Categories
ଅପରାଧ ଆଜିର ଖବର ଜାତୀୟ ଖବର

କୋଭିଡ୍‌ କେୟାର ସେଣ୍ଟରରେ କରୋନା ପଜିଟିଭ୍‌ ନାବାଳିକାଙ୍କ ସହ ଦୁଷ୍କର୍ମ  

ନୂଆଦିଲ୍ଲୀ : ଦିଲ୍ଲୀର ଛତରପୁର ଅଞ୍ଚଳରେ ସର୍ଦ୍ଦାର ପଟେଲ୍‌ କୋଭିଡ୍‌ ସେଣ୍ଟରରେ ନାବାଳିକା ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ପୀଡ଼ିତାଭ୍କ ବୟସ  14 ବର୍ଷ ହୋଇଥିବାବେଳେ ଅଭିଯୁକ୍ତଙ୍କ ବୟସ 19 ବର୍ଷ ବୋଲି ସୂଚନା ରହିଛି । ଦୁହେଁ କୋଭିଡ୍‌ ସଂକ୍ରମିତ ବୋଲି ସୂଚନା ରହିଛି । ଅଭିଯୁକ୍ତକୁ ପୋକ୍ସ ଆକ୍ଟ୍‌ ଆଧାରରେ ଗିରଫ କରାଯାଇଛି । ଏହି ଦୁଷ୍କର୍ମ କାର୍ଯ୍ୟରେ ସହଯୋଗ କରିଥିବା ତାଙ୍କ ସାଥୀଙ୍କୁ ମଧ୍ୟ ହେପାଜତରେ ନିଆଯାଇଛି ।

କରୋନା ସଂକ୍ରମିତ ହୋଇଥିବାରୁ ଦୁହିଁଙ୍କ  ଅଲଗା ଅଲଗା କୋଭିଡ୍‌ ଗୃହରେ ନ୍ୟାୟିକ ହେପାଜତେ ରଖାଯାଇଛି । କରୋନାରୁ ସୁସ୍ଥ ହେବା ପରେ ପୀଡ଼ିତାଙ୍କ ବୟାନ ଦର୍ଜ କରାଯିବ ।

ଜୁଲାଇ 15 ତାରିଖ ରାତ୍ରିରେ ଏହି ଘଟଣା ଘଟିଥିଲା । ନାବାଳିକା ଜଣକ ବାଥରୁମ୍‌ ଯାଇଥିବାବେଳେ ଅଭିଯୁକ୍ତ ଜଣକ ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ହୋଇଛି ।  ଅଭିଯୁକ୍ତ ଜଣକ 20 ବର୍ଷୀୟ ଜଣେ ଯୁବକୁ ବାହାରେ ଜଗୁଆଳି କରି ଠିଆ କରାଇଥିବାର ସୂଚନା ରହିଛି । ତେବେ ନାବାଳିକା ଜଣକ ଡରରେ ସେଦିନ ଏହି ଘଟଣା ପ୍ରକାଶ କରିପାରିନଥିବାବେଳେ ତା’ ପରଦିନ ସେ ଏହି ସମ୍ପର୍କରେ ନିଜ ସାଙ୍ଗକୁ କହିଥିଲେ । ଏହାପରେ କୋଭିଡ୍‌ ସେଣ୍ଟରର ଡାକ୍ତରଙ୍କ ନିକଟରେ ଏନେଇ ଅଭିଯୋଗ କରାଯାଇଥିଲା । (ଏଜେନ୍ସି)