Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ଘୋଷଣା : 8 ଫେବୃୟାରୀରେ ଭୋଟଗ୍ରହଣ

ନୂଆଦିଲ୍ଲୀ : ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାର ନିର୍ବାଚନ ଗୋଟିଏ ଦିନରେ ଅନୁଷ୍ଠିତ ହେବାକୁ ଯାଉଛି । ଫେବୃୟାରୀ 8 ତାରିଖରେ ଦିଲ୍ଲୀରେ ନିର୍ବାଚନ ଅନୁଷ୍ଠିତ ହେବ ଏବଂ 11 ଜାନୁୟାରୀରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । 14 ଜାନୁୟାରୀରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ । 21 ଜାନୁୟାରୀ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ରହିଛି । 22 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବା ସହିତ ନାମାଙ୍କନ ପ୍ରତ୍ୟାହାର ପାଇଁ 24 ତାରିଖ ଧାର୍ଯ୍ୟ କରାଯାଇଛି । ଦିଲ୍ଲୀରେ ସୁମଦାୟ 1.46 କୋଟି ଭୋଟର ନିଜର ମତ ଅଧିକାର ସାବ୍ୟସ୍ତ କରିବାକୁ ଯାଉଛନ୍ତି । ସମୁଦାୟ 13750 ପୁଲିଙ୍ଗ ବୁଥ୍‌ରେ ଭୋଟ ଗ୍ରହଣ କରାଯିବ ବୋଲି ଜଣାପଡିଛି । ସେହିପରି ଦିଲ୍ଲୀର 2689ଟି ଆସନରେ ଭୋଟ ଗ୍ରହଣ ହେବା ନେଇ ମୁଖ୍ୟ ନିର୍ବାଚନ କମିଶନର ଦୂଚନା ଦେଇଛନ୍ତି । 80 ବର୍ଷରୁ ଅଧିକ ବୟସ୍କ ବରିଷ୍ଠ ନାଗରିକ ପୋଷ୍ଟାଲ ବାଲାଟ ଜରିଆରେ ଭୋଟ ପ୍ରଦାନ କରିବେ । ପାଞ୍ଚଦିନ ପୂର୍ବରୁ ଏନେଇ ଫର୍ମ ଭରିବାକୁ ପଡିବ ବୋଲି ଜଣାପଡିଛି । ନିର୍ବାଚନକୁ ସୂଚାରୁ ଭାବରେ ସମ୍ପାଦନ କରିବା ପାଇଁ 90 ହଜାର କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି । 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଆପ୍‌ର 67 ବିଧାୟକ ରହିଥିବା ବେଳେ ବିଜେପିର 3 ସଦସ୍ୟ ରହିଛନ୍ତି । 2019 ଲୋକସଭା ନିର୍ବାଚନର ସମସ୍ତ ଲୋକସଭା ଆସନରେ ବିଜେପି ବିଜୟୀ ହୋଇଥିଲା ।