୱର ସ୍ଥିତିକୁ ଦେଖିଲେ ଜାଣିହୁଏ ଯେ ଇଟାଲି ଓ ସ୍ପେନ ଭଳି ରାଷ୍ଟ୍ର୍ର୍ର, ଯେଉଁମାନେ କୋଭିଡ-୧୯ ଦ୍ୱାରା ବିଶେଷଭାବେ ପ୍ରଭାବିତ ଓ କ୍ଷତିଗ୍ରସ୍ତ, ସେମାନେ ବହୁ ବିଳମ୍ବରେ ନିଜର ପ୍ରତିରୋଧ ବ୍ୟବସ୍ଥା ଆରମ୍ଭ କରିଥିଲେ। ଏ କ୍ଷେତ୍ରରେ ଭାରତ ସେମାନଙ୍କଠାରୁ ଯଥେଷ୍ଟ ଆଗରେ ରହିଥିଲା। ଇଟାଲୀରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବାର ୨୫ ଦିନ ପରେ ସେଠାରେ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ସ୍ପେନରେ ଏହା ପ୍ରଥମ ରୋଗୀ ଚିହ୍ନଟ ହେବାର ଦୀର୍ଘ ୩୯ ଦିନ ପରେ ଆରମ୍ଭ ହୋଇଥିଲା।

କରୋନାର ମୁକାବିଲା ପାଇଁ କେନ୍ଦ୍ର ସରକାର ବିଭିନ୍ନ ସକ୍ରିୟ ପଦକ୍ଷେପମାନ ଗ୍ରହଣ କରିଛନ୍ତି। ଭ୍ରମଣ କଟକଣା, ବିମାନ ବନ୍ଦରରେ ଯାତ୍ରୀମାନଙ୍କର ସ୍କ୍ରିନିଂ, ବିଦେଶରୁ ଆସୁଥିବା ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷାକୁ ବାଧ୍ୟତାମୂଳକ କରିବା, ଭିସା ସସ୍‌ପେନସନ ଓ ଆତ୍ମ ସଂଗରୋଧ ବା ସେଲ୍‌ଫ କ୍ୱାରେଂଟାଇନ ଆଦି ସେଥିମଧ୍ୟରୁ ଅନ୍ୟତମ। ଏହିସବୁ ପଦକ୍ଷେପ ଦ୍ୱାରା କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଓ ରୋଗ ପରିଚାଳନା ସୂଚାରୁ ରୂପେ କରିବା ସମ୍ଭବ ହୋଇପାରିଛି। ଭାରତ ସରକାର କରୋନା ମୁକାବିଲା ପାଇଁ ଯେଉଁସବୁ ପଦକ୍ଷେପ ଗ୍ରହଣ କରିଛନ୍ତି କାଳର କ୍ରମ ଅନୁସାରେ ସେଗୁଡିକ ହେଲା..

ଜାନୁଆରୀ ୧୭ : ଚୀନ ଯାତ୍ରା ନ କରିବାକୁ ଭାରତୀୟ ନାଗରିକଙ୍କ ପାଇଁ ପରାମର୍ଶ ଜାରି କରାଗଲା।

ଜାନୁଆରୀ ୧୮ : ଚୀନ ଓ ହଂକଂରୁ ଭାରତ ଆସୁଥିବା ଯାତ୍ରୀମାନଙ୍କର ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା ଆରମ୍ଭ।

