Categories
ଆଜିର ଖବର ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲାରୁ ୬୬୦୩୬ ଜଣଙ୍କ ନାମ ପଂଜୀକୃତ

ଦୁଷ୍ମନ୍ତ ପଣ୍ଡା

କଳାହାଣ୍ଡି:  କୋଭିଡ-୧୯ ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାର ୧୩ ଟି ଯାକ ବ୍ଲକ ଏବଂ ଭବାନୀପାଟଣା ମ୍ୟୁନିସିପାଲିଟି, ଜୁନାଗଡ, ଧର୍ମଗଡ ଓ କେସିଙ୍ଗା  ଏନଏସି ରେ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ମୋଟ ୬୬୦୩୬  ଜଣ ବ୍ୟକ୍ତି ନିଜ ନିଜ ଗ୍ରାମକୁ ଫେରିବାକୁ ନାମ ପଂଜୀକରଣ କରିଥିବା ଜଣାପଡିଛି । ଭବାନୀପାଟଣା ବ୍ଲକରେ ଅନଲାଇନରେ ୨୨୭୫ ଜଣ ନାମ ପଂଜୀକରଣ କରିଥିବା ବେଳେ ବିଭିନ୍ନ ପଂଚାୟତରେ ପରିବାର ସଦସ୍ୟଙ୍କ ଦ୍ୱାରା ୪୮୨୬ ଅଫଲାଇନରେ ମୋଟ ୭୧୦୧ଜଣ ପଂଜୀକରଣ କରାଯାଇଥିବା ଜଣାପଡିଛି ।

ସେହିପରି କର୍ଲାମୁଣ୍ଡା ବ୍ଲକରେ ୧୬୩୮ ଜଣ ପଂଜୀକରଣ କରିଥିବା ବେଳେ ଅନଲାଇନରେ ୩୪୩ ଓ ଅଫଲାଇନରେ ୧୨୯୫ ଜଣ  ପଂଜୀକରଣ କରିଛନ୍ତି । କେସିଙ୍ଗା ବ୍ଲକରେ ମୋଟ ୪୭୩୬  ମଧ୍ୟରୁ ଅନଲାଇନରେ ୮୭୩ ଓ ଅଫଲାଇନରେ ୩୮୬୩ ଜଣ, ମ.ରାମପୁର ବ୍ଲକରେ ମୋଟ ୩୦୮୧ ଜଣ ମଧ୍ୟରୁ ଅନଲାଇନରେ ୧୭୫୯ ଓ ଅପଲାଇନରେ ୧୮୨୨ ଜଣ ନାମ ପଂଜୀକରଣ କରିଛନ୍ତି । ଲାଂଜିଗଡ ବ୍ଲକରେ ମୋଟ ୩୫୨୯ ଜଣ ମଧ୍ୟରୁ ଅନଲାଇନରେ ୧୨୦୪ ଓ ଅଫଲାଇନରେ ୨୩୨୫ ଜଣ ପଂଜୀକରଣ କରିଛନ୍ତି । ନର୍ଲା ବ୍ଲକରେ ୬୩୫୯ ଜଣ ମଧ୍ୟରୁ ଅନଲାଇନରେ ୧୪୪୩ ଓ ଅଫଲାଇନରେ ୫୨୧୬ ଜଣ ନାମ ପଂଜୀକରଣ କରିଛନ୍ତି । ଥୁ. ରାମପୁର ବ୍ଲକରେ ମୋଟ ୫୩୧ ଜଣ ମଧ୍ୟରୁ ଅନଲାଇନରେ ୩୨୩ ଓ ଅଫଲାଇନରେ ୨୦୮ ଜଣ ନାମ ପଂଜୀକରଣ କରିଛନ୍ତି ।

