Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିନ୍ତା ବଢାଇଲା ଦିଲ୍ଲୀ ନିଜାମୁଦ୍ଦିନ୍‌  ସଂକ୍ରମଣ, ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 1300 ଟପିଲା
ଆଜିର ଖବର

ଚିନ୍ତା ବଢାଇଲା ଦିଲ୍ଲୀ ନିଜାମୁଦ୍ଦିନ୍‌  ସଂକ୍ରମଣ, ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 1300 ଟପିଲା

March 31, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବାବେଳେ ଏବେ ଚିନ୍ତା ବଢାଇଛି ଦକ୍ଷିଣ ଦିଲ୍ଲୀ ନିଜାମୁଦ୍ଦିନ ଅଞ୍ଚଳର ସଂକ୍ରମଣ ଘଟଣା। ଲକ୍‌ ଡାଉନ୍‌ ଘୋଷଣା ପୂର୍ବରୁ ନିଜାମୁଦ୍ଦିନରେ ଧାର୍ମିକ ଉତ୍ସବ ହୋଇଥିଲା। ଏହି ଧାର୍ମିକ କାର୍ଯ୍ୟକ୍ରମରେ ପ୍ରାୟ 15ଶହ ଲୋକ ସାମିଲ୍‌ ହୋଇଥିଲେ। ଏହି  ଉତ୍ସବରେ ସାଉଦିଆରବ, ଇଣ୍ଡୋନେସିଆ, ମାଲେସିଆର କିଛି ଧର୍ମଯାଜକ ଆସିଥିଲେ। ସେହିପରି ଭାରତର ଅନ୍ୟାନ୍ୟ ଭାଗରୁ ମଧ୍ୟ ବହୁ ଲୋକେ ଏଥିରେ ସାମିଲ୍‌ ହୋଇଥିଲେ। ତାମିଲନାଡୁ, ପଶ୍ଚିମବଙ୍ଗ, କେରଳ, ତେଲେଙ୍ଗାନାରୁ ବହୁ ଲୋକେ ଏଥିରେ ସାମିଲ୍‌ ହୋଇଥିଲେ । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ 24 ଜଣ ଏହି ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ୍‌ ରହିଥିଲେ। ସେହିପରି ତେଲେଙ୍ଗାନାର ମୃତ୍ୟୁବରଣ କରିଥିବା 6 ଜଣ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ୍‌ ରହିଥିଲେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିବା 334 ଜଣଙ୍କୁ ଏବେ ହସ୍ପିଟାଲକୁ ପଠାଯାଇଛି। ସେହିପରି 700 ଲୋକଙ୍କୁ କ୍ବାରେଣ୍ଟାଇନ୍‌ ସେଣ୍ଟରକୁ ପଠାଯାଇଛି । ସେହିପରି ଏହାର ଆଖପାଖ ଅଞ୍ଚଳକୁ ସାନିଟାଇଜ୍‌ କରାଯାଇଛି।

ନିଜାମୁଦ୍ଦିନ ସ୍ଥିତ ତବଲିଗ୍‌ ଜମାତ୍‌ର ମରକଜରେ ଯୋଗ ଦେଇଥିବା ଦିଲ୍ଲୀର 64 ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ଏଠାରେ ଉପସ୍ଥିତ ଥିବା ଅନ୍ୟ 33 ଜଣ ଲୋକଙ୍କ ମଧ୍ୟରେ କରୋନା ପଜିଟିଭି ଚିହ୍ନଟ ହୋଇଥିଲା। ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ସେହି ସେଣ୍ଟରକୁ ପୂରା ଖାଲି କରିବା ସହିତ ଏହି ସେଣ୍ଟର ସହିତ ସମ୍ପର୍କରେ ଆସିଥିବା ସମସ୍ତଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି। ନିଜାମୁଦ୍ଦିନ୍‌ସ୍ଥିତ ଜମାତରେ 15ଟି ଦେଶର ଲୋକମାନେ ଅଂଶଗ୍ରହଣ କରିଥିଲେ । ସୂଚନାଯୋଗ୍ୟ ଦେଶରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 1300 ଟପିଥିବାବେଳେ ମୃତ୍ୟୁ ସଂଖ୍ୟା 32 ଡେଇଁସାରିଛି। ସେହିପରି 140 ଜଣ ସୁସ୍ଥ ହୋଇଛନ୍ତି । ଦିଲ୍ଲୀରେ ଆକାନ୍ତଙ୍କ ସଂଖ୍ୟା 97ରେ ପହଞ୍ଚିଛି।  (ଏଜେନ୍ସି)

coronaoutbreak
Share. Facebook Twitter LinkedIn Email WhatsApp Copy Link

Related Posts

ଟାଟା ସନ୍ସ ବୋର୍ଡର ନିଷ୍ପତ୍ତି : ଆଉ ୫ ବର୍ଷ ପାଇଁ ଟାଟା ଗ୍ରୁପର ମଙ୍ଗ ଧରିବେ ଏନ୍. ଚନ୍ଦ୍ରଶେଖରନ

September 18, 2026

ସର୍ବାଧିକ ରନ ବ୍ୟବଧାନରେ ବିଜୟ ପାଇଁ ଟିମ୍ ଇଣ୍ଡିଆର ବିଶ୍ୱ ରେକର୍ଡ

September 18, 2026

UPI ଚାର୍ଜକୁ ନେଇ ମାୟାବତୀଙ୍କ ଅସନ୍ତୋଷ, ସରକାରଙ୍କୁ କଲେ ଏହି ପ୍ରଶ୍ନ

September 18, 2026

ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

September 18, 2026
Latest News

ଟାଟା ସନ୍ସ ବୋର୍ଡର ନିଷ୍ପତ୍ତି : ଆଉ ୫ ବର୍ଷ ପାଇଁ ଟାଟା ଗ୍ରୁପର ମଙ୍ଗ ଧରିବେ ଏନ୍. ଚନ୍ଦ୍ରଶେଖରନ

September 18, 2026

ସାବଧାନତାର ସହ ବ୍ୟବହାର କରନ୍ତୁ ବ୍ଲୁଟୁଥ୍ ନଚେତ୍‌ ହ୍ୟାକ୍ ହୋଇପାରେ ବ୍ଲୁଟୁଥ୍ ଡିଭାଇସ୍‌

September 18, 2026

ସର୍ବାଧିକ ରନ ବ୍ୟବଧାନରେ ବିଜୟ ପାଇଁ ଟିମ୍ ଇଣ୍ଡିଆର ବିଶ୍ୱ ରେକର୍ଡ

September 18, 2026

କମ୍ ସୁଧରେ ପର୍ସନାଲ ଲୋନ୍! ସେପ୍ଟେମ୍ବରରେ କେଉଁ ବ୍ୟାଙ୍କର ରେଟ୍ କେତେ?

September 18, 2026

ଟ୍ୱିନ୍ ସିଟିରେ ବଢ଼ୁଛି ନଦୀକୁ ଡେଇଁ ଆତ୍ମହତ୍ୟା: ୫ ବର୍ଷରେ ଅକାଳରେ ଗଲାଣି ୫୫ ଜୀବନ

September 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.