Categories
ଅପରାଧ ଆଜିର ଖବର ଜାତୀୟ ଖବର

ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀଙ୍କୁ ମିିଳିଲା ଏପରି ଦଣ୍ଡ

ମଧ୍ୟପ୍ରଦେଶ : ସ୍ବାମୀକୁ ପ୍ରତାରଣା ଦେବା ଅଭିଯୋଗରେ ଜଣେ ସ୍ତ୍ରୀକୁ ମିଳିଛି କଠୋର ଦଣ୍ଡ । ଏପରି ଏକ ଘଟଣା ମଧ୍ୟପ୍ରଦେଶର ଝାବୁଆ ଜିଲ୍ଲାର ଆସିଛି । ଏଠାରେ ଏକ ବିବାହିତା ମହିଳାଙ୍କର ବିବାହ ପରେ ଅନ୍ୟ ଏକ ପୁରୁଷ ସହ ପ୍ରେମ ସମ୍ପର୍କ ରହିଥିବା ସନ୍ଦେହରେ ସ୍ତ୍ରୀକୁ  କଠୋର ଦଣ୍ଡ ମିଳିଛି । ସ୍ବାମୀଙ୍କୁ ପ୍ରତାରଣା ଦେବା ଅଭିଯୋଗରେ ସ୍ତ୍ରୀ ଜଣକୁ ନିଜ ସ୍ବାମୀକୁ କାନ୍ଧରେ ବସାଇ ଗାଁ ସାରା ବୁଲିବାକୁ ପଡିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ସର୍ବସାଧାରଣରେ ଜଣେ ସ୍ତ୍ରୀଲୋକ ସହିତ ଏପରି ବ୍ୟବହାର ପ୍ରଦର୍ଶନ ହେଉଥିବାବେଳେ ସେଠାରେ ଉପସ୍ଥିତ ଥିବା ଲୋକେ ଏହି ଦଣ୍ଡକୁ ଉପଭୋଗ କରୁଥିଲେ ଏବଂ ଭିଡିଓ ସୁଟିଂ କରୁଥିଲେ । କେହି ମଧ୍ୟ ମହିଳାଙ୍କୁ ସାହାଯ୍ୟ କରିନଥିଲେ ।

ମିଳିଥିବା ସୂଚନା ଅନୁସାରେ ପୀଡ଼ିତା ମହିଳା ଜଣକ ତାଙ୍କ ସ୍ବାମୀଙ୍କ ସହିତ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ରବିବାର ଦିନ ଯେତେବେଳେ ଦୁହେଁ କାମ ସାରି ଫେରୁଥିଲେ ସେତେବେଳେ ତାଙ୍କ ସ୍ବାମୀଙ୍କୁ ସନ୍ଦେହ ହୋଇଥିଲା କି ତାଙ୍କ ସ୍ତ୍ରୀ ଆଉ କାହା ସହ ପ୍ରେମ ସମ୍ପର୍କରେ ରହିଛନ୍ତି । ଏହା ପରେ ମହିଳାଙ୍କ ପରିବାର ଲୋକେ ମହିଳାଙ୍କୁ ସନ୍ଦେହ କରି ଏପରି ଏକ ନିଷ୍ଠୁର ଦଣ୍ଡ ଦେଇଛନ୍ତି । ତେବେ ମହିଳାଙ୍କ ଜଣକ ତାଙ୍କ ସ୍ବାମୀଙ୍କ କାନ୍ଧରେ ଧରି ଗାଁ ରାସ୍ତାରେ ଚାଲୁଥିବାର ଭିଡିଓ ଭାଇରାଲ୍‌ ହୋଇଛି । ମହିଳା ଜଣକ କହିଛନ୍ତି ଯେ, ସେ କାହା ସହିତ ଚାଲିଯାଇଥିବାର ଅଭିଯୋଗ କରି ତାଙ୍କୁ ଏପରି ଦଣ୍ଡ ଦେବା ସହିତ ମାଡ ମଧ୍ୟ ମରାଯାଇଥିଲା ।