ଜାନୁଆରୀ ୩୦ : ଚୀନ ନ ଯିବାପାଇଁ ଭାରତୀୟ ନାଗରିକଙ୍କ ନିମନ୍ତେ କଠୋର ନିର୍ଦ୍ଦେଶନାମା ଜାରି।

ଫେବୃଆରୀ ୩ : ଚୀନ ନାଗରିକଙ୍କ ପାଇଁ ଇ-ଭସା ବ୍ୟବସ୍ଥା ଓ ସୁବିଧାକୁ ନିଲମ୍ବିତ କରାଗଲା।

ଫେବୃଆରୀ ୨୨ : ସିଙ୍ଗାପୁର ଯାତ୍ରା ନ କରିବାକୁ ଭାରତୀୟ ନାଗରିକମାନଙ୍କୁ ପରାମର୍ଶ ଦିଆଗଲା। ଏହାସହିତ କାଠମାଣ୍ଡୁ, ଇଣ୍ଡୋନେସିଆ, ଭିଏତନାମ ଓ ମାଲେସିଆରୁ ଆସୁଥିବା ସବୁ ବିମାନଯାତ୍ରୀଙ୍କ ସ୍କ୍ରିନିଂ ବାଧ୍ୟତାମୂଳକ ହେଲା।

ଫେବୃଆରୀ ୨୬ : ଇରାନ, ଇଟାଲୀ ଏବଂ ଦକ୍ଷିଣ କୋରିଆ ଯାତ୍ରା ନ କରିବା ପାଇଁ ଭାରତୀୟ ନାଗରିକଙ୍କ ପାଇଁ ପରାମର୍ଶ ଜାରି। ଏହିସବୁ ଦେଶରୁ ଭାରତକୁ ଆସୁଥିବା ଯାତ୍ରୀମାନଙ୍କର ସ୍କ୍ରିନିଂ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯିବା ସହିତ ସ୍କ୍ରିନିଂ ରିପୋର୍ଟ ଭିତିରେ ଆବଶ୍ୟକ ସ୍ଥଳେ ଯାତ୍ରୀଙ୍କୁ କ୍ୱାରେଂଟାଇନ ଓ ଅଧିକ ପରୀକ୍ଷା ନିରୀକ୍ଷା ପାଇଁ ଅଟକ ରଖିବାର ବ୍ୟବସ୍ଥା କରାଗଲା।

ମାର୍ଚ୍ଚ ୩ : ଇଟାଲୀ, ଇରାନ, ଦକ୍ଷିଣ କୋରିଆ, ଜାପାନ ଓ ଚୀନ ଭ୍ରମଣ ପାଇଁ ଭିସା ପ୍ରଦାନ ବ୍ୟବସ୍ଥା ବନ୍ଦ ହେଲା। ଏଥିସହିତ ଚୀନ, ଦକ୍ଷିଣ କୋରିଆ, ଜାପାନ, ଇରାନ, ଇଟାଲୀ, ହଂକଂ, ମାକାଓ, ଭିଏତନାମ, ମାଲେସିଆ, ଇଣ୍ଡୋନେସିଆ, ନେପାଳ, ଥାଇଲାଣ୍ଡ, ସିିଙ୍ଗାପୁର ଓ ତାଇୱାନରୁ ସିଧାସଳଖ କିମ୍ବା ପରୋକ୍ଷ ଭାବେ ଭାରତ ଆସୁଥିବା ଯାତ୍ରୀମାନଙ୍କର ସ୍ୱାସ୍ଥ୍ୟ ସ୍କ୍ରିନିଂ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଗଲା।

ମାର୍ଚ୍ଚ ୪ : ଭାରତକୁ ଆସୁଥିବା ସବୁ ଆନ୍ତର୍ଜାତିକ ବିମାନର ଯାତ୍ରୀମାନଙ୍କ ସ୍କ୍ରିନିଂ ବ୍ୟବସ୍ଥାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରାଗଲା । ସ୍କ୍ରିନିଂରେ ସନ୍ଦେହର ପରିସରକୁ ଆସୁଥିବା ଯାତ୍ରୀମାନଙ୍କୁ ଆଇସୋଲେସନ କିମ୍ବା କ୍ୱାରେଂଟାଇନରେ ରଖିବାକୁ ବ୍ୟବସ୍ଥା ହେଲା।

