Categories
ଆଜିର ଖବର ଜାତୀୟ ଖବର

ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ: ୯୬ ଲୋକସଭା ଆସନ ପାଇଁ ହେବ ଭୋଟ ଗ୍ରହଣ

ନୂଆଦିଲ୍ଲୀ: ଆଜିଠାରୁ ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି। ଚତୁର୍ଥ ପର୍ଯ୍ୟାୟରେ ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ସଂସଦୀୟ ଆସନ ପାଇଁ ମତଦାନ ହେବ। ଆନ୍ଧ୍ର ପ୍ରଦେଶ ବିଧାନସଭାର ସମସ୍ତ ୧୭୫ ଟି ଆସନ ଏବଂ ଓଡ଼ିଶା ବିଧାନସଭାର ୨୮ ଟି ଆସନରେ ମଧ୍ୟ ଏକ ସଙ୍ଗେ ଭୋଟ୍‌ ଗ୍ରହଣ କରାଯିବ। ଅନ୍ୟପଟେ ଭୋଟରଙ୍କ ଭାଗିଦାରୀ ବୃଦ୍ଧି କରିବାକୁ ତେଲଙ୍ଗାନାର ୧୭ଟି ସଂସଦୀୟ ନିର୍ବାଚନ ମଣ୍ଡଳୀ ଅଧୀନ କେତେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ସମୟ (ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ)କୁ ବଢ଼ାଯାଇଛି।

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ଗରମ ପାଗକୁ ନେଇ ବିଶେଷ ଚିନ୍ତା ନାହିଁ । ପାଣିପାଗ ପୂର୍ବାନୁମାନ ସୂଚାଉଛି ଯେ ନିର୍ବାଚନ ହେବାକୁ ଥିବା ସଂସଦୀୟ ନିର୍ବାଚନ ମଣ୍ଡଳୀରେ ସ୍ୱାଭାବିକରୁ କମ୍ ତାପମାତ୍ରା (±୨ ଡିଗ୍ରି) ଅନୁଭୂତ ହେବାର ସମ୍ଭାବନା ରହିଛି ଏବଂ ମତଦାନ ଦିନ ଏହି ସବୁ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଭଳି ସ୍ଥିତି ରହିବ ନାହିଁ। ତେବେ ଭୋଟରଙ୍କ ସୁବିଧା ପାଇଁ ସମସ୍ତ ମତଦାନ କେନ୍ଦ୍ରରେ ପାଣି, ସାମିୟାନା ଓ ଫ୍ୟାନ୍ ଭଳି ବ୍ୟାପକ ବ୍ୟବସ୍ଥା କରାଯାଇଛି।

୨୦୨୪ ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ସୁଦ୍ଧା ୨୮୩ଟି ସଂସଦୀୟ ନିର୍ବାଚନ ମଣ୍ଡଳୀ ଓ ୨୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ସୁରୁଖୁରୁରେ ଓ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଜୁନ୍ ୪ ତାରିଖରେ ଭୋଟ୍ ଗଣତି ହେବ।

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନର ତଥ୍ୟ :

୧- ୨୦୨୪ ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ୧୩ ମଇ ୨୦୨୪ରେ ୯୬ଟି ସଂସଦୀୟ କ୍ଷେତ୍ର (ସାଧାରଣ-୬୪; ଏସଟି- ୧୨; ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଏସସି-୨୦)ରେ ମତଦାନ ହେବ। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହେବ (ନିର୍ବାଚନ ସମୟ ସଂସଦୀୟ ନିର୍ବାଚନ ମଣ୍ଡଳୀ ଅନୁଯାୟୀ ଭିନ୍ନ ହୋଇପାରେ)।

୨- ୧୩ ମଇରେ ଆନ୍ଧ୍ର ପ୍ରଦେଶ ବିଧାନସଭାର ସମସ୍ତ ୧୭୫ ଟି ଆସନ (ସାଧାରଣ -୧୩୯; ଏସଟି-୭; ଏସସି-୨୯) ଏବଂ ଓଡ଼ିଶା ବିଧାନସଭାର ୨୮ ଟି ଆସନରେ ମଧ୍ୟ ଏକ ସଙ୍ଗେ ଭୋଟ୍‌ ଗ୍ରହଣ କରାଯିବ।

୩- ଲୋକସଭା ନିର୍ବାଚନ ୨୦୨୪ର ଚତୁର୍ଥ ପର୍ଯ୍ୟାୟରେ ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ୧୭୧୭ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି । ଚତୁର୍ଥ ପର୍ଯ୍ୟାୟ ପାଇଁ ଗୋଟିଏ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ହାରାହାରି ସଂଖ୍ୟା ହେଉଛି ୧୮।

୪- ମତଦାନ ଓ ସୁରକ୍ଷା ଅଧିକାରୀଙ୍କୁ ନେବା ପାଇଁ ୩ଟି ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟରେ ୧୨୨ ଥର ବିମାନ ଉଡ଼ାଣ କରାଯାଇଛି (ଆନ୍ଧ୍ରପ୍ରଦେଶ-୨, ଝାଡ଼ଖଣ୍ଡ-୧୦୮; ଓଡ଼ିଶା-୧୨)।

୫- ୧.୯୨ ଲକ୍ଷ ମତଦାନ କେନ୍ଦ୍ରରେ ୧୭.୭ କୋଟିରୁ ଅଧିକ ମତଦାତାଙ୍କୁ ସ୍ୱାଗତ କରିବେ ୧୯ ଲକ୍ଷରୁ ଅଧିକ ମତଦାନ ଅଧିକାରୀ।

୬- ୮.୯୭ କୋଟି ପୁରୁଷ ଓ ୮.୭୩ କୋଟି ମହିଳା ଭୋଟରଙ୍କ ସମେତ ମୋଟ୍‌ ସମେତ ୧୭.୭୦ କୋଟିରୁ ଅଧିକ ଭୋଟର୍‌ ମତାଧିକାର ସାବ୍ୟସ୍ତ କରିବେ।

୭- ଚତୁର୍ଥ ପର୍ଯ୍ୟାୟ ପାଇଁ ୮୫ ବର୍ଷରୁ ଅଧିକ ବୟସ୍କ ୧୨.୪୯ ଲକ୍ଷ ଏବଂ ୧୯.୯୯ ଲକ୍ଷ ଭିନ୍ନକ୍ଷମ ପଞ୍ଜୀକୃତ ଭୋଟର ଅଛନ୍ତି ଯେଉଁମାନଙ୍କୁ ସେମାନଙ୍କ ଘରେ ବସି ଭୋଟ୍ ଦେବାର ବିକଳ୍ପ ପ୍ରଦାନ କରାଯାଇଛି। ବିକଳ୍ପ ହୋମ୍ ଭୋଟିଂ ସୁବିଧାକୁ ପୂର୍ବରୁ ବହୁତ ପ୍ରଶଂସା ଏବଂ ପ୍ରତିକ୍ରିୟା ମିଳୁଛି।

୮- ୨୦୨୪ ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ୩୬୪ ଜଣ ପର୍ଯ୍ୟବେକ୍ଷକ (୧୨୬ ଜଣ ସାଧାରଣ ପର୍ଯ୍ୟବେକ୍ଷକ, ୭୦ ଜଣ ପୁଲିସ ପର୍ଯ୍ୟବେକ୍ଷକ, ୧୬୮ ଜଣ ବ୍ୟୟ ପର୍ଯ୍ୟବେକ୍ଷକ) ନିର୍ବାଚନର କିଛି ଦିନ ପୂର୍ବରୁ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ପହଞ୍ଚି ସାରିଛନ୍ତି। ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବା ପାଇଁ ସେମାନେ କମିଶନଙ୍କ ଆଖି ଓ କାନ ଭାବରେ କାର୍ଯ୍ୟ କରୁଛନ୍ତି। ଏଥିସହିତ କେତେକ ରାଜ୍ୟରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକଙ୍କୁ ମୁତୟନ କରାଯାଇଛି।

୯- ଭୋଟରଙ୍କୁ ଯେକୌଣସି ପ୍ରକାର ପ୍ରଲୋଭନକୁ କଡ଼ାକଡ଼ି ଓ ସକ୍ରିୟ ଭାବେ ମୁକାବିଲା କରିବା ପାଇଁ ମୋଟ ୪୬୬୧ଟି ଫ୍ଲାଇଂ ସ୍କ୍ୱାଡ୍, ୪୪୩୮ଟି ଷ୍ଟାଟିକ୍ ସର୍ଭିଲାନ୍ସ ଟିମ୍, ୧୭୧୦ଟି ଭିଡିଓ ସର୍ଭିଲାନ୍ସ ଟିମ୍ ଓ ୯୩୪ଟି ଭିଡିଓ ଭ୍ୟୁଭିଙ୍ଗ୍ ଟିମ୍ ୨୪ ଘଣ୍ଟିଆ ନଜର ରଖିଛନ୍ତି।

୧୦- ୧୦୧୬ଟି ଆନ୍ତଃରାଜ୍ୟ ଓ ୧୨୧ଟି ଅନ୍ତର୍ଜାତୀୟ ସୀମା ଚେକ୍ ପୋଷ୍ଟ ମଦ, ନିଶାଦ୍ରବ୍ୟ, ନଗଦ ଟଙ୍କା ଓ ମାଗଣା ସାମଗ୍ରୀର ବେଆଇନ ପ୍ରବାହ ଉପରେ କଡ଼ା ନଜର ରଖିଛନ୍ତି। ସମୁଦ୍ର ଓ ଆକାଶମାର୍ଗରେ କଡ଼ା ନଜର ରଖାଯାଇଛି।

୧୧- ବୟସ୍କ ଓ ଭିନ୍ନକ୍ଷମଙ୍କ ସମେତ ପ୍ରତ୍ୟେକ ଭୋଟର ଯେପରି ସହଜରେ ମତଦାନ କରିପାରିବେ ସେଥିପାଇଁ ପାଣି, ସାମିୟାନା, ଶୌଚାଳୟ, ରାମ୍ପ, ସ୍ୱେଚ୍ଛାସେବୀ, ହ୍ୱିଲଚେୟାର ଓ ବିଜୁଳି ଭଳି ସର୍ବନିମ୍ନ ସୁବିଧା ରହିଛି ।

୧୨- ସମସ୍ତ ପଞ୍ଜୀକୃତ ଭୋଟରଙ୍କୁ ଭୋଟର ସୂଚନା ସ୍ଲିପ ବଣ୍ଟନ କରାଯାଇଛି। ଏହି ସ୍ଲିପ୍ ଗୁଡ଼ିକ ଏକ ସୁବିଧା ପଦକ୍ଷେପ ଏବଂ ନିର୍ବାଚନ ଆୟୋଗଙ୍କ ନିମନ୍ତ୍ରଣ ଭାବରେ ମଧ୍ୟ କାର୍ଯ୍ୟ କରିବା ସହିତ ଭୋଟ୍ ଦେବାକୁ ମଧ୍ୟ ସୁବିଧାଜନକ କରିବ।

୧୩- ଏହି ଲିଙ୍କ୍ ଜରିଆରେ ଭୋଟରମାନେ ସେମାନଙ୍କ ମତଦାନ କେନ୍ଦ୍ର ର ବିବରଣୀ ଏବଂ ମତଦାନ ତାରିଖ ଯାଞ୍ଚ କରିପାରିବେ https://electoralsearch.eci.gov.in/

୧୪- ମତଦାନ କେନ୍ଦ୍ରରେ ପରିଚୟ ଯାଞ୍ଚ ପାଇଁ ଆୟୋଗ ଭୋଟର ପରିଚୟ ପତ୍ର (ଇପିଆଇସି) ବ୍ୟତୀତ ଅନ୍ୟ ୧୨ଟି ବିକଳ୍ପ କାଗଜପତ୍ର ପ୍ରଦାନ କରିଛନ୍ତି। ଯଦି କୌଣସି ଭୋଟର ଭୋଟର ତାଲିକାରେ ପଞ୍ଜୀକୃତ ହୁଅନ୍ତି, ତେବେ ସେଥିମଧ୍ୟରୁ ଯେକୌଣସି କାଗଜପତ୍ର ଦେଖାଇ ମତଦାନ କରାଯାଇପାରିବ। ବିକଳ୍ପ ପରିଚୟ ଦସ୍ତାବିଜ ପାଇଁ ଇସିଆଇ ଆଦେଶର ଲିଙ୍କ୍ ହେଉଛି : https://www.eci.gov.in/eci-backend/public/api/download?url=LMAhAK6sOPBp%2FNFF0iRfXbEB1EVSLT41NNLRjYNJJP1KivrUxbfqkDatmHy12e%2FzBiU51zPFZI5qMtjV1qgjFsi8N4zYcCRaQ2199MM81QYarA39BJWGAJqpL2w0Jta9CSv%2B1yJkuMeCkTzY9fhBvw%3D%3D

୧୫- ଲୋକସଭା ୨୦୧୯ ସାଧାରଣ ନିର୍ବାଚନରେ ଭୋଟର ମତଦାନ ର ତଥ୍ୟ ନିମ୍ନଲିଖିତ ଲିଙ୍କରେ ଉପଲବ୍ଧ ଅଛି : https://old.eci.gov.in/files/file/13579-13-pc-wise-voters-turn-out/

୧୬- ତୃତୀୟ ପର୍ଯ୍ୟାୟ ଠାରୁ ଭୋଟର ଟର୍ନଆଉଟ୍ ଆପ୍ କୁ ଅପଡେଟ୍ କରାଯାଇଛି, ଯେଉଁଥିରେ ପ୍ରତ୍ୟେକ ପର୍ଯ୍ୟାୟ ପାଇଁ ସାମଗ୍ରିକ ଆନୁମାନିକ ମତଦାନ ହାରକୁ ଲାଇଭ୍ ପ୍ରଦର୍ଶନ କରିବାର ଏକ ନୂତନ ବୈଶିଷ୍ଟ୍ୟ ରହିଛି। ସୂଚନାଯୋଗ୍ୟ, ମତଦାନ ଦିନ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟାରେ ଥରେ ଭୋଟର୍ ଟର୍ନଆଉଟ୍ ଆପ୍ରେ ପର୍ଯ୍ୟାୟ/ରାଜ୍ୟ/ବିଧାନସଭା ନିର୍ବାଚନ ମଣ୍ଡଳୀ/ସଂସଦୀୟ ନିର୍ବାଚନ ମଣ୍ଡଳୀ ଭିତ୍ତିରେ ଆନୁମାନିକ ମତଦାନ ହାର ତଥ୍ୟ ଉପଲବ୍ଧ ହୋଇଥାଏ ଏବଂ ନିର୍ବାଚନ ଦଳ ପହଞ୍ଚିବା ପରେ ଏହାକୁ କ୍ରମାଗତ ଭାବେ ଅପଡେଟ୍ କରାଯାଏ।

Categories
ଆଜିର ଖବର ଜାତୀୟ ଖବର

ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ମତଦାନ: ଶେଷ ହେଲା ସମସ୍ତ ପ୍ରସ୍ତୁତି

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି। ଚତୁର୍ଥ ପର୍ଯ୍ୟାୟରେ ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ସଂସଦୀୟ ଆସନ ପାଇଁ ମତଦାନ ହେବ। ଆନ୍ଧ୍ର ପ୍ରଦେଶ ବିଧାନସଭାର ସମସ୍ତ ୧୭୫ ଟି ଆସନ ଏବଂ ଓଡ଼ିଶା ବିଧାନସଭାର ୨୮ ଟି ଆସନରେ ମଧ୍ୟ ଏକ ସଙ୍ଗେ ଭୋଟ୍‌ ଗ୍ରହଣ କରାଯିବ। ଅନ୍ୟପଟେ ଭୋଟରଙ୍କ ଭାଗିଦାରୀ ବୃଦ୍ଧି କରିବାକୁ ତେଲଙ୍ଗାନାର ୧୭ଟି ସଂସଦୀୟ ନିର୍ବାଚନ ମଣ୍ଡଳୀ ଅଧୀନ କେତେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ସମୟ (ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ)କୁ ବଢ଼ାଯାଇଛି।

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ଗରମ ପାଗକୁ ନେଇ ବିଶେଷ ଚିନ୍ତା ନାହିଁ। ପାଣିପାଗ ପୂର୍ବାନୁମାନ ସୂଚାଉଛି ଯେ ନିର୍ବାଚନ ହେବାକୁ ଥିବା ସଂସଦୀୟ ନିର୍ବାଚନ ମଣ୍ଡଳୀରେ ସ୍ୱାଭାବିକରୁ କମ୍ ତାପମାତ୍ରା (±୨ ଡିଗ୍ରି) ଅନୁଭୂତ ହେବାର ସମ୍ଭାବନା ରହିଛି ଏବଂ ମତଦାନ ଦିନ ଏହି ସବୁ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଭଳି ସ୍ଥିତି ରହିବ ନାହିଁ। ତେବେ ଭୋଟରଙ୍କ ସୁବିଧା ପାଇଁ ସମସ୍ତ ମତଦାନ କେନ୍ଦ୍ରରେ ପାଣି, ସାମିୟାନା ଓ ଫ୍ୟାନ୍ ଭଳି ବ୍ୟାପକ ବ୍ୟବସ୍ଥା କରାଯାଇଛି।

୨୦୨୪ ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ସୁଦ୍ଧା ୨୮୩ଟି ସଂସଦୀୟ ନିର୍ବାଚନ ମଣ୍ଡଳୀ ଓ ୨୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ସୁରୁଖୁରୁରେ ଓ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଜୁନ୍ ୪ ତାରିଖରେ ଭୋଟ୍ ଗଣତି ହେବ।

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନର ତଥ୍ୟ:

୨୦୨୪ ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ୧୩ ମଇ ୨୦୨୪ରେ ୯୬ଟି ସଂସଦୀୟ କ୍ଷେତ୍ର (ସାଧାରଣ-୬୪; ଏସଟି- ୧୨; ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଏସସି-୨୦)ରେ ମତଦାନ ହେବ। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହେବ (ନିର୍ବାଚନ ସମୟ ସଂସଦୀୟ ନିର୍ବାଚନ ମଣ୍ଡଳୀ ଅନୁଯାୟୀ ଭିନ୍ନ ହୋଇପାରେ)।

୧୩ ମଇରେ ଆନ୍ଧ୍ର ପ୍ରଦେଶ ବିଧାନସଭାର ସମସ୍ତ ୧୭୫ ଟି ଆସନ (ସାଧାରଣ -୧୩୯; ଏସଟି-୭; ଏସସି-୨୯) ଏବଂ ଓଡ଼ିଶା ବିଧାନସଭାର ୨୮ ଟି ଆସନରେ ମଧ୍ୟ ଏକ ସଙ୍ଗେ ଭୋଟ୍‌ ଗ୍ରହଣ କରାଯିବ।

ଲୋକସଭା ନିର୍ବାଚନ ୨୦୨୪ର ଚତୁର୍ଥ ପର୍ଯ୍ୟାୟରେ ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ୧୭୧୭ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ଚତୁର୍ଥ ପର୍ଯ୍ୟାୟ ପାଇଁ ଗୋଟିଏ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ହାରାହାରି ସଂଖ୍ୟା ହେଉଛି ୧୮।

ମତଦାନ ଓ ସୁରକ୍ଷା ଅଧିକାରୀଙ୍କୁ ନେବା ପାଇଁ ୩ଟି ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟରେ ୧୨୨ ଥର ବିମାନ ଉଡ଼ାଣ କରାଯାଇଛି (ଆନ୍ଧ୍ରପ୍ରଦେଶ-୨, ଝାଡ଼ଖଣ୍ଡ-୧୦୮; ଓଡ଼ିଶା-୧୨)।

୧.୯୨ ଲକ୍ଷ ମତଦାନ କେନ୍ଦ୍ରରେ ୧୭.୭ କୋଟିରୁ ଅଧିକ ମତଦାତାଙ୍କୁ ସ୍ୱାଗତ କରିବେ ୧୯ ଲକ୍ଷରୁ ଅଧିକ ମତଦାନ ଅଧିକାରୀ।

୮.୯୭ କୋଟି ପୁରୁଷ ଓ ୮.୭୩ କୋଟି ମହିଳା ଭୋଟରଙ୍କ ସମେତ ମୋଟ୍‌ ସମେତ ୧୭.୭୦ କୋଟିରୁ ଅଧିକ ଭୋଟର୍‌ ମତାଧିକାର ସାବ୍ୟସ୍ତ କରିବେ।

ଚତୁର୍ଥ ପର୍ଯ୍ୟାୟ ପାଇଁ ୮୫ ବର୍ଷରୁ ଅଧିକ ବୟସ୍କ ୧୨.୪୯ ଲକ୍ଷ ଏବଂ ୧୯.୯୯ ଲକ୍ଷ ଭିନ୍ନକ୍ଷମ ପଞ୍ଜୀକୃତ ଭୋଟର ଅଛନ୍ତି ଯେଉଁମାନଙ୍କୁ ସେମାନଙ୍କ ଘରେ ବସି ଭୋଟ୍ ଦେବାର ବିକଳ୍ପ ପ୍ରଦାନ କରାଯାଇଛି। ବିକଳ୍ପ ହୋମ୍ ଭୋଟିଂ ସୁବିଧାକୁ ପୂର୍ବରୁ ବହୁତ ପ୍ରଶଂସା ଏବଂ ପ୍ରତିକ୍ରିୟା ମିଳୁଛି।

୨୦୨୪ ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ୩୬୪ ଜଣ ପର୍ଯ୍ୟବେକ୍ଷକ (୧୨୬ ଜଣ ସାଧାରଣ ପର୍ଯ୍ୟବେକ୍ଷକ, ୭୦ ଜଣ ପୁଲିସ ପର୍ଯ୍ୟବେକ୍ଷକ, ୧୬୮ ଜଣ ବ୍ୟୟ ପର୍ଯ୍ୟବେକ୍ଷକ) ନିର୍ବାଚନର କିଛି ଦିନ ପୂର୍ବରୁ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ପହଞ୍ଚି ସାରିଛନ୍ତି। ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବା ପାଇଁ ସେମାନେ କମିଶନଙ୍କ ଆଖି ଓ କାନ ଭାବରେ କାର୍ଯ୍ୟ କରୁଛନ୍ତି। ଏଥିସହିତ କେତେକ ରାଜ୍ୟରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକଙ୍କୁ ମୁତୟନ କରାଯାଇଛି।

ଭୋଟରଙ୍କୁ ଯେକୌଣସି ପ୍ରକାର ପ୍ରଲୋଭନକୁ କଡ଼ାକଡ଼ି ଓ ସକ୍ରିୟ ଭାବେ ମୁକାବିଲା କରିବା ପାଇଁ ମୋଟ ୪୬୬୧ଟି ଫ୍ଲାଇଂ ସ୍କ୍ୱାଡ୍, ୪୪୩୮ଟି ଷ୍ଟାଟିକ୍ ସର୍ଭିଲାନ୍ସ ଟିମ୍, ୧୭୧୦ଟି ଭିଡିଓ ସର୍ଭିଲାନ୍ସ ଟିମ୍ ଓ ୯୩୪ଟି ଭିଡିଓ ଭ୍ୟୁଭିଙ୍ଗ୍ ଟିମ୍ ୨୪ ଘଣ୍ଟିଆ ନଜର ରଖିଛନ୍ତି।