ଝାବୁଆ ପୋଲିସ୍‌ ଅଧୀକ୍ଷକ ଏହି ଘଟଣା ସମ୍ପର୍କରେ କହିଛନ୍ତି ଯେ, ଏହି ମାମଲାରେ ସାମିଲ୍‌ ହୋଇଥିବା ସମସ୍ତଙ୍କ ଲୋକଙ୍କ ବିରୋଧରେ ମାମଲା ଦାଏର ହେବ । ତେବେ ମହିଳାଙ୍କ ସ୍ବାମୀଙ୍କୁ ଗିରଫ କରାଯାଇଛି ।

Categories
ଅପରାଧ ଆଜିର ଖବର

ସ୍ବାମୀଙ୍କ ଗର୍ଲଫ୍ରେଣ୍ଡକୁ ଗୁଳି କରି ହତ୍ୟା କଲେ ମହିଳା

ମୋରାଦାବାଦ : ଅନୈତିକ ସମ୍ପର୍କ କାରଣରୁ ଜଣେ ମହିଳାଙ୍କ ପ୍ରାଣହାନି ଘଟିଛି । ଜଣେ ବିବାହିତ ପୁରୁଷଙ୍କ ସହିତ ସମ୍ପର୍କ କାରଣରୁ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଉକ୍ତ ବ୍ୟକ୍ତିଙ୍କ ସ୍ତ୍ରୀ । ଏହି ଘଟଣାଟି ଉତ୍ତର ପ୍ରଦେଶର ମୋରାଦାବାଦରେ ଘଟିଛି । ମୋରାଦାବାଦ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ହତ୍ୟା କରିଥିବା ମହିଳାଙ୍କ ନାମ ଶବାନା । ଶବାନାଙ୍କ ସ୍ବାମୀ ଦୀର୍ଘ ଦିନ ହେବ ଆଉ ଜଣେ ମହିଳାଙ୍କ ସହିତ ଲିଭ୍‌ ଇନ୍‌ରେ ରହୁଥିଲେ । ଏହି ଘଟଣାରେ ଉତ୍‌କ୍ଷିପ୍ତ ଶବନା ଉକ୍ତ ମହିଳାଙ୍କୁ ଗୁଳି କରିଥିଲେ । ଏହି ଘଟଣା ପରେ ଶବାନାଙ୍କୁ ଗିରଫ କରାଯାଇଥିବା ନେଇ ମୋରାଦାବାଦ ଏସ୍‌ଏସ୍‌ପି ଅମିତ ପାଠକ ସୂଚନା ଦେଇଛନ୍ତି । (ଏଜେନ୍ସି)

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଅବୈଧ ପ୍ରେମ ସମ୍ପର୍କ ପାଇଁ ପ୍ରେମିକ ସହିତ ମିଶି ପୁଅକୁ ହତ୍ୟା କଲେ ମହିଳା

ନୂଆଦିଲ୍ଲୀ : ଅବୈଧ ପ୍ରେମ ସମ୍ପର୍କ ସମ୍ମୁଖରେ ଫିକାପଡିଲା ମାତୃତ୍ବ । ନିଜର ଅବୈଧ ପ୍ରେମ ସମ୍ପର୍କ ପାଇଁ ପ୍ରେମିକ ସହାୟତାରେ ନିଜ ପୁଅକୁ ହତ୍ୟା କରିଛି । ମହିଳାଙ୍କ ସ୍ବାମୀ ଦିଲ୍ଲୀରେ କାମ କରନ୍ତି ଏବଂ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । 5 ବର୍ଷର ପୁଅ ରହିଥିବା ବେଳେ 12 ବର୍ଷର ପୁଅକୁ ପ୍ରେମିକ ସହିତ ମିଶି ହତ୍ୟା କରିଛନ୍ତି ମହିଳା । ବିହାରର ଗୋପାଳଗଞ୍ଜରେ ଏହି ଭୟାନକ ଘଟଣା ଘଟିଛି ।

