Categories
ଆଜିର ଖବର

ଜୁନ୍‌ 30 ପର୍ଯ୍ୟନ୍ତ ଯାତ୍ରୀବାହୀ ଟ୍ରେନ୍‌ ବାତିଲ : ବୁକିଂ ଅର୍ଥ ଫେରସ୍ତ କରିବ ରେଳବାଇ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି। ଜୁନ୍‌ 30 ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ଟ୍ରେନ୍‌କୁ ବାତିଲ୍‌ କରାଯାଇଥିବା ବେଳେ ଯାତ୍ରୀଙ୍କ ଅର୍ଥ ଫେରସ୍ତ କରାଯିବ ବୋଲି ରେଳବାଇ ପକ୍ଷରୁ ଘୋଷଣା କରାଯାଇଛି। ସମସ୍ତ ଟିକେଟ୍‌କୁ ବାତିଲ କରାଯାଇଥିବା ବେଳେ ସଂଶୋଧିତ ନିୟମ ଅନୁଯାୟୀ ଟିକେଟ ବାତିଲ କଲେ ମିଳିବାକୁ ଥିବା ଅର୍ଥରାଶିରେ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଟିକେଟ୍‌ ବାତିଲ କଲେ ଫାଇନ୍‌ ବାବଦକୁ କିଛି ଅର୍ଥ କଟାଯାଉଥିବା ବେଳେ ବର୍ତ୍ତମାନ ଏହା ବିଲକୁଲ କଟାଯିବ ନାହିଁ। ଇ ଟିକେଟ୍‌ର ଅର୍ଥ ସ୍ବୟଂକ୍ରିୟ ଭାବରେ ଆକାଉଣ୍ଟକୁ ଆସିଯିବ ଏବଂ ଟିଡିଆର ଛ ମାସ ମଧ୍ୟରେ ଫାଇଲ୍‌ କରାଯାଇ ପାରିବ। ପୂର୍ବରୁ 3 ଦିନ ମଧ୍ୟରେ ଟିଡିଆର୍‌ ଫାଇଲ୍‌ କରିବାକୁ ପଡୁଥିଲା। (ଏଜେନ୍ସି)