ନୂଆଦିଲ୍ଲୀ : ଦେଶରେ ଦୁଇ ଲକ୍ଷ ଅତିକ୍ରମ କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ନୂତନ ଭାବରେ 2637 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା 2,01,009ରେ ପହଞ୍ଚିଛି । ଏହା ମଧ୍ୟରୁ 96534 ଜଣ ସୁସ୍ଥ ହୋଇଥିବା ବେଳେ ଦେଶରେ ବର୍ତ୍ତମାନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 98836 ରହିଛି । ଆଜି 20ଟି ନୂତନ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 5628ରେ ପହଞ୍ଚିଛି । ମହାରାଷ୍ଟ୍ରରେ ସର୍ବାଧିକ 1091 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 70013ରେ ପହଞ୍ଚିଛି । ସନ୍ଧ୍ୟା 7ଟା ସୁଦ୍ଧା ଏହି ତାଲିକା ପ୍ରକାଶ ପାଇଥିବା ବେଳେ ସରକାରୀ ଭାବରେ ଏହା ଆସନ୍ତା କାଲି ପ୍ରକାଶ ପାଇବ । (ଏଜେନ୍ସି)
Tag: covid19
ଭୁବନେଶ୍ବର : ରାଜ୍ୟରେ ଆଉ 80 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ସକାଳୁ 141 ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 80 ଜଣ ସୁସ୍ଥ ହୋଇଛନ୍ତି । ସେହିପରି ସୁସ୍ଥ ହୋଇଥିବା 80 ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟକରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 1325ରେ ପହଞ୍ଚିଛି । ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ପୁରୀରୁ ସର୍ବାଧିକ 17 ଜଣ ରହିଥିବା ବେଳେ କେନ୍ଦ୍ରାପଡା ଓ ମାଲକାନଗିରିରୁ 16 ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ନୟାଗଡ, ସୋନପୁର, ସୁନ୍ଦରଗଡ, କେନ୍ଦୁଝର ଓ ଝାରସୁଗୁଡାରୁ 3 ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି କଟକରୁ 7 ଜଣ , ଗଞ୍ଜାମ, କନ୍ଧମାଳ ଓ ଖୋର୍ଦ୍ଧା ଜିଲ୍ଲାରୁ 2 ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ବଲାଙ୍ଗୀର, ଜଗତସିଂହପୁର ଏବଂ ନବରଙ୍ଗପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 2245ରେ ପହଞ୍ଚିଥିବା ବେଳେ ତାମଧ୍ୟରୁ 1325 ଜଣ ସୁସ୍ଥ ହୋଇଛନ୍ତି ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 911 ରହିଛି ।
ଭୁବନେଶ୍ବର : ରାଜ୍ୟରେ ଆଜି ଆଉ 119 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସକାଳେ 156 ଆକ୍ରାନ୍ତଙ୍କ ସମେତ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 2104 ପହଞ୍ଚିଥିବା ବେଳେ ଅପରାହ୍ନରେ 119 ଜଣ ସୁସ୍ଥ ହୋଇଛନ୍ତି । ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ଯାଜପୁରର ସର୍ବାଧିକ 60 ଜଣ ଆକ୍ରାନ୍ତ ରହିଛନ୍ତି । ଏହା ବାଦ କଟକରୁ 13, କେନ୍ଦ୍ରାପଡାରୁ 12, ଗଜପତିରୁ 9, ନୟାଗଡରୁ 6, ସୁନ୍ଦରଗଡରୁ 5, ବାଲେଶ୍ବର, ପୁରୀ ଓ ଖୋର୍ଦ୍ଧାରୁ 3 ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗଞ୍ଜାମ ଓ ବଲାଙ୍ଗୀରରୁ 2 ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସମ୍ବଲପୁରରୁ ଜଣେ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 1245ରେ ପହଞ୍ଚିଛି ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 850 ରହିଛି ।
