Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ଆରଏସ୍‌ଏସ୍‌ କାର୍ଯ୍ୟାଳୟର ଦୁଇ ମୁଖ୍ୟଙ୍କ ସମେତ 4 ଜଣଙ୍କୁ କରୋନା

ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଦୁଇ ମୁଖ୍ୟ କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି । ସଂଘ ପରିବାରର ଦୁଇ ପ୍ରମୁଖ ସହଯୋଗୀ ଡ. ସୁନୀଲ ଆମ୍ବେକର ଏବଂ ଡ. ଯୋଗେନ୍ଦ୍ର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହି ଦୁଇ ଜଣଙ୍କ ବ୍ୟତିତ ଦୁଇ ଜଣ ପାଚକ ମଧ୍ୟ କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି । ଡ. ଆମ୍ବେକରଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ସଂଘର ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟକୁ ସିଲ୍‌ କରାଯାଇ ସାନିଟାଇଜ୍‌ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 22132ରେ ପହଞ୍ଚିଛି । (ଏଜେନ୍ସି)