ମାଙ୍ଗାଲୁରୁ : ମାଙ୍ଗାଲୁରୁ ବିମାନ ବନ୍ଦରରୁ ଆଇଡି ବିସ୍ଫୋରକ ଜବତ କରାଯାଇଛି । ବିମାନ ବନ୍ଦରର ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ଏହି ବିସ୍ଫୋରକ ଜବତ କରାଯିବା ସହିତ ଏକ ବଡ ଅଘଟଣକୁ ଏଡାଇ ଦିଆଯାଇଛି । ବିମାନ ବନ୍ଦରର ଟିକଟ କାଉଣ୍ଟର ନିକଟରେ ପଡି ରହିଥିବା ଏକ ବ୍ୟାଗରୁ ଏହି ବିସ୍ଫୋରକ ଜବତ କରାଯାଇଛି । ସିଆଇଏସ୍ଏଫ୍ ପକ୍ଷରୁ ବିମାନ ବନ୍ଦରକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ୍ ଜାରି କରାଯାଇଛି । ସିଆଇଏସ୍ଏଫ୍ ଡିଜିପି ଅନୀଲ ପାଣ୍ଡେଙ୍କ ନେତୃତ୍ବରେ ସର୍ଚ୍ଚ ଅପରେସନ୍ କରାଯିବା ସହିତ ସିସିଟିଭି ଯାଞ୍ଚ କରାଯାଉଛି । ଏହି ଘଟଣା ପରେ ମାଙ୍ଗାଲୁରୁ ବିମାନ ବନ୍ଦରରେ ବିମାନ ସେବା ବନ୍ଦ ରଖାଯାଇଛି । (ଏଜେନ୍ସୀ)