୧୦୧୬ଟି ଆନ୍ତଃରାଜ୍ୟ ଓ ୧୨୧ଟି ଅନ୍ତର୍ଜାତୀୟ ସୀମା ଚେକ୍ ପୋଷ୍ଟ ମଦ, ନିଶାଦ୍ରବ୍ୟ, ନଗଦ ଟଙ୍କା ଓ ମାଗଣା ସାମଗ୍ରୀର ବେଆଇନ ପ୍ରବାହ ଉପରେ କଡ଼ା ନଜର ରଖିଛନ୍ତି। ସମୁଦ୍ର ଓ ଆକାଶମାର୍ଗରେ କଡ଼ା ନଜର ରଖାଯାଇଛି।

ବୟସ୍କ ଓ ଭିନ୍ନକ୍ଷମଙ୍କ ସମେତ ପ୍ରତ୍ୟେକ ଭୋଟର ଯେପରି ସହଜରେ ମତଦାନ କରିପାରିବେ ସେଥିପାଇଁ ପାଣି, ସାମିୟାନା, ଶୌଚାଳୟ, ରାମ୍ପ, ସ୍ୱେଚ୍ଛାସେବୀ, ହ୍ୱିଲଚେୟାର ଓ ବିଜୁଳି ଭଳି ସର୍ବନିମ୍ନ ସୁବିଧା ରହିଛି।

ସମସ୍ତ ପଞ୍ଜୀକୃତ ଭୋଟରଙ୍କୁ ଭୋଟର ସୂଚନା ସ୍ଲିପ ବଣ୍ଟନ କରାଯାଇଛି। ଏହି ସ୍ଲିପ୍ ଗୁଡ଼ିକ ଏକ ସୁବିଧା ପଦକ୍ଷେପ ଏବଂ ନିର୍ବାଚନ ଆୟୋଗଙ୍କ ନିମନ୍ତ୍ରଣ ଭାବରେ ମଧ୍ୟ କାର୍ଯ୍ୟ କରିବା ସହିତ ଭୋଟ୍ ଦେବାକୁ ମଧ୍ୟ ସୁବିଧାଜନକ କରିବ।

ଏହି ଲିଙ୍କ୍ ଜରିଆରେ ଭୋଟରମାନେ ସେମାନଙ୍କ ମତଦାନ କେନ୍ଦ୍ର ର ବିବରଣୀ ଏବଂ ମତଦାନ ତାରିଖ ଯାଞ୍ଚ କରିପାରିବେ https://electoralsearch.eci.gov.in/

ମତଦାନ କେନ୍ଦ୍ରରେ ପରିଚୟ ଯାଞ୍ଚ ପାଇଁ ଆୟୋଗ ଭୋଟର ପରିଚୟ ପତ୍ର (ଇପିଆଇସି) ବ୍ୟତୀତ ଅନ୍ୟ ୧୨ଟି ବିକଳ୍ପ କାଗଜପତ୍ର ପ୍ରଦାନ କରିଛନ୍ତି। ଯଦି କୌଣସି ଭୋଟର ଭୋଟର ତାଲିକାରେ ପଞ୍ଜୀକୃତ ହୁଅନ୍ତି, ତେବେ ସେଥିମଧ୍ୟରୁ ଯେକୌଣସି କାଗଜପତ୍ର ଦେଖାଇ ମତଦାନ କରାଯାଇପାରିବ। ବିକଳ୍ପ ପରିଚୟ ଦସ୍ତାବିଜ ପାଇଁ ଇସିଆଇ ଆଦେଶର ଲିଙ୍କ୍ ହେଉଛି: https://www.eci.gov.in/eci-backend/public/api/download?url=LMAhAK6sOPBp%2FNFF0iRfXbEB1EVSLT41NNLRjYNJJP1KivrUxbfqkDatmHy12e%2FzBiU51zPFZI5qMtjV1qgjFsi8N4zYcCRaQ2199MM81QYarA39BJWGAJqpL2w0Jta9CSv%2B1yJkuMeCkTzY9fhBvw%3D%3D

ଲୋକସଭା ୨୦୧୯ ସାଧାରଣ ନିର୍ବାଚନରେ ଭୋଟର ମତଦାନ ର ତଥ୍ୟ ନିମ୍ନଲିଖିତ ଲିଙ୍କରେ ଉପଲବ୍ଧ ଅଛି : https://old.eci.gov.in/files/file/13579-13-pc-wise-voters-turn-out/

ତୃତୀୟ ପର୍ଯ୍ୟାୟ ଠାରୁ ଭୋଟର ଟର୍ନଆଉଟ୍ ଆପ୍ କୁ ଅପଡେଟ୍ କରାଯାଇଛି, ଯେଉଁଥିରେ ପ୍ରତ୍ୟେକ ପର୍ଯ୍ୟାୟ ପାଇଁ ସାମଗ୍ରିକ ଆନୁମାନିକ ମତଦାନ ହାରକୁ ଲାଇଭ୍ ପ୍ରଦର୍ଶନ କରିବାର ଏକ ନୂତନ ବୈଶିଷ୍ଟ୍ୟ ରହିଛି। ସୂଚନାଯୋଗ୍ୟ, ମତଦାନ ଦିନ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟାରେ ଥରେ ଭୋଟର୍ ଟର୍ନଆଉଟ୍ ଆପ୍ରେ ପର୍ଯ୍ୟାୟ/ରାଜ୍ୟ/ବିଧାନସଭା ନିର୍ବାଚନ ମଣ୍ଡଳୀ/ସଂସଦୀୟ ନିର୍ବାଚନ ମଣ୍ଡଳୀ ଭିତ୍ତିରେ ଆନୁମାନିକ ମତଦାନ ହାର ତଥ୍ୟ ଉପଲବ୍ଧ ହୋଇଥାଏ ଏବଂ ନିର୍ବାଚନ ଦଳ ପହଞ୍ଚିବା ପରେ ଏହାକୁ କ୍ରମାଗତ ଭାବେ ଅପଡେଟ୍ କରାଯାଏ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୧୪ ରେ ଓଡ଼ିଶା ଆସିବେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା

ଭୁବନେଶ୍ୱର: ଚଳିତ ଲୋକସଭା ନିର୍ବାଚନକୁ ଦ୍ରୁଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳଗୁଡିକ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିଛନ୍ତି। ଓଡିଶାରେ ଉଭୟ ଲୋକସଭା ଆଉ ବିଧାନସଭା ନିର୍ବାଚନ ପାଇଁ ଦୁଇ ଜାତୀୟ ଦଳ ବିଜେପି ଆଉ କଂଗ୍ରେସ ପ୍ରଚାରକୁ ଓହ୍ଲାଇଥିବା ବେଳେ ଶାସକ ବିଜେଡ଼ି ଦଳ ମଧ୍ୟ ପୁଣିଥରେ ବାଜିମାତ କରିବା ପାଇଁ ଅଣ୍ଟା ଭିଡିଛି।

ତେବେ ବିଜେପି ଏଥର ସମସ୍ତ ଶକ୍ତି ଲଗାଇ ଓଡିଶାରେ ଡବଲ ଇଞ୍ଜିନ ସରକାର ଗଠନ କରିବ ବୋଲି ଦାବି କରିଛି। ତେଣୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ବିଜେପି ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ବହୁ କେନ୍ଦ୍ରମନ୍ତ୍ରୀଗଣ ବାରମ୍ବାର ଓଡିଶା ଗସ୍ତ କରି ବିଜେପି ପାଇଁ ଭୋଟ ମାଗୁଛନ୍ତି।

ଏହିପ୍ରରିପ୍ରେକ୍ଷୀରେ ନିର୍ବାଚନ ପ୍ରଚାରକୁ ଶାଣିତ କରିବା ପାଇଁ ଆସନ୍ତା ୧୪ ତାରିଖ ଦିନ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଓଡ଼ିଶା ଆସୁଛନ୍ତି। ଶ୍ରୀ ଶର୍ମା ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ସିଧା ଅପରାହ୍ଣ ୨ଟା ୩୦ରେ ସ୍ୱସ୍ତି ପ୍ରିମିୟମ ହୋଟେଲରେ ଅନୁଷ୍ଠିତ “ବିଶେଷ ସମ୍ପର୍କ ଅଭିଯାନ”ରେ ଯୋଗ ଦେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

୨୦୨୪ ସାଧାରଣ ନିର୍ବାଚନ: ତୃତୀୟ ପର୍ଯ୍ୟାୟରେ ହେଲା ୬୫.୬୮% ମତଦାନ

ନୂଆଦିଲ୍ଲୀ: ୭ ଏବଂ ୮ ମଇ ୨୦୨୪ରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ଗଣମାଧ୍ୟମ ବିବୃତ୍ତିକୁ ବଜାୟ ରଖି ଚଳିତ ସାଧାରଣ ନିର୍ବାଚନ ୨୦୨୪ର ତୃତୀୟ ପର୍ଯ୍ୟାୟରେ ୯୩ଟି ସଂସଦୀୟ କ୍ଷେତ୍ରରେ ୬୫.୬୮% ମତଦାନ ରେକର୍ଡ କରାଯାଇଛି। ତୃତୀୟ ପର୍ଯ୍ୟାୟ ପାଇଁ ଲିଙ୍ଗଭିତ୍ତିକ ମତଦାନ ସଂଖ୍ୟା ନିମ୍ନରେ ଦିଆଯାଇଛି:

ପର୍ଯ୍ୟାୟ- ପୁରୁଷ ମତଦାନ ହାର- ମହିଳାଙ୍କ ମତଦାନ ହାର- ତୃତୀୟ ଲିଙ୍ଗୀ ମତଦାନ ହାର- ସାମଗ୍ରିକ ମତଦାନ ହାର

ତୃତୀୟ ପର୍ଯ୍ୟାୟ- ୬୬.୮୯%- ୬୪.୪୧%- ୨୫.୨% – ୬୫.୬୮%

ସୂଚନାଯୋଗ୍ୟ, ତୃତୀୟ ପର୍ଯ୍ୟାୟରେ ବିହାରର ୨ଟି ଓ ମଧ୍ୟପ୍ରଦେଶର ୪ଟି ମତଦାନ କେନ୍ଦ୍ରରେ ପୁନଃମତଦାନ ଶେଷ ହୋଇଛି। ଭୋଟର୍ ଟର୍ଣ୍ଣାଆଉଟ୍ ଆପ୍ରେ ସଂସଦୀୟ କ୍ଷେତ୍ର ଓ ବିଧାନସଭା ନିର୍ବାଚନ ମଣ୍ଡଳୀ ଭିତ୍ତିରେ ତଥ୍ୟ ମଧ୍ୟ ଉପଲବ୍ଧ ରହିଛି। ଗୋଟିଏ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ମତଦାନ କେନ୍ଦ୍ର ପାଇଁ ଫର୍ମ ୧୭ସିର ନକଲ ମଧ୍ୟ ପ୍ରାର୍ଥୀଙ୍କୁ ସେମାନଙ୍କ ପୋଲିଂ ଏଜେଣ୍ଟଙ୍କ ମାଧ୍ୟମରେ ପ୍ରଦାନ କରାଯାଏ। ଫର୍ମ ୧୭ ସିର ବାସ୍ତବ ତଥ୍ୟ ବଳବତ୍ତର ରହିବ ଯାହା ପୂର୍ବରୁ ପ୍ରାର୍ଥୀମାନଙ୍କୁ ପ୍ରଦାନ କରାଯାଇଛି।

ପୋଷ୍ଟାଲ ବାଲଟ୍ ଗଣତି ଏବଂ ମୋଟ ଭୋଟ୍ ଗଣତିରେ ଏହାକୁ ଯୋଡ଼ିବା ସହିତ ଚୂଡ଼ାନ୍ତ ମତଦାନ କେବଳ ଗଣତି ପରେ ଉପଲବ୍ଧ ହେବ। ପୋଷ୍ଟାଲ ବାଲଟ୍ ରେ ସର୍ଭିସ ଭୋଟର, ଅନୁପସ୍ଥିତ ଭୋଟର (୮୫+ ବର୍ଷରୁ ଅଧିକ, ଭିନ୍ନକ୍ଷମ, ଅତ୍ୟାବଶ୍ୟକ ସେବା ଇତ୍ୟାଦି) ଏବଂ ନିର୍ବାଚନ ଡ୍ୟୁଟିରେ ଥିବା ଭୋଟରଙ୍କୁ ଦିଆଯାଇଥିବା ପୋଷ୍ଟାଲ ବାଲଟ୍ ଅନ୍ତର୍ଭୁକ୍ତ । ବୈଧାନିକ ବ୍ୟବସ୍ଥା ଅନୁଯାୟୀ ଦୈନିକ ପ୍ରାପ୍ତ ପୋଷ୍ଟାଲ ବାଲାଟ୍ ର ହିସାବ ସମସ୍ତ ପ୍ରାର୍ଥୀଙ୍କୁ ପ୍ରଦାନ କରାଯାଏ।

Categories
ଆଜିର ଖବର ଜାତୀୟ ଖବର

ଲୋକସଭା ନିର୍ବାଚନ ମଧ୍ୟରେ ଅଖିଳେଶ ଯାଦବଙ୍କୁ ଝଟକା!: ଇସ୍ତଫା ଦେଲେ ପୂର୍ବତନ ଏସପି ବିଧାୟକ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ମଧ୍ୟରେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବଙ୍କୁ ଏକ ବଡ଼ ଝଟକା ଲାଗିଛି। ଜୌନପୁରର ପୂର୍ବତନ ଏସପି ବିଧାୟକ ତଥା ବରିଷ୍ଠ ନେତା ଓମ୍ ପ୍ରକାଶ ଦୁବେ (ବାବା ଦୁବେ) ଦଳ ଛାଡିଛନ୍ତି। କୁହାଯାଉଛି ଯେ, ଜୌନପୁର ଲୋକସଭା ଆସନରୁ ବାବୁ ସିଂ କୁଶୱାଙ୍କୁ ଟିକେଟ୍ ଦିଆଯିବା ଉପରେ ବାବା ଦୁବେ ଅସନ୍ତୁଷ୍ଟ ଥିଲେ। ତାଙ୍କ ଇସ୍ତଫା ହେତୁ ନିର୍ବାଚନରେ ​​ସମାଜବାଦୀ ପାର୍ଟିକୁ କ୍ଷତି ହୋଇପାରେ।

ଓମ୍ ପ୍ରକାଶ ଦୁବେ ଜୌନପୁରର ବଦଲାପୁର ଆସନରୁ ବିଧାୟକ ରହିଛନ୍ତି। ସେ ତାଙ୍କ ଇସ୍ତଫା ଏସପି ସଭାପତି ଅଖିଳେଶ ଯାଦବଙ୍କ ନିକଟକୁ ପଠାଇଛନ୍ତି। ଯେଉଁଥିରେ ସେ ଖୋଲାଖୋଲି ଭାବେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଇସ୍ତଫା ପରେ ବାବା ଦୁବେଙ୍କ ଚିଠି ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ବାବା ଦୁବେ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, “ମୋର ବ୍ୟକ୍ତିଗତ ତଥା ରାଜନୈତିକ ନୀତିର ବିପରୀତ, ମୁଁ ଅତୀତରେ କିମ୍ବା ଉପରୋକ୍ତ ପୃଷ୍ଠଭୂମି ଏବଂ ଆଚରଣ ସହିତ କୌଣସି ବ୍ୟକ୍ତିଙ୍କୁ ସମର୍ଥନ କିମ୍ବା ପ୍ରୋତ୍ସାହିତ କରିବାକୁ ଗ୍ରହଣ କରି ନାହିଁ। ବର୍ତ୍ତମାନ ସୁଦ୍ଧା ମୁଁ ଏହା କରିବାକୁ ଗ୍ରହଣ କରିବି ନାହିଁ। ତେଣୁ ମୁଁ ଏସପି ର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଉଛି।”

ବାବା ଦୁବେ ୨୦୦୯ ମସିହାରେ ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲେ। ସେ ଏକ ସମୟରେ ବହୁଜନ ସମାଜବାଦୀ ପାର୍ଟିରୁ ବିଦାୟ ନେଇଥିଲେ, ଯେତେବେଳେ ବିଏସପି ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ସହିତ ରାଜ୍ୟରେ କ୍ଷମତାରେ ଥିଲା। ଏହା ପରେ ସମାଜବାଦୀ ପାର୍ଟି ତାଙ୍କୁ ୨୦୧୨ ମସିହାରେ ବଦଲାପୁର ଆସନରୁ ଟିକେଟ୍ ଦେଇଥିଲା ଏବଂ ସେ ଜିତିଥିଲେ। କିନ୍ତୁ ତାଙ୍କୁ ୨୦୧୭ ଏବଂ ୨୦୨୨ ରେ ପରାଜୟର ସାମ୍ନା କରିବାକୁ ପଡିଥିଲା।

ଏଥର ସମାଜବାଦୀ ପାର୍ଟି ଜୌନପୁର ଆସନରୁ ବାବୁ ସିଂ କୁଶୱାଙ୍କୁ ଟିକେଟ୍ ଦେଇଛି। ଯେଉଁଥିପାଇଁ ବାବା ଦୁବେ ଏହାକୁ ବିରୋଧ କରିଥିଲେ। ଏହା ପରେ ସେ ବିଶ୍ୱାସ କରିଥିଲେ ଯେ, ସେ ସମାଜବାଦୀ ପାର୍ଟି ଛାଡିପାରନ୍ତି। ତେବେ ତାଙ୍କର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ସେ ସମ୍ପର୍କରେ କୌଣସି ସୂଚନା ପ୍ରକାଶ ପାଇନାହିଁ। କିନ୍ତୁ ବାବା ଦୁବେଙ୍କ ଇସ୍ତଫା କେବଳ ଲୋକସଭାରେ ନୁହେଁ, ବରଂ ୨୦୨୭ ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​ମଧ୍ୟ ଏସପିକୁ କ୍ଷତି ପହଞ୍ଚାଇପାରେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

‘ନିଜ ପାଇଁ ନୁହେଁ, ଅମିତ ଶାହାଙ୍କ ପାଇଁ ଭୋଟ୍ ମାଗୁଛନ୍ତି ମୋଦୀ’: ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ତିହାର ଜେଲରୁ ବାହାରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଜନତାଙ୍କ ସହ ଯୋଗ ଦେଇଛନ୍ତି। ଜେଲରୁ ବାହାରିବା ପରେ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଷୟରେ ଏକ ବଡ଼ ଦାବି କରିଛନ୍ତି। ସର୍ବପ୍ରଥମେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ, ଏହି ଲୋକସଭା ନିର୍ବାଚନରେ ​​ସରକାର ବିଜେପି ଦ୍ୱାରା ନୁହେଁ ବରଂ ଇଣ୍ଡିଆ ଆଲାଇନ୍ସ ଦ୍ୱାରା ଗଠନ ହେବ। ତେବେ ସେ ଏକ ବଡ ଦାବି କରି କହିଛନ୍ତି ଯେ, ବିଜେପି ସରକାର ଗଠନ ହୋଇଥିଲେ ମଧ୍ୟ ନରେନ୍ଦ୍ର ମୋଦୀ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ନାହିଁ।

ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, “ଏହି ଲୋକମାନେ (ବିଜେପି) ଇଣ୍ଡିଆ ସହଯୋଗୀ ଦଳକୁ ପଚାରନ୍ତି ତୁମର ପ୍ରଧାନମନ୍ତ୍ରୀ କିଏ, ମୁଁ ବିଜେପିକୁ ପଚାରୁଛି କିଏ ତୁମର ପ୍ରଧାନମନ୍ତ୍ରୀ ହେବ? ଲୋକମାନେ ନିଶ୍ଚିତ ଭାବରେ ଚିନ୍ତା କରୁଛନ୍ତି ଯେ, ଏହା କି ପ୍ରକାର ପ୍ରଶ୍ନ? ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବେ, କିନ୍ତୁ ଏହା ହେବ ନାହିଁ। ଏହାର କାରଣ ଦର୍ଶାଇ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି ଯେ, “ଆସନ୍ତା ବର୍ଷ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୭୫ ବର୍ଷ ବୟସ ହେଉଛି। ବିଜେପିରେ ପ୍ରଧାନମନ୍ତ୍ରୀ ନିଜେ ଏକ ନିୟମ କରିଛନ୍ତି ଯେ, ୭୫ ବର୍ଷରୁ ଅଧିକ ନେତାମାନେ ଅବସର ଗ୍ରହଣ କରିବେ।”

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ଲାଲ କୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, ସୁମିତ୍ରା ମହାଜନ ସେମାନଙ୍କ ବୟସ ହେତୁ ଅବସର ନେଇଥିଲେ। ବର୍ତ୍ତମାନ ନରେନ୍ଦ୍ର ମୋଦୀଙ୍କୁ ୭୫ ବର୍ଷ ବୟସ ହେବାକୁ ଯାଉଛି। ବର୍ତ୍ତମାନ ମୁଁ ବିଜେପିକୁ ପଚାରୁଛି ସେମାନଙ୍କର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ? ଅମିତ ଶାହାଙ୍କୁ ମୋଦୀ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କରିବେ। ସେଥିପାଇଁ ସେ ନିଜ ପାଇଁ ଭୋଟ୍ ମାଗୁନାହାଁନ୍ତି, କିନ୍ତୁ ଅମିତ ଶାହାଙ୍କ ପାଇଁ ମାଗୁଛନ୍ତି।

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ, ଯେତେବେଳେ ଆପଣ ବିଜେପିକୁ ଭୋଟ୍ ଦେବାକୁ ଯାଆନ୍ତି, ମନେରଖନ୍ତୁ ଯେ ଆପଣ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମରେ ନୁହେଁ ବରଂ ଅମିତ ଶାହାଙ୍କ ନାମରେ ଭୋଟ୍ ଦେଉଛନ୍ତି। ଏଥି ସହ ସେ ଆହୁରି ମଧ୍ୟ ପଚାରିଛନ୍ତି ଯେ, ଯଦି ପ୍ରଧାନମନ୍ତ୍ରୀ ଅବସର ନିଅନ୍ତି, ତେବେ ମୋଦୀଙ୍କ ଗ୍ୟାରେଣ୍ଟି କିଏ ପୂରଣ କରିବ?