ଭୁବନେଶ୍ବର : ରାଜ୍ୟରେ ଆଉ 76 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ସକାଳୁ 129 ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ 76 ଜଣ ଆରୋଗ୍ୟ ହୋଇଛନ୍ତି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କେନ୍ଦ୍ରାପଡାରୁ ସର୍ବାଧିକ 17 ଜଣ ଆକ୍ରାନ୍ତ ରହିଛନ୍ତି । ଏହା ବ୍ୟତିତ ଗଞ୍ଜାମରୁ 16, ନୟାଗଡ ଏବଂ କଳାହାଣ୍ଡିରୁ 11 ଜଣ ଲେଖାଏଁ, ଯାଜପୁରରୁ 5, ବାଲେଶ୍ବର ଏବଂ ମୟୁରଭଞ୍ଜରୁ 3 ଜଣ ଲେଖାଏଁ, ଅନୁଗୁଳ ଓ ଜଗତସିଂହପୁରରୁ 2 ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କଟକ, ଢେଙ୍କାନାଳ,ପୁରୀ, ସମ୍ବଲପୁର, ସୁନ୍ଦରଗଡ ଏବଂ ମାଲକାନଗିରିରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 1948ରେ ପହଞ୍ଚିଥିବା ବେଳେ ଏହା ମଧ୍ୟରୁ 1126 ଜଣ ସୁସ୍ଥ ହୋଇଛନ୍ତି ଏବଂ 813 ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।
ନୂଆଦିଲ୍ଲୀ : ଦିଲ୍ଲୀ ସରକାର କରୋନା ମୁକାବିଲା ସମୟରେ ଗଭୀର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ଦିଲ୍ଲୀ ସରକାରଙ୍କ ନିକଟରେ କର୍ମଚାରୀଙ୍କ ବେତନ ପାଇଁ ଅର୍ଥ ନଥିବାରୁ କେନ୍ଦ ସରକାରଙ୍କୁ 5 ହଜାର କୋଟିର ଅର୍ଥରାଶି ସହାୟତା ମାଗିଛନ୍ତି । ବିଗତ ଦୁଇ ମାସ ମଧ୍ୟରେ ଦିଲ୍ଲୀ ସରକାର ଜିଏସ୍ଟି ଏବଂ ଅନ୍ୟାନ୍ୟ ପନ୍ଥାରୁ 1375 କୋଟି ଟଙ୍କାର ଅର୍ଥ ସଂଗ୍ରହ କରିଛି । ତେବେ କର୍ମଚାରୀଙ୍କ ବେତନ ପାଇଁ ମାସିକ 3500 କୋଟି ଆବଶ୍ୟକ । ତେଣୁ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କେନ୍ଦ୍ର ସରକାରଙ୍କ ନିକଟରୁ 5 ହଜାର କୋଟିର ଆର୍ଥିକ ସହାୟତା ଦାବି କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ କରୋନା କାରଣରୁ ଦିଲ୍ଲୀ ସରକାରଙ୍କ ଟିକସ ସଂଗ୍ରହ 85 ପ୍ରତିଶତ କମ୍ ରହିଛି । (ଏଜେନ୍ସି)
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍ଡାଉନ୍ ଅବଧିକୁ ଏକ ମାସ ପାଇଁ ବଢାଇ ଦିଆଯାଇଛି । ତେବେ ଏକ ମାସ ପର୍ଯ୍ୟନ୍ତ କେବଳ କଣ୍ଟେନ୍ମେଣ୍ଟ ଜୋନ୍ର ଲକ୍ଡାଉନ୍ ଜାରି ରଖିବା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ତେବେ କଣ୍ଟେନ୍ମେଣ୍ଟ ଜୋନ୍ ବାହାରେ ରହିଥିବା ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକୁ ପର୍ଯ୍ୟାୟ କ୍ରମେ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଜୁନ୍ 8 ତାରିଖରୁ ସମସ୍ତ ଧାର୍ମିକ ସ୍ଥଳ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହା ସହିତ ସପିଂ ମଲ୍, ହୋଟେଲ ଏବଂ ରେଷ୍ଟୁରାଣ୍ଟ ଖୋଲିବା ନେଇ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ଏସବୁ ସ୍ଥାନକୁ ଖୋଲିବା ପରେ କିପରି ନିୟମ ପାଳନ କରାଯିବ ସେ ସମ୍ପର୍କରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଏସ୍ଓପି ପରବର୍ତ୍ତୀ ସମୟରେ ଜାରି କରାଯିବ ।
ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଶାସନ ସହିତ ଆଲୋଚନା ପରେ ସ୍କୁଲ୍ କଲେଜ୍ ଏବଂ ବିଶ୍ବବିଦ୍ୟାଳୟ ଗୁଡିକ ଖୋଲାଯିବା ନିଷ୍ପତ୍ତି ଉପରେ ବିଚାର କରାଯିବ ବୋଲି କୁହାଯାଇଛି । ଜୁଲାଇ 2020ରେ ଏ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ । ସେହିପରି ପରସ୍ଥିତିକୁ ଧ୍ୟାନରେ ରଖାଯାଇ ଅନ୍ତର୍ଜାତୀୟ ବିମାନ ଚଳାଚଳ, ମେଟ୍ରୋ, ସିନେମା ହଲ୍, ଜିମ୍ନାସିୟମ୍, ସ୍ବିମିଙ୍ଗ ପୁଲ୍ ଏବଂ ବାର୍ ଖୋଲାହେବା ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ ।