ମାର୍ଚ୍ଚ ୫ : ଭାରତରେ ପ୍ରବେଶ କରିବା ପୂର୍ବରୁ ଇଟାଲୀ ଓ ଦକ୍ଷିଣ କୋରିଆର ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟ ସାର୍ଟିଫିକେଟ ଉପସ୍ଥାପନ କରିବା ବାଧ୍ୟତାମୂଳକ କରାଗଲା।

ମାର୍ଚ୍ଚ ୧୦ : ଆନ୍ତର୍ଜାତିକ ଯାତ୍ରୀଙ୍କ ପାଇଁ ହୋମ ଆଇସୋଲେସନ ବ୍ୟବସ୍ଥା। ଏହି ଯାତ୍ରୀମାନେ ନିଜ ସ୍ୱାସ୍ଥ୍ୟର ଅବସ୍ଥା ନିଜେ ତଦାରଖ କରିବା ସହ ସରକାରୀ ନିର୍ଦ୍ଦେଶନାମା ପାଳନ କରିବାକୁ ମାଧ୍ୟ ହେଲେ। ସେମାନଙ୍କ ପାଇଁ କଣ କରିବେ ଓ ନ କରିବେ ସେ ନିର୍ଦ୍ଦେଶାବଳୀ ଲାଗୁ ହେଲା। ଚୀନ୍‌, ହଂକଂ, ଦକ୍ଷିଣ କୋରିଆ, ଜାପାନ, ଇଟାଲୀ, ଥାଇଲାଣ୍ଡ, ସିଙ୍ଗାପୁର, ଇରାନ, ଜର୍ମାନୀ, ଫ୍ରାନ୍ସ, ମାଲେସିଆ ଓ ସ୍ପେନ ଆଦି ଦେଶକୁ ୨୦୨୦ ଫେବୃଆରୀ ୧୫ ପରେ ଯାତ୍ରା କରିଥିବା କୌଣସି ଯାତ୍ରୀ ଯଦି ଭାରତ ଆସିଥାନ୍ତି ସେମାନଙ୍‌କୁ ୧୪ ଦିନ କ୍ୱାରେଂଟାଇନରେ ରହିବା ବାଧ୍ୟତାମୂଳକ ହେଲା।

ମାର୍ଚ୍ଚ ୧୬,୧୭ ଓ ୧୯ – ନାଗରିକ ଓ ବିଦେଶାଗତ ବ୍ୟକ୍ତି ଏବଂ ଯାତ୍ରୀଙ୍କ ପାଇଁ ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟ ମାର୍ଗଦର୍ଶିକା ଜାରି।

ମାର୍ଚ୍ଚ ୧୬ : ମାର୍ଗଦର୍ଶିକା ସଂଯୁକ୍ତ ଆରବ ଏମିରେଟ୍ସ, କାତାର, ଓମାନ ଓ କୁଏତରୁ ଆସିଥିବା କିମ୍ବା ଏହିସବୁ ଦେଶ ଦେଇ ଭ୍ରମଣ କରିଥିବା ସବୁ ଯାତ୍ରୀଙ୍କ ନିମନ୍ତେ ୧୪ ଦିନିଆ ସର୍ବନିମ୍ନ ବାଧ୍ୟତାମୂଳକ କ୍ୱାରେଂଟାଇନ ବ୍ୟବସ୍ଥା ଲାଗୁ। ୟୂୁରୋପୀୟ ସଂଘଭୁକ୍ତ ଦେଶ, ୟୁରୋପୀୟ ବାଣିଜ୍ୟ ସଂଘଭୂକ୍ତ ରାଷ୍ଟ୍ର, ତୁର୍କୀ ଓ ବ୍ରିନେଟରୁ ଭାରତକୁ ଯାତ୍ରା କରିବା ବ୍ୟବସ୍ଥା ନିଷିଦ୍ଧ।

