Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଯୌତୁକ ଦାବିରେ ବଧୂହତ୍ୟା : ଥାନାରେ ଅଭିଯୋଗ ପରେ ସ୍ବାମୀ ଓ ଶାଶୁ ଗିରଫ

ରଞ୍ଜିତ ପଣ୍ଡା
କୁଜଙ୍ଗ : କୁଜଙ୍ଗରେ ବଧୂହତ୍ୟା ଭଳି ଏକ ଘଟଣା ଘଟିଯାଇଛି । ଅଭୟଚାନ୍ଦପୁର ଥାନା ଅନ୍ତର୍ଗତ ବଗଦିଆ ଗ୍ରାମର ଜନୈକା ମହିଳାଙ୍କୁ ଅଧିକ ଯୌତୁକ ଦାବିରେ ବିଷ ଦେଇ ହତ୍ୟା କରାଯାଇଥିବାର ଅଭିଯୋଗ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଆନନ୍ଦ ମହାରଣା ନାମକ ଜନୈକ ବ୍ୟକ୍ତି ମିନତୀ ସ୍ବାଇଁଙ୍କୁ 6 ବର୍ଷ ତଳେ ଗଡକୁଜଙ୍ଗ ମନ୍ଦିରରେ ବିବାହ କରିଥିଲେ । ବିବାହ ସମୟରେ କନ୍ୟାପକ୍ଷଙ୍କ ତରଫରୁ ସୁନା ଚେନ୍‌, ସୁନା ମୁଦି, କଲର୍‌ ଟିଭି, ଫ୍ରିଜ୍‌ ଦୁଇ ଚକିଆ ଗାଡି ଏବଂ 50 ହଜାର ଟଙ୍କାର ନଗଦ ଅର୍ଥ ପ୍ରଦାନ କରାଯାଇଥିଲା । ତେବେ ବିବାହର କିଛି ଦିନ ପରେ ଯୌତୁକ ନିର୍ଯାତନା ଆରମ୍ଭ ହୋଇଯାଇଥିଲା ।

ଏହି ପ୍ରସଙ୍ଗରେ ଗ୍ରାମର ମୁଖିଆ ମାନଙ୍କୁ ନେଇ ଆପୋଷ ସମାଧାନ ମଧ୍ୟ କରାଯାଇଥିଲା । ଏହାପରେ 12 ତାରିଖ ଦିନ ଝିଅ ବିଷ ପିଇଥିବା ନେଇ କନ୍ୟାପିତାଙ୍କୁ ଖବର ମିଳିଥିଲା । ତାଙ୍କୁ ପ୍ରଥମେ ଅଠରବାଙ୍କୀ ନିଆଯାଇଥିଲା ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜଗତସିଂହପୁର ପଠାଇ ଦିଆଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଏହି ଘଟଣା ପରେ ଝିଅର ପିତା ଥାନାରେ ମାମଲା ରୁଜୁ କରିଥିଲେ । ପୋଲିସ୍‌ ପକ୍ଷରୁ 37/20ରେ ମାମଲା ରୁଜୁ କରାଯାଇ ସ୍ବାମୀ ଓ ଶାଶୂଙ୍କୁ ଗିରଫ କରାଯାଇଥିବା ନେଇ ଥାନାଧିକାରୀ ଯୁଗଳ କିଶୋର ଦାସ ପ୍ରକାଶ କରିଛନ୍ତି ।