ପୂର୍ବରୁ ସନ୍ଧ୍ୟାରେ ଜାରି କରାଯାଇଥିବା ରାତ୍ରୀକାଳିନ କର୍ଫ୍ୟୁର ସମୟରେ ପରିବର୍ତ୍ତନ କରାଯାଇଛି । ରାତି 9ଟାରୁ ଭୋର୍ 5ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରିବା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସେହିପରି ଜିଲ୍ଲା ପ୍ରଶାସନ ବା ସ୍ଥାନୀୟ ପ୍ରଶାସନ ଜୋନ୍ ନିର୍ଦ୍ଧାରଣ କରିବ ଏବଂ ଲକ୍ଡାଉନ୍ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରିବେ । ଏହା ସହିତ ପୂର୍ବରୁ ବିଭିନ୍ନ ରାଜ୍ୟ ପକ୍ଷରୁ ପ୍ରଦାନ କରାଯାଉଥିବା ପରିବହନ ଅନୁମତିର ଏଣିକି ଆବଶ୍ୟକ ପଡିବ ନାହିଁ ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ସେହିପରି 65 ବର୍ଷ ବୟସରୁ ଅଧିକ ବୟସ୍କ, ଗର୍ଭବତୀ ମହିଳା ଏବଂ 10 ବର୍ଷରୁ କମ୍ ଶିଶୁଙ୍କ ଘରୁ ବାହାରିବା ଉପରେ କଟକଣା ଲଗାଇଛନ୍ତି । (ଏଜେନ୍ସି)
ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଆଜି 5 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। 5 ଜଣ ଯାକ ଆକ୍ରାନ୍ତ ଗୋଲାମୁଣ୍ଡା ବ୍ଲକର ହୋଇଥିବା ବେଳେ ସେମାନଙ୍କ 2 ଜଣ ମହାରାଷ୍ଟ୍ରରୁ, 2 ଜଣ ତେଲେଙ୍ଗାନାରୁ ଏବଂ ଜଣେ ଗୁଜରାଟରୁ ଫେରିଥିଲେ। ଗତ 17 ତାରିଖ ଦିନ ସେମାନେ ଫେରିବା ପରେ ସେମାନଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଥିଲା। 19 ତାରିଖ ଦିନ ପରୀକ୍ଷା ପାଇଁ ସେମାନଙ୍କ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ 30 ତାରିଖ ଦିନ ସେମାନଙ୍କ ରିପୋର୍ଟ ପଜିଟିଭ ଆସିଥିଲା।
ଇତି ମଧ୍ୟରେ ସେମାନଙ୍କ କ୍ୱାରେଣ୍ଟଇନ ଅବଧି ଶେଷ ହେବାପରେ ନିଜ ନିଜ ଘରକୁ ପଠାଇ ଦିଆଯାଇଥିଲା। ସେମାନେ ଘରେ ରହୁଥିବା ସମୟରେ ସେମାନଙ୍କ ପଜିଟିଭ ରିପୋର୍ଟ ଆସିବା ପରେ ହେଲେ 30 ତାରିଖ ଦିନ ସେମାନଙ୍କୁ ନିଜ ନିଜ ଘରୁ ଅଣାଯାଇ ଭବାନୀପାଟଣାସ୍ଥିତ କୋଭିଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଏକ ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା ପ୍ରଦାନ କରିଛନ୍ତି। ନୂତନ 5 ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 18ରେ ପହଞ୍ଚିଛି।
ରମେଶ ମହାନ୍ତି
ଜଗତସିଂହପୁର : ଆଜି ଜଗତସିଂହପୁର ଜିଲ୍ଲାରୁ ୬ଜଣ ପଜିଟିଭ୍ ବାହାରିଛନ୍ତି । ସମସ୍ତ ୬ଜଣ ଆକ୍ରାନ୍ତ ଟି.ଏମ୍.ସି କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେମାନେ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ତାମିଲନାଡୁ ଫେରନ୍ତା ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଉକ୍ତ ୬ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୫ଜଣ ବାଲିକୁଦା ଅଂଚଳର ହୋଇଥିବା ବେଳେ ଜଣେ ତିର୍ତ୍ତୋଲ ଅଞ୍ଚଳର ବୋଲି ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି । ତିର୍ତ୍ତୋଲ ବ୍ଲକରୁ ବାହାରିଥିବା ଆକ୍ରାନ୍ତ ଜଣକ ସାମନ୍ତରାପୁର ପଞ୍ଚାୟତ ଅଞ୍ଚଳର ବୋଲି ଜଣାପଡିଛି ।