Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଟୁଇଟରକୁ ଅଧିଗ୍ରହଣ କରିବା ପରେ ଏହାର ନୂଆ ମାଲିକ ଏଲନ ମସ୍କ କହିଲେ ଏହି କଥା

Elon Mask Twitter: ବହୁ ବାଦବିବାଦ ପରେ ବର୍ତ୍ତମାନ ଟୁଇଟରକୁ ଅଧିଗ୍ରହଣ କରିଛନ୍ତି ବିଶ୍ବର ଧନୀ ବ୍ୟକ୍ତି ଏଲନ ମସ୍କ। କୋର୍ଟ ପକ୍ରିୟାରେ ଛନ୍ଦି ହେବା ପରେ ସେ ଏହି ଅଧିଗ୍ରହଣ କରିଛନ୍ତି। ତେବେ ସେ ତୁରନ୍ତ ଏହି କଂପାନୀର ସିଇଓ ପରାଗ ଅଗ୍ରୱାଲଙ୍କ ସହିତ ଆଉ ଦୁଇ ଅଧିକାରୀଙ୍କ ଚାକିରୀରୁ ବହିସ୍କାର କରିଛନ୍ତି।

ଏହି ବହିସ୍କାରରେ ଏଲନ ଉଲ୍ଲେଖ କରିଛନ୍ତି ଯେ, ଏମାନେ ଟୁଇଟର ଫେକ ଆକାଉଣ୍ଟ ସଂପର୍କରେ ସଠିକ ତଥ୍ୟ ପ୍ରଦାନ କରି ନାହାଁନ୍ତି। ଏମାନେ ଟୁଇଟ ବ୍ୟବହାରକାରୀ ଏବଂ ଅଂଶୀଦାରଙ୍କୁ ଠକୁଛନ୍ତି। ସେଥିପାଇଁ ବହିସ୍କାର କରାଯାଇଛି। ତେବେ ସେ ଟୁଇଟର ଅଧିଗ୍ରହଣ କରିବା ପରେ ଏଲନ ତାଙ୍କ ଟୁଇଟର ଆକାଉଣ୍ଟରେ ‘ ଚିଫ୍ ଟୁଇଟ’ ବୋଲି ଉଲ୍ଲେଖ କରିଛନ୍ତି।

ତେବେ ଏଲନଙ୍କ ଏକ ଟୁଇଟ ବର୍ତ୍ତମାନ ଟ୍ରେଣ୍ଡିଂ ହେବାରେ ଲାଗିଛି। ତାହା ହେଲା ଯେ ଏଲନ ଟୁଇଟ କରି ଲେଖିଛନ୍ତି ଯେ,’ the bird is freed‘ ଅର୍ଥାତ ବର୍ତ୍ତମାନ ପକ୍ଷୀ ମୁକ୍ତ ହେଲା।