ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନି ଉପରେ ନିର୍ମିତ ବାୟୋପିକ୍ ଉପରେ ନିର୍ବାଚନ କମିଶନଙ୍କ ରୋକ୍ ଉପରେ କୌଣସି ନିର୍ଦ୍ଦେଶ ଦେବାକୁ ମନା କରିଛନ୍ତି ସୁପ୍ରିମ୍କୋର୍ଟ। ସୂଚନାଯୋଗ୍ୟ ଯେ, ନିର୍ବାଚନ ଶେଷ ନହେବା ପର୍ଯ୍ୟନ୍ତ ଅର୍ଥାତ ମେ ୧୯ ପୂର୍ବରୁ ଏହି ଫିଲ୍ମର ରିଲିଜ୍ ଉପରେ ରୋକ୍ ଲଗାଇଛନ୍ତି ନିର୍ବାଚନ କମିଶନ। ସୁପ୍ରିମ୍କୋର୍ଟ କହିଛନ୍ତି ସୁପ୍ରିମ୍କୋର୍ଟଙ୍କ ଆଦେଶ ଅନୁଯାୟୀ ନିର୍ବାଚନ କମିଶନ ଫିଲ୍ମଟିକୁ ଦେଖି ସାରିବା ପରେ ଏହି ନିଷ୍ପତ୍ତି ନେଇଥିବାରୁ ଏହା ଉପରେ କୌଣସି କଟକଣା ଜାରି କରାଯାଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ ଯେ, ନିର୍ବାଚନ କମିଶନଙ୍କ ଆଦେଶ ବିପକ୍ଷରେ ଫିଲ୍ମର ନିର୍ମାତାମାନେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ମାମଲାର ଶୁଣାଣି କରି ଏହି ଆଦେଶ ଶୁଣାଇଛନ୍ତି।