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅଭିଯୋଗ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଦଳର ବରିଷ୍ଠ ନେତାଙ୍କ ରାଜନୀତି ଶେଷ କରିଛନ୍ତି। ସେ କହିଛନ୍ତି ଯେ, “ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ​​ବିଜେପିର ବିଜୟ ପରେ ମଧ୍ୟ ଶିବରାଜ ସିଂ ଚୌହାନଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇ ନାହିଁ ଏବଂ ତାଙ୍କ ରାଜନୀତି ଶେଷ ହୋଇଛି। ବସୁନ୍ଧରା ରାଜେ, ମନୋହର ଲାଲ ଖଟ୍ଟର ଏବଂ ରମଣ ସିଂଙ୍କ ଭଳି ନେତାଙ୍କ ସହ ମଧ୍ୟ ସମାନ କାର୍ଯ୍ୟ କରାଯାଇଛି।”

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀରେ ବିଜେଡ଼ି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ମାରାଥନ ପ୍ରଚାର

ଖୋର୍ଦ୍ଧା: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପ୍ରଚାରକୁ ଜୋରଦାର କରିଛି ବିଜେଡି। ଟାଙ୍ଗୀ ବ୍ଲକର ବଡପାରି ଓ ରାମଚନ୍ଦ୍ରପୁର ଠାରେ ମାରାଥନ ପ୍ରଚାର କରିଛି ବିଜେଡି। ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଙ୍କ ସହ ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁ ଜୋରଦାର କରିଛନ୍ତି ପ୍ରଚାର।

ଉଭୟ ପ୍ରାର୍ଥୀ ବଡପାରୀ ରେ ପହଞ୍ଚିବା ପରେ ସ୍ଥାନୀୟ ଲୋକେ ଉଭୟଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ବଡପାରୀ ର ମା ଭଗବତୀ ଦେବୀଙ୍କ ପୀଠରେ ଉଭୟ ପ୍ରାର୍ଥୀ ପହଞ୍ଚି ମାଙ୍କୁ ପ୍ରଣିପାତ କରିଥିଲେ। ଏହା ପରେ ଆରମ୍ଭ ହୋଇଥିଲା ସଭା କାର୍ଯ୍ୟ।

ନବୀନ ପଟ୍ଟନାୟକଙ୍କ ସରକାରଙ୍କ ସମସ୍ତ କାର୍ଯ୍ୟକାରୀ ଯୋଜନାର ସଫଳ ରୂପାୟନ ବିଷୟରେ ମନ୍ମଥ ବର୍ଣ୍ଣନା କରିଥିଲେ। ଗତକାଲି ନବୀନ ପଟ୍ଟନାୟକ ଘୋଷଣା କରିଥିବା ବିଜୁ ସ୍ୱାସ୍ଥ୍ୟ କାର୍ଡ ର ଅଟକଳ କୁ ବୃଦ୍ଧି କରିବାକୁ ଦେଇଥିବା ଇସ୍ତାହାର ଓ ଇଲେକ୍ଟ୍ରି ବିଲ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଛାଡ, ମହିଳା SHG ମାନଙ୍କୁ ସୁଧ ଛାଡ ଏପରି ବହୁ ନିର୍ବାଚନୀ ଇସ୍ତାହାର ନିଜର ବକ୍ତବ୍ୟରେ ପ୍ରକାଶ କରିଥିଲେ ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ।

ଏଥିରେ ୫୦୦ ରୁ ଅଧିକ ବିଜେଡି କର୍ମୀ ଯୋଗ ଦେଇ ତାଙ୍କର ବିଜୟ କାମନା କରିବା ସହିତ ବିପୁଳ ଭୋଟରେ ଉଭୟ ଙ୍କୁ ଜିତାଇବା ଲାଗି ଶପଥ ନେଇଥିଲେ।

ସେହିଭଳି ରାମଚନ୍ଦ୍ର ପୁର ପଞ୍ଚାୟତରେ ମଧ୍ୟ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଥିଲା। ରାମଚନ୍ଦ୍ର ପୁର ଗ୍ରାମରେ ଅନୁଷ୍ଠିତ ସଭାରେ ୬୦୦ ରୁ ଅଧିକ କର୍ମୀ ଯୋଗଦେଇ ବିଜେଡିକୁ ବିପୁଳ ଭୋଟ୍ ରେ ଜିତାଇବାକୁ ଶପଥ ନେଇଥିଲେ।

ଏହି ପ୍ରଚାର କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ପରିଷଦ ସଭାପତି ରାମଚନ୍ଦ୍ର ମହାପାତ୍ର, ବ୍ଳକ ଅଧ୍ୟକ୍ଷ ରିସ୍ନା ମାନ୍ଧାତା, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ନାଥ ଶର୍ମା, ଜିଲ୍ଲାପରିଷଦ ସଭ୍ୟ ବିଜୟ କୁମାର ଜେନା, ସରପଞ୍ଚ ମଧୁ ସୁଦନ ପଳାଇଙ୍କ ସହ ବହୁ ବିଜେଡି କର୍ମୀ ଓ ନେତା ସାମିଲ ହୋଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଜେଲରୁ ବାହାରିବେ ଅରବିନ୍ଦ କେଜ୍ରିୱାଲ, ଜୁନ୍ ୧ ଯାଏଁ ଅନ୍ତରୀଣ ଆଶ୍ଵସ୍ତି ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଏଏପି) ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଆଶ୍ଵସ୍ତି ମିଳିଛି। ସୁପ୍ରିମକୋର୍ଟ ଆଜି କେଜ୍ରିୱାଲଙ୍କୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଶୁଣାଣି ସମୟରେ କୋର୍ଟ ସମସ୍ତ ଯୁକ୍ତି ଶୁଣିବା ପରେ କହିଛନ୍ତି ଯେ, ଆମେ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିବାକୁ ଯାଉଛୁ। ଏହି ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗିରଫଦାରୀ ବିରୋଧ ଆବେଦନ ଉପରେ ଶୁଣାଣି କରିବାକୁ ଓକିଲ ଅଭିଷେକ ମନୁ ସିଂହଭି ଦାବି କରିଥିଲେ।

ଏ ସମ୍ପର୍କରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଆସନ୍ତା ସପ୍ତାହରେ କେଜ୍ରିୱାଲଙ୍କ ଏହି ଆବେଦନ ଉପରେ ବିତର୍କ ଶେଷ କରିବାକୁ ଚେଷ୍ଟା କରିବ। ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଦୀପାଙ୍କର ଦତ୍ତଙ୍କ ଖଣ୍ଡପୀଠଙ୍କୁ ଅରବିନ୍ଦ କେଜ୍ରିୱାଲଙ୍କୁ ସମୟ ଶେଷ ହେବା ପରେ ଆତ୍ମସମର୍ପଣ କରିବା ପାଇଁ ଇଡି ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ ଅନୁରୋଧ କରିଥିଲେ। ଏହା ଉପରେ କୋର୍ଟ କହିଛନ୍ତି ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଜୁନ୍ ୨ ତାରିଖରେ ତ୍ମସମର୍ପଣ କରିବାକୁ ପଡ଼ିବ। ଅନ୍ତରୀଣ ଜାମିନ ପ୍ରଦାନ ବେଳେ ସର୍ତ୍ତ ସମ୍ପର୍କରେ କୋର୍ଟ କିଛି କହି ନାହାଁନ୍ତି।

Categories
ଆଜିର ଖବର ଜାତୀୟ ଖବର

୬ଟି ରାଜ୍ୟରେ ପ୍ରତ୍ୟକ୍ଷ ଭାବେ ମତଦାନ ପ୍ରକ୍ରିୟା ଦେଖିଲେ ୨୩ଟି ଦେଶର ୭୫ ଜଣ ପ୍ରତିନିଧି

ନୂଆଦିଲ୍ଲୀ: ଭାରତରେ ୨୦୨୪ ସାଧାରଣ ନିର୍ବାଚନରେ ମତଦାନ ପ୍ରକ୍ରିୟାକୁ ପ୍ରତ୍ୟକ୍ଷ ଭାବେ ଦେଖିଥିବାରୁ ବିଭିନ୍ନ ଦେଶରୁ ଆସିଥିବା ଅନ୍ତର୍ଜାତୀୟ ପ୍ରତିନିଧିମାନେ ଖୁସି ବ୍ୟକ୍ତ କରିଛନ୍ତି। କେତେକ ପ୍ରତିନିଧି ନିର୍ବାଚନରେ ସ୍ୱଚ୍ଛତାକୁ ପ୍ରଶଂସା କରିଥିବା ବେଳେ ଅନ୍ୟମାନେ ଗ୍ରୀନ୍ ପୋଲିଂ ଷ୍ଟେସନ ଭଳି ନିର୍ବାଚନ ଆୟୋଗଙ୍କ ପଦକ୍ଷେପକୁ ପ୍ରେରଣାଦାୟକ ବୋଲି କହିଛନ୍ତି। ଇଭିଏମ-ଭିଭିପାଟ୍ ର ରେଣ୍ଡମାଇଜେସନ୍  ସମେତ ନିର୍ବାଚନରେ ଜ୍ଞାନକୌଶଳର ବ୍ୟାପକ ବ୍ୟବହାରକୁ ପ୍ରତିନିଧିମାନେ ପ୍ରଶଂସା କରିଥିଲେ। ଗଣତାନ୍ତ୍ରିକ ଆଦର୍ଶକୁ ସୁଦୃଢ଼ କରିବା ଦିଗରେ ଭାରତୀୟ ମତଦାତାଙ୍କ ଅତୁଟ ବିଶ୍ୱାସ ଓ ପ୍ରତିବଦ୍ଧତାକୁ ନେଇ ସେମାନେ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି ବୋଲି କେତେକ ପ୍ରତିନିଧି କହିଛନ୍ତି। ମୋଟାମୋଟି ଭାବରେ,ଭାରତରେ ନିର୍ବାଚନ ପ୍ରକ୍ରିୟା ଏକ ଶାନ୍ତିପୂର୍ଣ୍ଣ, ସମାବେଶୀ,ସୁଲଭ ଏବଂ ଏକ ଉତ୍ସବମୁଖର ମନୋଭାବ ସହିତ ଅନୁଷ୍ଠିତ ହୁଏ ବୋଲି ଭାରତ ଗସ୍ତରେ ଆସିଥିବା ଏହି ଦେଶଗୁଡ଼ିକର ନିର୍ବାଚନ ପରିଚାଳନା ସମିତି ସଦସ୍ୟମାନେ ଏକମତ ହୋଇଥିଲେ।

ଅନ୍ତର୍ଜାତୀୟ ନିର୍ବାଚନ ପରିଦର୍ଶକ କାର୍ଯ୍ୟକ୍ରମ (ଆଇଇଭିପି) ଅଧୀନରେ ନିକଟରେ ଶେଷ ହୋଇଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଭାରତର ସାଧାରଣ ନିର୍ବାଚନର ପ୍ରତ୍ୟକ୍ଷ ଅନୁଭବ କରିବା ପରେ ଏଭଳି ପ୍ରତିକ୍ରିୟା ପ୍ରକାଶ ପାଇଛି।

ତୃତୀୟ ପର୍ଯ୍ୟାୟରେ ୧୧ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୯୩ଟି ନିର୍ବାଚନ ମଣ୍ଡଳୀରେ ମତଦାନ ଅନୁଷ୍ଠିତ ହୋଇଥିଲା ଏବଂ ପ୍ରତିନିଧିମାନେ ୬ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ଦେଖିଥିଲେ, ଯେଉଁଥିରେ ବିଶ୍ୱସ୍ତରର ସବୁଠୁ ଅଧିକ ମଣିଷ ଓ ବ୍ୟବସ୍ଥାଗତ ଗତିବିଧି ଦେଖିବାକୁ ମିଳିଥିଲା।

ଆଇଇଭି ୨୦୨୪ର ତୃଣମୂଳସ୍ତରରେ ଅନୁଭୂତି

କର୍ଣ୍ଣାଟକ

କାମ୍ବୋଡିଆ, ଟ୍ୟୁନିସିଆ, ମୋଲଡୋଭା, ସେସେଲ୍ସ ଏବଂ ନେପାଳର ପ୍ରତିନିଧିମାନେ କର୍ଣ୍ଣାଟକର ବେଲଗାମ ସଂସଦୀୟ ନିର୍ବାଚନ ମଣ୍ଡଳୀ ଗସ୍ତ କରି ମତଦାନ କେନ୍ଦ୍ର ଭିତରେ ମତଦାନ ଅଧିକାରୀ ଓ ପ୍ରିଜାଇଡିଂ ଅଫିସରଙ୍କ ସହ ଆଲୋଚନା କରିଥିଲେ, ଛାୟା ମତଦାନ ବା ମକ୍ ପୋଲ୍ ଦେଖିଥିଲେ, କମାଣ୍ଡ କଣ୍ଟ୍ରୋଲ ସେଣ୍ଟର, ମିଡିଆ ମନିଟରିଂ ସୁବିଧା ପରିଦର୍ଶନ କରିଥିଲେ। ଛାୟା ମତଦାନ ବା ମକ୍ ପୋଲ୍, ମତଦାନ କେନ୍ଦ୍ର ଭିତରେ ପ୍ରାର୍ଥୀଙ୍କ ପ୍ରତିନିଧିଙ୍କ ଉପସ୍ଥିତି ଓ ସମ୍ପୃକ୍ତି ଯୋଗୁଁ ପ୍ରତିନିଧିମାନେ ସ୍ୱଚ୍ଛତାକୁ ପ୍ରଶଂସା କରିଥିଲେ।

ଗୋଆ

ଭୁଟାନ, ମଙ୍ଗୋଲିଆ ଏବଂ ଇସ୍ରାଏଲର ଏକ ଗଣମାଧ୍ୟମ ଟିମ୍ ଗୋଆର ଉଭୟ ନିର୍ବାଚନ ମଣ୍ଡଳୀରେ ମତଦାନ ଏବଂ ଆନୁସଙ୍ଗିକ ବ୍ୟବସ୍ଥା ଦେଖିଥିଲେ। ମକ୍ ପୋଲ୍, କମାଣ୍ଡ କଣ୍ଟ୍ରୋଲ ସେଣ୍ଟର, ମିଡିଆ ମନିଟରିଂ ସେଣ୍ଟର ଓ ଡେସପ୍ୟାଚ୍‌ସେଣ୍ଟର ସମ୍ପର୍କରେ ମଧ୍ୟ ସେମାନଙ୍କୁ ଅବଗତ କରାଯାଇଥିଲା। ଭୂଟାନ ମୁଖ୍ୟ ନିର୍ବାଚନ ଆୟୁକ୍ତ ଏବଂ ଭୁଟାନ ଓ ମଙ୍ଗୋଲିଆର ନିର୍ବାଚନ ଅଧିକାରୀମାନେ ନିର୍ବାଚନ ପରିଚାଳନାରେ ମତଦାନ କେନ୍ଦ୍ର ଭିତରେ ରାଜନୈତିକ ଦଳ, ଗଣମାଧ୍ୟମ, ପ୍ରାର୍ଥୀଙ୍କ ପ୍ରତିନିଧିଙ୍କୁ ସାମିଲ କରିବାରେ ସ୍ୱଚ୍ଛତାକୁ ପ୍ରଶଂସା କରିଥିଲେ। ଦିବ୍ୟାଙ୍ଗ ପୋଲିଂ ଷ୍ଟେସନ ଏବଂ ପିଙ୍କ ପୋଲିଂ ଷ୍ଟେସନକୁ ପରିଦର୍ଶନ କରି ପ୍ରତିନିଧିମାନେ ଏହାକୁ ପ୍ରଶଂସା କରିବା ସହଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ।

ପ୍ରତିନିଧିମାନେ ଇଭିଏମ୍-ଭିଭିପ୍ୟାଟର ରେଣ୍ଡମାଇଜେସନ୍ ପାଇଁ ସଫ୍ଟୱେରର ବ୍ୟବହାରକୁ ସେମାନେ ପ୍ରଶଂସା କରିଥିଲେ।

ମଧ୍ୟପ୍ରଦେଶ

ଶ୍ରୀଲଙ୍କା ଏବଂ ଫିଲିପାଇନ୍ସର ପ୍ରତିନିଧିଙ୍କୁ ନେଇ ଗଠିତ ଏକ ୧୧ ଜଣିଆ ଅନ୍ତର୍ଜାତୀୟ ଟିମ୍ ଭୋପାଳ, ବିଦିଶା, ସିହୋର ଏବଂ ରାଇସେନ ନିର୍ବାଚନ ମଣ୍ଡଳୀର ମତଦାନ କେନ୍ଦ୍ର ପରିଦର୍ଶନ କରି ଲୋକସଭା ନିର୍ବାଚନର ପ୍ରକ୍ରିୟା ସମ୍ପର୍କରେ ପ୍ରାଥମିକ ସୂଚନା ହାସଲ କରିଛନ୍ତି। ମତଦାତାଙ୍କ ସହ କଥାବାର୍ତ୍ତା କରି ସେମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଭାରତୀୟ ନାଗରିକଙ୍କ ଉତ୍ସାହ ଓ ସକ୍ରିୟ ଅଂଶଗ୍ରହଣକୁ ଅନୁଭବ କରିଥିଲେ। ନିଜ ଅନୁଭୂତିକୁ ପ୍ରତିଫଳିତ କରି ପ୍ରତିନିଧିମାନେ ଭାରତରେ ଦେଖିଥିବା ଜୀବନ୍ତ ଗଣତନ୍ତ୍ରକୁ ପ୍ରଶଂସା କରିଥିଲେ। ଗଣତାନ୍ତ୍ରିକ ଆଦର୍ଶକୁ ସୁଦୃଢ଼ କରିବା ଦିଗରେ ଭାରତୀୟ ଭୋଟରଙ୍କ ଅତୁଟ ବିଶ୍ୱାସ ଓ ପ୍ରତିବଦ୍ଧତାକୁ ନେଇ ସେମାନେ ବିଶେଷ ଭାବରେ ପ୍ରଭାବିତ ହୋଇଥିଲେ।

ଉତ୍ତର ପ୍ରଦେଶ

ଚିଲି, ଜର୍ଜିଆ, ମାଳଦ୍ୱୀପ, ନାମିବ୍ୟା, ପାପୁଆ ନ୍ୟୁ ଗିନି ଏବଂ ଉଜବେକିସ୍ତାନର ପ୍ରତିନିଧିମାନେ ୭ ମେ, ୨୦୨୪ରେ ଉତ୍ତରପ୍ରଦେଶର ଫତେପୁର ସିକ୍ରି ଏବଂ ଆଗ୍ରା ସଂସଦୀୟ କ୍ଷେତ୍ରରେ ମତଦାନ ଦେଖିଥିଲେ। ଏହି ଦୁଇ ନିର୍ବାଚନ ମଣ୍ଡଳୀଅଧୀନରେ ରହିଥିବା ତାଜମହଲ ଏବଂ ଫତେପୁର ସିକ୍ରିର ସ୍ଥାପତ୍ୟ ଶୈଳୀ ଦେଖିବା ପାଇଁ ଅତିଥିମାନଙ୍କୁ ନିଆଯାଇଥିଲା। ମତଦାନ ଦିନ ଏବଂ ମତଦାନ ଦିନର ପୂର୍ବ ଦିନ ସେମାନେ ବିଭିନ୍ନ ବ୍ୟବସ୍ଥା/କାର୍ଯ୍ୟକଳାପ ସମ୍ପର୍କରେ ଅବଗତ ହୋଇଥିଲେ। ଭାରତରେ ନିର୍ବାଚନ ପ୍ରକ୍ରିୟା ଏକ ଶାନ୍ତିପୂର୍ଣ୍ଣ, ସମାବେଶୀ ଏବଂ ସୁଲଭ ବୋଲି ଏହି ଦେଶଗୁଡ଼ିକର ନିର୍ବାଚନ ପରିଚାଳନା ସମିତିର ସଦସ୍ୟମାନେ ସହମତ ହୋଇଥିଲେ।

ଗୁଜରାଟ

ଅହମ୍ମଦାବାଦରେ ହେବାକୁ ଥିବା ଲୋକସଭା ନିର୍ବାଚନ ୨୦୨୪ ପାଇଁ ଫିଜି, ଅଷ୍ଟ୍ରେଲିଆ, ରୁଷ, ମାଡାଗାସ୍କର, କିର୍ଗିଜସ୍ତାନର ପ୍ରତିନିଧିମାନେ ପ୍ରାକ୍ ନିର୍ବାଚନ ବ୍ୟବସ୍ଥା ଏବଂ ମତଦାନ ପ୍ରକ୍ରିୟା ଦେଖିଥିଲେ। ଡବଲ ଲକ୍ ବ୍ୟବସ୍ଥା ଥିବା ଷ୍ଟ୍ରଙ୍ଗରୁମ୍ ଏବଂ ଇଭିଏମ୍ ର ପ୍ରଭାବଶାଳୀ ସୁରକ୍ଷା କୁ ସୁନିଶ୍ଚିତ କରିବା ପାଇଁ ସଶସ୍ତ୍ର ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଥିବାରୁ ପ୍ରତିନିଧି ଦଳ ପ୍ରଭାବିତ ହୋଇଥିଲେ। ଅହମ୍ମଦାବାଦ ପୂର୍ବ ସଂସଦୀୟ କ୍ଷେତ୍ରର ସାନନ୍ଦ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମହିଳାଙ୍କ ଦ୍ୱାରା ପରିଚାଳିତ ମତଦାନ କେନ୍ଦ୍ରଗୁଡ଼ିକୁ ମଧ୍ୟ ପ୍ରତିନିଧିଙ୍କ ଦ୍ୱାରାପ୍ରଶଂସା କରାଯାଇଥିଲା। ଏହା ମହିଳାମାନଙ୍କ ଉପରେ ଆତ୍ମବିଶ୍ୱାସ ଏବଂ ସେମାନଙ୍କ ଅଂଶଗ୍ରହଣକୁ ବଢ଼ାଉଥିବା ସେମାନେ ମତପ୍ରକାଶ କରିଥିଲେ। ବୟସ୍କ ଭୋଟରଙ୍କୁ ସାହାଯ୍ୟ କରିବା ପାଇଁ ସ୍ୱେଚ୍ଛାସେବୀଙ୍କ ସହ ସବୁ ସ୍ଥାନରେ ରାମ୍ପ ଓ ହ୍ୱିଲଚେୟାରର ସୁବିଧାକୁ ମଧ୍ୟ ପ୍ରଶଂସା କରାଯାଇଥିଲା। ଦୃଷ୍ଟିହୀନ ଭୋଟରଙ୍କ ପାଇଁ ବ୍ରେଲ ବାଲଟ ପେପର ବ୍ୟବସ୍ଥାମଧ୍ୟ ଦୃଷ୍ଟିହୀନ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏକ ଭଲ ପଦକ୍ଷେପ ବୋଲି ଅନ୍ତର୍ଜାତୀୟ ପ୍ରତିନିଧିମାନେ ପ୍ରଂସା କରିଥିଲେ।

ମହାରାଷ୍ଟ୍ର

ବାଂଲାଦେଶ, ଶ୍ରୀଲଙ୍କା, କାଜାଖସ୍ତାନ ଏବଂ ଜିମ୍ବାୱେର ନିର୍ବାଚନ ପରିଚାଳନା ସଂସ୍ଥାର ପ୍ରତିନିଧିମାନେ ମହାରାଷ୍ଟ୍ରର ରାୟଗଡ ସଂସଦୀୟ କ୍ଷେତ୍ର ପରିଦର୍ଶନ କରି ନିର୍ବାଚନ ପୂର୍ବ ବ୍ୟବସ୍ଥା, ମତଦାନ ଦଳ ଗୁଡ଼ିକର ବିସ୍ତାର ଏବଂ ଅନ୍ୟାନ୍ୟ ଲଜିଷ୍ଟିକ୍ସଦେଖିଥିଲେ। ଏହି ଦଳ ଜିଲ୍ଲା ନିର୍ବାଚନ ଅଧିକାରୀ, ରିଟର୍ଣ୍ଣିଂ ଅଫିସର, ପ୍ରିଜାଇଡିଂ ଅଫିସର ଏବଂ ଅନ୍ୟ ନିର୍ବାଚନ ସମ୍ବନ୍ଧୀୟ ଅଧିକାରୀଙ୍କ ସହ ଭାରତୀୟ ନିର୍ବାଚନର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରିଥିଲେ। ମତଦାନ କେନ୍ଦ୍ରରେ ସ୍ୱଚ୍ଛତା ବ୍ୟବସ୍ଥାଦେଖି ପ୍ରତିନିଧିମାନେ ପ୍ରଭାବିତ ହୋଇଥିଲେ।

 