ଲକ୍‌ଡାଉନ୍‌ କାରଣରୁ ବଡପୁଅ ହଷ୍ଟେଲରୁ ଫେରିଥିବାରୁ ଏହା ମହିଳାଙ୍କ ପ୍ରେମ ସମ୍ପର୍କରେ ବାଧା ଉପୁଜାଇଥିଲା । ପ୍ରେମ ସମ୍ପର୍କକୁ ନେଇ ବଡ ପୁଅକୁ ଜଣାପଡିବା ପରେ ପ୍ରେମିକ ସହିତ ମିଶି ପୁଅକୁ ହତ୍ୟା କରିଥିଲା ମା । ମା ଏବଂ ପ୍ରେମିକ ମିଶି 10 ତାରିଖରେ 12 ବର୍ଷୀୟ ମନୀଷ କୁମାରଙ୍କୁ ହତ୍ୟା କରାଯାଇଥିଲା । ପରେ ପୋଲିସ୍‌ ତଦନ୍ତରୁ ପ୍ରେମ ସମ୍ପର୍କ ଜଣାପଡିବା ପରେ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ପରକୀୟା ପ୍ରୀତିରେ ପୁରୁଷଙ୍କୁ ପଛରେ ପକାଇଲେ ମହିଳା

ନୂଆଦିଲ୍ଲୀ : ଭାରତୀୟମାନେ ସେକ୍ସ ତଥା ଶାରିରୀକ ସମ୍ପର୍କକୁ ନେଇ ଏବେବି ବେଶ୍‌ ରକ୍ଷଣଶୀଳ। ବିଶେଷକରି ମହିଳାମାନେ ବିବାହ ପରେ ନିଜ ସ୍ବାମୀଙ୍କ ଛଡା ଅନ୍ୟ କାହା ପ୍ରତି ଶାରିରୀକ ସମ୍ପର୍କ ରଖି ନଥା’ନ୍ତି। ଭାରତରେ ଏହାକୁ ଏକ ପ୍ରକାରର ଅପରାଧ ବୋଲି ବିବେଚନା କରାଯାଏ । ସାମାଜିକ ଦୃଷ୍ଟିକୋଣରୁ ମଧ୍ୟ ଏହାକୁ ଖରାପ ନଜରରେ ଦେଖାଯାଇଥାଏ। କିନ୍ତୁ ମିଳିଥିବା ଏକ ରିପୋର୍ଟ ଅନୁସାରେ ଭାରତୀୟ ମହିଳାମାନେ ଭାରତୀୟ ପୁରୁଷଙ୍କଠାରୁ ଅଧିକ ପରକୀୟା ପ୍ରୀତି କରିଥା’ନ୍ତି ବୋଲି ଜଣାପଡିଛି। ଏକ୍ସଟ୍ରା ମ୍ୟାରେଟିଆଲ୍‌ ଡେଟିଂ ଆପ୍‌ର ଆସିଥିବା ଏକ ରିପୋର୍ଟ ଅନୁସାରେ ଭାରତୀୟମାନେ ଏବେ ଏହି ପ୍ରସଙ୍ଗକୁ ନେଇ ବେଶ୍‌ ବୋଲ୍ଡ ହୋଇଯାଇଛନ୍ତି।

ଏକ୍ସଟ୍ରା ମ୍ୟାରିଟିଆଲ୍‌ ଡେଟିଂ ଆପ୍‌ ଗ୍ଲୀଡେନ୍‌ର ସର୍ଭେ ଅନୁସାରେ 53 ପ୍ରତିଶତ ଭାରତୀୟ ମହିଳା ପରକୀୟା ପ୍ରୀତିକୁ ସ୍ବୀକାର କରିଛନ୍ତି । ସେମାନେ ନିଜ ସ୍ବାମୀଙ୍କ ଛଡା ଅନ୍ୟ ପୁରୁଷ ସହ ଅନ୍ତରଙ୍ଗ ସମ୍ପର୍କରେ ରହିଥିବାର ଜଣାଇଛନ୍ତି । ସେହିପରି ବିବାହ ପରେ ଅନ୍ୟ ସ୍ତ୍ରୀ ସହିତ ସମ୍ପର୍କ ରଖୁଥିବା ପୁରୁଷଙ୍କ ସଂଖ୍ୟା 43 ପ୍ରତିଶତ ବୋଲି ଜଣାପଡିଛି ।

