ତେଲେଙ୍ଗାନା : କରୋନାରେ ଛଅଜଣଙ୍କର ମୃତ୍ୟୁ,  ଦିଲ୍ଲୀର ଜମାତ କାର୍ଯ୍ୟକ୍ରମରେ ହୋଇଥିଲେ ସାମିଲ୍‌

Published: Mar 31, 2020, 8:00 am IST

ତେଲେଙ୍ଗାନା: ତେଲେଙ୍ଗାନା ସରକାରଙ୍କ ମତରେ ଦିଲ୍ଲୀର ନିଜାମୁଦ୍ଦିନ୍‌ର ଜମାତ୍‌ କାର୍ଯ୍ୟକ୍ରମରେ ସାମିଲ୍‌ ହୋଇଥିବା ଛଅ ଜଣଙ୍କର ମୃତ୍ୟୁ ହୋଇଛି । ଏହି ମୃତକଙ୍କ ମଧ୍ୟରେ ଦୁଇ ଜଣଙ୍କର ଗାନ୍ଧି ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ଅନ୍ୟ ଦୁଇଜଣ ଯଥାକ୍ରମେ ଆପୋଲ ହସ୍ପିଟାଲ୍‌, ଗ୍ଲୋବାଲ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେହିପରି ଅନ୍ୟ ଦୁଇ ମୃତକ ନିଜାମାବାଦ ଓ ଗଡଓ୍ବାଲ ଜିଲ୍ଲାର ବୋଲି ଜଣାପଡିଛି । ସେହିପରି ତେଲେଙ୍ଗାନା ସରକାର ଦିଲ୍ଲୀ ଗସ୍ତକରିଥିବା ସମସ୍ତ ଲୋକଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ଅପିଲ୍‌ କରିଛନ୍ତି ।

ଜିଲ୍ଲାର ଜିଲ୍ଲାପାଳଙ୍କ ନେତୃତ୍ବରେ ଏକ ବିଶେଷ ଟିମ୍‌ କରୋନା ସନ୍ଦିଗ୍ଧଙ୍କ ଚିହ୍ନଟ କରିବା ସହ ତାଙ୍କୁ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଉଛନ୍ତି ।

ଅପରପକ୍ଷରେ ଦିଲ୍ଲୀର ନିଜାମୁଦ୍ଦିନ ସ୍ଥିତ ତବଲିଗ୍‌ ଜମାତ୍‌ ସେଣ୍ଟରର ମୌଲାନଙ୍କ ବିରୋଧରେ କେଜରୀଓ୍ବାଲ ସରକାର ମାମଲା ରୁଜୁ କରିବେ । ଏହି ସେଣ୍ଟରରୁ 34 ଜଣଙ୍କୁ ଦିଲ୍ଲୀର ଏଲ୍‌ଏନ୍‌ଜେପି ହସ୍ପିଟାଲ୍‌ରେ ଯାଞ୍ଚ କରାଯାଇଥିବାବେଳେ ପ୍ରାୟ ସମେସ୍ତ କରୋନା ସଂକ୍ରମିତ ବା ସନ୍ଦିଗ୍ଧ ବୋଲି ଜଣାପଡିଛନ୍ତି । ଏଥିରେ ଜଣେ 64 ବର୍ଷୀୟଙ୍କ ମୃତ୍ୟୁ ମଧ୍ୟ ହୋଇଯାଇଛି । (ଏଜେନ୍ସି)

Related posts