Categories
ଆଜିର ଖବର

କୋପା ଆମେରିକା ଉଦ୍‌ଘାଟନୀ ମ୍ୟାଚ୍‌ : ବ୍ରାଜିଲ୍‌କୁ ବିଜୟୀ କରାଇଲେ କୋଟିନୋ

ଶୁକ୍ରବାର ଆରମ୍ଭ ହୋଇଛି କୋପା ଆମେରିକା ଫୁଟବଲ୍‌। ଉଦ୍‌ଘମାଟନୀ ମ୍ୟାଚ୍‌ରେ ବ୍ରାଜିଲ୍‌ ୩-୦ ଗୋଲ୍‌ରେ ବଲିଭିଆକୁ ପରାସ୍ତ କରିଛି। ଦ୍ବିତୀୟାର୍ଦ୍ଧରେ ବ୍ରାଜିଲ୍‌ ପକ୍ଷରୁ ବାର୍ସେଲୋନା ଫରଓ୍ବାର୍ଡ ଫିଲିପ୍‌ କୋଟିନୋ ଦୁଇଟି ଗୋଲ୍‌ ସ୍କୋର କରି ଦଳକୁ ବିଜୟୀ କରାଇଥିଲେ। ସାଓପାଓଲୋର ମୋରୁମ୍ବି ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପାଞ୍ଚ ଥର ବିଶ୍ବଚାମ୍ପିୟନ୍‌ ଅନାୟାସରେ ବିଜୟୀ ହୋଇଥିଲା। କୋଟିନୋଙ୍କ ବ୍ୟତିତ ବଦଳ ଖେଳାଳି ଏଭରଟନ୍‌ ସୋରସ୍‌ ଅନ୍ତିମ ଗୋଲ ସ୍କୋର କରିଥିଲେ। ମ୍ୟାଚ୍‌ର ୫୦ ଏବଂ ୫୩ ତମ ମିନିଟ୍‌ରେ କୋଟିନୋ ଗୋଲ୍‌ ସ୍କୋର କରିଥିବା ବେଳେ ସୋର୍‌ସ୍‌ ମ୍ୟାଚ୍‌ର ୮୫ ତମ ମିନିଟ୍‌ରେ ଗୋଲ ସ୍କୋର କରିଥିଲେ।