ମାର୍ଚ୍ଚ -୧୭ : ସେହିଭଳି ଆଫଗାନିସ୍ତାନ, ଫିଲିପାଇନ୍ସ ଓ ମାଲେସିଆରୁ କୌଣସି ଯାତ୍ରୀଙ୍କୁ ଭାରତ ଆସିବାକୁ ଅନୁମତି ଦିଆଗଲା ନାହିଁ ।

ମାର୍ଚ୍ଚ ୧୯ : ୨୨ ମାର୍ଚ୍ଚରୁ ଭାରତକୁ ସମସ୍ତ ଆନ୍ତର୍ଜାତିକ ବିମାନ ଉଡାଣକୁ ନିଷିଦ୍ଧ କରାଗଲା।

ମାର୍ଚ୍ଚ ୨୫ : ଭାରତକୁ ଆନ୍ତର୍ଜାତିକ ବିମାନ ଉଡାଣ ନିଷେଧ ସମୟସୀମାକୁ ୨୦୨୦ ଏପ୍ରିଲ ୧୪ ଯାଏ ସମ୍ପ୍ରସାରିତ କରାଗଲା । ଏହାଛଡ଼ା କରୋନା ସଂକ୍ରମଣ ବୃ୍‌ଦ୍ଧି ଦୃଷ୍ଟିରୁ ଇଟାଲି ଓ ଦକ୍ଷିଣକୋରିଆର ଯାତ୍ରୀଙ୍କ ଭାରତ ଯାତ୍ରା ସଂକ୍ରାନ୍ତ ନିର୍ଦ୍ଦେଶାବଳୀକୁ ସଂଶୋଧିତ କରି ଅଧିକ କଡ଼ାକଡ଼ି ହେଲା। ଏହା ସହିତ ଦେଶର ସବୁ ବିମାନବନ୍ଦରରେ ସ୍କ୍ରିନିଂ ବ୍ୟବସ୍ଥା ବାଧ୍ୟତାମୂଳକ ଭାବେ ଲାଗୁ ହେଲା।

ସ୍କ୍ରିନିଂ ପରେ ରିପୋର୍ଟ ଆଧାରରେ ସନ୍ଦିଗ୍ଧ ଆକ୍ରାନ୍ତଙ୍କୁ କ୍ୱାରେଂଟାଇନ କିମ୍ବା ହସ୍ପିଟାଲରେ ରଖିବାର ବ୍ୟବସ୍ଥା କାର୍ଯ୍ୟକାରୀ କରାଗଲା । ସ୍କ୍ରିନିଂରେ ଯେଉଁ ଯାତ୍ରୀ କୃତକାର୍ଯ୍ୟ ହେଲେ ସେମାନଙ୍କ ସଂପର୍କରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ସ୍ୱାସ୍ଥ୍ୟ କର୍ତୃପକ୍ଷଙ୍କୁ ଅବଗତ କରାଯାଇ ସେମାନଙ୍କ ଉପରେ ନଜର ରଖିବାକୁ ପରାମର୍ଶ ଦିଆଗଲା । ସଂପୃକ୍ତ ରାଜ୍ୟ ସରକାର ଏହି ନାଗରିକମାନଙ୍କୁ ଆବଶ୍ୟକତା ଅନୁସାରେ ପର୍ଯ୍ୟବେକ୍ଷଣରେ ରଖିବାକୁ ଆଦେଶ ପାଇଲେ ।

ଦେଶର ୩୦ଟି ବିମାନ ବନ୍ଦରରେ ଯାତ୍ରୀମାନଙ୍କ ପାଇଁ ସ୍କ୍ରିନିଂ ବ୍ୟବସ୍ଥା କରାଯାଇଛି । ଏହାଛଡ଼ା ଦେଶର ୧୨ଟି ପ୍ରମୁଖ ବନ୍ଦର, ୬୫ଟି କ୍ଷୁଦ୍ର ବନ୍ଦର ଓ ସବୁ ସୀମାନ୍ତ ଫାଟକରେ ସ୍କ୍ରିନିଂ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି । ଏ ପର୍ଯ୍ୟନ୍ତ ୩୬ ଲକ୍ଷରୁ ଅଧିକ ଯାତ୍ରୀଙ୍କର ସ୍କ୍ରିନିଂ କରାଯାଇଛି ।

