ଅବୈଧ ପ୍ରେମ ସମ୍ପର୍କ ପାଇଁ ପ୍ରେମିକ ସହିତ ମିଶି ପୁଅକୁ ହତ୍ୟା କଲେ ମହିଳା

Published: Jun 1, 2020, 9:56 pm IST

ନୂଆଦିଲ୍ଲୀ : ଅବୈଧ ପ୍ରେମ ସମ୍ପର୍କ ସମ୍ମୁଖରେ ଫିକାପଡିଲା ମାତୃତ୍ବ । ନିଜର ଅବୈଧ ପ୍ରେମ ସମ୍ପର୍କ ପାଇଁ ପ୍ରେମିକ ସହାୟତାରେ ନିଜ ପୁଅକୁ ହତ୍ୟା କରିଛି । ମହିଳାଙ୍କ ସ୍ବାମୀ ଦିଲ୍ଲୀରେ କାମ କରନ୍ତି ଏବଂ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । 5 ବର୍ଷର ପୁଅ ରହିଥିବା ବେଳେ 12 ବର୍ଷର ପୁଅକୁ ପ୍ରେମିକ ସହିତ ମିଶି ହତ୍ୟା କରିଛନ୍ତି ମହିଳା । ବିହାରର ଗୋପାଳଗଞ୍ଜରେ ଏହି ଭୟାନକ ଘଟଣା ଘଟିଛି ।

ଲକ୍‌ଡାଉନ୍‌ କାରଣରୁ ବଡପୁଅ ହଷ୍ଟେଲରୁ ଫେରିଥିବାରୁ ଏହା ମହିଳାଙ୍କ ପ୍ରେମ ସମ୍ପର୍କରେ ବାଧା ଉପୁଜାଇଥିଲା । ପ୍ରେମ ସମ୍ପର୍କକୁ ନେଇ ବଡ ପୁଅକୁ ଜଣାପଡିବା ପରେ ପ୍ରେମିକ ସହିତ ମିଶି ପୁଅକୁ ହତ୍ୟା କରିଥିଲା ମା । ମା ଏବଂ ପ୍ରେମିକ ମିଶି 10 ତାରିଖରେ 12 ବର୍ଷୀୟ ମନୀଷ କୁମାରଙ୍କୁ ହତ୍ୟା କରାଯାଇଥିଲା । ପରେ ପୋଲିସ୍‌ ତଦନ୍ତରୁ ପ୍ରେମ ସମ୍ପର୍କ ଜଣାପଡିବା ପରେ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

Related posts