ପୃଷ୍ଠଭୂମି

ଅଷ୍ଟ୍ରେଲିଆ, ବାଂଲାଦେଶ ଭୁଟାନ, କାମ୍ବୋଡିଆ, ଚିଲି, ଫିଜି, ଜର୍ଜିଆ, କାଜାଖସ୍ତାନ, କିର୍ଗିଜ ପ୍ରତିନିଧି, ମାଡାଗାସ୍କର, ମାଳଦ୍ୱୀପ, ମଙ୍ଗୋଲିଆ, ମୋଲଡୋଭା, ନାମିବିଆ, ନେପାଳ, ନ୍ୟୁ ଗିନି, ଫିଲିପାଇନ୍ସ, ରୁଷିଆ, ସେସେଲ୍ସ, ଶ୍ରୀଲଙ୍କା, ଟ୍ୟୁନିସିଆ, ଉଜ୍ବେକିସ୍ତାନ, ଜିମ୍ବାୱେ ଭଳି ୨୩ଟି ଦେଶର ପ୍ରତିନିଧି ୫ ମେ ୨୦୨୪ ରେ ତୃତୀୟ ପର୍ଯ୍ୟାୟ ମତଦାନ ଦେଖିବା ପାଇଁ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ରାଜୀବ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଅଧିବେଶନରେ ସେମାନେ ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାର ଏବଂ ଡ. ସୁଖବୀର ସିଂହ ସାନ୍ଧୁଙ୍କ ସହ ଆଲୋଚନା କରିଥିଲେ। ଏହାପରେ ପ୍ରତିନିଧିମାନେ ୬ଟି ଛୋଟ ଛୋଟ ଦଳରେ ବିଭକ୍ତ ହୋଇ ବିଭିନ୍ନ ରାଜ୍ୟ ଯଥା କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜରାଟ, ଉତ୍ତରପ୍ରଦେଶ, ଗୋଆ ଓ ମଧ୍ୟପ୍ରଦେଶ ଗସ୍ତ କରିବା ସହ ଏଥିପାଇଁ ୧୩ଟି ନିର୍ବାଚନ ମଣ୍ଡଳୀର ମତଦାନ କେନ୍ଦ୍ର ପରିଦର୍ଶନ କରିଥିଲେ। ନିର୍ବାଚନ ପ୍ରସ୍ତୁତି, ଲଜିଷ୍ଟିକ୍ସ ଏବଂ ୱେବକାଷ୍ଟିଂ ବ୍ୟବସ୍ଥା ଦେଖିବା ସହ ନିର୍ବାଚନ ପୂର୍ବ ଦିନ ପୋଲିଂ ଅଫିସର ଓ ପ୍ରିଜାଇଡିଂ ଅଫିସରଙ୍କ ସହ ଯୋଗାଯୋଗ କରିବା ଏବଂ ମକ୍ ପୋଲ୍ ଦେଖିବା, ପ୍ରକୃତ ମତଦାନ ଦେଖିବା ଏବଂ ନିର୍ବାଚନ ଦିନ ଅର୍ଥାତ୍ ୭ ମେ, ୨୦୨୪ରେ ଭୋଟରଙ୍କ ସହ ଆଲୋଚନା କରିବା ପାଇଁ ରାଜ୍ୟର ସିଇଓମାନେ ଏହି ଗୋଷ୍ଠୀଗୁଡ଼ିକର ଗସ୍ତ ଆୟୋଜନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ବିଶ୍ୱର ସର୍ବବୃହତ ନିର୍ବାଚନ ଦେଖିବା ପାଇଁ ଭାରତ ଆସିଛନ୍ତି ୨୩ଟି ଦେଶର ୭୫ ପ୍ରତିନିଧି

ନୂଆଦିଲ୍ଲୀ: ନିର୍ବାଚନୀ ସଚ୍ଚୋଟତା ଏବଂ ସ୍ୱଚ୍ଛତାର ପ୍ରତୀକ ଭାବରେ ଭାରତର ନିର୍ବାଚନ ଆୟୋଗ ସର୍ବୋଚ୍ଚ ମାନର ସାଧାରଣ ନିର୍ବାଚନ ଆୟୋଜନ ପାଇଁ ନିଜର ପ୍ରତିବଦ୍ଧତାର ଉଦାହରଣ ଦେଇଛନ୍ତି। ଏହି କ୍ରମରେ ବିଶ୍ୱ ନିର୍ବାଚନ ପରିଚାଳନା ସଂସ୍ଥା (ଇଏମବି)ଗୁଡ଼ିକ ପାଇଁ ଗଣତାନ୍ତ୍ରିକ ଉତ୍କର୍ଷତାକୁ ପ୍ରତ୍ୟକ୍ଷ ଭାବେ ଦେଖିବା ଲାଗି ଏକ ସୁବର୍ଣ୍ଣ ସଂଯୋଗ ସେତୁ ପ୍ରଦାନ କରିଛନ୍ତି। ଚଳିତ ଲୋକସଭା ନିର୍ବାଚନ ୨୦୨୪ରେ ଭାରତୀୟ ନିର୍ବାଚନ ଆୟୋଗ ନିର୍ବାଚନ ଆଗନ୍ତୁକ କାର୍ଯ୍ୟକ୍ରମ ବା ଇଲେକ୍ସନ ଭିଜିଟର୍ସ ପ୍ରୋଗ୍ରାମ (ଆଇଇଭିପି) ଆୟୋଜନ କରି ଅନ୍ତର୍ଜାତୀୟ ସହଯୋଗକୁ ପ୍ରୋତ୍ସାହିତ କରିବା ଜାରି ରଖିଛନ୍ତି।

ପ୍ରତିନିଧିଙ୍କ ଅଂଶଗ୍ରହଣର ବ୍ୟାପକତା ଏବଂ ପରିମାଣ ଦୃଷ୍ଟିରୁ ଏଭଳି କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଆୟୋଜନ କରାଯାଇଛି। ଭୁଟାନ, ମଙ୍ଗୋଲିଆ, ଅଷ୍ଟ୍ରେଲିଆ, ମାଡାଗାସ୍କର, ଫିଜି, କିର୍ଗିଜ ରିପବ୍ଲିକ, ରୁଷ, ମୋଲଡୋଭା, ଟ୍ୟୁନିସିଆ, ସିଶେଲ୍ସ, କାମ୍ବୋଡିଆ, ନେପାଳ, ଫିଲିପାଇନ୍ସ, ଶ୍ରୀଲଙ୍କା, ଜିମ୍ବାୱେ, ବାଂଲାଦେଶ, କାଜାଖସ୍ତାନ, ଜର୍ଜିଆ, ଚିଲି, ଉଜବେକିସ୍ତାନ, ମାଳଦ୍ୱୀପ, ପାପୁଆ ନ୍ୟୁ ଗିନି ଏବଂ ନାମିବିୟା ଭଳି ୨୩ଟି ଦେଶର ବିଭିନ୍ନ ଇଏମବି ଏବଂ ନିର୍ବାଚନ ସଂଗଠନର ପ୍ରତିନିଧିତ୍ୱ କରୁଥିବା ୭୫ ଜଣ ପ୍ରତିନିଧି ଭାରତୀୟ ସାଧାରଣ ନିର୍ବାଚନ ବା ବିଶ୍ୱର ସର୍ବବୃହତ ନିର୍ବାଚନୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ଫର ଇଲେକ୍ଟୋରାଲ ସିଷ୍ଟମ (ଆଇଏଫଇଏସ)ର ସଦସ୍ୟ ଏବଂ ଭୁଟାନ ଏବଂ ଇସ୍ରାଏଲର ଗଣମାଧ୍ୟମ ଦଳ ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ।

ମେ’ ୪ ତାରିଖ ଅର୍ଥାତ୍‌ ଆଜି ଠାରୁ ଆରମ୍ଭ ହେଉଥିବା ଥିବା ଏହି କାର୍ଯ୍ୟକ୍ରମରେ ବିଦେଶୀ ନିର୍ବାଚନ ପରିଚାଳନା ସଂସ୍ଥା (ଇଏମବି)ଗୁଡ଼ିକୁ ଭାରତର ନିର୍ବାଚନ ବ୍ୟବସ୍ଥାର ସୂକ୍ଷ୍ମତା ଏବଂ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଦ୍ୱାରା ବ୍ୟବହୃତ ସର୍ବୋତ୍ତମ ପ୍ରଥା ବିଷୟରେ ଅବଗତ କରାଇବାକୁ ପ୍ରୟାସ କରାଯାଉଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ରାଜୀବ କୁମାର, ନିର୍ବାଚନ ଆୟୁକ୍ତ ଶ୍ରୀ ଜ୍ଞାନେଶ କୁମାର ଏବଂ ଡ. ସୁଖବୀର ସିଂ ସାନ୍ଧୁ ମେ ୫ ତାରିଖ, ଆସନ୍ତାକାଲି ପ୍ରତିନିଧିମାନଙ୍କୁ ସମ୍ବୋଧିତ କରିବେ । ଏହାପରେ ପ୍ରତିନିଧିମାନେ ୬ଟି ରାଜ୍ୟ – ମହାରାଷ୍ଟ୍ର, ଗୋଆ, ଗୁଜରାଟ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ଗସ୍ତ କରି ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଓ ଆନୁସଙ୍ଗିକ ପ୍ରସ୍ତୁତି ଅନୁଧ୍ୟାନ କରିବେ। ଏହି କାର୍ଯ୍ୟକ୍ରମ ୨୦୨୪ ମେ’ ୯ ତାରିଖରେ ଶେଷ ହେବ।

Categories
ଆଜିର ଖବର ଜାତୀୟ ଖବର

ଲୋକସଭା ନିର୍ବାଚନ: ଚତୁର୍ଥ ପର୍ଯ୍ୟାୟର ୯୬ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ୧,୭୧୭ ପ୍ରାର୍ଥୀ, ମେ ୧୩ ରେ ଭୋଟ୍

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ପ୍ରାର୍ଥୀଙ୍କ ଅନ୍ତିମ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଛି। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ​​ମୋଟ ୧,୭୧୭ ଜଣ ପ୍ରାର୍ଥୀ ମୈଦାନରେ ଅଛନ୍ତି। ଏହି ପର୍ଯ୍ୟାୟରେ ମେ ୧୩ ତାରିଖରେ ୧୦ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୯୬ ଟି ସଂସଦୀୟ ଆସନରେ ଭୋଟ୍ ଗ୍ରହଣ କରାଯିବ।
ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ଏହି ୯୬ ସଂସଦୀୟ ଆସନ ପାଇଁ ମୋଟ ୪,୨୬୪ ନାମାଙ୍କନପତ୍ର ଦାଖଲ କରାଯାଇଛି। ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ଥିଲା ଏପ୍ରିଲ ୨୫ ତାରିଖ। ଦାଖଲ ହୋଇଥିବା ସମସ୍ତ ନାମାଙ୍କନଗୁଡିକର ଯାଞ୍ଚ ପରେ, ୧,୯୭୦ ନାମାଙ୍କନପତ୍ର ବୈଧ ବୋଲି ଜଣାପଡିଛି। ନାମାଙ୍କନ ପ୍ରତ୍ୟାହାର ପରେ ୧,୭୧୭ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନ ପାଇଁ ରହିଛନ୍ତି।

ତେଲେଙ୍ଗାନା ସଂସଦୀୟ ନିର୍ବାଚନମଣ୍ଡଳୀ ୭-ମଲକଜଗିରିରେ ସର୍ବାଧିକ ୧୭୭ ନାମାଙ୍କନ ଫର୍ମ ଗ୍ରହଣ କରାଯାଇଥିଲା। ଏଥି ସହିତ, ତେଲେଙ୍ଗାନାରେ ସଂସଦୀୟ ନିର୍ବାଚନମଣ୍ଡଳୀରେ ୧୩- ନଲଗୋଣ୍ଡା ଏବଂ ୧୪-ଭୋଙ୍ଗୀରରେ ୧୧୪ ନାମାଙ୍କନ ଫର୍ମ ପୂରଣ କରାଯାଇଛି।

ଚତୁର୍ଥ ପର୍ଯ୍ୟାୟରେ ସଂସଦୀୟ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ହାରାହାରି ସଂଖ୍ୟା ହେଉଛି ୧୮। ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଆନ୍ଧ୍ରପ୍ରଦେଶ, ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡିଶା, ତେଲେଙ୍ଗାନା, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଜାମ୍ମୁ କାଶ୍ମୀର ରହିଛି। ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ ୧୯ ତାରିଖରେ ହୋଇଥିଲା। ଏହା ପରେ ଏପ୍ରିଲ ୨୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ ଭୋଟ୍ ମେ ୭ ତାରିଖରେ ଅନୁଷ୍ଠିତ ହେବ।

୨୦୨୪ ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ୧୨ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୯୪ ଟି ଆସନରେ ନିର୍ବାଚନ ହେବାକୁ ଯାଉଛି। ତୃତୀୟ ପର୍ଯ୍ୟାୟ ଭୋଟ୍ ମେ ୭ ତାରିଖ ରେ ଅନୁଷ୍ଠିତ ହେବ ଏବଂ ଏହି ୯୪ ଟି ଆସନରେ ମୋଟ ୧୩ ଶହରୁ ଅଧିକ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହା ପରେ, ଚତୁର୍ଥ ପର୍ଯ୍ୟାୟ ଭୋଟ୍ ମେ ୧୩ ତାରିଖରେ ଅନୁଷ୍ଠିତ ହେବ।

Categories
ଆଜିର ଖବର ଜାତୀୟ ଖବର

ସର୍ଭେ ଆଳରେ ଭୋଟରଙ୍କ ବିବରଣୀ ମାଗିବା ରାଜନୈତିକ ଦଳଙ୍କ ଲାଞ୍ଚ ଆଚରଣ ସଦୃଶ: ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ସେମାନଙ୍କ ପ୍ରସ୍ତାବିତ ହିତାଧିକାରୀ ଯୋଜନା ପାଇଁ ବିଭିନ୍ନ ସର୍ଭେ ଆଳରେ ଭୋଟରଙ୍କ ବିବରଣୀ ମାଗିବା ଘଟଣାକୁ ନିର୍ବାଚନ ଆୟୋଗ ଗମ୍ଭୀରତାର ସହ ନେଇଛନ୍ତି। ଏପରି କାର୍ଯ୍ୟ ଜନପ୍ରତିନିଧି ଆଇନ, ୧୯୫୧ର ଧାରା ୧୨୩ (୧) ଅନୁଯାୟୀ ଲାଞ୍ଚ ନେବା ସହ ଜଡ଼ିତ ଦୁର୍ନୀତି ଆଚରଣ ବୋଲି ନିର୍ବାଚନ ଆୟୋଗ କହିଛନ୍ତି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଉଲ୍ଲେଖ କରାଯାଇଛି ଯେ, “କେତେକ ରାଜନୈତିକ ଦଳ ଏବଂ ପ୍ରାର୍ଥୀ ମାନେ ନିର୍ବାଚନ ପରବର୍ତ୍ତୀ ହିତାଧିକାରୀ ଭିତ୍ତିକ ଯୋଜନା ପାଇଁ ବ୍ୟକ୍ତିବିଶେଷଙ୍କୁ ପଞ୍ଜୀକୃତ କରିବା ପାଇଁ ବୈଧ ସର୍ବେକ୍ଷଣ ଏବଂ ଦଳଗତ ପ୍ରୟାସ ମଧ୍ୟରେ ଥିବା ସୀମାକୁ ଲଂଘନ କରୁଥିବା ଭଳି କାର୍ଯ୍ୟକଳାପରେ ନିୟୋଜିତ ହେଉଛନ୍ତି।’’

ଚଳିତ ସାଧାରଣ ନିର୍ବାଚନ ୨୦୨୪ରେ ବିଭିନ୍ନ ଉଦାହରଣ ଦେଖି ଆୟୋଗ ଆଜି ଏକ ମାର୍ଗଦର୍ଶିକା ଜାରି କରିଛନ୍ତି (ଲିଙ୍କ: https://www.eci.gov.in/eci-backend/public/api/download?url=LMAhAK6sOPBp%2FNFF0iRfXbEB1EVSLT41NNLRjYNJJP1KivrUxbfqkDatmHy12e%2FztfbUTpXSxLP8g7dpVrk7%2FRgJnWIFoi%2FHESbtsL%2FSFvsIWBm5CVW8P%2FiquKm95vYSdOFtn933icz0MOeiesxvsQ%3D%3D)।

ଏହି ମାର୍ଗଦର୍ଶିକାରେ ସମସ୍ତ ଜାତୀୟ ଓ ରାଜ୍ୟ ରାଜନୈତିକ ଦଳମାନଙ୍କୁ ଯେକୌଣସି ବିଜ୍ଞାପନ/ ସର୍ଭେ/ଆପ୍ ଜରିଆରେ ନିର୍ବାଚନ ପରବର୍ତ୍ତୀ ହିତାଧିକାରୀ ଭିତ୍ତିକ ଯୋଜନା ପାଇଁ ପଞ୍ଜୀକରଣ କରିବା ଭଳି କୌଣସି କାର୍ଯ୍ୟକଳାପକୁ ତୁରନ୍ତ ବନ୍ଦ କରିବାକୁ ଏବଂ ଏଥିରୁ ଦୂରେଇ ରହିବାକୁ କୁହାଯାଇଛି।

ନିର୍ବାଚନ ପରବର୍ତ୍ତୀ ଫାଇଦା ପାଇଁ ପଞ୍ଜୀକରଣ କରିବା ପାଇଁ ବ୍ୟକ୍ତିଗତ ଭାବେ ଭୋଟରଙ୍କୁ ଆମନ୍ତ୍ରଣ/ଆହ୍ୱାନ ଦେବା କାର୍ଯ୍ୟ ମତଦାତା ଓ ପ୍ରସ୍ତାବିତ ଲାଭ ମଧ୍ୟରେ ଆପୋସ କାରବାର ସମ୍ପର୍କ ଆବଶ୍ୟକତା ବିଷୟରେ ଏକ ଧାରଣା ସୃଷ୍ଟି କରିପାରେ। ଏହା ଏକ ନିର୍ଦ୍ଦିଷ୍ଟ ଉପାୟରେ ମତଦାନ ପାଇଁ ଏକ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ସୃଷ୍ଟି କରିବାର ସମ୍ଭାବନା ରହିଛି ଯାହାଦ୍ୱାରା ପ୍ରଲୋଭନ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଆୟୋଗ କହିଛନ୍ତି।

ସାମାନ୍ୟ ଏବଂ ସାଧାରଣ ନିର୍ବାଚନୀ ପ୍ରତିଶ୍ରୁତି ଅନୁମତି ପ୍ରଦାନ କରାଯିବା ପରିସରରେ ଆସୁଛି ବୋଲି ଆୟୋଗ ସ୍ୱୀକାର କରିଛନ୍ତି। ନିମ୍ନ ସାରଣୀରେ ଉଲ୍ଲେଖ କରାଯାଇଥିବା ଏଭଳି କାର୍ଯ୍ୟକଳାପ ଗୁଡ଼ିକ ବୈଧ ସର୍ବେକ୍ଷଣ କାର୍ଯ୍ୟକଳାପ କିମ୍ବା ସମ୍ଭାବ୍ୟ ବ୍ୟକ୍ତିଗତ ଲାଭ ସମ୍ବନ୍ଧୀୟ ସରକାରୀ କାର୍ଯ୍ୟକ୍ରମ ଅଥବା ଦଳୀୟ ଏଜେଣ୍ଡା ବିଷୟରେ ସୂଚନା ଦେବାର ପ୍ରୟାସ ବୋଲି ପରିଚୟ ଦେଇ ପ୍ରାମାଣିକ ସର୍ବେକ୍ଷଣ ଏବଂ ରାଜନୈତିକ ଫାଇଦା ପାଇଁ ଲୋକଙ୍କୁ ପଞ୍ଜୀକରଣ କରାଯାଉଥିବା ଆୟୋଗ ଉଲ୍ଲେଖ କରିଛନ୍ତି। ଏହା ଏକ ପକ୍ଷପାତିତା ପୂର୍ଣ୍ଣ ପ୍ରୟାସ ବୋଲି ଆୟୋଗ କରିଛନ୍ତି।

ଜନପ୍ରତିନିଧି ଆଇନ, ୧୯୫୧ର ଧାରା ୧୨୭ ଏ, ଜନପ୍ରତିନିଧି ଆଇନ, ୧୯୫୧ର ଧାରା ୧୨୩(୧) ଏବଂ ଧାରା ୧୭୧(ବି) ଆଇପିସି ଭଳି ବୈଧାନିକ ବ୍ୟବସ୍ଥା ମଧ୍ୟରେ ଏଭଳି କୌଣସି ବିଜ୍ଞାପନ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆୟୋଗ ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସାରଣୀ ୧:

ଖବରକାଗଜ ବିଜ୍ଞାପନରେ ବ୍ୟକ୍ତିଗତ ଭୋଟରଙ୍କୁ ମୋବାଇଲରେ ମିସ୍ ଡ କଲ୍ କିମ୍ବା ଟେଲିଫୋନ୍ ନମ୍ବରରେ କଲ୍ କରି ଫାଇଦା ପାଇଁ ନିଜକୁ ପଞ୍ଜୀକରଣ କରିବାକୁ ଆହ୍ୱାନ ଦେବା

ସମ୍ଭାବ୍ୟ ବ୍ୟକ୍ତିଗତ ସୁବିଧାର ବିବରଣୀ ପ୍ରଦାନ କରୁଥିବା ପ୍ରଚାରପତ୍ର ଆକାରରେ ଗ୍ୟାରେଣ୍ଟି କାର୍ଡ ବଣ୍ଟନ ସହିତ ଭୋଟରଙ୍କ ନାମ, ବୟସ, ଠିକଣା, ମୋବାଇଲ ନମ୍ବର, ବୁଥ୍ ନମ୍ବର, ନିର୍ବାଚନ ମଣ୍ଡଳୀ ନାମ ଓ ନମ୍ବର ଇତ୍ୟାଦି ର ବିବରଣୀ ମାଗିବା ପାଇଁ ଏକ ସଂଯୁକ୍ତ ଫର୍ମ ମଧ୍ୟ ପ୍ରଦାନ କରିବା।

ଚଳିତ ସରକାରୀ ବ୍ୟକ୍ତିଗତ ଲାଭ ଯୋଜନାର ସମ୍ପ୍ରସାରଣ ପାଇଁ ସମ୍ଭାବ୍ୟ ହିତାଧିକାରୀଙ୍କ ସାମାଜିକ-ଅର୍ଥନୈତିକ ସର୍ଭେ ନାମରେ ଭୋଟରଙ୍କ ନାମ, ରାସନ କାର୍ଡ ନମ୍ବର, ଠିକଣା, ଫୋନ୍ ନମ୍ବର, ବୁଥ୍ ନମ୍ବର, ବ୍ୟାଙ୍କ ଆକାଉଣ୍ଟ ନମ୍ବର, ନିର୍ବାଚନମଣ୍ଡଳୀ ନାମ ଓ ନମ୍ବର ଇତ୍ୟାଦି ତଥ୍ୟ ପାଇଁ ଫର୍ମ ବଣ୍ଟନ କରାଯିବା।