ସମୃଦ୍ଧ ଭାରତୀୟଙ୍କ ପ୍ରତ୍ୟାବର୍ତନ ସଂକ୍ରାନ୍ତ ଆମର ସ୍ଲୋଗାନକୁ ଚରିତାର୍ଥ କରିବାକୁ ହେଲେ ସବୁ ଭାରତ ଫେରନ୍ତାଙ୍କୁ ସ୍କ୍ରିନିଂ କରି ଦେଶ ଭିତରେ ପ୍ରବେଶ କରିବାର ସୁଯୋଗ ଦେବା ଆବଶ୍ୟକ। ତେବେ ଯାଇ ସେମାନେ ନିରୋଗ କିମ୍ବା ଅସୁସ୍ଥ ଥିଲେ ଚିକିତ୍ସା ପରେ ସୁସ୍ଥ ହୋଇ ଫେରିବେ। ସେଥିପାଇଁ ସରକାରଙ୍କ ପକ୍ଷରୁ ସବୁ ସମ୍ଭାବ୍ୟ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଏକ ବ୍ୟାପକ, ମଜବୁତ ସ୍କ୍ରିନିଂ, କ୍ୱାରେଂଟାଇନ, ତଦାରଖ ଓ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସରକାର କାର୍ଯ୍ୟକାରୀ କରୁଛନ୍ତି। କରୋନା ଆରମ୍ଭରୁ ସରକାର ଜନସ୍ୱାସ୍ଥ୍ୟ ଭଳି ଏକ ଅଗ୍ରାଧିକାର କ୍ଷେତ୍ରରେ ଉଚିତ ଓ ସମୟୋପଯୋଗୀ ପଦତକ୍ଷେପ ନେଇ କାମ କରୁଛନ୍ତି। ପ୍ରତ୍ୟେକ ଯାତ୍ରୀ, ବ୍ୟବସାୟ ସାରି ବିଦେଶରୁ ଫେରୁଥିବା ସସବୁ ଭାରତୀୟ, ପର୍ଯ୍ୟଟକ, ଛାତ୍ରଛାତ୍ରୀ ଓ ବିଦେଶୀଙ୍କ ପାଇଁ ଏହି ବ୍ୟବସ୍ଥା ସୁରକ୍ଷା ଦୃଷ୍ଟିରୁ ଗ୍ରହଣ କରାଯାଇଛି।

କରୋନା ମୁକାବିଲା ସଂକ୍ରାନ୍ତ ପଦକ୍ଷେପଗୁଡ଼ିକର ଉପଯୁକ୍ତ କାର୍ଯ୍ୟକାରିତା ଉପରେ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ବାରମ୍ବାର ତାଗିଦ କରି କୌଣସି ତ୍ରୁଟି ନ ରଖିବାକୁ ପରାମର୍ଶ ଦେଉଛନ୍ତି। କ୍ୱାରେଂଟାଇନକୁ ଏଡ଼ାଇ ଯାଉଥିବା ଓ ତଦାରଖ ବ୍ୟବସ୍ଥାକୁ ଫାଙ୍କୁଥିବା ଲୋକମାନଙ୍କୁ ଧରିବା ପାଇଁ ଏକ ସୁଦୃଢ ତଥା ସଫଳ ବ୍ୟବସ୍ଥା ଲାଗୁ କରାଯାଇଛି। ଏଭଳି ଲୋକଙ୍କୁ ଧରି ବିହିତ କାର୍ଯାନୁଷ୍ଠାନ ଗ୍ରହଣ କରାଯାଉଛି।