ସମସ୍ତ ୬ଜଣ ଆକ୍ରାନ୍ତଙ୍କୁ ତୁରନ୍ତ କିମ୍ସ୍ ହସପିଟାଲକୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଲୁଥିବା ଶ୍ରମିକ ସ୍ପେସିଆଲ ଟ୍ରେନ୍କୁ କରୋନା ଏକ୍ସପ୍ରେସ୍ କହିଛନ୍ତି ମମତା । କରୋନା ଆକ୍ରାନ୍ତଙ୍କ ସହିତ ସରକାର ହଜାର ହଜାର ପ୍ରବାସୀଙ୍କୁ ସ୍ଥାନାନ୍ତର କରୁଥିବାରୁ ମମତା ଏହାକୁ ସମାଲୋଚନା କରି କୋନା ଏକ୍ସପ୍ରେସ୍ ବୋଲି ଅଭିହିତ କରିଛନ୍ତି । ଶ୍ରମିକ ସ୍ପେସିଆଲ ଟ୍ରେନ୍ରେ ପ୍ରବାସୀ ମାନଙ୍କୁ ସ୍ଥାନାନ୍ତର କରିବା ଦ୍ବାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ବୋଲି ମମତା କହିଛନ୍ତି । ସେହିପରି ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ କରୋନା ମୁକାବିଲା ପାଇଁ ସ୍ବିଡେନ୍ ମଡେଲକୁ ଆପଣେଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ମମତା । ପଶ୍ଚିମବଙ୍ଗ ସରକାରଙ୍କ ସ୍ବାସ୍ଥ୍ୟ ପରାମର୍ଶ ଦାତା ଦୀପ୍ତେନ୍ଦ୍ର ସରକାର ଏହି ସୂଚନା ଦେଇଛନ୍ତି ।
ଭୁବନେଶ୍ବର : ରାଜ୍ୟରେ ଆଉ 73 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସକାଳୁ 96 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 73 ଜଣ ସୁସ୍ଥ ହୋଇଛନ୍ତି । 73 ଆକ୍ରାନ୍ତଙ୍କ ମଧ୍ୟରୁ 28 ଜଣ ବୌଦ୍ଧ ଜିଲ୍ଲାରୁ ରହିଛନ୍ତି । ପୁରୀରୁ 11, କେନ୍ଦ୍ରାପଡାରୁ 10, କଟକରୁ 9 ଜଣ, ଖୋର୍ଦ୍ଧାରୁ 7 ଜଣ, ମାଲକାନଗିରି ଏବଂ ଅନୁଗୁଳରୁ 2 ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ 1050 ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 760 ରହିଛି ।
ରମେଶ ମହାନ୍ତି
ଜଗତସିଂହପୁର: ଆଜି ସକାଳୁ ରାଜ୍ୟରୁ ୬୭ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହି ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ଜଗତସିଂହପୁର ଜିଲ୍ଲାରୁ ରହିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଆକ୍ରାନ୍ତଙ୍କ ତଥ୍ୟ ଜାରି କରାଯାଇଛି। ଆଜିର ଦୁଇ ଆକ୍ରାନ୍ତ ଉଭୟ ପୁରୁଷ ଏବଂ ଉଭୟଙ୍କ ବୟସ ଯଥାକ୍ରମେ ୫୯ ଏବଂ ୬୦। ଦୁଇ ଜଣ ଆକ୍ରାନ୍ତ ନାଉଗାଁ ବ୍ଲକ୍ର ଏବଂ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏହା ସହିତ ଉଭୟ କ୍ବାରେଣ୍ଟିନ୍ ସେଣ୍ଟରରେ ରହିଥିବା ଜଣାପଡିଛି। ଉଭୟଙ୍କୁ କିମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସ୍ବାବ ରିପୋର୍ଟ ନଆସିବା ପର୍ଯ୍ୟନ୍ତ କାହାରିକୁ ଘରକୁ ଛଡାଯିବ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି।
ଭୁବନେଶ୍ବର : କିଛି ଦିନ ପୂର୍ବରୁ କମିଶନରେଟ ପୋଲିସ୍ର ଜନୈକ ଅଧିକାରୀ କରୋନା ଆକ୍ରାନ୍ତ ହୋଇଥିଲେ । କରୋନା ଆକ୍ରାନ୍ତ ଏହି ଅଧିକାରୀ ଜଣକ ଆଜି ସୁସ୍ଥ ହୋଇ ଫେରିବା ପରେ କମିଶନରେଟ କାର୍ଯ୍ୟାଳୟ ବାହାରେ ତାଙ୍କୁ ସ୍ବାଗତ କରାଯାଇଛି ।
ପୋଲିସ୍ ପକ୍ଷରୁ ତାଙ୍କୁ ତାଳି ବଜାଇ ସ୍ବାଗତ କରାଯାଇଥିବା ବେଳେ ସ୍ବୟଂ କମିଶନର ତାଙ୍କୁ ଫୁଲତୋଡା ଦେଇ ସ୍ବାଗତ କରିଥିଲେ । ଏହାପରେ କମିଶନର ସୁଧାଂଶୁ ଷଡଙ୍ଗୀ ଏକ ପ୍ରେସ୍ମିଟ୍ କରି ରାଜ୍ୟବାସୀଙ୍କୁ ମାସ୍କ ପିନ୍ଧିବ ପାଇଁ ନିବେଦନ କରିଥିଲେ ।