ରାଜନୈତିକ ଦଳ/ ପ୍ରାର୍ଥୀଙ୍କ ଦ୍ୱାରା ୱେବ ପ୍ଲାଟଫର୍ମ କିମ୍ବା ୱେବ / ମୋବାଇଲ ଆପ୍ଲିକେସନ୍ ର ପ୍ରସାରଣ କିମ୍ବା ପ୍ରସାର କରିବା ଏବଂ ଏହା ଜରିଆରେ ଭୋଟରଙ୍କ ନାମ, ଠିକଣା, ଫୋନ୍ ନମ୍ବର, ବୁଥ୍ ନମ୍ବର, ନିର୍ବାଚନ ମଣ୍ଡଳୀ ନାମ ଏବଂ ନମ୍ବର ଇତ୍ୟାଦି ମାଗିବା (ଏଥିରେ ବ୍ୟକ୍ତିଗତ ସୁବିଧା ପାଇବା ପାଇଁ କିମ୍ବା ସେମାନଙ୍କ ମତଦାନ ପସନ୍ଦ ପ୍ରକାଶ କରିବା ପାଇଁ କୁହାଯାଇ ପାରେ କିମ୍ବା କୁହାଯାଇନପାରେ)।

ପ୍ରଚଳିତ ବ୍ୟକ୍ତିଗତ ସୁବିଧା ଯୋଜନା ସମ୍ପର୍କରେ ଖବରକାଗଜ ବିଜ୍ଞାପନ କିମ୍ବା ଭୌତିକ ଫର୍ମ ଜରିଆରେ ପଞ୍ଜୀକରଣ ଫର୍ମରେ ଭୋଟରଙ୍କ ନାମ, ସ୍ୱାମୀ/ପିତାଙ୍କ ନାମ, ଯୋଗାଯୋଗ ନମ୍ବର, ଠିକଣା ଇତ୍ୟାଦି ବିବରଣୀ ମଗାଯିବା।

Categories
ଆଜିର ଖବର ଜାତୀୟ ଖବର

ଫଳପ୍ରଦ ହେଲା ନିର୍ବାଚନ ଆୟୋଗଙ୍କ ସଚେତନତା ଅଭିଯାନ; ମତଦାନରେ ଆଦିବାସୀ ସମ୍ପ୍ରଦାୟର ସକ୍ରିୟ ଭାଗିଦାରୀ

ନୂଆଦିଲ୍ଲୀ: ପିଭିଟିଜି (ବିଶେଷ ଦୁର୍ବଳ ଜନଜାତି ଗୋଷ୍ଠୀ) ସମ୍ପ୍ରଦାୟ ଏବଂ ଅନ୍ୟ ଆଦିବାସୀ ଗୋଷ୍ଠୀଙ୍କୁ ନିର୍ବାଚନ ପ୍ରକ୍ରିୟାରେ ସାମିଲ କରିବା ପାଇଁ ଗତ ଦୁଇ ବର୍ଷ ଧରି ନିର୍ବାଚନ ଆୟୋଗଙ୍କ ପ୍ରୟାସ ଫଳପ୍ରଦ ହୋଇଛି । ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ଆଦିବାସୀ ସମ୍ପ୍ରଦାୟମାନେ ମତଦାନ କେନ୍ଦ୍ରଗୁଡ଼ିକରେ ସାଧାରଣ ନିର୍ବାଚନ ୨୦୨୪ର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ସାହର ସହ ଅଂଶଗ୍ରହଣ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ଗ୍ରେଟ୍ ନିକୋବରର ଶୋମ୍ପେନ୍ ଜନଜାତି ପ୍ରଥମ ଥର ପାଇଁ ସାଧାରଣ ନିର୍ବାଚନରେ ଭୋଟ୍ ଦେଇଥିଲେ।

ପିଭିଟିଜିମାନଙ୍କୁ ନିର୍ବାଚନ ପ୍ରକ୍ରିୟାରେ ସାମିଲ କରିବା ପାଇଁ ଭାରତ ନିର୍ବାଚନ ଆୟୋଗ ସଚେତନ ହୋଇ ଗତ ଦୁଇ ବର୍ଷ ମଧ୍ୟରେ ସେମାନଙ୍କୁ ଭୋଟର ଭାବରେ ପଞ୍ଜୀକରଣ କରିବା ଏବଂ ମତଦାନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ଲାଗି ବିଶେଷ ପ୍ରୟାସ କରିଥିଲେ । ଭୋଟର ତାଲିକା ସଂଶୋଧନ ପାଇଁ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସମୟରେ ଯେଉଁ ନିର୍ଦ୍ଦିଷ୍ଟ ରାଜ୍ୟରେ ପିଭିଟିଜି ରହୁଛନ୍ତି ସେଠାରେ ସ୍ୱତନ୍ତ୍ର ପ୍ରଚାର ଶିବିର ଆୟୋଜନ କରାଯାଇ ଭୋଟର ତାଲିକାରେ ସେମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା। ସୂଚନାଯୋଗ୍ୟ, ୨୦୨୨ ନଭେମ୍ବର ମାସରେ ପୁଣେଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ରାଜୀବ କୁମାର ପିଭିଟିଜିମାନଙ୍କୁ ଦେଶର ଗର୍ବିତ ଭୋଟର ଭାବେ ପଞ୍ଜୀକୃତ କରିବା ଏବଂ ସଶକ୍ତ କରିବା ପାଇଁ ଆୟୋଗର ଗୁରୁତ୍ୱପୂର୍ଣ୍ଣ ପ୍ରଚାର ଓ ହସ୍ତକ୍ଷେପ ଉପରେ ଗୁରୁତ୍ୱାରୋପ କରିଥିଲେ।

ମଧ୍ୟପ୍ରଦେଶ

ଏହି ରାଜ୍ୟରେ ମୋଟ ୩ଟି ପିଭିଟିଜି ରହିଛି ଯଥା ବେଗା, ଭାରିୟା ଓ ସାହରିଆ। ମଧ୍ୟପ୍ରଦେଶରେ ୨୩ଟି ଜିଲ୍ଲାର ମୋଟ ୯,୯୧,୬୧୩ ପିଭିଟିଜି ଜନସଂଖ୍ୟା ମଧ୍ୟରୁ ୬,୩୭,୬୮୧ ଜଣ ଯୋଗ୍ୟ ୧୮ ବର୍ଷରୁ ଅଧିକ ବୟସ୍କ ନାଗରିକ ଏବଂ ସମସ୍ତେ ଭୋଟର ତାଲିକାରେ ପଞ୍ଜୀକୃତ ହୋଇଛନ୍ତି। ରାଜ୍ୟରେ ଦୁଇଟି ପର୍ଯ୍ୟାୟ ମତଦାନରେ ସକାଳୁ ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେବା ପାଇଁ ନିଜ ପାଳିକୁ ଅପେକ୍ଷା କରିଥିବା ବୈଗା ଓ ଭରିଆ ଜନଜାତିର ଭୋଟରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା ଏବଂ ଗଣତନ୍ତ୍ରର ମହାପର୍ବରେ ସେମାନଙ୍କ ଅଂଶଗ୍ରହଣ ସୁନିଶ୍ଚିତ ହୋଇଥିଲା ।

ମତଦାନ କେନ୍ଦ୍ରଗୁଡ଼ିକରେ ଆଦିବାସୀ ବିଷୟବସ୍ତୁ ଭିତ୍ତିକ ମତଦାନ କେନ୍ଦ୍ରଗୁଡ଼ିକୁ ସ୍ୱାଗତ କରିବା ପାଇଁ ମଧ୍ୟ ସ୍ଥିର କରାଯାଇଥିବା ବେଳେ ମଧ୍ୟପ୍ରଦେଶର ଡିଣ୍ଡୋରୀ ଗ୍ରାମବାସୀମାନେ ନିଜେ ମତଦାନ କେନ୍ଦ୍ରଗୁଡ଼ିକୁ ସଜାଇଥିଲେ।

କର୍ଣ୍ଣାଟକ

କର୍ଣ୍ଣାଟକର ପଶ୍ଚିମ ଏବଂ ଦକ୍ଷିଣ ଅଞ୍ଚଳରେ ପିଭିଟିଜି ଜେନୁ କୁରୁବା ଏବଂ କୋରଗା ବସବାସ କରନ୍ତି । ସାଧାରଣ ନିର୍ବାଚନ ପୂର୍ବରୁ କର୍ଣ୍ଣାଟକର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସାମାଜିକ ଓ ଆଦିବାସୀ କଲ୍ୟାଣ ବିଭାଗ ସହଯୋଗରେ ଯୋଗ୍ୟ ପିଭିଟିଜିମାନଙ୍କୁ ଶତ ପ୍ରତିଶତ ପଞ୍ଜିକରଣ ସୁନିଶ୍ଚିତ କରିଥିଲା। ଜିଲ୍ଲା ଓ ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଆଦିବାସୀ କଲ୍ୟାଣ ସମିତି ଗଠନ କରାଯାଇଥିଲା । ଯାହା ସମସ୍ତଙ୍କ ନାମ ପଞ୍ଜୀକରଣ ସୁନିଶ୍ଚିତ କରିବା ଏବଂ ସମସ୍ତ ପିଭିଟିଜିମାନଙ୍କ ମଧ୍ୟରେ ନିର୍ବାଚନୀ ସଚେତନତା ସୃଷ୍ଟି କରିବା ପାଇଁ ନିୟମିତ ଭାବରେ ବୈଠକ କରୁଛି । ପଞ୍ଜୀକରଣ ଏବଂ ନିର୍ବାଚନୀ ଅଂଶଗ୍ରହଣ ବୃଦ୍ଧି କରିବା ପାଇଁ ନିର୍ବାଚନ ଅଧିକାରୀମାନେ ଏହି ସବୁ ଅଞ୍ଚଳ ପରିଦର୍ଶନ କରିଛନ୍ତି। ରାଜ୍ୟର ମୋଟ୍ ଜନସଂଖ୍ୟାରେ ୫୫,୮୧୫ ପିଭିଟିଜି ଥିବା ବେଳେ ସେଥିମଧ୍ୟରୁ ୧୮ ବର୍ଷରୁ ଅଧିକ ୩୯,୪୯୮ ନୂଆ ଭୋଟର୍ ଏବଂ ସମସ୍ତେ ଭୋଟର ତାଲିକାରେ ପଞ୍ଜୀକୃତ ହୋଇଛନ୍ତି।

କେରଳ

କେରଳରେ ୫ଟି ସମ୍ପ୍ରଦାୟକୁ ପିଭିଟିଜି ଶ୍ରେଣୀଭୁକ୍ତ କରାଯାଇଛି। ସେଗୁଡ଼ିକ ହେଲା କାସରଗୋଡ ଜିଲ୍ଲାର କୋରଗା, ମଲ୍ଲାପୁରମ୍ ଜିଲ୍ଲାର ନୀଳମ୍ବର ଉପତ୍ୟକାର ଚୋଲାନାଇକାୟନ, ଆଟ୍ଟାପଡିର କୁରୁମ୍ବର, ପାଲକ୍କଡ ଜିଲ୍ଲାର କାଦର, ପାରାମ୍ବିକୁଲମ, ପାଲକ୍କଡ ଏବଂ ତ୍ରିସୁର ଜିଲ୍ଲାର କାଦର, ୱାୟନାଡର କଟୁନାଇକାନ, କୋଡ଼ିକୋଡ, ମାଲାପୁରମ ଏବଂ ପାଲକ୍କଡ ଜିଲ୍ଲା। ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ପିଭିଟିଜିଙ୍କର ମୋଟ ଜନସଂଖ୍ୟା ୪୭୫୦ ଥିବା ବେଳେ ସେମାନଙ୍କ ମଧ୍ୟରୁ ୩୮୫୦ ଜଣ ସ୍ୱତନ୍ତ୍ର ଅଭିଯାନ ଓ ପଞ୍ଜିକରଣ ଶିବିର ମାଧ୍ୟମରେ ସଫଳତାର ସହ ଭୋଟର ତାଲିକାରେ ନାମ ପଞ୍ଜିକରଣ କରିଛନ୍ତି। ନିର୍ବାଚନ ସାକ୍ଷରତା କ୍ଲବ ଓ ଚୁନାବ୍ ପାଠଶାଳା ପକ୍ଷରୁ ବ୍ୟାପକ ଭୋଟର ସଚେତନତା କାର୍ଯ୍ୟକ୍ରମ ସହିତ ମତଦାନ ଦିନ ପରିବହନ ବ୍ୟବସ୍ଥା ସୁନିଶ୍ଚିତ କରାଯାଇଥିଲା।
କେରଳର ସାଇଲେଣ୍ଟ ଭ୍ୟାଲିର ମୁକ୍କାଲି ଅଞ୍ଚଳରେ ଥିବା ମତଦାନ କେନ୍ଦ୍ରକୁ ପରିବହନ ସୁବିଧା ପାଇଁ ଗାଡି ଯୋଗାଇ ଦିଆଯାଇଥିଲା। ଫଳରେ କୁରୁମ୍ବା ଆଦିବାସୀ ଭୋଟରମାନେ ଜଙ୍ଗଲରେ ଚାଲି ଆସିବା ସହିତ ଗାଡ଼ିରେ ବସି ମତଦାନ କେନ୍ଦ୍ରକୁ ଆସିବାର ଏକ ପ୍ରେରଣାଦାୟକ ସଫଳତା ହାସଲ କରିଛନ୍ତି। ୮୦ ରୁ ୯୦ ବର୍ଷ ବୟସର ବହୁ ଆଦିବାସୀ ଭୋଟର ଗଣତନ୍ତ୍ର ପ୍ରତି ସେମାନଙ୍କର ପ୍ରତିବଦ୍ଧତା ଦର୍ଶାଇଥିଲେ । ଏହା ଅନେକଙ୍କ ପାଇଁ ପ୍ରେରଣାର ଉଦାହରଣ ସୃଷ୍ଟି କରିଛି । ୮୧୭ ଜଣ ଭୋଟରଙ୍କ ମଧ୍ୟରୁ ୪୧୭ ଜଣ ମହିଳା ଥିଲେ।

ତ୍ରିପୁରା

ରିଆଙ୍ଗ ତ୍ରିପୁରାର ଅନ୍ୟତମ ଆଦିବାସୀ ଗୋଷ୍ଠୀ ଯେଉଁମାନେ ଏକତା ଭାବନା ପ୍ରଦର୍ଶନ କରୁଛନ୍ତି । ଧଲାଇ, ଉତ୍ତର, ଗୋମତୀ ଏବଂ ଦକ୍ଷିଣ ତ୍ରିପୁରା ଜିଲ୍ଲା ଭଳି ଦୁର୍ଗମ ଏବଂ ପାହାଡ଼ିଆ ଅଞ୍ଚଳର ବିଭିନ୍ନ ସ୍ଥାନରେ ବସବାସ କରୁଥିବା ଏହି ସମ୍ପ୍ରଦାୟ ରାଜ୍ୟର ବହୁ ସଂଖ୍ୟକ ବିଧାନସଭା ନିର୍ବାଚନ ମଣ୍ଡଳୀ ସେମାନଙ୍କର ସ୍ଥିତି ଜାହିର କରିଥାନ୍ତି । ରିଆଙ୍ଗ ସମ୍ପ୍ରଦାୟ ନାମରେ ମଧ୍ୟ ପରିଚିତ ବ୍ରୁ ସମ୍ପ୍ରଦାୟ ମଧ୍ୟ ମିଜୋରାମ ରାଜ୍ୟରୁ ତ୍ରିପୁରା ରାଜ୍ୟକୁ ଚାଲି ଆସିଥିଲେ ଏବଂ ବର୍ତ୍ତମାନ ଅନେକ ସରକାରୀ ସହାୟତା ପ୍ରାପ୍ତ ଥଇଥାନ ସ୍ଥଳୀରେ ରହୁଛନ୍ତି।

ଓଡ଼ିଶା

ଓଡ଼ିଶାରେ ୧୩ଟି ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀ (ପିଭିଟିଜି) ଯଥା ପାଉଡ଼ି ଭୁଇଆ, ଜୁଆଙ୍ଗ, ସୌରା, ଲାଞ୍ଜିଆ ସୌରା, ମନକିରଡିଆ, ବିରହୋର, କୁଟିଆ କନ୍ଧ, ବୋଣ୍ଡୋ, ଦିଦାୟୀ, ଲୋଧା, ଖରିଆ, ଚୁକୁଟିଆ ଭୁଞ୍ଜିଆ, ଡଙ୍ଗରିଆ ଖୋଣ୍ଡ ବସବାସ କରନ୍ତି। ଏମାନଙ୍କ ଜନସଂଖ୍ୟା ୨,୬୪,୯୭୪ ରହିଛି।

ଉଲ୍ଲେଖନୀୟ ପ୍ରୟାସ ଏବଂ ପଞ୍ଜୀକରଣ ଅଭିଯାନ ଦ୍ୱାରା ସମସ୍ତ ୧,୮୪,୨୭୪ ଯୋଗ୍ୟ ପିଭିଟିଜିଙ୍କ ଶତପ୍ରତିଶତ ପଞ୍ଜୀକରଣ ଲକ୍ଷ୍ୟ ହାସଲ ହୋଇଛି। ନିର୍ବାଚନୀ ଅଂଶଗ୍ରହଣର ଗୁରୁତ୍ୱ ଉପରେ ସମୟ ସମୟରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଏବଂ ସ୍ଥାନୀୟ ଭାଷାରେ ଭୋଟର ଶିକ୍ଷା ବିଷୟବସ୍ତୁ ସୃଷ୍ଟି କରାଯାଇଥିଲା । ସ୍ୱତନ୍ତ୍ର ପଞ୍ଜୀକରଣ ଅଭିଯାନ ସହିତ ପାରମ୍ପରିକ ଲୋକକଳା ଓ ଗୋଷ୍ଠୀ ସଂପୃକ୍ତିକୁ ଅନ୍ତର୍ଭୁକ୍ତ କରି ଏକ ବହୁମୁଖୀ ଆଭିମୁଖ୍ୟ ଶତ ପ୍ରତିଶତ ପିଭିଟିଜି ନାମଲେଖା ସୁନିଶ୍ଚିତ କରିବାରେ ସହାୟକ ହୋଇଛି। ସ୍ଥାନୀୟ ଭାଷାରେ ପରିବେଷିତ ହେଉଥିବା ନାଟକ ସହ ପାଲା ଓ ଦାଶକାଠିଆ ଭଳି ସାଂସ୍କୃତିକ ଶୈଳୀ ଓ ଲୋକକଳା ଭୋଟର ଶିକ୍ଷା ଓ ସଚେତନତା ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ଭାବେ କାର୍ଯ୍ୟ କରିଛି।

ପିଭିଟିଜି ଅଞ୍ଚଳରେ ଭ୍ରାମ୍ୟମାନ ଗାଡ଼ି ମୁତୟନ କରାଯାଇ ସମ୍ପ୍ରଦାୟକୁ ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ସଚେତନ କରାଯାଇଥିଲା । ୨୦,୦୦୦ରୁ ଅଧିକ ପିଭିଟିଜି ମତଦାନ ପ୍ରକ୍ରିୟା ସହିତ ପରିଚିତ କରାଇବା ପାଇଁ ଛାୟା ମତଦାନରେ ଅଂଶଗ୍ରହଣ କରିଥିଲେ। ସ୍ଥାନୀୟ ଭାଷାରେ କାନ୍ଥ ଚିତ୍ର କଳା ଉପସ୍ଥାପନ କରିବାର ଅଭିନବ ଧାରଣା କେବଳ ପରିବେଶର ସୌନ୍ଦର୍ଯ୍ୟ ବଢ଼ାଇ ନାହିଁ ବରଂ “ନିଶ୍ଚିତ ଭାବରେ ଭୋଟ୍ ଦିଅନ୍ତୁ” ଏବଂ “ମୋ ଭୋଟ୍ କିଣାଯାଇପାରିବ ନାହିଁ” ଭଳି ସଶକ୍ତ ବାର୍ତ୍ତା ମଧ୍ୟ ଦେଇଛି।

ଓଡ଼ିଶାର ପାଉଡ଼ି ଭୂୟାଁ ଜନଜାତି (ପିଭିଟିଜି)ର ଭୋଟରମାନେ ବଣାଇ ଜିଲ୍ଲାର ଅଧିକାରୀଙ୍କ ଉଦ୍ୟମରେ ସାଂସ୍କୃତିକ ଅନୁପ୍ରାଣିତ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।

ସେମାନଙ୍କ ଅଞ୍ଚଳରେ ୬୬୬ଟି ଥିମ୍ ଭିତ୍ତିକ ପୋଲିଂ ବୁଥ୍ ଖୋଲାଯାଇ ଲଜିଷ୍ଟିକ୍ ପ୍ରତିବନ୍ଧକ ଦୂର କରିବା ସହ ମତଦାନ ପ୍ରକ୍ରିୟାକୁ ସୁନିଶ୍ଚିତ କରାଯାଇଛି। ଆଗାମୀ ପର୍ଯ୍ୟାୟରେ (ଚତୁର୍ଥ-ସପ୍ତମ ପର୍ଯ୍ୟାୟ) ରାଜ୍ୟରେ ମତଦାନ ହେବ।

ବିହାର

ବିହାରର ମାଲ ପହଡ଼ିଆ, ସୌରିଆ ପହାଡିଆ, ପହାଡିଆ, କୋରୱା ଓ ବୀରହୋର ସମେତ ୫ଟି ପିଭିଟିଜିର ଜନସଂଖ୍ୟା ୭୬୩୧ ଅଟେ । ଯୋଗ୍ୟ ୩୧୪୭ ଜଣ ଭୋଟରଙ୍କ ଶତ ପ୍ରତିଶତ ନାମଲେଖା ସହ ଚଳିତ ନିର୍ବାଚନରେ ସେମାନଙ୍କ ଭାଗିଦାରୀ ବୃଦ୍ଧି ପାଇଁ ‘ମତଦାତା ଆପିଲ ପତ୍ର’ ସମେତ ବ୍ୟାପକ ଅଭିଯାନ ଆରମ୍ଭ ହୋଇଥିଲା।

ଝାଡ଼ଖଣ୍ଡ

ଝାଡ଼ଖଣ୍ଡରେ ୩୨ଟି ଆଦିବାସୀ ଗୋଷ୍ଠୀ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୯ଟି ପିଭିଟିଜି ଯଥା ଅସୁର, ବିରହୋର, ବିରଜିଆ, କୋରୱା, ମାଲ ପହାଡିଆ, ପହାଡ଼ିଆ, ସୌରିଆ ପହାଡ଼ିଆ, ବେଗା ଓ ସାବର ଅନ୍ତର୍ଭୁକ୍ତ। ଏସ୍ଏସ୍ଆର୍ ୨୦୨୪ ସମୟରେ ଝାଡ଼ଖଣ୍ଡର ପିଭିଟିଜିମାନଙ୍କ ବାସସ୍ଥାନ ଅଞ୍ଚଳରେ ସ୍ୱତନ୍ତ୍ର ଅଭିଯାନ କରାଯାଇଥିଲା, ଯାହାଫଳରେ ୬,୯୭୯ ଟି ପଞ୍ଜୀକରଣ ହୋଇଥିଲା, ଯେଉଁଥିରେ ମୋଟ ୧,୬୯,୨୮୮ ଯୋଗ୍ୟ ୧୮ବର୍ଷରୁ ଅଧିକ ପିଭିଟିଜି ଏବେ ଭୋଟର ତାଲିକାରେ ପଞ୍ଜୀକୃତ ହୋଇଛନ୍ତି। ସମୁଦାୟ ପିଭିଟିଜି ଜନସଂଖ୍ୟା ୨,୫୮,୨୬୬ ଅଟେ ।

