Categories
ଆଜିର ଖବର

୬୨ ବର୍ଷରେ ଡିମ୍ପଲ୍‌ କାପାଡ଼ିଆ

ବଲିଉଡ୍‌ ନାୟିକା ଡିମ୍ପଲ୍‌ କପାଡ଼ିଆ ଶନିବାର ୬୨ ବର୍ଷରେ ପାଦ ଥାପିଛନ୍ତି। ୧୯୫୭ ଜୁନ୍‌ ୮ରେ ସେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କୁ ୧୬ ବର୍ଷ ବୟସ ହୋଇଥିବାବେଳେ ରାଜକପୁର ଡିମ୍ପଲଙ୍କୁ ଫିଲ୍ମ ‘ବବି‘ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିବାର ସୁଯୋଗ ଦେଇଥିଲେ। ଡିମ୍ପଲ୍‌ କାପାଡ଼ିଆ ୪ ଦଶକ ଧରି ଲମ୍ବା କ୍ୟାରିଅର୍‌ରେ ପାଖାପାଖି ୭୫ଟି ଫିଲ୍ମରେ ଅଭିନୟ କରିଛନ୍ତି। ଡିମ୍ପଲଙ୍କ ଅଭିନୀତ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି – ଅର୍ଜୁନ୍‌, ଏତବାର୍‌, କାଶ, ରାମଲଖନ, ବିସ୍‌ ସାଲ୍‌ ବାଦ୍‌ ବଣ୍ଟବାରା, ପ୍ରହାର, ଅଜୁବା, ନରସ୍ମିହା, ଗାର୍ଦ୍ଦିଶ୍‌, କ୍ରାନ୍ତିବୀର, ଦିଲ୍‌ ଚାହାତା ହୈ, ଦବଙ୍ଗ୍‌, କକଟେଲ୍‌, ପଟିଆଲା ହାଉସ୍‌, ‘ଫାଇଡିଙ୍ଗ୍‌ ଫନି’, ‘ଦବଙ୍ଗ୍‌ -୩’, ‘ଓ୍ବେଲକମ୍‌ ବ୍ୟାକ୍‌’ ଆଦିରେ ନଜର ଆସିଛନ୍ତି। ସୁପରଷ୍ଟାର ରାଜେଶ ଖାନ୍ନା ଡିମ୍ପଲଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ରାଜେଶଙ୍କ ବୟସ ସେତେବେଳେ ୩୧ ଥିଲା। ସେ ଡିମ୍ପଲଙ୍କଠାରୁ ୧୫ ବର୍ଷ ବୟସ ବଡ଼ଥିଲେ। ତେବେ ଦୁହିଁଙ୍କ ବିବାହ ପରେ ବବି ଫିଲ୍ମ ୧୯୭୩ରେ ପରଦାକୁ ଆସିଥିଲା। ଏହି ଫିଲ୍ମ ବକ୍ସ୍‌ ଅଫିସ୍‌ ରେକର୍ଡ ଭାଙ୍ଗିବାକୁ ସକ୍ଷମ ହୋଇଥିଲା। ରାତାରାତି ଡିମ୍ପଲ ଷ୍ଟାରଡମ୍‌ ହାସଲ କରିଥିଲେ।