Categories
ଅପରାଧ ଆଜିର ଖବର ରାଜ୍ୟ ଖବର

୧୦ ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣା: ନାବାଳକ ଗିରଫ

ରମେଶ କୁମାର ମହାନ୍ତି
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ ଗଡବିଶୁନପୁର ପଞ୍ଚାୟତ ବଉଳପୁର ଗ୍ରାମରେ ଜଣେ ପଞ୍ଚମ ଶ୍ରେଣୀରେ ପାଠ ପଢୁଥିବା ୧୦ ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଛି। ବୁଧବାର ଦିନ ୧:୩୦ବେଳେ ନାବାଳିକା ଜଣଙ୍କ ଘରର ଅନତି ଦୂରରେ ଥିବା ଚିଙ୍ଗୁଡ଼ି ଘେରି ବନ୍ଧରେ ଏକୁଟିଆ ଶୌଚ ପାଇଁ ଯାଇଥିବା ବେଳେ ନିକଟସ୍ଥ ଦୁର୍ଗାପୁର ଗ୍ରାମର ଜନୈକ କାମାନ୍ଧ ଯୁବକ ଏହି କାଣ୍ଡ ଘଟାଇଥିଲା।

ଚିଙ୍ଗୁଡ଼ି ଘେରି ଘରେ ପୂର୍ବରୁ ଉପସ୍ଥିତ ଥିବା ୧୬ ବର୍ଷୀୟ କାମାନ୍ଧ ଯୁବକ ଜଣକ ନାବାଳିକାକୁ ଏକୁଟିଆ ପାଇ ଏଭଳି ବର୍ବର କାଣ୍ଡ ଭିଆଇଥିଲା। ଉକ୍ତ ଯୁବକ କବଳରୁ ଖସିଆସି ନାବାଳିକା ନିଜ ପରିବାର ଲୋକଙ୍କୁ ଜଣାଇବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏସଂପର୍କରେ ପରିବାର ପକ୍ଷରୁ ଏରସମା ଥାନାରେ ଏତଲା ଦିଆଯିବା ସହ ନାବାଳିକାକୁ ଚିକିତ୍ସା କରାଯାଇଥିଲା। ଘଟଣାକୁ ନେଇ ସଂପୃକ୍ତ ଗ୍ରାମରେ ଉତ୍ତେଜନା ଦେଖାଯାଇଥିବା ବେଳେ ଗ୍ରାମର ମହିଳା ମାନେ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଥିଲେ। ଏରସମା ପୋଲିସ୍ ଆଜି ସକାଳ ୭ ଟାରେ ଅଭିଯୁକ୍ତକୁ ଗିରଫ କରି ଡାକ୍ତରୀ ମାଇନା କରିଥିଲେ। ଅପରାହ୍ନରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଏରସମା ଥାନାଧିକାରୀ ସୂଚନା ଦେଇଛନ୍ତି।