ଭୁବନେଶ୍ବର : ରାଜ୍ୟରେ ଆଉ 79 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସକାଳେ ରାଜ୍ୟରେ 76 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 79 ଜଣ ସୁସ୍ଥ ହୋଇଛନ୍ତି । ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ଭଦ୍ରକର ସର୍ବାଧିକ 28 ଜଣ ସୁସ୍ଥ ହୋଇଥିବା ବେଳେ ଗଞ୍ଜାମରୁ 11, ଯାଜପୁରରୁ 5ଜଣ ଏବଂ ବାଲେଶ୍ବରରୁ 17 ଜଣ ସୁସ୍ଥ ହୋଇଛନ୍ତି । ଏମାନଙ୍କ ବ୍ୟତିତ ପୁରୀରୁ 7 ଜଣ, କଟକରୁ 4, କେନ୍ଦୁଝରରୁ 3 ଏବଂ ଖୋର୍ଦ୍ଧା ଓ ବଲାଙ୍ଗୀରରୁ 2 ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 771ରେ ପହଞ୍ଚିଛି । ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 812ରେ ପହଞ୍ଚିଛି ।
ମୁମ୍ବାଇ : ଦ୍ବିତୀୟ ଥର ପାଇଁ ପ୍ଲାଜ୍ମା ଦାନ କରି ଚର୍ଚ୍ଚାକୁ ଆସିଛନ୍ତି ଅଭିନେତ୍ରୀ ଜୋଆ ମୋରାନୀ । କୋଭିଡ୍-19 ପରୀକ୍ଷଣ ପାଇଁ ମୋରାନୀ ନିଜର ପ୍ଲାଜ୍ମା ଦାନ କରିଛନ୍ତି । ମୁମ୍ବାଇର ନାୟାର ହସ୍ପିଟାଲରେ ନିଜର ପ୍ଲାଜ୍ମା ଦାନ କରିଛନ୍ତି ଜୋୟା । ମଙ୍ଗଳବାର ପ୍ଲାଜ୍ମା ଦାନ କରିଥିବା ବେଳେ ଟ୍ବିଟ୍ କରି ଏହା ଘୋଷଣା କରିଥିଲେ ଜୋୟା । ଜୋୟାଙ୍କ ଏହି ପ୍ରୟାସକୁ ସୋସିଆଲ ମିଡିଆରେ ବେଶ୍ ସମର୍ଥନ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଜୋୟା, ତାଙ୍କ ଭଉଣୀ ସାଜା ଏବଂ ପିତା କରିମ୍ ମୋରାନୀ କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହୋଇଛନ୍ତି । (ଏଜେନ୍ସି)
କେଦାର ମିଶ୍ର
ମାର୍ଚ୍ଚ ୨୩ ତାରିଖ ସନ୍ଧ୍ୟା ଆଠ ଘଣ୍ଟା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କଲେ ଯେ ଆଉ ଚାରି ଘଣ୍ଟା ପରେ ଅର୍ଥାତ ୨୪ ତାରିଖରୁ ସାରା ଦେଶରେ ଲକ ଡାଉନ ଲାଗୁ ହେଲା। ଅର୍ଥାତ ପୂରା ଦେଶ ତାଲା ବନ୍ଦ କରି ରହିଲା। ପ୍ରଥମରେ ଏହା ୨୧ ଦିନ ଓ ତା ପରେ ଆଉ ତିନୋଟି ପର୍ୟାୟରେ ଆହୁରି ୪୬ ଦିନ ଲକ ଡାଉନ କୁ ବଢା ଯାଇଛି। ଆଉ ୪ ଦିନ ପରେ ଚତୁର୍ଥ ପର୍ୟାୟର ଲକ ଡାଉନ ସରିବ। ଚତୁର୍ଥ ପର୍ୟାୟର ଲକ ଡାଉନ ପୂର୍ବରୁ ପ୍ରଧାନମନ୍ତ୍ରୀ ଆମକୁ ଆଶ୍ଵାସନା ଦେଇ କହିଥିଲେ ଯେ ଜୀବନ ଆଗାମୀ ଦିନରେ ସ୍ଵାଭାବିକ ହେବ। ତେବେ ଗୋଟେ ଅଦ୍ଭୁତ ଧରଣର ସ୍ଵାଭାବିକତା ଏବେ ଆମେ ଲକ୍ଷ୍ୟ କରୁଛୁ। ରେଳ ଷ୍ଟେସନ ଓ ବିମାନ ବନ୍ଦରରେ ଗୋଟେ ବିଚିତ୍ର ଅବ୍ୟବସ୍ଥା। ମାସେ ହେଲା ଦେଶରେ ସନ୍ଧ୍ୟା ୭ ରୁ ସକାଳ ସାତ ଯାଏଁ କର୍ଫ୍ୟୁ ଲାଗୁଛି। କାହିଁକି ଓ କାହା ପାଇଁ ଏ କର୍ଫ୍ୟୁ, ତାର ଉତ୍ତର କାହା ପାଖରେ ନାହିଁ।
ପ୍ରଥମରୁ କୁହା ଯାଉଥିଲା ଗୋଟିଏ ଦିନର ଜନତା କର୍ଫ୍ୟୁ ବଳରେ ଆମେ କରୋନା ଭୂତାଣୁର ସଂକ୍ରମଣକୁ ଅଟକାଇ ପାରିବା। ତାହା ଅବଶ୍ୟ ପିଲାଳିଆମୀ ଥିଲା। ତା ପରେ ଆମେ ଭାବିଲେ ଯେ ୨୧ ଦିନରେ ଏହି ଯୁଦ୍ଧ ଆମେ ଜିତିଯିବା। ତାହା ମଧ୍ୟ ଦୁରାଶା ଥିଲା। ଆଜି ପ୍ରାୟ ଅଢେଇ ମାସର ତାଲା ବନ୍ଦ ପରେ ଆମେ ବିଶେଷ କିଛି ହାସଲ କରିବା ଅବସ୍ଥାକୁ ଆସିନାହୁଁ। କରୋନା ଗ୍ରାଫରେ ଭାରତର ସ୍ଥାନ ଉପରକୁ ଉଠି ଉଠି ଚାଲିଛି। ବର୍ତ୍ତମାନ ଏସିଆର ସବୁଠୁ ଅଧିକ ସଂକ୍ରମିତ ଦେଶ ଓ ସବୁଠୁ ଅଧିକ ସଂକ୍ରମଣ ତାଲିକାରେ ଆମେ ତୃତୀୟ ସ୍ଥାନରେ ରହିଛୁ। ଆଗରୁ ଆମେ ହୁଏତ ନିଜକୁ ଆମେରିକା ଓ ୟୁରୋପ ସହିତ ତୁଳନା କରି ଟିକେ ଆଶ୍ଵସ୍ତ ହେଉଥିଲେ। ଆଗକୁ ଆମେ ଖୁବ ଶୀଘ୍ର ୟୁରୋପୀୟ ଦେଶମାନଙ୍କୁ ଟପି ଯିବା ଅବସ୍ଥାକୁ ଆସିଗଲେଣି। ଏବେ ଅସଲ ସତ୍ୟଟି ଆହୁରି ଚିନ୍ତାଜନକ। ୟୁରୋପୀୟ ଦେଶ ଇଟାଲୀ, ଜର୍ମାନୀ, ଇଂଲଣ୍ଡ, ସ୍ପେନ, ଫ୍ରାନ୍ସ ପ୍ରମୁଖ ଦେଶରେ କରୋନା ଭୂତାଣୁ ର ସଂକ୍ରମଣ ଶୀର୍ଷରେ ପହଞ୍ଚି ଏବେ ତଳକୁ ଖସିବା ଆରମ୍ଭ କଲାଣି। ହେଲେ ଭାରତରେ ସର୍ବାଧିକ ସଂକ୍ରମଣ ଜୁନ-ଜୁଲାଇ ମାସ ବେଳକୁ ହେବ ବୋଲି କୁହା ଯାଉଛି। ସେତେବେଳକୁ ଆମର ବାସ୍ତବ ସ୍ଥିତି ତା ହେଲେ କଣ ହେବ?