ଗୁଜରାଟ

କୋଲଘା, କାଠୋଡି, କୋତୱାଲିଆ, ପଧର, ସିଦ୍ଦି ଗୁଜରାଟର ୧୫ଟି ଜିଲ୍ଲାରେ ରହୁଥିବା ପିଭିଟିଜି ଆଦିବାସୀ ସମ୍ପ୍ରଦାୟ। ରାଜ୍ୟରେ ଯୋଗ୍ୟ ପିଭିଟିଜିମାନଙ୍କର ଶତ ପ୍ରତିଶତ ପଞ୍ଜୀକରଣ କୁ ସୁନିଶ୍ଚିତ କରି ମୋଟ ୮୬,୭୫୫ ଜଣ ଭୋଟର ତାଲିକାରେ ପଞ୍ଜୀକୃତ ହୋଇଛନ୍ତି। ଗୁଜରାଟରେ ୨୦୨୪ ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି।

ତାମିଲନାଡୁ

ତାମିଲନାଡୁରେ ୬ଟି ପିଭିଟିଜି ସମ୍ପ୍ରଦାୟ ରହିଛି ଯଥା କୁଟ୍ଟୁନାୟକନ, କୋଟା, କୁରୁମ୍ବା, ଇରୁଲାର, ପାନିଆନ୍, ଟୋଡା ଯେଉଁମାନଙ୍କର ମୋଟ ଜନସଂଖ୍ୟା ୨,୨୬,୩୦୦। ୧,୬୨,୦୪୯ ୧୮ ବର୍ଷରୁ ଅଧିକ ଯୋଗ୍ୟ ପିଭିଟିଜିଙ୍କ ମଧ୍ୟରୁ ୧,୬୧,୯୩୨ ଜଣ ପଞ୍ଜୀକୃତ ଭୋଟର। କୋଏମ୍ବାଟୁର, ନୀଳଗିରି ଓ ତିରୁପଥର ଭଳି ଅଞ୍ଚଳ ଉପରେ ଗୁରୁତ୍ବ ଦେଇ ୨୩ଟି ଜିଲ୍ଲାରେ ଏକ ବ୍ୟାପକ ଅଭିଯାନ ପିଭିଟିଜି ଅନ୍ତର୍ଭୁକ୍ତୀକରଣକୁ ପ୍ରାଥମିକତା ଦେଇଛି।

ଉତ୍ସାହୀ ଭୋଟରମାନେ ଘଞ୍ଚ ଜଙ୍ଗଲ, ଜଳପଥ ଇତ୍ୟାଦି ବିଭିନ୍ନ ମାଧ୍ୟମରେ ମତଦାନ କେନ୍ଦ୍ରରେ ପହଞ୍ଚି ଲୋକସଭା ନିର୍ବାଚନରେ ଅଂଶଗ୍ରହଣ ସୁନିଶ୍ଚିତ କରିଥିଲେ।

ଛତିଶଗଡ଼

୧,୮୬,୯୧୮ ପିଭିଟିଜି ଜନସଂଖ୍ୟା ବିଶିଷ୍ଟ ଛତିଶଗଡ଼ରେ ୧୮ଟି ଜିଲ୍ଲାରେ ୫ଟି ପିଭିଟିଜି ସମ୍ପ୍ରଦାୟ ଯଥା ଅବୁଝମାଡିଆ, ବାଇଗା, ବିରହୋର, କାମାର ଓ ପାହାଡ଼ି କୋରୱା ରୁହନ୍ତି । ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ ଅଧିକ ଭୋଟରଙ୍କ ସଂଖ୍ୟା ୧,୨୦,୬୩୨ ରହିଛି ଏବଂ ସମସ୍ତେ ଭୋଟର ତାଲିକାରେ ପଞ୍ଜୀକୃତ ହୋଇଛନ୍ତି।

ଗରିଆବନ୍ଦରେ ଭୋଟର ଶିକ୍ଷା ଅଭିଯାନ, କାଙ୍କେରରେ ଅତିରିକ୍ତ ଗାଡି ମୁତୟନ ଏବଂ ବେଗା ଆଦିବାସୀ ବିଷୟବସ୍ତୁ ଅଧୀନରେ କବୀରଧାମ ଜିଲ୍ଲାରେ ପରିବେଶ ଅନୁକୂଳ ମତଦାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ସ୍ଥାୟୀ ନିର୍ବାଚନ ଦିଗରେ ପଦକ୍ଷେପ ସ୍ୱରୂପ ବାଉଁଶ, ଫୁଲ, ପତ୍ର ଭଳି ପ୍ଲାଷ୍ଟିକ ମୁକ୍ତ ପ୍ରାକୃତିକ ସାମଗ୍ରୀକୁ ସଜାଇବା ପାଇଁ ବ୍ୟବହାର କରିବା ସମେତ ସେମାନଙ୍କ ନିର୍ବାଚନୀ ଭାଗିଦାରୀ ବୃଦ୍ଧି ପାଇଁ ଅନେକ ପଦକ୍ଷେପ ନିଆଯାଇଛି ।
୧୦୦ ପ୍ରତିଶତ ଏପିକ୍ କାର୍ଡ ବଣ୍ଟନ ସୁନିଶ୍ଚିତ ହେବା ସହ ମହାସମୁନ୍ଦ ଜିଲ୍ଲାରେ “ଚୁନାଇ ମଡ଼ଇ” ପର୍ବ ପାଳନ ଆଦିବାସୀଙ୍କ ସହ ସମ୍ପର୍କ ସ୍ଥାପନ କରିବାରେ ସହାୟକ ହୋଇଥିଲା ।

ପୃଷ୍ଠଭୂମି

ଭାରତରେ ୮.୬% ଆଦିବାସୀ ଜନସଂଖ୍ୟା ରହିଛି ଯେଉଁଥିରେ ଆଦିବାସୀଙ୍କ ୭୫ଟି ଗୋଷ୍ଠୀ ସାମିଲ ଯେଉଁମାନେ ବିଶେଷ ଭାବରେ ଦୁର୍ବଳ ଜନଜାତି ଗୋଷ୍ଠୀ (ପିଭିଟିଜି) ଅଟନ୍ତି । ପୂର୍ବରୁ ଅପହଞ୍ଚ ଅଞ୍ଚଳଳରେ ନୂଆ ପୋଲିଂ ବୁଥ୍ ଥିବାରୁ ପିଭିଟିଜିକୁ ବ୍ୟାପକ ଭାବେ ଅନ୍ତର୍ଭୁକ୍ତ କରାଯାଇଛି । ଗତ ୧୧ଟି ରାଜ୍ୟ ବିଧାନସଭା ନିର୍ବାଚନରେ କାମାର, ଭୁଞ୍ଜିଆ, ବେଗା, ପାହାଡ଼ି କୋରୱା, ଆବୁଝମାଡିଆ, ବିରହୋର, ସହରିଆ, ଭାରିୟା, ଚେଞ୍ଚୁ, କୋଲାମ, ଥୋଟି, କୋଣ୍ଡାରେଡ୍ଡି, ଜେନୁ କୁରୁବା ଓ କୋରାଗା ଭଳି ୧୪ଟି ପିଭିଟିଜି ସମ୍ପ୍ରଦାୟର ପ୍ରାୟ ୯ ଲକ୍ଷ ଯୋଗ୍ୟ ମତଦାତା ଥିଲେ। ଆୟୋଗଙ୍କ ସ୍ୱତନ୍ତ୍ର ପ୍ରୟାସ ରେ ସେହି ରାଜ୍ୟଗୁଡ଼ିକରେ ପିଭିଟିଜିର ଶତ ପ୍ରତିଶତ ପଞ୍ଜୀକରଣ ସୁନିଶ୍ଚିତ ହୋଇଥିଲା।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

୨୦୨୪ ନିର୍ବାଚନ: ଜୁନାଗଡ ବିଧାନସଭା କ୍ଷେତ୍ରର ରାଜନୈତିକ ଚିତ୍ରପଟ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାର ଗୁରୁତ୍ବପୂର୍ଣ୍ଣ ବିଧାନସଭା ଆସନ ଭାବରେ ୭୮-ଜୁନାଗଡ ବିଧାନ ସଭା ଆସନ ପରିଗଣିତ। ଏଠାରେ ରାଜନୈତିକ ଦଳ ଗୁଡିକର ସବୁପ୍ରକାର ଗୋଟି ଚାଳନା ଫେଲ ହୋଇଯାଉଥିବାର ଅନେକ ଉଦାହରଣ ରହିଛି।

ଅତୀତକୁ ରୋମନ୍ଥନ କଲେ ଏହା ସ୍ପଷ୍ଟ ଯେ, ଜୁନାଗଡ ନିର୍ବାଚନ ମଣ୍ଡଳୀ କାହିଁକି ସମଗ୍ର କଳାହାଣ୍ଡି ଜିଲ୍ଲାରେ ରାଜପରିବାରର ସ୍ଵତନ୍ତ୍ର ପତିଆରା ରହିଆସିଛି। ପ୍ରଥମ ସାଧାରଣ ନିର୍ବାଚନ ୧୯୫୧ରେ କଳାହାଣ୍ଡି ମହାରାଜା ପ୍ରତାପ କେଶରୀ ଦେଓ ଜୁନାଗଡ ବିଧାୟକ ଭାବେ ନିର୍ବାଚିତ ହେବା ପରଠାରୁ ୧୯୭୪ ମସିହାରେ ଉଦିତ ପ୍ରତାପ ଦେଓ ନିର୍ବାଚିତ ହେବା ପର୍ଯ୍ୟନ୍ତ ରାଜ ପରିବାର ଅଧୀନରେ ଜୁନାଗଡ ବିଧାନସଭା କ୍ଷେତ୍ର ରହିଆସିଥିଲା।

ସେହିପରି ୧୯୫୭ ରେ ହୋଇଥିବା ଦ୍ବିତୀୟ ସାଧାରଣ ନିର୍ବାଚନ ପରଠାରୁ ୧୯୭୭ ନିର୍ବାଚନ ପର୍ଯ୍ୟନ୍ତ କଳାହାଣ୍ଡି ଲୋକସଭା ସଭ୍ୟ ଭାବେ ଅଣ କଂଗ୍ରେସ ପାର୍ଟିରୁ କଳାହାଣ୍ଡି ମହାରାଜା ପ୍ରତାପ କେଶରୀ ଦେଓ ନିର୍ବାଚିତ ହୋଇଛନ୍ତି।

ବିଜୁ ପଟ୍ଟନାୟକଙ୍କ ଏକାନ୍ତ ସହଯୋଗୀ ଭାବେ ପରିଚିତ ଏବଂ କଳାହାଣ୍ଡି ଜିଲ୍ଲାରେ କଂଗ୍ରେସ କୁ ବଞ୍ଚାଇ ରଖିଥିବା ତଥା ୧୯୬୭ ରେ କଂଗ୍ରେସ ପ୍ରାର୍ଥୀ ଭାବେ ହାରିଥିବା ପରିବାରର ଦାୟାଦ ଭାବେ ରାସ ବିହାରୀ ବେହେରା ପ୍ରଥମେ ୧୯୭୪ ରେ ଭବାନୀପାଟଣା ୧୯୭୭ ରେ କୋକସରା ବିଧାନସଭା ଆସନରେ ବିଜୟୀ ହୋଇଥିବା ବେଳେ ସେହି କଂଗ୍ରେସ ହାୱା ରେ ଜୁନାଗଡ ସରପଞ୍ଚ ଓ ଏନ ଏ ସି ର ଅଧ୍ୟକ୍ଷ ଥିବା ମହେଶ୍ବର ବରାଡ କଂଗ୍ରେସ ଦଳରୁ ପ୍ରସନ୍ନ ବେହେରା, ଭାଗରଥୀ ସାମନ୍ତରାୟ, ତ୍ରିନାଥ ଠାକୁର, ଭଳି ଅନେକ ତୁଙ୍ଗ ନେତାଙ୍କ ଆନ୍ତରିକ ସହଯୋଗରେ ଜୁନାଗଡ ଆସନରେ ବିଜୟୀ ହୋଇଥିଲେ।

ସେହିପରି ୧୯୮୦ ରେ ଲୋକସଭା ସଭ୍ୟ ଭାବେ ରାସ ବିହାରୀ ବେହେରା ବିଜୟୀ ହୋଇ ପ୍ରତାପ କେଶରୀ ଦେଓ ଙ୍କୁ ପ୍ରଥମ କରି ନିର୍ବାଚନରେ ହରାଇଥିଲେ। ସେହିପରି ଜୁନାଗଡ ବିଧାନସଭା କ୍ଷେତ୍ରରେ ଶ୍ରୀ ବରାଡ ସେହି ସମର୍ଥକ ମାନଙ୍କ ସହାୟତାରେ ପୁନର୍ବାର ବିଜୟୀ ହୋଇଥିଲେ। କିନ୍ତୁ ୧୯୮୫ ରେ ପି କେ ଦେଓ ଙ୍କ ପୁତ୍ର ବିକ୍ରମ କେଶରୀ ଦେଓ ରାଜ ପରିବାରର ଆନୁଗତ୍ୟ ଥିବା ଏବଂ ସମର୍ଥକ ଥିବା ବୁଦ୍ଧିଜୀବୀ ସମ୍ପ୍ରଦାୟଙ୍କ ସହଯୋଗରେ ଜୁନାଗଡ ବିଧାନସଭା ଆସନକୁ ଦଖଲ କରିନେବାରେ ସଫଳ ହୋଇଥିଲେ।

ଗତ ୧୯୯୭ ରେ ଜୁନାଗଡ ବିଧାୟକ ଥିବା ବିକ୍ରମ କେଶରୀ ଦେଓ ନିଜ ପିତାଙ୍କ ପାରମ୍ପରିକ କଳାହାଣ୍ଡି ଲୋକସଭା ଆସନକୁ ପୁନର୍ବାର ଦଖଲ କରିବାରେ ସଫଳ ହେବା ପରେ ଜୁନାଗଡ ବିଧାନସଭା ଆସନ ଖାଲି ପଡିଥିବା ବେଳେ ତାଙ୍କର ଅନୁଗତ୍ୟ ସ୍ଵୀକାର କରିଥିବା ପୂର୍ବତନ ବ୍ଲକ ଅଧ୍ୟକ୍ଷ ହିମାଂଶୁ ମେହେରଙ୍କୁ ବିକ୍ରମ କେଶରୀ ଦେଓ ବିଜେପି ରୁ ପ୍ରାର୍ଥୀ କରାଇଥିଲେ।

ରାଜ୍ୟରେ କଂଗ୍ରେସ ସରକାର ଚାଲିଥିବା ବେଳେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ବହୁ ହେଭିୱେଟ ନେତାଙ୍କ ପ୍ରଚାର ସତ୍ବେ କେବଳ ଅଜୟ ପାଣିଗ୍ରାହୀଙ୍କ ଉପରେ କଂଗ୍ରେସିଆଙ୍କ ଆକ୍ରମଣ ହୋଇଥିବା କାରଣରୁ ଏବଂ ଶ୍ରୀ ଗୋପାଳ ଜୀ ଙ୍କ ଦୟାରେ କଂଗ୍ରେସ ଠାରୁ କମ ଭୋଟ ବ୍ୟବଧାନରେ ହେଉ ପଛକେ ହିମାଂଶୁ ମେହେର ବିଜୟୀ ହୋଇଥିଲେ ଏବଂ ଜୁନାଗଡ ରେ ବିଜେପି ଗଡ଼କୁ ସୁଦୃଢ କରି ପାରିଥିଲେ। ତା’ପରଠାରୁ ସେହି ମାନଙ୍କ ଗୋଟି ଚଳନାରେ ୨୦୦୦ ଓ ୨୦୦୪ ନିର୍ବାଚନରେ ମଧ୍ୟ ହିମାଂଶୁ ମେହେର ବିଜୟୀ ହୋଇଥିବା ବେଳେ ୨୦୦୯ ରେ ପୂର୍ବରୁ ସମର୍ଥନ ଦେଉଥିବା ନିର୍ଦ୍ଧିଷ୍ଟ ସମ୍ପ୍ରଦାୟ ନୀରବ ରହିବା ପରେ ଏବଂ କଂଗ୍ରସର ପୁରୁଖା ନେତାଙ୍କ ଗୋଟି ଚଳନାରେ ଗୋବର୍ଦ୍ଧନ ଦାଶ ବିଜୟୀ ହୋଇଥିଲେ। ଅବଶ୍ୟ ବିଜେପି ରୁ ହିମାଂଶୁ ମେହେର ତିନି ଥର ବିଜୟୀ ହେବା ପରେ ଓ ମନ୍ତ୍ରୀ ହେବା ପରେ ଟିକେ ଅହଂ ଭାବ ବୃଦ୍ଧି ପାଇଥିବା ଏବଂ କେବଳ ମେହେର ମାନଙ୍କୁ ହିଁ ସବୁଥିରେ ଗୁରୁତ୍ବ ଦେଉଥିବାରୁ ହିମାଂଶୁ ମେହେରଙ୍କୁ ହାରିବାକୁ ପଡିଲା ବୋଲି ସେତେବେଳେ ଚର୍ଚ୍ଚା ହେଉଥିଲା।

ଗତ ୨୦୧୪ ମସିହା ନିର୍ବାଚନରେ ବିଜେଡ଼ି ରୁ ଦିବ୍ୟଶଙ୍କର ମିଶ୍ରଙ୍କ ଗୋଟି ଚାଳନା, ଚାଣକ୍ୟ ନୀତିର ଅବଲମ୍ବନ ଏବଂ ମେହେର ବ୍ରଦର୍ଶ ଗୃପର ନୀରବ ସମର୍ଥନ ସର୍ବୋପରି ନବାଗତ ଅନିଲ ସିଂ ଙ୍କ ଦୁର୍ବଳତା ଯୋଗୁଁ ବିଜେଡ଼ିରୁ ଦିବ୍ୟ ଶଙ୍କର ମିଶ୍ର ଜୁନାଗଡ ଆସନ ଦଖଲ କରିବା ପରେ ୨୦୧୯ ରେ ସ୍ଥାନୀୟ ପ୍ରାର୍ଥିତ୍ଵ ଦାବି ସତ୍ବେ ପୁନଃ ବିଜେଡ଼ିରୁ ଦିବ୍ୟ ଶଙ୍କର ମିଶ୍ର ବିଜୟୀ ହୋଇଥିବା ବେଳେ ଦୁର୍ବଳ ନିର୍ବାଚନ ପରିଚାଳନା ଯୋଗୁଁ ବିଜେପି ପ୍ରାର୍ଥୀ ମନୋଜ ମେହେରଙ୍କୁ ପରାଜୟ ସ୍ଵୀକାର କରିବାକୁ ପଡିଥିଲା।

ଏସବୁ ସତ୍ବେ କ୍ରମାଗତ ଭାବେ ଜୁନାଗଡ ନିର୍ବାଚନରେ ବିଜେପି ର ଭୋଟ ପ୍ରତିଶତ ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟ ପକ୍ଷରେ ଜୁନାଗଡରେ ବିଜେଡ଼ିର ମନମୁଖୀ କାରବାର, ଭୂମି, ଖଣି, ସଟ୍ଟା ମାଫିଆ ତଥା ଠିକା ମାଫିଆଙ୍କ ରାଜ ଚାଲିଥିବା ବେଳେ ସାଧାରଣ ଲୋକେ ହଇରାଣ ହରକତ ହେଉଥିବା ହେତୁ ଲୋକେ ବିଜେଡ଼ି ପ୍ରତି ମୂହ ମୋଦୀ ନେଉଥିବା ଦେଖାଯାଉଛି।

ଚଳିତ ୨୦୨୪ ନିର୍ବାଚନରେ ମୋଦି ଜୀ ଙ୍କ ସବ କା ସାଥ, ସବକା ବିଶ୍ବାସ, ସବକା ପ୍ରୟାସ, ସବକା ବିକାଶ ଶ୍ଳୋଗାନ ରେ ବିଜେପି ର ସ୍ଥିତି ଦ୍ରୁତ ଗତିରେ ବଢୁଥିବା ବେଳେ ସ୍ବତଃ ସରକାର ବଦଳାଇବା ପାଇଁ ଲୋକେ ଚିନ୍ତା କରୁଥିବା ବେଳେ ବିଜେପି ପକ୍ଷରୁ ସେଭଳି କିଛି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରଯାଇ ନ ଥିବା ଦେଖା ଯାଉଛି। ସଙ୍ଗଠନକୁ ସୁଦୃଢ କରିବା ପାଇଁ ଯଥେଷ୍ଟ ସମୟ ଦେବାକୁ ଦଳୀୟ ନେତୃତ୍ବ ବହୁ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେପି ପକ୍ଷରୁ ପ୍ରତି ବୁଥ ସ୍ତରରେ ଗଠିତ କମିଟିକୁ ମଧ୍ୟ ଉତ୍ସାହିତ କିମ୍ବା ସୁଦୃଢ କରାଯାଇ ପାରି ନାହି, ଏପରିକି ସମସ୍ତ ଜନ ହିତକର କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ଲୋକଙ୍କ ପାଖକୁ ସୂଚନା ପହଞ୍ଚାଇ ପାରୁନାହି, ଯାହା ଫଳରେ ସାଧାରଣ ଲୋକେ ସଠିକ ଭାବେ ଜାଣି ନ ଥିବାର ଦେଖା ଯାଉଛି।

ଅନ୍ୟପକ୍ଷରେ ଜୁନାଗଡ ସହରରେ ଏବଂ ଗ୍ରାମାଞ୍ଚଳରେ ଅନ୍ୟ ଦଳରୁ ଅନେକ ନେତା ଓ କର୍ମୀ ବିରାଟ ବିରାଟ ପଟୁଆରରେ ବିଜେପିରେ ସାମିଲ ହେଉଥିବା ଦେଖି ବିଜେପି ନେତୃତ୍ବ ଏକ ପ୍ରକାର ନିର୍ବାଚନ ଜିତି ଯାଉଥିବା ଭଳି ଅନୁମାନ କରୁଥିବା ଦେଖାଯାଉଛି। ଏପରିକି ରାବଣ କୁ ବଧ କରିବାକୁ ରାମ ମାନଙ୍କୁ ଏକଜୁଟ ହେବାକୁ ପଡୁଛି ବୋଲି ବିଜେପି ଶିବିର ରେ ଚର୍ଚ୍ଚା ହେଉଥିବା ବେଳେ ରାମାୟଣକୁ ଅପଭ୍ରଂଶ କରା ନ ଯାଉ କାରଣ ଦୁଷ୍ଟ ଶକ୍ତିର ବିନାଶ ପାଇଁ କେବଳ ବ୍ରହ୍ମ ଶକ୍ତିର ଆବଶ୍ୟକ ପଡିଥାଏ ବୋଲି ବୁଦ୍ଧିଜୀବୀ ମହଲରେ କୁହାଯାଉଛି।

ଅବଶ୍ୟ ଓବିସି ଭୋଟ ଦ୍ବାରା ବିଜେପି ଜିତିଯିବାକୁ କଳନା କରୁଥିବା ବେଳେ କଂଗ୍ରେସ ପ୍ରାର୍ଥୀ ମଧ୍ୟ ସେହି ଓବିସି ଭୋଟରୁ ସିଂହ ଭାଗ ନେଉଥିବା ଆକଳନ ହେଉଛି। ବିଗତ ନିର୍ବାଚନ ଗୁଡିକ ଅପେକ୍ଷା ଚଳିତ ୨୦୧୪ ନିର୍ବାଚନର ଗଣିତ ସମ୍ପୂର୍ଣ୍ଣ ଅଲଗା ହେଉଥିବା ଦେଖାଯାଉଛି।

ସମଗ୍ର ଓବିସି ଭୋଟ କୁ ଦୁଇ ଭାଗ କଳେ ଯଦିଓ ଦଳିତ ଭୋଟ କଂଗ୍ରେସ ସପକ୍ଷରେ ଗଲେ କଂଗ୍ରେସ ଜିତିଯିବାର ସମ୍ଭାବନାକୁ ଏଡାଇ ଦିଆ ଯାଇ ନ ପାରେ। ବିଜେଡ଼ିର ପାରମ୍ପରିକ ଭୋଟ ରୁ କିଛି ଏପଟ ସେପଟ ହେଲେ ମଧ୍ୟ ବିଜେଡ଼ି ର ଚାଣକ୍ୟ ଗୋଟି ଚାଳନା ପ୍ରକ୍ରିୟା ରେ ସଫଳ ହେଲେ ବିଜେଡି କୁ ମଧ୍ୟ ଜିତିଯିବାର ସମ୍ଭାବନାକୁ ଏଡାଇ ଦିଆ ଯାଇ ନ ପାରେ।

ସେହିପରି କେବଳ ଓବିସି ଭୋଟ ଦ୍ବାରା ବିଜେପି ଜିତିଯିବାକୁ କଳନା କଲେ ହୁଏତ ଗଣିତ ବିଗିଡି ଯାଇ ପାରେ କିନ୍ତୁ ବିଜେପି ନେତୃତ୍ବ କୌଣସି ଚକ୍ର ବ୍ୟୁହ ରେ ନ ପଡି ବିଜେପିରେ ରାଷ୍ଟ୍ର ପ୍ରତି ସମର୍ପିତ ମନୋଭାବ ସହିତ ଥିବା ଚାଣକ୍ୟ ଗୋଷ୍ଠୀ କୁ ଏକ ଜୁଟ କରି ପାରିଲେ ଏବଂ ପରିଶ୍ରମ କରି ମୋଦିଜୀ ଙ୍କ ବାର୍ତ୍ତା ପହଞ୍ଚାଇବା ସଙ୍ଗେ ସଙ୍ଗେ ବିଜେଡ଼ିର ଅସଫଳତା ଓ ଦୁର୍ନୀତିକୁ ଲୋକଙ୍କ ପାଖରେ ଉପସ୍ଥାପନ କରିବା ସହିତ ସାମୁହିକ ଭାବେ ନିର୍ବାଚନକୁ ନିର୍ବାଚନ ଭାବେ ଲଢିଲେ ବିଜେପି କୁ ମଧ୍ୟ ଜିତିଯିବାର ସମ୍ଭାବନାକୁ ଏଡାଇ ଦିଆ ଯାଇ ନ ପାରେ। ଆଗକୁ ସମୟ ହିଁ କହିବ ଜୁନାଗଡ ଆସନରେ କାହା ମୁଣ୍ଡରେ ଶିରପା!