କରୋନା ମୁକାବିଲା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଇତିମଧ୍ୟରେ ୨୦ଟି ଭିଡିଓ କନଫରେନ୍ସ ରାଜ୍ୟ ସରକାରମାନଙ୍କ ସହ କରି ସାରିଲେଣି। କ୍ୟାବିନେଟ ସଚିବ ମଧ୍ୟ ବିଭିନ୍ନ ରାଜ୍ୟର ମୁଖ୍ୟ ସଚିବମାନଙ୍କ ସହ ଏଭଳି ୬ଟି କନଫରେନ୍ସ କରିଛନ୍ତି। ସମନ୍ୱିତ ବ୍ୟାଧି ତଦାରଖ ବ୍ୟବସ୍ଥାର ଉପଯୁକ୍ତ କାର୍ଯ୍ୟକାରିତା ଉପରେ ଏସବୁ ଭିଡିଓ କନଫରେନ୍ସିିଂରେ ବିଶେଶ ଗୁରୁତ୍ୱ ଦିଆଯାଉଛି। ସେଥିରେ ଆନ୍ତର୍ଜାତିକ ଯାତ୍ରୀଙ୍କ ଆଗମନ, ନିୟନ୍ତ୍ରଣ ବ୍ୟବସ୍ଥା, ସଂଗରୋଧ ଓ ଅନ୍ୟାନ୍ୟ ପ୍ରତିଷେଧକ ବ୍ୟବସ୍ଥା ଉପରେ ଅଧିକ ନଜର ରଖାଯାଇ କାମ କରାଯାଉଛି ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଅଷ୍ଟ୍ରେଲିଆରେ ଲାଗୁ ହେବ ଲକ୍‌ ଡାଉନ୍‌ : ଛ’ ମାସ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ ମୋରିସନ୍‌

ଅଷ୍ଟ୍ରେଲିଆ : ବିଶ୍ବର କରୋନାର ଭୟାବହତା ଯୋଗୁଁ ଅର୍ଦ୍ଧାଧିକ ଦେଶ ଏବେ ଲକ୍‌ ଡାଉନ୍‌ରେ ରହିଛନ୍ତି। ଏବେ ଅଷ୍ଟ୍ରେଲିଆରେ ଛ’ ମାସ ପାଇଁ ଲକ୍‌ଡାଉନ୍‌ କରାଯିବ ବୋଲି ସୂଚନା ମିଳିଛି। ଦେଶରେ ଲୋକଙ୍କୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି। କିନ୍ତୁ ଏବେବି ଜିମ୍, ରେଷ୍ଟୁରାଣ୍ଟ୍‌, ପବ୍ସ ଓ କ୍ଲବ୍‌ ଆଦିରେ ଲୋକେ ନଜର ଆସିଛନ୍ତି।  ଲୋକେମାନେ ଘରେ ନ ରହି ବାହାରେ ବୁଲୁଥିବାରୁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମୋରିସନ୍‌ ଛ’ ମାସ ପାଇଁ ଲକ୍‌ ଡାଉନ୍‌ ଘୋଷଣା କରିବେ ବୋଲି ସଂକେତ ଦେଇଛନ୍ତି।