ଲକ ଡାଉନକୁ ଅତ୍ୟନ୍ତ ତରବରିଆ ଭାବରେ ଓ କଠୋର ଭାବରେ ଲାଗୁ କରିବା ବେଳେ ଭାରତ ସରକାରଙ୍କର ଆକଳନ କଣ ସତରେ ଭୁଲ ଥିଲା? ମାର୍ଚ୍ଚ ୨୪ ତାରିଖ ବେଳକୁ ଦେଶରେ ମୋଟ ୫୩୬ ସଂକ୍ରମିତ ରହିଥିଲେ ଓ ସେମାନେ ପ୍ରାୟ ସଭିଏଁ ଥିଲେ ବିଦେଶ ଫେରନ୍ତା ବା ବିଦେଶୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି। ସ୍ଥାନୀୟ ସଂକ୍ରମଣ ସ୍ତରକୁ ସେତେବେଳେ ଭାରତ ଆସିନଥିଲା। ତେଣୁ ସେତେ ବେଳେ ଏକ ଯୋଜନାବଦ୍ଧ ଏବଂ ପ୍ରଭାବଶାଳୀ ଲକ ଡାଉନ ପାଇଁ ଆମ ପାଖରେ ସମୟ ଥିଲା, ସୁଯୋଗ ମଧ୍ୟ ଥିଲା। ତାହା ନ କରି ମାତ୍ର ଚାରି ଘଣ୍ଟା ଭିତରେ ଲକ ଡାଉନ ଘୋଷଣା କରିବାର ପରିଣତି ସ୍ଵରୂପ ଦେଶରେ ଦେଶରେ ଏକ ଭୟଙ୍କର ସଙ୍କଟ ଦେଖା ଦେଲା। ଲକ୍ଷ ଲକ୍ଷ ଗରିବ ଶ୍ରମିକ କୌଣସି ପ୍ରକାର ଉପାୟ ନଦେଖି ରାସ୍ତାରେ ଚାଲି ଚାଲି ଘରକୁ ଫେରିବା ଆରମ୍ଭ କଲେ। ସେମାନଙ୍କୁ ଅଟକାଇବା ଲାଗି ସରକାରଙ୍କୁ ଅନେକ ସମୟରେ ଲାଠି ପ୍ରୟୋଗ କରିବାକୁ ପଡିଲା। ତେବେ ପ୍ରଥମ ୨୧ ଦିନ ର ଲକ ଡାଉନ ସମୟରେ ଦେଶରେ କରୋନା ସଂକ୍ରମଣର ଶ୍ରୁଙ୍ଖଳାକୁ ଭାଙ୍ଗିବା ଲାଗି ଆମ ପାଖରେ ଗୋଟେ ବଡ ସୁଯୋଗ ରହିଥିଲା, ଯାହାକୁ ଆମେ କାମରେ ଲଗାଇ ପାରିଲୁ ନାହିଁ।
କେହି କେହି ଯୁକ୍ତି କରୁଛନ୍ତି ଯେ, ଲକ ଡାଉନ ଯୋଗୁଁ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରଣରେ ରହିଛି। ଏହି ଯୁକ୍ତିର ସବୁଠୁ ବଡ ଦୁର୍ବଳତା ହେଉଛି, ଆମର କରୋନା ପରୀକ୍ଷା କମ ହେଉଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ କମ ରହିଥିଲା। ପ୍ରଥମ ପର୍ୟାୟ ଲକ ଡାଉନ ମାର୍ଚ୍ଚ ୨୪ ରେ ଆକ୍ରାନ୍ତଙ୍କ ସଂଖ୍ୟା ୫୩୬ ଓ ମୃତ୍ୟୁ ସଂଖ୍ୟା ୧୦ ରହିଥିଲା। ଏପ୍ରିଲ ୧୪ ରେ ଏହା ୯୭୨୪ ଆକ୍ରାନ୍ତ ୩୯୬ ମୃତଙ୍କ ପାଖରେ ପହଞ୍ଚିଥିଲା। ଏହି ୨୧ ଦିନର ପ୍ରଥମ ଲକ ଡାଉନ ସମୟରେ ଆମେ ହୁଏତ ବିପୁଳ ପରୀକ୍ଷା ଆରମ୍ଭ କରି ପାରିଥାନ୍ତୁ। ମାର୍ଚ୍ଚ ୨୪ ବେଳକୁ ଦେଶରେ ୨୨,୬୯୯ ପରୀକ୍ଷା ହୋଇଥିବା ବେଳେ ୧୪ ଏପ୍ରିଲରେ ଏହା ୨,୪୪, ୮୯୩ ହୋଇଥିଲା। ମଇ ୨୭ ତାରିଖ ଯାଏଁ ଆମେ ମୋଟ ୩୧ ଲକ୍ଷ ୨୬ ହଜାର ପରୀକ୍ଷା କରିଛୁ। ଆମର ଜନସଂଖ୍ୟା ତୁଳନାରେ ଏହା ଯଥେଷ୍ଟ କମ।
ଚତୁର୍ଥ ପର୍ୟା ୟଲକଡାଉନ ସରିବା ବେଳକୁ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଢ ଲକ୍ଷ ରେ ପହଞ୍ଚିଛି ଅର୍ଥାତ ଏହି ୧୦ ଦିନ ଭିତରେ ଏହା ଦୁଇ ଗୁଣରୁ ଅଧିକ ବଢିଲାଣି। ସେହିପରି ମୃତକଙ୍କ ସଂଖ୍ୟା ୪୩୪୪ରେ ପହଞ୍ଚିଛି। ଏହି ପରିସ୍ଥିତିରେ ପୂରା ଲକ ଡାଉନ ଉଠାଇବା ସମ୍ଭବ କି? ଏବେ ଲକ ଡାଉନକୁ ସ୍ତର ସ୍ତର କରି କୋହଳ କରା ଯାଉଛି। ହେଲେ ଲକ ଡାଉନର ଲାଭ ଅପେକ୍ଷା କ୍ଷତିର ପରିମାଣ ଦିନକୁ ଦିନ ବଢି ଚାଲିଛି। କ୍ଷତି ଭରଣା କରିବାକୁ ପ୍ରଧାନମନ୍ତ୍ରୀ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ କିଛିଦିଆନ ତଳେ ଘୋଷଣା କରିଛନ୍ତି। ତେବେ ସେ ପ୍ୟାକେଜ ର ପ୍ରତିଶ୍ରୁତି ଓ ସମ୍ଭାବନା ପାଣିର ଗାର ବୋଲି ସ୍ପଷ୍ଟ ହୋଇ ସାରିଲାଣି।