ଜୁନାଗଡ ବ୍ଲକରେ ମୋଟ ୬୧୧୪ ଜଣ ମଧ୍ୟରୁ ଅନଲାଇନରେ ୧୪୨୪ ଓ ଅଫଲାଇନରେ ୪୬୯୦ ଜଣ ପଂଜୀକରଣ କରିଛନ୍ତି । ଧର୍ମଗଡ ବ୍ଲକରେ ମୋଟ ୭୭୭୯ ଜଣ ମଧ୍ୟରୁ ଅନଲାଇନରେ ୧୦୯୦  ଓ ଅଫଲାଇନରେ  ୬୬୮୫ଜଣ ପଂଜୀକରଣ କରିଛନ୍ତି । ଗୋଲାମୁଣ୍ଡା ବ୍ଲକରେ ମୋଟ ୧୦୫୦୩ ଜଣ ମଧ୍ୟରୁ ଅନଲାଇନରେ ୧୮୭୯ ଓ ଅଫଲାଇନରେ  ୮୬୨୪ ଜଣ ପଂଜୀକରଣ କରିଛନ୍ତି । ଜୟପାଟଣା ବ୍ଲକରେ ମୋଟ ୪୦୫୧ ଜଣ ମଧ୍ୟରୁ ଅନଲାଇନରେ ୧୩୬୦  ଓ ଅଫଲାଇନରେ  ୨୬୫୧ ଜଣ ପଂଜୀକରଣ କରିଛନ୍ତି । କଲମପୁର ବ୍ଲକରେ ମୋଟ ୧୬୬୫ ଜଣ ମଧ୍ୟରୁ ଅନଲାଇନରେ ୪୧୬  ଓ ଅଫଲାଇନରେ ୧୨୪୯ ଜଣ ପଂଜୀକରଣ କରିଛନ୍ତି ।

କୋକସରା ବ୍ଲକରେ ମୋଟ ୫୫୪୧ ଜଣ ମଧ୍ୟରୁ ଅନଲାଇନରେ ୧୪୫୦  ଓ ଅଫଲାଇନରେ ୪୦୯୧ ଜଣ ପଂଜୀକରଣ କରିଛନ୍ତି । ଭବାନୀପାଟଣା ମ୍ୟୁନିସିପାଲିଟି ରେ ମୋଟ ୫୩୧ ଜଣ ମଧ୍ୟରୁ ଅନଲାଇନରେ ୩୨୩ ଓ ଅଫଲାଇନରେ  ୨୦୮ ଜଣ ପଂଜୀକରଣ କରିଛନ୍ତି । ଧର୍ମଗଡ ଏନଏସିରେ ମୋଟ ୨୮୮ ଜଣ ମଧ୍ୟରୁ ଅନଲାଇନରେ ୬୨  ଓ ଅଫଲାଇନରେ  ୨୨୬ ଜଣ ପଂଜୀକରଣ କରିଛନ୍ତି । ଜୁନାଗଡ ଏନଏସି ରେ ମୋଟ ୧୪୯ ଜଣ ମଧ୍ୟରୁ ଅନଲାଇନରେ ୪୦  ଓ ଅଫଲାଇନରେ  ୧୦୯ଜଣ ପଂଜୀକରଣ କରିଛନ୍ତି । କେସିଙ୍ଗା ଏନଏସିରେ ମୋଟ ୧୯୫  ଜଣ ମଧ୍ୟରୁ ଅନଲାଇନରେ ୮୪  ଓ ଅଫଲାଇନରେ  ୨୧୧ଜଣ ପଂଜୀକରଣ କରିଛନ୍ତି ।

ଏସବୁ ବାହାର ଅଂଚଳରେ ବିଭିନ୍ନ ଚାକିରୀ କରୁଥିବା ଅନେକ ଲୋକ ଅଦ୍ୟାବଧି ଫେରିବା ପାଇଁ ପଂଜୀକରଣ କରିନଥିବା ଜଣାପଡିଛି । ଘରବାହୁଡା ବ୍ୟକ୍ତି ମାନଙ୍କୁ କ୍ୱାରେନଟାଇନରେ ରଖିବା ପାଇଁ ସମସ୍ତ ଗ୍ରାମପଂଚାୟତରେ ଏବଂ ସହରାଂଚଳରେ ଅସ୍ଥାୟୀ ଚିକିତ୍ସା ଶିବିର ମାନ ସ୍ଥାପନ କରାଯାଇ ଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ଜଣାପଡିଛି ।