ଗ୍ଲୀଡେନ୍‌ର ମାର୍କେଟିଂ ଡାଇରେକ୍ଟରଙ୍କ ମତରେ ରୋମାନ୍ସ ଓ ଧୋକ୍କା ମାମଲାରେ ଭାରତୀୟ ମହିଳା ବେଶ୍‌ ଖୋଲା ଚିନ୍ତାଧାରା ରଖୁଛନ୍ତି । ମହିଳାମାନେ ନିଜ ପାର୍ଟନର୍‌ ସହ ସମ୍ପର୍କକୁ ପ୍ରଭାବିତ ନ କରିବା ପାଇଁ ସେହିପରି ପରିବେଶ ସୃଷ୍ଟି କରିଥା’ନ୍ତି ।  ମହିଳାମାନେ ନିଜ ପାର୍ଟନରଙ୍କୁ ହଇରାଣ ନ କରି ଅନ୍ୟ ଏକ ପ୍ରେମ ସମ୍ପର୍କକୁ ଆରାମରେ ଆରମ୍ଭ କରିପାରନ୍ତି ବୋଲି କହିଛନ୍ତି ଗ୍ଲୀଡେନ୍‌ର ମାର୍କେଟିଂ ଡାଇରେକ୍ଟର। ଏହି ସର୍ଭେରେ ଦିଲ୍ଳୀ, କୋଲକାତା, ମୁମ୍ବାଇ, ଚେନ୍ନାଇ, ବାଙ୍ଗାଲୋର, ହାଇଦ୍ରାବାଦ, ପୁଣେ, ଅହମଦାବାଦ ପରି ବଡ ବଡ ସହରର 1500 ଲୋକଙ୍କୁ ନେଇ ଅନଲାଇନ୍‌ ଜରିଆରେ ସର୍ଭେ କରାଯାଇଥିଲା।

ସେହିପରି ପ୍ରତ୍ୟହ ନିଜ ସ୍ବାମୀଙ୍କ ବ୍ୟତୀତ ଅନ୍ୟ ପୁରୁଷଙ୍କ ସହିତ ଶାରିରୀକ ସମ୍ପର୍କ ରଖୁଥିବା ମହିଳାଙ୍କ ସଂଖ୍ୟା 40 ପ୍ରତିଶତ ବୋଲି ପଡିଥିବାବେଳେ ପୁରୁଷଙ୍କ କ୍ଷେତ୍ରରେ ଏହା 26 ପ୍ରତିଶତ ବୋଲି ଜଣାପଡିଛି।  ସେହିପରି 47 ପ୍ରତିଶତ ବ୍ୟକ୍ତି ନିଜ ପାର୍ଟନର୍‌ଙ୍କ ଛଡା ଅନ୍ୟ ପ୍ରତି କାଜୁଆଲ ରିଲେସନ୍‌ସିପ୍‌ରେ ରହିଥିବାର ସ୍ବୀକାର କରିଥିବାବେଳେ 46 ପ୍ରତିଶତ ଓ୍ବାନ୍‌ ନଇଟ୍‌ ଷ୍ଟାଣ୍ଟକୁ ସ୍ବୀକାର କରିଛନ୍ତି।

