Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

ଇରାନ୍‌ରେ କୋରୋନା ମୃତ୍ୟୁ ସଂଖ୍ୟା 988 ଛୁଇଁଲା

ତେହେରାନ୍‌ : ଚୀନ୍‌ ପରେ ଇଟାଲୀ ଏବଂ ଇରାନ୍‌ରେ କୋରୋନା ଭାଇରସ୍‌ ଏହାର ପ୍ରଭାବ ବିସ୍ତାର କରିବାରେ ଲାଗିଛି । କୋରୋନା ପ୍ରଭାବରୁ ଚୀନ୍‌ ଧୀରେ ଧୀରେ ମୁକ୍ତ ହେଉଥିବା ବେଳେ ଇରାନ୍‌ରେ ଏହା ସଙ୍କଟଜନକ ପରସ୍ଥିତି ସୃଷ୍ଟି କରିଛି । ମଙ୍ଗଳବାର ଇରାନ୍‌ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଇରାନ୍‌ରେ ମୃତ୍ୟୁ ସଂଖ୍ୟା 988 ଛୁଇଁଛି । ଏହି ସମୟ ମଧ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 16169ରେ ପହଞ୍ଚିଥିବା ବେଳେ 5389 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଇରାନ୍‌ରେ ସମୁଦାୟ 1.4 କୋଟି ଲୋକଙ୍କର ସ୍କ୍ରିନିଂ ହୋଇଥିବା ନେଇ ଇରାନ୍‌ ସ୍ବାସ୍ଥ୍ୟମନ୍ତ୍ରୀ ସଇଦ୍‌ ନାମାକି ସୂଚନା ଦେଇଛନ୍ତି । (ଏଜେନ୍ସି)