ଅଷ୍ଟ୍ରେଲିଆରେ କରୋନା ଭାଇରସ୍‌ ଜନିତ 3200 ମାମଲା ସାମ୍ନାକୁ ଆସିଛି। ଏଠାରେ 13 ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ଦେଶର ଭିକ୍ଟୋରିଆ ଓ ନ୍ୟୁ ସାଉଥ୍‌ ଓ୍ବେଲସ୍‌ରେ କରୋନାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍‌ ମରସନ୍‌ ସୋମବାର ଦିନ ସାଧାରଣ ଜନତାଙ୍କୁ ଜିମ୍‌, ପବ୍ସ ପରି ଭିଡ ଜାଗା ଗୁଡିକୁ ନ ଯିବା ପାଇଁ ନିର୍ଦ୍ଦେଶ ଦେବା ସହ ଆଗାମୀ ଛ’ ମାସର ଲକ୍‌ ଡାଉନ୍‌ ପାଇଁ ପ୍ରସ୍ତୁତ ରହିବା ପାଇଁ କହିଛନ୍ତି। ଦେଶର ଏପରି ବିପଦ ସମୟରେ ଘରୁ ନ ବାହାରି ଘରେ ରହିବା ପାଇଁ ଅନୁରୋଧ କରିଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଭାରତରେ କରୋନା ଜନିତ ମୃତ୍ୟୁ 19କୁ ବୃଦ୍ଧି ହୋଇଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା 800 ପାର୍‌ କଲା, ଜାଣନ୍ତୁ ଦେଶରେ କେଉଁ ରାଜ୍ୟରେ କିପରି ରହିଛି କରୋନାର ସ୍ଥିତି

ନୂଆଦିଲ୍ଲୀ : ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 19କୁ ବୃଦ୍ଧି ପାଇଛି। ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 886ରେ ପହଞ୍ଚିଛି। ବର୍ତ୍ତମାନ ସାରା ଦେଶରେ  748 ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଥିବାବେଳେ 76 ଜଣ ସୁସ୍ଥ ହୋଇ ଫେରିଯାଇଛନ୍ତି। ସବୁଠାରୁ ଅଧିକ 176 ଜଣ କେରଳରେ ଚିକିତ୍ସିତ ହେଉଛନ୍ତି। ସେହିପରି ମହାରାଷ୍ଟ୍ରରେ 156ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ମହାରାଷ୍ଟ୍ରରେ ଚାରି, ଗୁଜୁରାଟ ଓ କର୍ଣ୍ଣାଟକରେ ତିନି, ମଧ୍ୟପ୍ରଦେଶରେ ଦୁଇ, ତାମିଲନାଡୁ, ବିହାର, ପଞ୍ଜାବ, ଦିଲ୍ଲୀ, ପଶ୍ଚିମ ବଙ୍ଗ, ଜମ୍ମୁକାଶ୍ମୀର ଓ ହିମାଚଳ ପ୍ରଦେଶରେ ଜଣେ ଜଣେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି । ଦେଶରେ ସର୍ବାଧିକ ମହାରାଷ୍ଟ୍ରରେ ଚାରିଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଛି । ଭାରତରେ କରୋନା ଦ୍ବିତୀୟ ଷ୍ଟେଜ୍‌ରେ ରହିଥିବାବେଳେ ଏହା ଯେପରି ତୃତୀୟ ଷ୍ଟେଜ୍‌କୁ ନ ବ୍ୟାପେ ସେଥିପାଇଁ ସାମାଜିକ ଦୂରତ୍ବ ଓ ସଙ୍ଗରୋଧକୁ ବେଶ୍‌ କଡାକଡି କରାଯାଇଛି ।  କରୋନାକୁ ମୁକାବିଲା କରିବା ପାଇଁ ସରକାର 21ଦିନିଆ ଲକ୍‌ଡାଉନ୍‌ର ଘୋଷଣା କରିଛନ୍ତି ।

କେଉଁ ରାଜ୍ୟରେ କିପରି ରହିଛି କରୋନାର ସ୍ଥିତି :

