Categories
ଅପରାଧ ଆଜିର ଖବର ଜାତୀୟ ଖବର

ବାପଘରୁ ଶାଶୁଘରକୁ ଆସୁନଥିଲେ ସ୍ତ୍ରୀ : ରାଗରେ ସ୍ବାମୀ କଲେ ଏପରି କାଣ୍ଡ …

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଦମୋହଠାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସନକୁଇଆ ଗ୍ରାମର ଜଣେ ବ୍ୟକ୍ତି ନିଜ ଶଶୁର ଓ ଶାଳୀଙ୍କୁ ଜୀବନରୁ ମାରି ଦେଇଥିବାର ସୂଚନା ରହିଛି । ଅପରପକ୍ଷରେ ତାଙ୍କ ସ୍ତ୍ରୀଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି। ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ପୋଲିସ୍‌ କହିବାନୁସାରେ ସ୍ତ୍ରୀ ଶଶୁରାଳୟକୁ ନ ଯିବା କାରଣରୁ ଏପରି କ ଘଟଣାଘଟିଛି ।

ମିଳିଥିବା ସୂଚନା ଅନୁସାରେ ସନକୁଇଆ ଗ୍ରାମରେ ରହୁଥିବା ଦ୍ରୌପଦୀ ଅହରଓ୍ବାଲ  ପନ୍ନ ଜିଲ୍ଲାର ସିମରିଆ ଥାନା ନିକଟସ୍ଥ ଏକ ଗ୍ରାମରେ ହୋଇଥିଲା । ବିବାହ ପରେ ବି ଦ୍ରୌପଦୀ ନିଜ ବାପ ଘରେ ହିଁ ରହୁଥିଲେ । ନିଜ ସ୍ତ୍ରୀକୁ ନେବା ପାଇଁ ଦ୍ରୌପଦୀଙ୍କ ସ୍ବାମୀ ବହୁ ବାର ଶଶୁର ଘରକୁ ଆସୁଥିଲେ ମଧ୍ୟ ସେ ତାଙ୍କ ସ୍ବାମୀଙ୍କ ସାଙ୍ଗରେ ଯାଉନଥିଲେ । ଏହି ଘଟଣାକୁ ନେଇ ତାଙ୍କ ଦ୍ରୌପଦୀଙ୍କ ସ୍ବାମୀ ରାଗରେ ଏଭଳି ଏକ କାଣ୍ଡ ଘଟାଇଛନ୍ତି ।

ଦ୍ରୌପଦୀଙ୍କ ସ୍ବାମୀ ବୁଟିଆ ଶଶୁର ଘରକୁ ଆସି ଜିନିଷପତ୍ର ଭଙ୍ଗାରୁଜା କରିବା ସହିତ ଛୁରୀ ଚଳାଇଥିଲେ । ଦ୍ରୌପଦୀକୁ ବଞ୍ଚାଇବା ପାଇଁ ଦ୍ରୌପଦୀଙ୍କ ବାପା ଓ ଭଉଣୀ ଆସିଥିବାବେଳେ ବୁଟିଆ ନିଜ ଉପରୁ ନିୟନ୍ତ୍ରଣ ହରାଇ ତିନିଜଣଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତିନିଜଣଙ୍କୁ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ହସ୍ପିଟାଲରେ ଦ୍ରୌପଦୀଙ୍କ ବାପା ଓ ଭଉଣୀ ସେଠାରେ ଶେଷନିଃଶ୍ବାସ ତ୍ୟାଗ କରିଥିଲେ । ଅପରପକ୍ଷରେ ଗୁରୁତର ଅବସ୍ଥାରେ ଦ୍ରୌପଦୀ ଜିଲ୍ଲା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ବିଳମ୍ବିତ ରାତ୍ରିରେ ଅଭିଯୁକ୍ତ ବୁଟିଆ ଅହରିଓ୍ବାଲଙ୍କୁ ପୋଲିସ୍‌ ଗିରଫ କରିଥିବାର ସୂଚନା ରହିଛି । (ଏଜେନ୍ସି)