Categories
ଆଜିର ଖବର ରାଜ୍ୟ ଖବର

ବରିଷ୍ଠ ଆଇଏଏସ୍‌ ସ୍ତରରେ ଅଦଳବଦଳ : ଅନୁ ଗର୍ଗ ହେଲେ ଜଳ ସମ୍ପଦ ବିଭାଗ ସଚିବ

ଭୁବନେଶ୍ବର : ବରିଷ୍ଠ ଆଇଏଏସ୍‌ ସ୍ତରରେ ଅଦଳ ବଦଳ କରିଛନ୍ତି ରାଜ୍ୟସରକାର। ରାଜ କୁମାର ଶର୍ମା ହେଲେ କୃଷି ଉତ୍ପାଦନ କମିଶନର । ଅନୁ ଗର୍ଗଙ୍କୁ ଜଳ ସମ୍ପଦ ବିଭାଗର ସଚିବ ଦାୟିତ୍ବ ମିଳିଥିବାବେଳେ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତିର ଅତିରିକ୍ତ ଦାୟିତ୍ବ  ମଧ୍ୟ ଦିଆଯାଇଛି । ସେହିପରି ଏମଏସ୍‌ମଏମ୍‌ଇ ସଚିବ ସତ୍ୟବ୍ରତ ସାହୁଙ୍କୁ ଗଣଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ବ ମିଳିଛି । ସୁରେନ୍ଦ୍ର କୁମାରଙ୍କୁ  ଖଣି ଓ ଇସ୍ପାତ ବିଭାଗ ସଚିବ ଦାୟିତ୍ବ ମିଳିଥିବାବେଳେ ଚିତ୍ରା ଅରୁମଗମ ହେଲେ ଶ୍ରମ ଓ ଇଏସ୍‌ଆଇ ବିଭାଗ  ସଚିବ ।