ସେହିପରି 48 ପ୍ରତିଶତ ଭାରତୀୟଙ୍କ ମତରେ ଏକ ସମୟରେ ଦୁଇଜଣଙ୍କୁ ପ୍ରେମ କରିବା ସମ୍ଭବ ବୋଲି କହିଛନ୍ତି। 46 ପ୍ରତିଶତ ଭାରତୀୟମାନେ ନିଜ ପାର୍ଟନର୍‌ଙ୍କୁ ଧୋକ୍କା ଦେବା ପରେ ବି ତାଙ୍କ ପ୍ରତି ପ୍ରେମ କମି ନଥିବାର କହିଛନ୍ତି । ସେହିପରି 37 ପ୍ରତିଶତ ଲୋକେ ଧୋକ୍କା ମିଳିବାର ଜାଣିବା ପରେ ତାଙ୍କ ପାର୍ଟନର୍‌ଙ୍କୁ କ୍ଷମା କରିଦେଉଥିବାବେଳେ 40 ପ୍ରତିଶତ ପରିସ୍ଥିତିକୁ ଦେଖି କ୍ଷମା କରାଯିବା ଉପରେ ମତ ରଖିଥିଲେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପରକୀୟା ପ୍ରୀତି ଲୁଚାଇବା ପାଇଁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

ଆଗ୍ରା : ପରକୀୟା ପ୍ରୀତି ଲୁଚାଇବା ପାଇଁ ନିଜ ସ୍ତ୍ରୀକୁ ହତ୍ୟା କରିଛି ସ୍ବାମୀ । ଉତ୍ତର ପ୍ରଦେଶର ଆଗ୍ରା ଅନ୍ତର୍ଗତ ପାଲାମରେ ଏହି ଘଟଣା ଘଟିଛି । ପୋଲିସ୍‌ ଅଭିଯୁକ୍ତକୁ ନେତ୍ରପାଲ ସିଂ ବୋଲି ଚିହ୍ନଟ କରିଛି । ଘରେ ଡକାୟତ ପଶି ଲୁଟ କରିବା ସମୟରେ ସ୍ତ୍ରୀକୁ ହତ୍ୟା କରିଛନ୍ତି ବୋଲି ନେତ୍ରପାଲ ପ୍ରକାଶ କରିଥିଲେ । 30 ବର୍ଷୀୟ ନେତ୍ରପାଲ୍‌ 2011 ମସିହାରେ ରାକ୍ଷୀଙ୍କୁ ବିବାହ କରିଥିବା ବେଳେ ଉଭୟଙ୍କର ଦୁଇ ପୁଅ ରହିଛନ୍ତି । ଶନିବାର ରାତିରେ ଏକ ବିବାହରୁ ଫେରିବା ପରେ ନିଜ ପତ୍ନୀଙ୍କୁ ନିଜ ଦେଶୀ ବନ୍ଧୁକରୁ ଗୁଳି ଚଳାଇ ହତ୍ୟା କରିଥିଲେ । ଏହାପରେ ଏହାକୁ ଡକାୟତିର ରୂପ ଦେବା ପାଇଁ ନିଜ ଘରେ ଥିବା 1.25 ଲକ୍ଷ ଟଙ୍କାକୁ ନିଜେ ଚୋରି କରିଥିଲେ । ପୋଲିସ୍‌କୁ ନେତ୍ରପାଲ୍‌ ମିଥ୍ୟା କାହାଣୀ କହିଥିବା ବେଳେ ପିଲାଙ୍କୁ ପଚରା ଉଚୁରା ପରେ ବାସ୍ତବ କଥା ସାମ୍ନାକୁ ଆସିଥିଲା । ଅନ୍ୟ ଜଣେ ମହିଳାଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିବାରୁ ନିଜ ପତ୍ନୀଙ୍କୁ ହତ୍ୟା କରିଥିବା ନେଇ ତାଙ୍କର ଦୁଇ ପୁତ୍ର ପ୍ରକାଶ କରିବା ପରେ ପୋଲିସ୍‌ ନେତ୍ରପାଲ୍‌ଙ୍କୁ ଗିରଫ କରିଥିଲା । (ଏଜେନ୍ସି)