Categories
ଆଞ୍ଚଳିକ

ସାମାଜିକ ଦୂରତ୍ବକୁ ଫୁ’: ଦେବୀ ଇଣ୍ଡେନ୍‌ ଗ୍ୟାସ୍‌ ଏଜେନ୍ସି ସେଣ୍ଟରରେ ନାହିଁ ନଥିବାର ଭିଡ

ରଞ୍ଜିତ୍‌ ପଣ୍ଡା

କୁଜଙ୍ଗ: ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ଲକ୍ ଡାଉନ୍‌ ନିୟମକୁ କଡାକଡି କରାଯାଇଛି। କିନ୍ତୁ ରାଜ୍ୟର କିଛି ଅଞ୍ଚଳରେ ଏହି ଲକ ଡାଉନ୍‌ ନିୟମ ଉଲ୍ଲଂଘନ ହେଉଥିବାର ଦେଖିବାକୁ ମିଳୁଛି। ଆଜି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅର୍ନ୍ତଗତ ଚଟୁଆ ଠାରେ ଥିବା ଦେବୀ ଇଣ୍ଡେନ୍‌ ଗ୍ୟାସ୍ ଏଜେନ୍ସି ସେଣ୍ଟରରେ ନାହିଁ ନ ଥିବା ଭିଡ଼ ପରି ଲକ୍ଷିତ ହୋଇଛି। କରୋନା ସଂକ୍ରମଣ ପାଇଁ ସାମାଜିକ ଦୂରତ୍ବ ଏକମାତ୍ର ଅସ୍ତ୍ର ହୋଇଥିବାବେଳେ ଏଠାରେ ସାମାଜିକ ଦୂରତ୍ବକୁ କେହି ମାନୁନଥିବାର ଦେଖାଯାଇଥିଲା। ସୂଚନାଯୋଗ୍ୟ, ରାଜ୍ୟରେ ଏବେ ସର୍ବମୋଟ ଆକ୍ରାନ୍ତଙ୍କ 82ରେ ପହଞ୍ଚିଛି। ଅପରପକ୍ଷରେ ଏବେ ଆକ୍ରାନ୍ତମାନେ ମୁଖ୍ୟତଃ ଗ୍ରାମ ଅଞ୍ଚଳରୁ ହିଁ ଚିହ୍ନଟ ହୋଇଛନ୍ତି। ନିକଟରେ ଚିହ୍ନଟ ହୋଇଥିବା ପ୍ରାୟ ସମସ୍ତ ଆକ୍ରାନ୍ତମାନେ ପଶ୍ଚିମବଙ୍ଗରୁ ଫେରିଥିବାବେଳେ ସେମାନେ ସମେସ୍ତ ଗ୍ରାମ ଅଞ୍ଚଳରେ ରହୁଥିଲେ। ଏପରି ସମୟରେ ସାମାଜିକ ଦୂରତ୍ବକୁ ଭାଙ୍ଗିବା ଆମ ପାଇଁ ସବୁଠୁ ବଡ ଚିନ୍ତାର ବିଷୟ ପାଲଟିଛି। ଏଥିପାଇଁ ଜିଲ୍ଲାପାଳ ଦୃଷ୍ଟିଦେବା ପାଇଁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।