ଆସନ୍ତା ଅଗଷ୍ଟ ମାସ ପର୍ୟନ୍ତ କରୋନା ଭୂତାଣୁର ପ୍ରକୋପ ଭାରତରେ ରହିବ। ତେଣୁ ସେ ଯାଏ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିବ। ସଂଖ୍ୟା ଦେଖି ଯଦି ଲକ ଡାଉନ ଉଠାଇବାର ନିର୍ଣ୍ଣୟ ନେବାକୁ ସରକାର ଭାବୁଥାନ୍ତି, ତାହେଲେ ଏ ଦେଶରେ ଆଉ ତାଲା ଖୋଲିବା ଏତେ ସହଜ ନୁହେଁ।
ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ନୂତନ 76 ଆକ୍ରାନ୍ତ । ଏହି ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 1593ରେ ପହଞ୍ଚିଛି । ଚିହ୍ନଟ ନୂତନ ଆକ୍ରାନ୍ତଙ୍କ ମଧ୍ୟରେ 74 ଜଣ କ୍ବାରେଣ୍ଟିନ୍ରେ ରହିଥିବା ବେଳେ ଦୁଇ ଜଣ ହୋମ୍ କ୍ବାରେଣ୍ଟିନ୍ରେ ରହିଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗୀର ଜିଲ୍ଲାରୁ ସର୍ବାଧିକ 16 ଜଣ ଆକ୍ରାନ୍ତ ରହିଥିବା ବେଳେ ଖୋର୍ଦ୍ଧା ଏବଂ ନୂଆପଡାରୁ 13 ଜଣ, କଟକରୁ 11 ଜଣ, ଗଞ୍ଜାମରୁ 10 ଜଣ, ଜଗତସିଂହପୁରରୁ 6 ଜଣ, ବାଲେଶ୍ବର, ସୁନ୍ଦରଗଡ ଏବଂ ନୟାଗଡରୁ 2 ଜଣ ଲେଖାଏଁ ଏବଂ ମୟୁରଭଞ୍ଜରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ରାଜ୍ୟରେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟରେ 733 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ 853 ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ଏବଂ 7 ଜଣଙ୍କର ପ୍ରାଣହାନି ଘଟିଛି ।
ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟକ 1.5 ଲକ୍ଷ ଅତିକ୍ରମ କରିଛି । ବୁଧବାର ସକାଳ ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 1,51,767ରେ ପହଞ୍ଚିଥିବା ବେଳେ ମୃତକଙ୍କ ସଂଖ୍ୟା 4337ରେ ପହଞ୍ଚିଛି । ବିଗତ 24 ଘଣ୍ଟା ମଧ୍ୟରେ 6387 ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 170 ଜଣଙ୍କ ପ୍ରାଣହାନି ଘଟିଛି । ସେହିପରି ଦେଶରେ ସମୁଦାୟ 64,425 ଜଣ ସୁସ୍ଥ ହୋଇଥିବା ବେଳେ 83004ଟି ସକ୍ରିୟ ମାମଲା ରହିଛି । ମହାରାଷ୍ଟ୍ରରେ ଦେଶର ଏକ ତୃତୀୟାଂଶ ଆକ୍ରାନ୍ତ ବା 54758 ଆକ୍ରାନ୍ତ ରହିଥିବା ବେଳେ ତାମିଲନାଡୁରେ 17728 ଜଣ ଆକ୍ରାନ୍ତ ରହିଛନ୍ତି । ମହାରାଷ୍ଟ୍ରରେ 1792 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତାମିଲାନାଡୁରୋ 127 ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଗୁଜରାଟରେ ଆକ୍ରାନ୍ତଙ୍କ ସଂଖ୍ୟା 14821 ରହିଥିବା ବେଳେ ମୃତକଙ୍କ ସଂଖ୍ୟା 915 ରହିଛି ।
ଭୁବନେଶ୍ବର : ରାଜ୍ୟରେ ଜଣେ ଡାକ୍ତର କରୋନା ଆକ୍ରାନ୍ତ ହୋଇଛନ୍ତି । ତେବେ ରାଜ୍ୟର ପ୍ରଥମ ଡାକ୍ତର ଭାବରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏହି ଡାକ୍ତର । ଏହି ଡାକ୍ତର ଜଣକ କଟକ ସିଟି ହସ୍ପିଟାଲରେ ଶିଶୁ ରୋଗ ବିଶେଷଜ୍ଞ ଭାବରେ କାର୍ଯ୍ୟ କରୁଥିଲେ । ନିକଟରେ ଜଣେ ସମ୍ପର୍କୀୟଙ୍କୁ ଭେଟିବାକୁ ଡାକ୍ତର ଜଣକ କେନ୍ଦ୍ରାପଡା ଯାଇଥିବା ଜଣାପଡିଛି । ନମୂନା ପଜିଟିଭ୍ ଆସିବା ପରେ ଡାକ୍ତରଙ୍କୁ ଅଶ୍ବିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କଟକ ନଗର ପ୍ରଶାସନ ପକ୍ଷରୁ ଟ୍ବିଟ୍ କରାଯାଇ ଏହି ସୂଚନା ପ୍ରଦାନ କରାଯାଇଛି ।