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଡବଲ ଇଞ୍ଜିନ ସରକାର ଦେଉଛି ମାତ୍ର ୩୦୦ ଟଙ୍କା ଭତ୍ତା, ନବୀନ ଇଞ୍ଜିନ ଦେଉଛି ୧୦୦୦ ଟଙ୍କା: ଭିକେ ପଣ୍ଡିଆନ

ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି କବିସୂର୍ଯ୍ୟନଗର ଓ ଦିଗପହଣ୍ଡିରେ ନିର୍ବାଚନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ଆହ୍ବାନ ଦେଇଛନ୍ତି। କବିସୂର୍ଯ୍ୟନଗରରେ ଆସ୍କା ଲୋକସଭା ପ୍ରାର୍ଥୀ ରଞ୍ଜିତା ସାହୁ ଓ କବିସୂର୍ଯ୍ୟନଗର ବିଧାନସଭା ପ୍ରାର୍ଥୀ ଲତିକା ପ୍ରଧାନ ତଥା ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍‌ସିପାତ୍ର ଏବଂ ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବିପ୍ଳବ ପାତ୍ରଙ୍କୁ    ଯୋଡି ଶଙ୍ଖରେ ଭୋଟ ଦେଇ ନବୀନ ବାବୁଙ୍କୁ ଆଶୀର୍ବାଦ କରିବାକୁ ଅନୁରୋଧ କରିଥିଲେ। ଦଳୀୟ ପ୍ରାର୍ଥୀଙ୍କୁ ୯୫ ପ୍ରତିଶତ ଭୋଟରେ ଜିତାଇବାକୁ ସେ ଅନୁରୋଧ କରିଥିଲେ।

ଦୁଇଟିଯାକ ସଭାରେ ସେ ଖଲିକୋଟର ପୂଜ୍ୟ ରାଣୀ ମା’ ସୁଜ୍ଞାନ ଦେଓ ଓ ପୂର୍ବତନ ବାଚସ୍ପତି ତଥା ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଭାଷଣ ଆରମ୍ଭ କରିଥିଲେ।

ସେ କହିଥିଲେ ଯେ ଓଡିଶାର ପରିଚୟ ହେଉଛି ଶଙ୍ଖ ଚିହ୍ନ। ଉନ୍ନତିର ଚିହ୍ନ ଶଙ୍ଖ ଚିହ୍ନ। ନବୀନ ବାବୁଙ୍କ ଚିହ୍ନ ଶଙ୍ଖ ଚିହ୍ନ। ନବୀନ ପଟ୍ଟନାୟକ ଓ ମୁଁ ସବୁବେଳେ ଆପଣମାନଙ୍କ ସହିତ ରହିଛୁ ଓ ରହିଥିବୁ। ଆମେ ଆପଣଙ୍କ ସୁଖଦୁଃଖରେ ଅଛୁ, ସବୁଦିନେ ଆପଣଙ୍କ ଭଲମନ୍ଦ ବୁଝୁଛୁ। ତେଣୁ ଆପଣମାନେ ବିଜୁ ଜନତା ଦଳକୁ ଡବଲ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରନ୍ତୁ ବୋଲି ସେ ଆହ୍ବାନ ଦେଇଥିଲେ।

ବିରୋଧୀଙ୍କୁ ପ୍ରବଳ ଆକ୍ରମଣ କରି ସେ କହିଲେ ୟେ କବିସୂର୍ଯ୍ୟନଗର ଓ ଦିଗପହଣ୍ଡିରେ ବିରୋଧୀ ଦଳର ସ୍ଥିତି ନାହିଁ। ସେମାନେ କେଉଁଠି ଦିଶୁନାହାନ୍ତି। ନା ସେମାନେ ଲୋକଙ୍କ ସହିତ ଅଛନ୍ତି, ନା ସେମାନଙ୍କ ଭଲମନ୍ଦରେ ଅଛନ୍ତି। ସେମାନଙ୍କୁ ଆପଣ ଦୂରରେ ରଖନ୍ତୁ।

ସେମାନେ ବାରମ୍ବାର ଡବଲ ଇଞ୍ଜିନ,  ଡବଲ ଇଞ୍ଜିନ କହୁଛନ୍ତି। କିନ୍ତୁ ତାଙ୍କ ସରକାର ଦେଉଛି ମାତ୍ର ୩୦୦ ଟଙ୍କା ଭତ୍ତା, ନବୀନ ଇଞ୍ଜିନ ଦେଉଛି ୧୦୦୦ ଟଙ୍କା। ଓଡିଶାରେ ନବୀନ ଇଞ୍ଜିନ ବହୁତ ମଜବୁତ। ନବୀନ ଇଞ୍ଜିନରେ ଓଡିଶା ବହୁତ ଭଲରେ ଚାଲିଛି।

ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବକୁ ପ୍ରଶଂସା କରି ସେ କହିଲେ ଯେ ମୁଖ୍ୟମନ୍ତ୍ରୀ ଆପଣଙ୍କ ପାଇଁ ୨୪ ଘଣ୍ଟା କାମ କରୁଛନ୍ତି।  କବିସୂର୍ଯ୍ୟନଗରକୁ ସେ ଖୁବ ଭଲ ପାଆନ୍ତି।

ଆମ ମୁଖ୍ୟମନ୍ତ୍ରୀ ଦେଶର ଏକମାତ୍ର ନେତା, ଯିଏ କାମର ହିସାବ ଦେବାକୁ କହନ୍ତି। ସେଥିପାଇଁ ଓଡିଶାରେ,  ସବୁ ଜାଗାରେ ଆମେ କାମର ହିସାବ ଦେଉଛୁ। ଏଭଳି କେଉଁ ରାଜ୍ୟରେ ବି ଦେଖିବାକୁ ମିଳିବ ନାହିଁ।

କବିସୂର୍ଯ୍ୟନଗରରେ ୬୦ କୋଟିର କାମ ଚାଲିଛି। ଏଥିସହିତ ଆଠଗଡ ଜଗନ୍ନାଥ ମନ୍ଦିର ପାଇଁ ୨ କୋଟି, ପୁରୁଷୋତ୍ତମ ବ୍ଲକ ଗୁପ୍ତେଶ୍ବର ମନ୍ଦିର ପାଇଁ ୧.୨୦ କୋଟି, ବେଗୁନିଆପଡା ବ୍ଲକ ସିଦ୍ଧେଶ୍ବର ମନ୍ଦିର ପାଇଁ ୧ କୋଟି ଟଙ୍କା, ଶାଳିଆ ଡ୍ୟାମରୁ ବେଗୁନିଆପଡା ବ୍ଲକକୁ ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ପାଇଁ ୧୦୦ କୋଟି, ପୁରୁଷୋତ୍ତମପୁର ବ୍ଲକ୍‌ରେ ଋଷିକୂଲ୍ୟା ନଦୀବନ୍ଧ ପାଇଁ ୩୦ କୋଟି ଟଙ୍କାର କାମ ଚାଲିଛି ବୋଲି ସେ କହିଥିଲେ।

ସେହିପରି ଦିଗପହଣ୍ଡିରେ ୫୦ କୋଟିର କାମ ଚାଲିଛି। ମା ନିଜବାଙ୍କେଶ୍ବରୀ ମନ୍ଦିର, ମହୁରୀକାଳୁଆ ମନ୍ଦିର ଏବଂ ଘଟେକେଶ୍ବର ମନ୍ଦିର ପାଇଁ  ୪ କୋଟି ଟଙ୍କା, କୁକୁଡାଖଣ୍ଡି ବ୍ଲକ୍‌ରେ ଜଳସେଚନ ସୁବିଧା ଓ ବ୍ରହ୍ମପୁର ସହର ଓ ଗୋପାଳପୁର ଶିଳ୍ପାଞ୍ଚଳକୁ ଜଳଯୋଗାଣ ପାଇଁ ୩୨୪ କୋଟି ଟଙ୍କା, ଛେଳିଗଡ ଜଳସେଚନ ପ୍ରକଳ୍ପରେ ଭୂତଳ ପାଇପ ଲାଇନ ପାଇଁ ୧୭୦ କୋଟି ଟଙ୍କା, ଜକମେରପାଲୀ ନଦୀଗର୍ଭ ଜଳାଶୟ ପ୍ରକଳ୍ପ ପାଇଁ ୫୯ କୋଟି ଟଙ୍କା ଏବଂ ଦିଗପହଣ୍ଡି ବ୍ଲକର ୨୫ଟି ଗ୍ରାମପଞ୍ଚାୟତରେ ମେଗା ପାଇପ ଜଳଯୋଗାଣ ପ୍ରକଳ୍ପ ପାଇଁ ୧୬୫ କୋଟି ଟଙ୍କାର କାମ ଚାଲିଛି ବୋଲି ସେ କହିଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଜୁନାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ୨୦୨୪ ନିର୍ବାଚନ: ଆସନ ଫେରାଇ ଆଣି ପାରିବ କି ବିଜେପି?

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡିର ପୁରାତନ ରାଜଧାନୀ ଭାବେ ପରିଚିତ ଜୁନାଗଡ ସହର ସମେତ ସମଗ୍ର ଅଞ୍ଚଳରେ ରାଜନୈତିକ ସ୍ଥିତିରେ କଳାହାଣ୍ଡି ରାଜ ପରିବାର ଦବଦବା ରହି ଆସିଛି। ପ୍ରଥମ ସାଧାରଣ ନିର୍ବାଚନ ୧୯୫୧ ରେ ଏଠାରୁ କଳାହାଣ୍ଡି ମହାରାଜା ପ୍ରତାପ କେଶରୀ ଦେଓ ଗଣତନ୍ତ୍ର ପରିଷଦରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ୧୯୬୧ ରେ ଗଣତନ୍ତ୍ର ପରିଷଦରୁ ଓ ୧୯୬୭ ରେ ସ୍ବତନ୍ତ୍ରପାର୍ଟି ରୁ ମହେଶ୍ବର ନାୟକ, ସ୍ବତନ୍ତ୍ରପାର୍ଟି ରୁ ୧୯୭୧ ରେ ତ୍ରିନାଥ ସରାଫ ଓ ୧୯୭୪ ରେ ଉଦିତ ପ୍ରତାପ ଦେଓ ନିବାଚିତ ହୋଇଥିଲେ।

ଉଭୟ ଗଣତନ୍ତ୍ର ପରିଷଦ ଓ ସ୍ବତନ୍ତ୍ରପାର୍ଟି ରେ କଳାହାଣ୍ଡି ମହାରାଜା ପ୍ରତାପ କେଶରୀ ଦେଓ ଙ୍କ ଆଧିପତ୍ୟ ରହିଥିବା ବେଳେ କଂଗ୍ରେସ ପାର୍ଟୀ ରୁ ପ୍ରଥମ କରି ୧୯୭୭ ରେ ଓ ୧୯୮୦ ରେ ମହେଶ୍ବର ବରାଡ ନିର୍ବାଚିତ ହୋଇଥିବା ବେଳେ ପ୍ରତାପ କେଶରୀ ଦେଓ ଙ୍କ କନିଷ୍ଠ ପୁତ୍ର ବିକ୍ରମ କେଶରୀ ଦେଓ ୧୯୮୫ ରେ ଜନତାଦଳ ରୁ ୧୯୯୦ ଓ ୧୯୯୫ ରେ ଭାରତୀୟ ଜନତା ପାର୍ଟି (ଭାଜପା) ରୁ ନିର୍ବାଚିତ ହୋଇ ଜୁନାଗଡ ଆସନକୁ ପୁନର୍ବାର ରାଜ ପରିବାରକୁ ଫେରାଇ ଆଣିଥିଲେ। ୧୯୯୭ ମସିହାରେ ବିକ୍ରମ କେଶରୀ ଦେଓ ସାଂସଦ ଭାବେ ନିର୍ବାଚିତ ହେବା ପରେ ଉପ ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା) ରୁ ହିମାଂଶୁ ଶେଖର ମେହେର ନିର୍ବାଚିତ ହେବା ସହିତ ୨୦୦୦ ଓ ୨୦୦୪ ରେ ଭାରତୀୟ ଜନତା ପାର୍ଟି (ଭାଜପା) ରୁ ହିମାଂଶୁ ଶେଖର ମେହେର ନିର୍ବାଚିତ ହୋଇଥିଲେ।

ଗତ ୨୦୦୯ ରେ ସୀମା ପୁନଃ ନିର୍ଦ୍ଧାରଣ ହେବା ପରେ ଜୁନାଗଡ ଆସନ କଂଗ୍ରେସ ହାତକୁ ଚାଲି ଯାଇ ଗୋବର୍ଦ୍ଧନ ଦାସ ନିର୍ବାଚିତ ହୋଇଥିଲେ। ୨୦୧୪ ଓ ୨୦୧୯ ରେ ଶାସକ ବିଜୁ ଜନତା ଦଳ (ବିଜେଡ଼ି) ର ଦିବ୍ୟଶଙ୍କର ମିଶ୍ର ନିର୍ବାଚିତ ହୋଇଥିବା ବେଳେ ଚଳିତ ୨୦୨୪ ରେ ପୁନର୍ବାର ଭାଜପା ପୁନଃ ଛଡାଇ ନେବାକୁ ପ୍ରୟାସ କରୁଥିବା ଜଣାପଡିଛି।

ପ୍ରମୂଖ ରାଜନୈତିକ ଦଳ ମଧ୍ୟରୁ ଭୋଟ ଶତକଡାକୁ ହିସା କୁ ନେଲେ ୨୦୦୯ ରେ ୩୪,୩୩୪ (୨୩.୮୩ % ) ଭୋଟ ପାଇ ବିଜେପି ତୃତୀୟ ସ୍ଥାନରେ ଥିବା ବେଳେ ୨୦୧୪ ରେ ୪୬,୪୯୮ (୨୮.୧୯ %) ଭୋଟ ପାଇ ଦ୍ବିତୀଯ ସ୍ଥାନରେ ଏବଂ ୨୦୧୯ ରେ ୫୫,୯୩୦ ( ୩୦.୫୯ % ) ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲା।

ସେହିପରି ୨୦୦୯ ରେ ୩୮.୮୧୨ (୨୬.୯୪ % ) ଭୋଟ ପାଇ ବିଜେଡ଼ି ଦ୍ବିତୀୟ ସ୍ଥାନ ରେ ଥିବା ବେଳେ ୨୦୧୪ ରେ ୫୬,୪୪୩ (୩୪.୨୧ %) ଭୋଟ ପାଇ ୯,୯୪୫ ଭୋଟ ବ୍ୟବଧାନରେ ଜିତିଥିଲା। ଏବଂ ୨୦୧୯ ରେ ୮୩,୭୮୯ ( ୪୫.୮୩%) ଭୋଟ ପାଇ ୨୭,୮୫୯ ବ୍ୟବଧାନରେ ବିଜେଡ଼ି ଜିତିଥିବା ସରକାରୀ ସୂତ୍ର ରୁ ପ୍ରକାଶ।

ସେହିପରି ୨୦୦୯ ରେ ୪୫,୩୪୯(୩୧.୪୮ % ) ଭୋଟ ପାଇ କଂଗ୍ରେସ ଜିତି ଥିବା ବେଳେ ୨୦୧୪ ରେ ୩୮,୭୧୫ (୨୩.୪୭%) ଭୋଟ ପାଇ ତୃତୀୟ ସ୍ଥାନରେ ଏବଂ ୨୦୧୯ ରେ ୩୨,୩୪୩ (୧୭.୬୯%) ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିବା ସରକାରୀ ସୂତ୍ର ରୁ ପ୍ରକାଶ।

ବର୍ତ୍ତମାନ ୨୦୨୪ ସାଧାରଣ ନିର୍ନଚନରେ ଅନେକ ସମୀକରଣ ବଦଳିଥିବା ବେଳେ ରାଜନୈତିକ ଦୃଶ୍ୟପଟ ମଧ୍ୟ ବଦଳିବାରେ ଲାଗିଛି। ପୂର୍ବାପେକ୍ଷା ଦ୍ବିତୀୟ ପାଳିରେ ୨୦୧୯ ରେ ବିଜେଡ଼ି ଜିତିବା ପରେ କେବଳ ନିର୍ଦ୍ଧିଷ୍ଠ ହାତ ଗଣତି ବ୍ୟକ୍ତି ବିଶେଷଙ୍କ ଫାଇଦା ହୋଇଥିବା ବେଳେ ସାଧାରଣ ଲୋକ ବିଭିନ୍ନ ପ୍ରକାରେ ହଇରାଣ ହରକତ ହୋଇଥିବା ଆଲୋଚନା ହେଉଥିଲା।

ଜୁନାଗଡର ବିକାଶ କେବଳ ଷ୍ଟାଡିୟମ ଭିତରେ ଅଟକି ଯାଇଥିବା ବେଳେ ସର୍ବନିମ୍ନ ରାସ୍ତା ଘାଟ, ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ର ରେ ବ୍ୟାପକ ଅବହେଳା ହୋଇଥିବା ଚର୍ଚ୍ଚା ହୋଇଆସୁଛି। ବାହାର ଅଞ୍ଚଳର ଠିକାଦାର ଏବଂ ମାଫିଆମାନଙ୍କ ଫାଇଦା ହୋଇଥିବା ମଧ୍ୟ ଆଲୋଚନା ହେଉଥିଲା।

ଅନ୍ୟ ପକ୍ଷରେ କଂଗ୍ରେସ ପକ୍ଷରୁ ବ୍ୟାପକ ଜନ ସଚେତନତା କରାଯାଇ ଲୋକଙ୍କ ସର୍ବନିମ୍ନ ଅବଶ୍ୟକତା ପୂରଣ କରିବାକୁ ବ୍ୟବସ୍ଥା କରାଯିବାର ପ୍ରତିଶ୍ରୁତି ଦେଇ ନିର୍ବାଚନ ବୈତରଣୀ ପାର ହେବାକୁ ଉଦ୍ୟମ କରୁଥିବା ଜଣାପଡିଛି। ସେହିପରି କେନ୍ଦ୍ରର ମୋଦୀ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସବୁର ସଫଳ ରୂପାୟନକୁ ଆଧାର କରି ବିଜେପି ନିର୍ବାଚନ ବୈତରଣୀ ପାର ହେବାକୁ ଯୋଜନା କରୁଥିବା ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର

୨୦୨୪ ସାଧାରଣ ନିର୍ବାଚନ: ଜାଣନ୍ତୁ ପ୍ରଥମ ଦୁଇଟି ପର୍ଯ୍ୟାୟରେ କେତେ ପ୍ରତିଶତ ହେଲା ମତଦାନ

ନୂଆଦିଲ୍ଲୀ: ଚଳିତ ସାଧାରଣ ନିର୍ବାଚନ ୨୦୨୪ରେ ୧୦୨ଟି ସଂସଦୀୟ କ୍ଷେତ୍ର ପାଇଁ ପ୍ରଥମ ପର୍ଯ୍ୟାୟରେ ୬୬.୧୪% ଓ ଦ୍ୱିତୀୟ ପର୍ଯ୍ୟାୟରେ ୮୮ଟି ସଂସଦୀୟ କ୍ଷେତ୍ର ପାଇଁ ୬୬.୭୧% ମତଦାନ ହୋଇଛି। ଦୁଇଟି ପର୍ଯ୍ୟାୟ ପାଇଁ ଲିଙ୍ଗ ଆଧାରିତମତଦାନ ହାର ତଥ୍ୟ ନିମ୍ନରେ ଦିଆଯାଇଛି:

ପର୍ଯ୍ୟାୟ ପୁରୁଷ ମତଦାନହାର ମହିଳାଙ୍କ ମତଦାନ ହାର ତୃତୀୟ ଲିଙ୍ଗୀମତଦାନ ହାର ସାମଗ୍ରିକ ମତଦାନ ହାର
ପ୍ରଥମ ପର୍ଯ୍ୟାୟ ୬୬.୨୨% ୬୬.୦୭% ୩୧.୩୨% ୬୬.୧୪%
ଦ୍ୱିତୀୟ ପର୍ଯ୍ୟାୟ ୬୬.୯୯% ୬୬.୪୨% ୨୩.୮୬% ୬୬.୭୧%

 

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଜେଲ୍‌ ଯାଇ ବେଲ୍‌ରେ ଆସିଥିବା ବ୍ୟକ୍ତିଙ୍କୁ ଆମେ ଜେଲ ପଠାଇବା, ସଂସଦକୁ ନୁହେଁ: କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ଵର: ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଦଳ ପାଇଁ ତୋଫାନୀ ଗସ୍ତ କରି ମାଲକାନଗିରି, କଳାହାଣ୍ଡି, ନବରଙ୍ଗପୁର, ନୂଆପଡା ଓ କୋରାପୁଟ ପରେ ଆଜି ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି।

