Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

କରୋନା : ଅନ୍ତର୍ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ

ନୂଆଦିଲ୍ଲୀ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ଭାଇରସକୁ ଅନ୍ତର୍ଜାତୀୟ ଜରୁରୀକାଳୀନ ଘୋଷଣା କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡୋସ ଆଡନମ କହିଛନ୍ତି, ଭାଇରସ ବ୍ୟାପୁଥିବା ବେଳେ ଏହାକୁ ଅଟକାଇବା ପାଇଁ ସ୍ୱାସ୍ଥ୍ୟ ବ୍ୟବସ୍ଥା ଯଥେଷ୍ଟ ନ ଥିବାରୁ ଏବେ ଏହା ଚିନ୍ତାର ବିଷୟ ହୋଇଛି । ଟେଡୋସ କହିଛନ୍ତି, ଆମେ ସମସ୍ତେ ଏକାଠି ହୋଇ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ କରିବାକୁ ହେବ ।  ସୂଚନାଯୋଗ୍ୟ, ଚୀନ୍‌ରେ ଏବେ ଏହି ଭାଇରସ୍‌ ବେଶ୍‌ ଭୟଙ୍କର ରୂପ ଧାରଣ କରିଥିବାବେଳେ ଏଥିରେ ମୃତ ସଂଖ୍ୟା 213କୁ ବୃଦ୍ଧି ହୋଇଛି । ଏହି ଭାଇସର୍‌ରେ 10 ହଜାର ଲେକ ସଂକ୍ରମଣର ଶିକାର ହୋଇଛନ୍ତି । ଚୀନ୍‌ ବ୍ୟତୀତ ଏହି ଭାଇରସ୍‌ ବିଶ୍ବର 18ଟି ଦେଶକୁ ବ୍ୟାପିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କରୋନା ଭାଇରସ୍‌ : କେରଳରେ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ : ଭାରତର ପ୍ରଥମ କରୋନା ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେରଳର ଜଣେ ଛାତ୍ର କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବାର ଖବର ମିଳିଛି । ସମ୍ପୃକ୍ତ ଛାତ୍ର ଜଣକ ଚୀନର ୟୁହାନ ବିଶ୍ବବିଦ୍ୟାଳୟର ଅଧ୍ୟୟନ କରୁଥିଲେ ।  ଚୀନ୍‌ରୁ ଆକ୍ରାନ୍ତ ହୋଇ କେରଳ ଫେରିଥିବାର ସୂଚନା ରହିଛି । ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ସେହିପରି ତ୍ରିପୁରାର ଜଣେ ବ୍ୟକ୍ତି କରୋନା ଭାଇରସ୍‌ରେ ମୁତ୍ୟୁ ବରଣ କରିଛନ୍ତି ବୋଲି ତାଙ୍କ ପରିବାର ପକ୍ଷରୁ ଦାବି କରାଯାଇଛି । କରୋନା ଭାଇସର୍‌ କାରଣରୁ ତ୍ରିପୁରାରେ ରହୁଥିବା 23 ବର୍ଷୀୟ ଜଣେ ବ୍ୟକ୍ତି ମାଲେସିଆ ହସ୍ପିଟାଲରେ ମୃତ୍ୟୁ ହୋଇଥିବାର ସୂଚନା ରହିଛି । ମୃତକଙ୍କ ଜେଜେବାପା ଅବଦୁଲ୍‌ ରହୀମ୍‌ ଏ ସମ୍ପର୍କରେ ଜଣାଇଛନ୍ତି ।

ସୂଚନାଯୋଗ୍ୟ, ଚୀନ୍‌ରେ କରୋନା ଭାଇରସ୍‌ର ପ୍ରକୋପ ଏତେ ବଢିଛି ଯେ, ଏଥିରେ ମୃତକ ସଂଖ୍ୟା ଲଗାତାର ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଗୁରୁବାର ଦିନ ଏହି ମୃତସଂଖ୍ୟା 170ରେ ପହଞ୍ଚିଛି । ଏତଦ୍‌ବ୍ୟତୀତ ଏକହଜାରରୁ ଉର୍ଦ୍ଧ୍ବ ଜଣ ଏଥିରେ ସଂକ୍ରମିତ ହୋଇଥିବାର ଖବର ରହିଛି । ଭାରତର ସରକାର ଚୀନ୍‌ର ବୁହାନରେ ରହିଥିବା ଭାରତୀୟଙ୍କୁ ସ୍ବଦେଶ ଆଣିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଚୀନ୍‌ରୁ ଭାରତୀୟଙ୍କୁ ଆଲାଇବା ପାଇଁ ଇଣ୍ଡିଆର ଦୁଇ ବିମାନ ବୁମାନ ଯିବ ବୋଲି ସୂଚନା ରହିଛି । ତେବେ କରୋନା୍‌ ଭାଇରସ୍‌ କେବଳ ଚୀନ୍‌ ନୁହେଁ, ଶ୍ରୀଲଙ୍କା, ଇଣ୍ଡୋନେସିଆ, ସଂଯୁକ୍ତ ଆରବ, ଅଷ୍ଟ୍ରେଲିଆ ସମେତ କିଛି ଦେଶରେ ଏହି ଭାଇରସ୍‌ ପହଞ୍ଚିଛି । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଚୀନ୍‌ରେ କୋରୋନା ଭାଇରସ୍‌ ମୃତ୍ୟୁ ସଂଖ୍ୟ 107କୁ ବୃଦ୍ଧି

ବେଜିଂ : ଚୀନ୍‌ରେ କୋରୋନା ଭାଇରସ୍‌ ମୃତ୍ୟୁ ସଂଖ୍ୟା 107କୁ ବୃଦ୍ଧି ପାଇଥିବା ବେଳେ ବିଦେଶ ଗସ୍ତ ବାତିଲ କରିବା ପାଇଁ ଦେଶବାସୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଚୀନ୍‌ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା 107 ଛୁଇଁଥିବା ବେଳେ ସଙ୍କ୍ରମିତଙ୍କ ସଂଖ୍ୟା 4 ହଜାରରେ ପହଞ୍ଚିଛି । ଉହାନ୍‌ ପ୍ରଦେଶରେ ସମୁଦାୟ 4100 ଡାକ୍ତରଙ୍କୁ ନିୟୋଜିତ କରାଯାଇଛି । ଭାରତରେ ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା 30କୁ ବୃଦ୍ଧି ପାଇଥିବା ବେଳେ କେରଳରେ 400 ଲୋକଙ୍କୁ ଅବଜର୍ଭେସନ୍‌ରେ ରଖାଯାଇଛି । ଭାରତ ବ୍ୟତୀତ ଜର୍ମାନୀ, ଥାଇଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ସିଙ୍ଗାପୁର, ମାଲେସିଆ ପ୍ରଭୃତି ରାଷ୍ଟ୍ରକୁ ସତର୍ମ ସୂଚନା ଜାରି କରାଯାଇଛି । (ଏଜେନ୍ସୀ)