ଦୁଷ୍ମନ୍ତ ପଣ୍ଡା
କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାରେ ଚିହ୍ନଟ ହୋଇଥିବା ଦୁଇ କରୋନା ପଜିଟିଭଙ୍କୁ ସ୍ଥାନୀୟ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୋସିଆଲ ମିଡିଆରେ କଳାହାଣ୍ଡି ସିଡିଏମଓ ଏହି ଘୋଷଣା କରିଛନ୍ତି । ଦୁଇ ଆକ୍ରାନ୍ତ ହେଉଛନ୍ତି ମା ଏବଂ ଝିଅ । ଉଭୟଙ୍କ ବୟସ ଯଥାକ୍ରମେ 44 ଏବଂ 19 ବୋଲି ଜଣାପଡିଛି ।
ଉଭୟ 12 ତାରିଖରେ ପଶ୍ଚିମବଙ୍ଗରୁ ସମ୍ବଲପୁର ଦେଇ ଭବାନୀପାଟଣା ଆସିବା ପରେ ଜୁନାଗଡ ସ୍ଥିତ ଏକ ହୋଟେଲରେ ପେଡ୍ କ୍ବାରେଣ୍ଟିନ୍ରେ ରହିଥିଲେ । ଉଭୟ ପଜିଟିଭ୍ ଆସିବା ପରେ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ନୂତନ ଦୁଇ ଆକ୍ରାନ୍ତଙ୍କୁ ମିଶାଇ କଳାହାଣ୍ଡି ଜିଲ୍ଲାର ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 15ରେ ପହଞ୍ଚିଛି । ଏହା ମଧ୍ୟରୁ ଦୁଇ ଜଣ ସୁସ୍ଥ ହୋଇଥିବା ବେଳେ 13 ଆକ୍ରାନ୍ତ ସକ୍ରିୟ ରହିଛନ୍ତି ।
ଭୁବନେଶ୍ବର : ବିଦେଶ ଫେରନ୍ତାଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ଗାଇଡ୍ଲାଇନ୍ ଜାରି କରାଯାଇଛି । ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନୂତନ ଗାଇଡ୍ଲାଇନ୍ ଅନୁଯାୟୀ ବିଦେଶ ଫେରନ୍ତାଙ୍କୁ ଏକ ଅଣ୍ଡରଟେକିଂ ପ୍ରଦାନ କରିବାକୁ ପଡିବ । ଏହା ସହିତ ସମସ୍ତ ବିଦେଶ ଫେରନ୍ତାଙ୍କ ପାଇଁ ଆମରୋଗ୍ୟ ସେତୁ ଆପ୍ ଡାଉନ୍ଲୋଡ୍ ବାଧ୍ୟତାମୂଳକ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ଆଜି ସକାଳୁ କ୍ବାରେଣ୍ଟିନ୍ ନିୟମରେ ପରିବର୍ତ୍ତନ କରିଥିଲେ । (ଏଜେନ୍ସି)
ରାଜ୍ୟରେ ଆଉ 53 ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ବର : ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ 53 ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 550ରେ ପହଞ୍ଚିଛି । ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 1336ରେ ପହଞ୍ଚିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 780ରେ ପହଞ୍ଚିଛି । ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ଗଞ୍ଜାମରୁ 30, ଯାଜପୁର 18, ଖୋର୍ଦ୍ଧାରୁ 3 ଏବଂ କେନ୍ଦୁଝରରୁ 2 ଜଣ ଆକ୍ରାନ୍ତ ରହିଛନ୍ତି । ତେବେ ବିଗତ ତିନି ଦିନ ଧରି ଆକ୍ରାନ୍ତ ଏବଂ ସୁସ୍ଥ ଅନୁପାତ ବୃଦ୍ଧି ପାଇବା ରାଜ୍ୟ ପାଇଁ ଶୁଭସଙ୍କେତ । ଉଲ୍ଳେଖଯୋଗ୍ୟ ଯେ, ଆଜି ସକାଳୁ 67 ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।