ଆନ୍ଧ୍ରପ୍ରଦେଶ : 13

ଛତିଶଗଡ : 6

ଦିଲ୍ଲୀ : 40

ଗୁଜୁରାଟ : 47

ହରିୟାଣା : 33

ହିମାଚଳ ପ୍ରଦେଶ : 3

କର୍ଣ୍ଣାଟକ : 64

କେରଳ : 176

ମଧ୍ୟପ୍ରଦେଶ : 29

ମହାରାଷ୍ଟ୍ର : 156

ଓଡ଼ିଶା : 3

ପୁଡୁଚେରୀ : 1

ପଞ୍ଜାବ : 38

ରାଜସ୍ଥାନ : 50

ତାମିଲନାଡୁ : 38

ତେଲେଙ୍ଗାନା : 59

ଚଣ୍ଡୀଗଡ : 8

ଜମ୍ମୁକାଶ୍ମୀର : 18

ଲଦାଖ : 13

ଉତ୍ତରପ୍ରଦେଶ : 49

ଉତ୍ତରାଖଣ୍ଡ : 5

ପଶ୍ଚିମବଙ୍ଗ : 15

ବିହାର : 9

ମଣିପୁର : 1

ମିଜୋରାମ : 1

ପୁଡୁଚେରୀ :1

ଗୋଆ : 3

ଆଣ୍ଡାମାନନିକୋବର : 6

Categories
ଆଜିର ଖବର ଜାତୀୟ ଖବର

କର୍ଣ୍ଣାଟକରୁ ତୃତୀୟ ମୁଣ୍ଡ ନେଲା କରୋନା, ଦେଶରେ ମୃତକଙ୍କ ସଂଖ୍ୟା 18ରେ ପହଞ୍ଚିଲା

କର୍ଣ୍ଣାଟକ : କର୍ଣ୍ଣାଟକରେ କରୋନା ଭାଇରସ ଯୋଗୁଁ ତୃତୀୟ ମୃତ୍ୟୁ ଘଟିଛି। 65 ବର୍ଷୀୟ ବ୍ୟକ୍ତି ଜଣକ ନିକଟରେ ଦିଲ୍ଲୀରୁ ଟ୍ରେନ୍‌ରୁ କର୍ଣ୍ଣାଟକ ଆସିଥିଲେ। ସେ ଆସିଥିବା ଟ୍ରେନ୍‌ର ସମସ୍ତ ଯାତ୍ରୀଙ୍କୁ ଏବେ ଖୋଜା ଚାଲିଛି। ଏହି ବ୍ୟକ୍ତିଙ୍କ ମୃତ୍ୟୁ ପରେ ଦେଶରେ ମୃତ୍ୟୁ ସଂଖ୍ୟା 18ରେ ପହଞ୍ଚିଛି। ଆଜି ସକାଳେ ରାଜସ୍ଥାନର ଭିଲଓ୍ବାଡାଠାରେ ଜଣେ ବୟସ୍କ ବ୍ୟକ୍ତିଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଥିଲା।  ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 700 ଟପିଲାଣି। କେରଳ ଓ ମହାରାଷ୍ଟ୍ରରେ ଅଧିକାଂଶ କରୋନା ପୀଡ଼ିତ ରହିଛନ୍ତି।  ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଗୁଜୁରାଟରେ କରୋନା ଯୋଗୁଁ ତିନି ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମଧ୍ୟପ୍ରଦେଶ, ତାମିଲନାଡୁ, ବିହାର, ପଞ୍ଜାବ, ଦିଲ୍ଲୀ, ପଶ୍ଚିମବଙ୍ଗ, ହିମାଚଳ ପ୍ରଦେଶ, ଜମ୍ମୁକାଶ୍ମୀର ଓ ରାଜସ୍ଥାନରେ ଜଣେ ଜଣେ ମୃତ୍ୟୁବରଣ କରିଛନ୍ତି। ଦେଶରେ 27ଟି ରାଜ୍ୟରେ କରୋନା ବ୍ୟାପିଛି। କରୋନା ପରିସ୍ଥିତିକୁ ଦେଖି କେନ୍ଦ୍ର ସରକାର 21 ଦିନିଆ ଲକ୍‌ ଡାଉନ୍‌ର ଘୋଷଣା କରାଯାଇଛି ।(ଏଜେନ୍ସି)