ଆଜି ସେ ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗଜପତି ଜିଲ୍ଲାର ମୋହନା ଓ ଗଞ୍ଜାମ ଜିଲ୍ଲାର ଚିକିଟି ବିଧାନସଭା ଅଞ୍ଚଳ ଗସ୍ତ କରି ଦଳୀୟ ସାଂସଦ ପ୍ରାର୍ଥୀ ଭୃଗୁ ବକ୍‌ସିପାତ୍ର ଏବଂ ମୋହନା ବିଧାୟକ ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗୋ ଓ ଚିକିଟି ବିଧାୟକ ପ୍ରାର୍ଥୀ ଚିନ୍ମୟାନନ୍ଦ ଶ୍ରୀରୂପଦେବଙ୍କୁ ରେକର୍ଡ ମାର୍ଜିନରେ ଭୋଟ ଦେଇ ଜିତେଇବାକୁ ଆହ୍ବାନ ଦେଇଛନ୍ତି। ୯୫ ପ୍ରତିଶତ ଭୋଟ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ବିପୁଳ ବିଜୟ ହାସଲ କରିବାକୁ ନିବେଦନ କରିଛନ୍ତି।

ଆଜି ମଧ୍ୟ ଶ୍ରୀ ପାଣ୍ଡିଆନ ବିରୋଧୀ ଦଳଙ୍କ ପ୍ରତି ଶାଣିତ ନିଶାଣ କରି କହିଥିଲେ ଯେ ଜେଲ୍‌ ଯାଇ ବେଲ୍‌ରେ ଆସିଥିବା ବ୍ୟକ୍ତିଙ୍କୁ ଆମେ ଜେଲ ପଠାଇବା, ସଂସଦକୁ ନୁହେଁ । ଅପରାଧୀ ମାନଙ୍କ ପାଇଁ ସବୁଠାରୁ ଭଲ ସ୍ଥାନ ହେଉଛି ଜେଲ୍‌। କିନ୍ତୁ ବିରୋଧୀ ତାଙ୍କୁ ପ୍ରାର୍ଥୀ କରୁଛନ୍ତି। ଆମେ ତାଙ୍କୁ ତାଙ୍କର ଉଚିତ ସ୍ଥାନ ଦେଖାଇବା।

ବିରୋଧୀ ସବୁବେଳେ ବଡ ବଡ କଥା କହିଥାନ୍ତି ବୋଲି ମତ ଦେଇ ସେ କହିଥିଲେ ଯେ କିନ୍ତୁ କାମ ବେଳକୁ ତାଙ୍କର ଦେଖା ନ ଥାଏ। ଖୋଜିଲେ ବି ପାଇବେନି । ଏଭଳି ଲୋକଙ୍କ ଠାରୁ ଦୂରରେ ରୁହନ୍ତୁ।

ବିରୋଧୀ ବାରମ୍ବାର ଡବଲ ଇଞ୍ଜିନ କଥା କହୁଛନ୍ତି। କିନ୍ତୁ ଗରିବ ଲୋକଙ୍କୁ ଭତ୍ତା ଦେଲା ବେଳକୁ  ଦେଉଛନ୍ତି ମାତ୍ର ୩୦୦ ଟଙ୍କା। ଓଡିଶାରେ ନବୀନ ଇଞ୍ଜିନ ଦେଉଛି ୧୦୦୦ ଟଙ୍କା।

ଚିକିଟିରେ ଦଳର ବରିଷ୍ଠ ନେତ୍ରୀ ଉଷା ଦେବୀଙ୍କୁ ସମ୍ମାନ ଜଣାଇ ସେ କହିଥିଲେ ଯେ ତାଙ୍କ ସହିତ ଗଭୀର ସଂପର୍କ ରହିଛି। ୧୫-୧୬ ବର୍ଷ ହେଲାଣି ମୁଁ ତାଙ୍କୁ ଜାଣିଛି। ସେ ମୋତେ ପୁଅ ବୋଲି ସମ୍ବୋଧନ କରନ୍ତି। ତାଙ୍କ ପ୍ରତି ମୋର ବହୁତ ସମ୍ମାନ ରହିଛି ବୋଲି ସେ କହିଥିଲେ ।

ଦଳୀୟ କର୍ମୀମାନଙ୍କୁ ସତର୍କ କରି ସେ କହିଥିଲେ ଯେ ଆପଣମାନେ ସଜାଗ ରୁହନ୍ତୁ। ବିରୋଧୀ ପ୍ରାର୍ଥୀମାନେ ଆସୁଛନ୍ତି ଆଉ ଲୋକଙ୍କୁ ମିଛ କହି ଠକୁଛନ୍ତି, ତେଣୁ ଆପଣମାନେ ସତର୍କ ରୁହନ୍ତୁ। ଆସନ୍ତୁ, ଆମେ ସମସ୍ତେ ମିଶି ଭଲ କାମ କରିବା, ଓଡିଶାକୁ ଆଗେଇ ନେବା।

ଐତିହ୍ୟ ସ୍ଥଳ ରୂପାନ୍ତର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ସେ କହିଲେ ଯେ ମୁଖ୍ୟମନ୍ତ୍ରୀ ସବୁ ସମାଜକୁ ଭଲ ପାଆନ୍ତି, ଆପଣଙ୍କ ବ୍ୟକ୍ତିଗତ ଧାର୍ମିକ ବିଶ୍ବାସକୁ ସମ୍ମାନ ଦିଅନ୍ତି। ତେଣୁ ମଠ ମନ୍ଦିର ଚର୍ଚ୍ଚ ମସଜିଦ୍‌ ଗୁରୁଦ୍ବାର – ସବୁ ପୂଜାସ୍ଥଳୀର ଉନ୍ନତି ପାଇଁ ସେ କାମ କରିଛନ୍ତି।

ମା ମାନଙ୍କୁ ମୁଖ୍ୟମନ୍ତ୍ରୀ ସବୁବେଳେ ସର୍ବାଧିକ ଗୁରୁତ୍ବ ଦେଇଥାନ୍ତି। ସେମାନଙ୍କ ପାଇଁ ମିଶନ ଶକ୍ତି କାର୍ଯ୍ୟକ୍ରମ, ମମତା, ବିନା ସୁଧରେ ଋଣ, ମା ମାନଙ୍କୁ ଦୁବାଇ ଗସ୍ତରେ ପଠାଇବା ଆଦି ଅନେକ କାମ କରିଛନ୍ତି। ସମାଜରେ ମା ମାନଙ୍କୁ ନୂଆ ପରିଚୟ ଦେଇଛନ୍ତି।

ଘରର ମୁଖିଆ ଭାବରେ ମୁଖ୍ୟମନ୍ତ୍ରୀ ଗରିବଙ୍କୁ ସାହସ ଦେଇଛନ୍ତି, ସେମାନଙ୍କ ପାଇଁ BSKY କରିଛନ୍ତି। ଗରିବ ଲୋକର ଚିକିତ୍ସା ଚିନ୍ତା ଦୂର କରିଛନ୍ତି। ସେମାନେ  ଆଜି ବଡ ବଡ ବେସରକାରୀ ହସ୍‌ପିଟାଲରେ ବିନା ଚିନ୍ତାରେ ଚିକିତ୍ସା ପାଉଛନ୍ତି।

ପିଲାଙ୍କ ଭବିଷ୍ୟତ ପାଇଁ ସେ ହାଇସ୍କୁଲ ରୂପାନ୍ତର କରିଛନ୍ତି। ୮୦୦୦ରୁ ଅଧିକ ହାଇସ୍କୁଲର ରୂପାନ୍ତର ହୋଇଛି। ଜନଜାତି ପିଲାଙ୍କ ପାଇଁ ହଷ୍ଟେଲ, ଅନ୍ବେଷା ଭଳି କାର୍ଯ୍ୟକ୍ରମ କରିଛନ୍ତି।

ଆମ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଏକମାତ୍ର ନେତା ଯିଏ ଆମକୁ ଲୋକଙ୍କ ପାଇଁ କଣ କାମ କରିଛ, ତାର ହିସାବ ଦେବାକୁ ନିର୍ଦ୍ଦେଶ ଦେଇଥାନ୍ତି। ତେଣୁ ଆଜି ମୁଁ ଆପଣଙ୍କ ଅଞ୍ଚଳରେ ବିକାଶ କାମର ପୁରା ହିସାବ ଦେବି।

ଆପଣମାନଙ୍କ ଅନୁରୋଧ କ୍ରମେ ମୋହନାରେ ୧୮୦ କୋଟି ଟଙ୍କାର କାମ ଚାଲିଛି। ଲିଙ୍ଗଧାରା ମନ୍ଦିର ପାରିପାର୍ଶିକ ବିକାଶ ପାଇଁ ୧.୫୦ କୋଟି ଟଙ୍କା, ଛେଳିଗଡ ଶିବ ମନ୍ଦିର ପାଇଁ ୫୦ ଲକ୍ଷ ଟଙ୍କା, ଆତିଲିମା କାଥୋଲିକ ଚର୍ଚ୍ଚ ପାଇଁ ୨୦ ଲକ୍ଷ ଟଙ୍କା, ଗଜପତି ଖ୍ରୀଷ୍ଟିଆନ ଆସୋସିଏସନ ମିଟିଂ ହଲ୍‌ ପାଇଁ ୨୦ ଲକ୍ଷ ଟଙ୍କା, କରୋଡାସିଂ ଠାରେ ମହେନ୍ଦ୍ରତନୟା ନଦୀ ଉପରେ ହାଇଲେଭଲ ସେତୁ ପାଇଁ ୧୯ କୋଟି ଟଙ୍କା, ସାଇଧିବା ଓ ନିଶଙ୍କପୁର ସ୍ଥାନୀୟ ନାଳ ଉପରେ ହାଇଲେଭଲ ସେତୁ ପାଇଁ ୫.୭୦ କୋଟି ଟଙ୍କା, ଡମ୍ବାଲା ସ୍ଥାନୀୟ ନାଳ ଉପରେ ହାଇଲେଭଲ ସେତୁ ପାଇଁ ୫ କୋଟି ଟଙ୍କା, ରୁଇସିଙ୍ଗା ନାଳ ଉପରେ  ସେତୁ ପାଇଁ ୪.୮୦ କୋଟି ଟଙ୍କା, ମୁରାଇସାହି ନାଳ ଉପରେ ସେତୁ ପାଇଁ ୪.୫୦ କୋଟି ଟଙ୍କା, ଲାଇବା-ଅଟାଇସିଂ ରାସ୍ତା ସ୍ଥାନୀୟ ନାଳ ଉପରେ ହାଇଲେଭଲ ସେତୁ ପାଇଁ ୪ କୋଟି ଟଙ୍କା, ବୋରିଅଲ-କନିମୁଣ୍ଡା ରାସ୍ତା ସ୍ଥାନୀୟ ନାଳ ଉପରେ ହାଇଲେଭଲ ସେତୁ ପାଇଁ ୪ କୋଟି ଟଙ୍କା, ପେଲାର ସ୍ଥାନୀୟ ନାଳ ଉପରେ ହାଇଲେଭଲ ସେତୁ ପାଇଁ ୪ କୋଟି ଟଙ୍କା, ବାଉଁଶ ଗାଁ  ନାଳ ଉପରେ  ସେତୁ ପାଇଁ ୩.୩୦ କୋଟି ଟଙ୍କା, ମୋହନାରେ ୪ଟି ସ୍ବତନ୍ତ୍ର ଜନଜାତି ହଷ୍ଟେଲ ପାଇଁ ଅନୁମୋଦନ, ଅନ୍ତରବା ହାଇସ୍କୁଲକୁ ହାଇରସେକେଣ୍ଡାରୀ ସ୍କୁଲକୁ ଉନ୍ନୀତ ଏବଂ ଅନୁଗୁରୁ ଠାରେ ୨୪୦ ସିଟ୍‌ ବିଶିଷ୍ଟ ଏକ ଜନଜାତି ହଷ୍ଟେଲ କାମ ଚାଲିଛି।

ସେହିପରି ଚିକିଟିରେ ୪୫ କୋଟି ଟଙ୍କାର କାମ ଚାଲିଛି ବୋଲି ସେ କହିଥିଲେ। ଏଥିସହିତ ଭୈରବୀ ଚଞ୍ଚଡା ମନ୍ଦିର ପାଇଁ ୧ କୋଟି ୯୫ ଲକ୍ଷ ଟଙ୍କା, ବାଳକୁମାରୀ ମନ୍ଦିର ପାଇଁ ୧ କୋଟି ୯୦ ଲକ୍ଷ, ରାମାୟାପାଟଣା ଠାରେ ତଟ ସୁରକ୍ଷା ପାଇଁ ୨୩ କୋଟି ଟଙ୍କା, ପାତ୍ରପୁର ଓ ଚିକିଟି ବ୍ଲକ୍‌କୁ ଭାଘଲଟି ଡ୍ୟାମ୍‌ରୁ ପାଇପ ଯୋଗେ ପାନୀୟ ଜଳଯୋଗାଣ ପାଇଁ ୪୦୦ କୋଟି ଟଙ୍କାର କାମ ଚାଲିଛି ବୋଲି ସେ କହିଥିଲେ । BSKYରେ ଚିକିଟି ଅଞ୍ଚଳର ୬୧ ହଜାର ହିତାଧିକାରୀ ସାମିଲ ହୋଇଛନ୍ତି ଏବଂ ଚିକିଟିର କେ ଚିନାମା ଏବଂ ପାତ୍ରପୁର ଅଞ୍ଚଳର ତପସ୍ବିନୀ ପଣ୍ଡା ଏହି ଯୋଜନାରେ ୧୦ ଲକ୍ଷ ଟଙ୍କା ଲେଖାଏ ପାଇ ଚିକିତ୍ସିତ ହୋଇଛନ୍ତି ବୋଲି ସେ କହିଥିଲେ।

Categories
ଆଜିର ଖବର ଜାତୀୟ ଖବର

ରାଏବରେଲି ଏବଂ ଆମେଥୀରୁ ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ଲଢିବେ ନାହିଁ ନିର୍ବାଚନ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଆମେଥୀ ଏବଂ ରାଏବରେଲି ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ସୂଚନାନୁସାରେ, ପ୍ରିୟଙ୍କା ଗାନ୍ଧୀ ସମଗ୍ର ଦେଶରେ ଦଳର ଅଭିଯାନ ପରିଚାଳନା ଉପରେ ଧ୍ୟାନ ଦେଉଛନ୍ତି। ଏଥି ସହ ରାହୁଲ ଗାନ୍ଧୀ କହିଛନ୍ତି ଯେ, ସେ କେବଳ ୱାୟାନାଡରୁ ନିର୍ବାଚନ ଲଢିବାକୁ ଚାହୁଁଛନ୍ତି।

କିଛି ଦିନ ହେବ ରାହୁଲ ଗାନ୍ଧୀ ଏଥର ମଧ୍ୟ ନିର୍ବାଚନ ଲଢିପାରନ୍ତି ବୋଲି ଅନୁମାନ କରାଯାଉଥିଲା। ଏହି ପ୍ରସ୍ତାବକୁ ୟୁପି କଂଗ୍ରେସ ମଧ୍ୟ ପଠାଇଛି। ଏହା ପରେ କଂଗ୍ରେସ ନିର୍ବାଚନ କମିଟି ବୈଠକରେ ମଧ୍ୟ ଆଲୋଚନା କରାଯାଇଥିଲା। ଦଳର ନେତୃତ୍ୱ ରାହୁଲ ଗାନ୍ଧୀଙ୍କୁ ଆମେଥୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧୀଙ୍କ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଉଭୟ ନେତା ଏହି ଆସନରୁ ନିର୍ବାଚନ ଲଢିବାକୁ ମନା କରିଦେଇଥିଲେ।

୨୦୧୯ ଲୋକସଭା ନିର୍ବାଚନରେ ​​ରାହୁଲ ଗାନ୍ଧୀ ଦୁଇଟି ଆସନରୁ, କେରଳର ୱାୟାନାଡ ଏବଂ ୟୁପିରେ ଆମେଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସୋନିଆ ଗାନ୍ଧୀ ୟୁପିର ରାଏବରେଲି ଆସନରୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ରାହୁଲଙ୍କୁ କଂଗ୍ରେସର ଗଡ଼ ଅମେଥୀରୁ ସ୍ମୃତି ଇରାନୀଙ୍କଠାରୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଯେତେବେଳେ କି ସୋନିଆ ରାଏବରେଲିରେ ବିପୁଳ ଭୋଟ୍ ସହ ନିର୍ବାଚନରେ ​​ଜିତିଥିଲେ। ଏଥର ସୋନିଆ ରାଜସ୍ଥାନରୁ ରାଜ୍ୟସଭା ସଦସ୍ୟ ଭାବରେ ନିର୍ବାଚିତ ହୋଇଛନ୍ତି। ଏଭଳି ପରିସ୍ଥିତିରେ ପ୍ରିୟଙ୍କା ଗାନ୍ଧୀ ରାଏବରେଲିରୁ ନିର୍ବାଚନ ଲଢିବା ନେଇ ଦୀର୍ଘ ଦିନ ଧରି ଆଲୋଚନା ଚାଲିଥିଲା।

Categories
ଆଞ୍ଚଳିକ

ଲୋକସଭା ନିର୍ବାଚନ: ଆସନ୍ତାକାଲି ନାମାଙ୍କନ ଦାଖଲ କରିବେ ସମ୍ବିତ ପାତ୍ର, ସାମିଲ ହେବା ଲାଗି ଜନତାଙ୍କୁ କଲେ ନିବେଦନ

ପୁରୀ: ୨୦୨୪ ସାଧାରଣ ନିର୍ବାଚନରେ ଭୋଟ ହାତେଇବା ପାଇଁ ସମସ୍ତ ରାଜନୈତିକ ଦଳ ପ୍ରଚାର ମଇଦାନରେ ଅଛନ୍ତି। ଅସହ୍ୟ ତାତିକୁ ଖାତିର ନକରି ସମସ୍ତ ଦଳର ନେତାମାନେ ଲୋକମାନଙ୍କ ପାଖରେ ପହଞ୍ଚିବା ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ଲୋକସଭା ନିର୍ବାଚନ ପାଇଁ ଦ୍ଵିତୀୟ ପର୍ଯ୍ୟାୟର ମତଦାନ ଶେଷ ହୋଇଥିବା ବେଳେ ଆଉ ୫ ଟି ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ ବାକି ରହିଛି।

ତେବେ ଓଡିଶାରେ ମଧ୍ୟ ବାକି ଥିବା ୫ ଟି ପର୍ଯ୍ୟାୟ ମଧ୍ୟରୁ ୪ ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବା। ପୁରୀ ଲୋକସଭା ଆସନ ପାଇଁ ଷଷ୍ଠ ପର୍ଯ୍ୟାୟ ଅର୍ଥାତ ମେ ୨୫ ତାରିଖରେ ମତଦାନ ହେବ। ସେଥିପାଇଁ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ସବୁ ରାଜନୈତିକ ଦଳର ପ୍ରାର୍ଥୀମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

ଏହି ପ୍ରରିପେକ୍ଷୀରେ ପୁରୀ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଡାଃ ସମ୍ବିତ ପାତ୍ର ନାମାଙ୍କନ ଦାଖଲ କରିବା ପାଇଁ ଦିନ ଧାର୍ଯ୍ୟ କରିଛନ୍ତି। ସେ ଆସନ୍ତାକାଲି ଅର୍ଥାତ ୨୯ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବାକୁ ଘୋଷଣା କରିଛନ୍ତି। ତେଣୁ ସେ ଜନସାଧାରଣଙ୍କ ସହଯୋଗ ପାଇଁ ନିବେଦନ କରିଛନ୍ତି।

ସାମାଜିକ ଗଣମାଧ୍ୟମରେ ସମ୍ବିତ କହିଛନ୍ତି ଯେ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଓ ଆପଣ ସମସ୍ତଙ୍କ ଭଲ ପାଇବା ନେଇ ମୁଁ ଏପ୍ରିଲ ମାସ ୨୯ ତାରିଖ ସୋମବାର ଦିନ ପୁରୀ ଲୋକସଭା ଆସନରୁ ସାଂସଦ ପ୍ରାର୍ଥୀ ଭାବେ ମୋର ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଉଅଛି। ତେଣୁ ମୁଁ ଆପଣ ସମସ୍ତଙ୍କୁ ନିବେଦନ କରୁଛି ଯେ, ଆପଣ ସମସ୍ତେ ଆସି ମୋ ନାମାଙ୍କନ ଶୋଭାଯାତ୍ରାରେ ଭାଗନେଇ ମୋତେ ସହଯୋଗ କରିବେ, ଏହା ମୋର ହାତ ମୁଠାକୁ ଟାଣ କରିବ।

ପ୍ରକାଶ ଯୋଗ୍ୟ ଯେ, ନାମାଙ୍କନ ଦାଖଲ ପାଇଁ ଡାଃ ସମ୍ବିତ ପାତ୍ରଙ୍କ ବାଇକ୍ ରାଲି ସକାଳ ୯ ଘଟିକା ସମୟରୁ ଆରମ୍ଭ ହେବ। ଏହା ପିପିଲି ବିଧାନସଭାର ଉତ୍ତରା ଛକରୁ ବାହାରି ଗୁଣ୍ଡିଚା ମନ୍ଦିର ରାସ୍ତା ଦେଇ ପୁରୀ କଲେକ୍ଟର ଅଫିସ ପର୍ଯ୍ୟନ୍ତ ଯିବ।

Categories
ଆଜିର ଖବର ଜାତୀୟ ଖବର

ହେଲିକପ୍ଟରରେ ଚଢିବା ବେଳେ ସିଡ଼ିରୁ ଖସି ଆହତ ହେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ: ଆଜି ନିର୍ବାଚନ ପ୍ରଚାର ବେଳେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହୋଇଛନ୍ତି। ଲୋକସଭା ନିର୍ବାଚନ ପାଇଁ ପ୍ରଚାର କରିବା ପାଇଁ ମମତା ପଶ୍ଚିମବଙ୍ଗର ଦୁର୍ଗାପୁରରେ ପହଞ୍ଚିଥିଲେ, ଯେଉଁଠାରେ ହେଲିକପ୍ଟରରେ ଚଢିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଟିଏମସି ସୁପ୍ରିମୋ ମମତା ହେଲିକପ୍ଟର ଭିତରେ ଖସିପଡିଥିଲେ। କୁହାଯାଇଛି ଯେ, ଏହି ଦୁର୍ଘଟଣାରେ ମମତା ସାମାନ୍ୟ ଆହତ ହୋଇଛନ୍ତି। ଏହି ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ହେଲିକପ୍ଟରଟି ମମତାଙ୍କୁ ଦୁର୍ଗାପୁରରୁ ଆସାନସୋଲକୁ ଯିବାକୁ ଅପେକ୍ଷା କରିଥିଲା। ଉପରକୁ ଚଢିବା ପାଇଁ ବାହାରେ ସିଡ଼ି ଲଗାଯାଇଥିଲା। ମମତା ଏହି ସିଡ଼ି ୱାରା ହେଲିକପ୍ଟରରେ ଚଢିବାକୁ ଯାଉଥିଲେ, କିନ୍ତୁ ତା’ପରେ ତାଙ୍କ ପାଦ ହେଲିକପ୍ଟରର ଫାଟକ ଉପରେ ଖସିପଡି ସେ ଭିତରକୁ ପଶିଗଲା। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କର୍ମୀମାନେ ତାଙ୍କୁ ତୁରନ୍ତ ଉଠାଇ ନେଇଥିଲେ। ଏହି ଦୁର୍ଘଟଣାରେ ମମତା ସାମାନ୍ୟ ଆହତ ହୋଇଛନ୍ତି।